ମିନି ବାରମ୍ବାର ମୋ ଉପରେ ପଡ଼ି କଥା ହେବାକୁ ଚାହୁଁଥିଲା କିନ୍ତୁ ମୁଁ ଜାଣିଶୁଣି ଲୋପାମୁଦ୍ରା କୁ ଚାହିଁ ରହିଥାଏ ।
ମୁଁ ଯାହା କହେ ଲୋପାମୁଦ୍ରା ଉତ୍ତର ଦେବା ପୂର୍ବରୁ ‘ମିନି’ କଥା କୁ କାଟି କିଛି ନା କିଛି ପଚାରିବା ଆରମ୍ଭ କରିଦିଏ ।
ଏମିତି ଚାଲିଲା ଅଧ ଘଣ୍ଟାଏ ତା ପରେ ମୋର ମୂଡ୍ ଅଫ୍ ଏବଂ ଲୋପାମୁଦ୍ରା ର ରାଗ ଆକାଶ ଛୁଆଁ ।
ସମସ୍ତେ ଫେରିଲୁ।
ଘରକୁ ଆସି ଲୋପାମୁଦ୍ରା ମୋତେ ଫୋନ୍ କରି ଜଣାଇଲା ଯେ ସେ ମିନି ଉପରେ ବହୁତ୍ ରାଗିଲା।
ସେ କହିଲା ମୁଁ ତାକୁ ସାଙ୍ଗରେ ନେଇଥିଲି ମୋତେ ତମ ସାଙ୍ଗରେ କଥା ହେବାରେ ସାହାଯ୍ୟ କରିବ କିନ୍ତୁ ସେ ତ ଓଲଟା ତମକୁ ଲାଇନ୍ ମାରିବା ଆରମ୍ଭ କରିଦେଲା ।
ମୋ ଉପରେ ମଧ୍ୟ ରାଗ ର ପ୍ରଭାବ ପଡ଼ିଲା। ତମେ ତାର ପ୍ରତି ପ୍ରଶ୍ନ ର ଉତ୍ତର କାହିଁକି ଦେଉଥିଲ କହି ରାଗିଲା।
ମୁଁ ତାକୁ ବୁଝେଇ କହିଲି। ଛାଡ ସେକଥା ମୁଣ୍ଡ ଥଣ୍ଡା କର । ତମେ ଖିଆ ପିଆ କର ସନ୍ଧ୍ୟା ରେ କଥା ହେବା ।
ସନ୍ଧ୍ୟାରେ ସୌରଭ ର ପ୍ଲାନ୍ ମୁତାବକ ତୃତୀୟ ଦେଖା ସୌରଭ ଘରେ ଆସନ୍ତା କାଲି ହେବ ଏବଂ ସେମିତି ହିଁ ହେଲା ।
ପର ଦିନ ମୁଁ ପହଞ୍ଚିଲି ସୌରଭ ଘରେ ତାର ଠିକ୍ 5 ମିନିଟ୍ ପରେ ଦିଦି ସହିତ ଲୋପାମୁଦ୍ରା ପହଞ୍ଚିଲା ।
ସେଦିନ ସେ ଅଳ୍ପ ଫିକା ଗୋଲାପି ରଙ୍ଗର ଶାଢ଼ୀ ରେ ସଜବାଜ ହୋଇ ପହଞ୍ଚି ଥିଲା ।
ସତ କହେ ସେଦିନ ଲୋପାମୁଦ୍ରା କୁ ଦେଖି ଏମିତି ମନେ ହେଉଥିଲା ଯେ ଆଜି ସିନ୍ଦୂର ପିନ୍ଧେଇ ସ୍ତ୍ରୀ କରି ସିଧା ଘରକୁ ନେଇଯିବି ।
ଦୁହେଁ ଆସି ପହଞ୍ଚିଲେ ସେତେବେଳେ ମୁଁ ମଉସା ଏବଂ ମାଉସୀ ସହିତ କଥା ହେଉଥିଲି ।
ସେ ଆସି ମାଉସୀ ଙ୍କୁ ମୁଣ୍ଡିଆ ମାରିଲା । ମଉସା ପାଖେ ମୁଁ ବସିଥିଲି, ମଉସା ଙ୍କ ପାଦ ଛୁଇଁବା ବାହାନାରେ ମୋ ପାଦକୁ ମଧ୍ୟ ଛୁଇଁ ପ୍ରଣାମ କରିଲା ।
ସେ ମୋର ପାଦ ଛୁଇଁବା ପରେ ସତେ ଯେମିତି ମୁଁ କିଛି ସମୟ ପାଇଁ ତାର ସ୍ବାମୀ ହୋଇଗଲି ଭଳି ମନେ ହେଲା।
ଦୁହେଁ ବସିଲୁ, ଦିଦି, କିଛି କାଗଜ ପତ୍ର କରିବା ପାଇଁ ତହସିଲ କାମରେ ବାହାରିଗଲେ ।
ମଉସା ଏବଂ ମାଉସୀ ମଧ୍ୟ ବାହାରିଗଲେ ସମ୍ପର୍କୀୟ ବାହାଘର ରେ ଯୋଗ ଦେବାକୁ ।
ଭାଉଜ ଆମକୁ ପାଛୋଟି ନେଲେ ନିଜ ବେଡ୍ ରୁମ୍ କୁ।
ସେଠୀ ଜଳଖିଆ ଆସି ପହଞ୍ଚିଲା ।
ଆମେ କିଛି ସମୟ କଥା ହେବା ପାଇଁ ଭାଉଜ ଆମକୁ ତାଙ୍କ ବେଡ ରୁମ ରେ ବସିବାକୁ କହି ଅନ୍ୟ ରୁମ୍ କୁ ଯିବାକୁ ବାହାରିଲେ କିନ୍ତୁ ଲୋପାମୁଦ୍ରା ଭାଉଜ କୁ କହିଲା ଯେ ଭାଉଜ ତମେ ମଧ୍ୟ ଏଠି ବସ, ସମସ୍ତେ କଥା ହେବା।
ଭାଉଜ ଆମ ମନ କଥା ଜାଣି କହିଲେ, ଚିନ୍ତା କରନି , ମୁଁ ମଧ୍ୟ ବସିବି, ତମେ ଅଳ୍ପ କଥା ହୋଇଯାଅ ମୁଁ ବାପା ଙ୍କ କିଛି କପଡା ପ୍ରେସ କରିବାର ଅଛି, ସେଗୁଡ଼ାକ ସାରି ଶୀଘ୍ର ଆସିବି ।
ଭାଉଜ ବାହାରି ଗଲେ ।
ସାନୁ : ଆଜି ତମେ ଶାଢ଼ୀ ରେ ଯାହା ଦେଖା ଯାଉଛ ନା, ମୁଁ ତମ ସୌନ୍ଦର୍ଯ୍ୟ କୁ ବର୍ଣ୍ଣନା କରିପାରୁନି । ସତରେ ଆଜି ହିଁ ତମକୁ ବିବାହ କରିବାକୁ ମନ ହେଲାଣି।
ଲୋପାମୁଦ୍ରା: ଗାଡି କୁ ବ୍ରେକ ଦିଅ, ବହୁତ୍ ସମୟ ଅଛି।
କଣ କହୁଥିଲ ବର୍ଣ୍ଣନା କରି ପାରିବନି ,
ମୋ ହିରୋ ପାଇଁ ମୁଁ ଏତିକି କରିପାରିବି କି ନାହିଁ କୁହ?
ସାନୁ : ଆଚ୍ଛା, ଶାଢ଼ୀ ପିନ୍ଧିବା ପ୍ଲାନ୍ ଟା କିଏ ଦେଲା ଏବଂ ତମେ ଆଜି ଶାଢ଼ୀ ପିନ୍ଧି ଆସିଛ ବୋଲି ଘରେ କିଛି କହିଲେନି ।
ଲୋପାମୁଦ୍ରା : ନା,ନା, କଣ କହିବେ, ତାର ମଧ୍ୟ ପ୍ଲାନ କରା ହୋଇଛି ନା?
ସାନୁ : କଣ???
ଲୋପାମୁଦ୍ରା: ମୋ ସାଙ୍ଗର ବାହାଘର କହି ଆସିଛୁ, ଏବଂ ଏହି ଆଇଡିଆ ଦିଦି ଙ୍କ ର ।
ସାନୁ : ଦିଦି ଙ୍କ ଆଇଡିଆ ଜବରଦସ୍ତ।
ଲୋପାମୁଦ୍ରା : ତମେ ମଧ୍ୟ ଆଜି ଚଙ୍ଗା ଲାଗୁଛ।
ସାନୁ : ଚଙ୍ଗା ମାନେ??
ଲୋପାମୁଦ୍ରା: ମାନେ, କଣ!! ସମସ୍ତେ କୁହନ୍ତି, ମୁଁ ମଧ୍ଯ କହିଦେଲି, ଏମିତି ରେ ସୁନ୍ଦର କୁ ଚଙ୍ଗା କୁହନ୍ତି ।
ସାନୁ : ଓକେ, ତମେ ଆଖି ବନ୍ଦ କର?
ଲୋପାମୁଦ୍ରା: ନା, କିଛି ଭୁଲ କାମ କରିବ ନାହିଁ??
ସାନୁ : ଟିକିଏ ଆଗୁଆ ଭାବି ଦେଉଛ? ଚିନ୍ତା କରନି, ସେମିତି କିଛି ନାହିଁ।
(ଆଖି ବନ୍ଦ ପରେ ମୁଁ ମୋ ବ୍ୟାଗ୍ ରୁ ଗୋଟିଏ Teddy ଟିଏ ବାହାର କରି ଲୋପାମୁଦ୍ରା ଆଗରେ ରଖି , ଆଖି ଖୋଲିବାକୁ କହିଲି ।
ଆଖି ଖୋଲି ଦେଖିଲା ପରେ ଲୋପାମୁଦ୍ରା ଖୁସିରେ ପାଗଳ ।
ଲୋପାମୁଦ୍ରା ଏତେ ଖୁସି ହେଲା ଯେ ତାର ଆଖିରୁ ଖୁସି ରେ ଲୁହ ବାହାରି ଗଲା ।
ସାନୁ : ତମ ଆଖିରେ ଲୁହ??
ଲୋପାମୁଦ୍ରା : ଏ ତ ଖୁସି ର ଲୁହ । ପ୍ରଥମ ଥର ମୋ ଜୀବନରେ ମୋତେ କେହି ଜଣେ ଗିଫ୍ଟ କରିଲା ଏବଂ ତାହା ମଧ୍ୟ ମୋ ପସନ୍ଦ ର ଜିନିଷ ।
ସାନୁ : ତମ ଆଖିରେ ଲୁହ ମୁଁ ଦେଖିପାରିବିନି।
ଲୋପାମୁଦ୍ରା: ହଉ, ଠିକ୍ ଅଛି, ତମେ ମଧ୍ୟ ଆଖି ବନ୍ଦ କର ।
ସାନୁ : ନା, ଭୁଲ କାମ ନାହିଁ, ସବୁ ବିବାହ ପରେ ।
(ଦୁହେଁ ହସିଲୁ)
ଲୋପାମୁଦ୍ରା: ଆଖି ବନ୍ଦ କର ପ୍ଲିଜ୍!!
(ମୁଁ ଆଖି ବନ୍ଦ କରି ରହିଲି, ଗୋଟିଏ ମିନିଟ୍ ପରେ ସେ ଆଖି ଖୋଲିବାକୁ କହିଲା )
ଲୋପାମୁଦ୍ରା: ଏଇଟା ତମ ପାଇଁ !!
ସାନୁ : ବାଃ, ବଢିଆ ହୋଇଛି ।
(ତାହା ଥିଲା ଗୋଟିଏ ଛୋଟ ଗଣେଶ ମୂର୍ତ୍ତି)
ଲୋପାମୁଦ୍ରା: କଣ ଭଲ ଲାଗିଲାନି କି?
ସାନୁ : ବହୁତ୍ ଭଲ ଲାଗିଲା, କିନ୍ତୁ ଗୋଟିଏ କଥା ଭାବିବାକୁ ବାଧ୍ୟ ହେଉଛି, ପ୍ରାୟ ପୁଅ ଝିଅ ଗିଫ୍ଟ ରେ ଭଳି ଭଳି କି ଗିଫ୍ଟ ଦିଅନ୍ତି କିନ୍ତୁ ତମ ଗିଫ୍ଟ ଟା ସବୁଠୁ ଅଲଗା ।
ଲୋପାମୁଦ୍ରା: ଏଇ ଟା ଗିଫ୍ଟ ନୁହଁ , ଏ ହେଉଛନ୍ତି ମୋ ଦେବତା। ଗଣେଶ ଭଗବାନ ଭଳି ତମେ ମଧ୍ୟ ବହୁତ୍ ଶାନ୍ତ ଏବଂ ସରଳ।
ସାନୁ : ଥେଙ୍କ୍ ୟୁ, କିନ୍ତୁ ମୁଁ ଶାନ୍ତ ସରଳ ନୁହଁ, ମୁଁ ବହୁତ୍ ଦୁଷ୍ଟ ।
ଲୋପାମୁଦ୍ରା: ମୁଁ ଜାଣିନି, କି ଜାଣିବାକୁ ଚାହୁଁନି, ତମେ ଏବେ ଯେମିତି ଅଛ , ସେମିତି ମୁଁ ସାରା ଜୀବନ ତମ ଠାରୁ ଆଶା କରିବି।
ସାନୁ : ନିଶ୍ଚୟ, ତାହା ହିଁ ହେବ ।
ଏତିକିବେଳେ ଭାଉଜ ଧିରେ ଧିରେ ପାଦ ଚାପି ରୁମ୍ ଭିତରକୁ ଆସିଲେ।
ଭାଉଜ: ମୁଁ ଡିଷ୍ଟର୍ବ କରିନି ନା?
ସାନୁ : ନା ନା, ଆସ ଭାଉଜ,
ତାପରେ ତିନି ଜଣ ବହୁତ୍ କଥା ହେଲୁ ।
ସେଦିନ ସୌରଭ ଘରେ ଦିବା ଭୋଜନ ହେଲା । ପ୍ରଥମ କରି ମୋତେ ଲୋପାମୁଦ୍ରା ନିଜ ହାତରେ ଖୁଆଇ ଦେଲା । ବହୁତ୍ ଖୁସି ହେଲି। ବହୁତ୍ ସମୟ କଥା ହେଲୁ । ଘରକୁ ଫେରିଲୁ ।
ତାପରେ ମୋର ଏବଂ ଲୋପାମୁଦ୍ରା ର ବିବାହ ପ୍ରସ୍ତାବ କଥା ସୌରଭ ବାପା ସାଙ୍ଗରେ କଥା ହେଲା ।
ଲୋପାମୁଦ୍ରା ବିଷୟରେ କହିଲା କି ସେ ଅପା ର ସାଙ୍ଗ ଏବଂ ତୁମ ଜାତିର।
ଏକଥା ଶୁଣି ବାପା ରାଜି, ପିଉସା ଏବଂ ବାପା ମିଶି ଲୋପାମୁଦ୍ରା ଘରକୁ ଗଲେ । ସେଠୀ ଲୋପାମୁଦ୍ରା କୁ ଦେଖି ସମସ୍ତଙ୍କୁ ପସନ୍ଦ ହେଲା ଏବଂ ଲୋପାମୁଦ୍ରା ର ଘର ଲୋକେ ମୋ ଫଟୋ କୁ ଦେଖି ପସନ୍ଦ କରିଲେ।
ଦୁଇ ଦିନ ପରେ ଲୋପାମୁଦ୍ରା ର ଘର ଲୋକେ ଆମ ଘରକୁ ବୁଲି ଆସିଲେ । ସେମାନେ ମଧ୍ୟ ପସନ୍ଦ କରି କହିଲେ ଯେ, ଆମେ ଏହି ପ୍ରସ୍ତାବ ରେ ରାଜି ଅଛୁ ।
ଲୋପାମୁଦ୍ରାର ବାପା ପଚାରିଲେ ବିବାହ ଉତ୍ସବ କେବେ କରିବା??
ମୋ ବାପା କହିଲେ କି ସାନୁ କହୁଛି ବର୍ଷେ ପରେ ବିବାହ କରିବା । ଲୋପାମୁଦ୍ରା ଘରେ ମଧ୍ଯ ମାନିଗଲେ ।
ମୋ ବାପା କହିଲେ ୫ ମାସ ପରେ ଭଲ ଯୋଗ ଅଛି ସେ ସମୟରେ Engagement କରି ରଖି ଦେବା ତାପରେ ଅନ୍ୟ ଯୋଗ ଦେଖି ବିବାହ ଦିନ ଧର୍ଯ୍ୟ କରିବା । ଲୋପାମୁଦ୍ରା ର ଘରେ ରାଜି ହୋଇଗଲେ।
ମୁଁ ଫେରିବାର ଗୋଟିଏ ଦିନ ପୂର୍ବରୁ ମୋତେ ତାଙ୍କ ଘରେ ନିମନ୍ତ୍ରଣ ହେଲା ।
ମୁଁ ପହଞ୍ଚିଲି, ମୋତେ ଉଚ୍ଚ ଧରଣର ଚର୍ଚ୍ଚା ମିଳିଲା କିନ୍ତୁ ଲୋପାମୁଦ୍ରା ସାଙ୍ଗରେ କଥା ହେବାକୁ ସମୟ ମିଳିଲା ନାହିଁ ।
ମନ ଦୁଃଖରେ ଫେରି ଆସିଲି । ତା ପର ଦିନ ସନ୍ଧ୍ୟାରେ ମୋତେ ଫେରିବାର ଥିଲା । ମୋତେ ମୋ ସାଙ୍ଗ ଫକୀର ବସ୍ ଷ୍ଟାଣ୍ଡ ରେ ଛାଡ଼ିବାକୁ ଆସିଲା କିନ୍ତୁ ସେହି ବସ୍ ଷ୍ଟାଣ୍ଡ ରେ ଲୋପାମୁଦ୍ରା ମୋତେ ଅପେକ୍ଷା କରିଥାଏ ।
ସାଙ୍ଗରେ ଥାଏ ସରିତା ଦିଦି । ତାଙ୍କୁ ଦେଖି ବହୁତ୍ ଖୁସି ହେଲି କିନ୍ତୁ ମନରେ ଦୁଃଖ ମଧ୍ୟ ଥାଏ ।
ଦିଦି କୁ କହିଲି, ଦିଦି ମୁଁ ଲୋପାମୁଦ୍ରା କୁ ନେଇ ଚାଲିଯାଉଛି । ଦିଦି କହିଲେ ସମୟ ଅଛି ଆର ଥରକୁ ଆସିଲେ ନେଇ ଚାଲିଯିବ।
ଅଳ୍ପ କଥା ପରେ ମୁଁ ଫେରିଗଲି ମୋ କମ୍ପାନୀ କୁ ।
ବାଙ୍ଗାଲୋର ରେ ପହଞ୍ଚି ଡିଉଟି ରେ ମନ ଲାଗୁ ନଥାଏ । ଧିରେ ଧିରେ ସମୟ ଗଡି ଚାଲିଲା ।
ପ୍ରତିଦିନ ଭିଡିଓ କଲ୍, ଚାର୍ଟିଂ ଏବଂ କଲ୍ ଚାଲିଥାଏ
………………………………………….
Click Here
ଭାଗ-୦୫ : ରେ ପଢ଼ିବେ…..
(ଲୋପାମୁଦ୍ରା ର ବାପା ତାଙ୍କ ଭଉଣୀ ଉପରେ ରାଗି ତାଙ୍କୁ ସେ ଘର ସହିତ ସବୁ ସମ୍ପର୍କ କାଟି ଘରୁ ବାହାରି ଯିବାକୁ ଆଦେଶ ଦେଇ ଥିଲେ)
If you like this story so share to your friends.


4 Responses
So sweet lopamudra & sanu love 💕💕
[…] Click Here ଭାଗ-୦୪ ରେ ପଢ଼ିବେ….. (ପ୍ରଥମ କରି ମୋତେ […]
[…] ଭାଗ-୦୪ ପାଞ୍ଚ ମାସ ପରେ ସୌରଭ ଏବଂ ମୁଁ ଛୁଟି ଆସିଲୁ । ଦିନ ଧାର୍ଯ୍ୟ ହେଲା ଏବଂ Engagement ମଧ୍ୟ ସରିଲା । ସବୁ କାମ ଠିକ୍ ଠାକ୍ ରେ ସରିଲା । ଘରୁ ଆଦେଶ ମିଳିବା ପରେ ବାଇକ୍ ରେ ବୁଲାବୁଲି ମଧ୍ୟ ଚାଲିଲା । ଦୁହେଁ ବହୁତ୍ ସ୍ଥାନ ବୁଲିଲୁ। ଆମର ପ୍ରତି ଟି ମୁହୂର୍ତ୍ତ ଏକା ସାଙ୍ଗରେ ବିତେଇଲୁ । ସୌରଭ ମଧ୍ୟ ସାହାଯ୍ୟ କରୁ ଥାଏ । ପ୍ଲାନ୍ କେବଳ ସୌରଭ ର । କିଛି ଦିନ ବୁଲା ବୁଲି ପରେ ପୁଣି ଫେରି ଆସିଲି ବାଙ୍ଗାଲୋର କୁ । ଏବେ ସିଧା ଯିବାର ଅଛି ବାହାଘର କୁ.. ଇତି ମଧ୍ୟରେ ଆଉ ଜଣେ ଖଳ ନାୟକ ଆମ ଜୀବନ ରେ ପ୍ରବେଶ କରିଲା । ରଞ୍ଜିତ, ରଞ୍ଜିତ ହେଉଛି ଲୋପାମୁଦ୍ରା ର ପିଉସୀ ପୁଅ। ମାସ ପରେ ରଞ୍ଜିତ ଦିଲ୍ଲୀ ରୁ ଫେରିଛି । ସେ ଲୋପାମୁଦ୍ରା କୁ ବିବାହ କରିବାକୁ ଚାହୁଁଥିଲା ମାତ୍ର ଲୋପାମୁଦ୍ରା ର ପରିବାର ଲୋକ ରଞ୍ଜିତ ସହିତ ବିବାହ ଦେବାକୁ ବିଲକୁଲ ଇଚ୍ଛା ନାହିଁ। ଲୋପାମୁଦ୍ରା ର ବାପା ଙ୍କ ମତ ଯେ ସମ୍ପର୍କ ଭିତରେ ମୁଁ ମୋ ଝିଅ କୁ ବାହା ଦେବିନି କିନ୍ତୁ ରଞ୍ଜିତ ସବୁବେଳେ ଆଶା କରି ରହିଥାଏ । ଅନ୍ୟ ଏକ କାରଣ ଅଛି ଯାହା ସମୟ ସହିତ ଗୁପ୍ତ ହୋଇ ଢାଙ୍କି ହୋଇଯାଇଛି। ତାହା ହେଲା, ରଞ୍ଜିତ ର ବାପା ମା ପ୍ରେମ ବିବାହ କରିଥିଲେ । ଏହି ଘଟଣା ଯୋଗୁ ରଞ୍ଜିତ ର ମାମୁଁ ମାନେ ଲୋପାମୁଦ୍ରା ର ବାପା ତାଙ୍କ ଭଉଣୀ ଉପରେ ରାଗି ତାଙ୍କୁ ସେ ଘର ସହିତ ସବୁ ସମ୍ପର୍କ କାଟି ଘରୁ ବାହାରି ଯିବାକୁ ଆଦେଶ ଦେଇ ଥିଲେ। ଯେତେବେଳେ ରଞ୍ଜିତ ଜନ୍ମ ହେଲା, ସେତେବେଳେ ଲୋପାମୁଦ୍ରା ର ବାପା ଭଉଣୀ ର ଦାରିଦ୍ର୍ୟ ଦୁର୍ଦ୍ଦଶା ଦେଖି ପୁଣି ଥରେ ଭଉଣୀ କୁ ନିଜ ପରିବାର ର ସଦସ୍ୟ ଭାବେ ମାନ୍ୟତା ଦେଲେ। ବର୍ତମାନ ଏହି ଘଟଣା ବିଷୟରେ ରଞ୍ଜିତ ଜାଣିପାରିଛି । ସେ ନିଜ ମାମୁଁ, ମାଇଁ ଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନ କରିବ ଏବଂ ଲୋପାମୁଦ୍ରା ର ଜୀବନ ନଷ୍ଟ କରିବା ତାର ମୁଖ୍ୟ ଲକ୍ଷ୍ୟ ଥାଏ । ମାତ୍ର ଲୋପାମୁଦ୍ରା କୁ ଏ ବିଷୟରେ କିଛି ଖବର ନଥିଲା। ଲୋପାମୁଦ୍ରା ଏବଂ ରଞ୍ଜିତ ଭଲ ସାଙ୍ଗ ହୋଇ ପିଲା ରୁ ବଡ ହୋଇ ଆସିଛନ୍ତି । ରଞ୍ଜିତ ଯେବେ ଦିଲ୍ଲୀ ରୁ ଆସେ ସେ ଦୁଇ ଜଣ ସାଥୀ ହୋଇ ବୁଲନ୍ତି ମଜା ମସ୍ତି କରନ୍ତି । ଲୋପାମୁଦ୍ରା କୁ ମଜା ମସ୍ତି କରିବା ପାଇଁ ତାର ପୁରୁଣା ବନ୍ଧୁ ମିଳିଯାଇଛି । ସେଥିରେ ଭଲପାଇବା ନାହିଁ, ଥିଲା କେବଳ ବନ୍ଧୁତା । ହଠାତ୍ ଦିନେ ମୋର ସାଙ୍ଗ କୁନା Whatsapp ରେ ଗୋଟିଏ ଫୋଟୋ ପଠାଇଲା । ସେଥିରେ ଲୋପାମୁଦ୍ରା ଏବଂ ରଞ୍ଜିତ ପାଣି ପୁରୀ ଖାଉଥିବା ଫୋଟୋ ଥିଲା । ସେ ଫୋଟୋ ଦେଖି ମୋତେ ରାଗ ଲାଗିଲା କଣ କରିବି ଭାବି କୁନା କୁ କହିଲି ତୁ ନଜର ରଖ ତାଙ୍କ ଉପରେ । ଏପଟେ ଫୋନରେ କଥା ବାର୍ତ୍ତା ଚାଲିଥାଏ । ଲୋପାମୁଦ୍ରା ମୋତେ ରଞ୍ଜିତ ବିଷୟରେ କହିବା ପରେ ମୁଁ ତାକୁ ତାଗିଦ୍ କରି କହିଲି ତା ଠୁ ଦୂରେଇ ରୁହ । ମୋ କଥାକୁ ଲୋପାମୁଦ୍ରା ଖାତିର୍ ନ କରି ରଞ୍ଜିତ ସାଙ୍ଗରେ ବୁଲାବୁଲି ଚାଲୁ ରଖିଥାଏ । ଏମିତି ବେଳେବେଳେ ବହୁତ୍ ଫୋଟୋ ମୋତେ ମିଳୁଥାଏ । ମୁଁ ପ୍ରତ୍ୟେକ ଥର ମନା କରୁଥାଏ କିନ୍ତୁ ଲୋପାମୁଦ୍ରା କହେ ଏଥର ଭୁଲ ହେଇଗଲା ଆଉ ଯିବିନି ରଞ୍ଜିତ ସାଙ୍ଗରେ କହି ପୁଣି ବୁଲିବାକୁ ଯାଉଥାଏ । ମୁଁ ବାରମ୍ବାର କହିବା ପରେ ଲୋପାମୁଦ୍ରା ରଞ୍ଜିତ କୁ ମୋ କଥା କହିଲା ଯେ ମୋର ସାନୁ ସହିତ ବାହାଘର ହେବ । ତମ ସାଙ୍ଗରେ ଆଉ ବୁଲାବୁଲି କରିବି ନାହିଁ କିନ୍ତୁ ରଞ୍ଜିତ ବାଧ୍ୟ କରି ତାକୁ ନେଇଯାଏ। ଦିନେ ସକାଳେ ହଠାତ୍ ଲୋପାମୁଦ୍ରା ର କଲ୍ ଆସିଲା କି ବହୁତ୍ ଦିନ ହେଲା ମୁଁ କୁଆଡେ ବାହାରକୁ ଯାଇନି, ଆଜି ମୁଁ ମନ୍ଦିର ଯିବି । ମୁଁ ପଚାରିଲି କାହିଁକି ଆଜି ତ କିଛି ପୂଜା ନାହିଁ । ସେ କହିଲା କି ରଞ୍ଜିତ ର କୋଉ ସାଙ୍ଗ ଭଉଣୀ ର ପୁଅ ର ଜନ୍ମ ଦିନ ଅଛି । ମୁଁ ମନା କରିଲି, ରଞ୍ଜିତ ର ସାଙ୍ଗ ତମକୁ ତ ନିମନ୍ତ୍ରଣ ଦେଇନି, ପୁଣି ତମେ କାହିଁକି ଯିବ। ଲୋପାମୁଦ୍ରା କହିଲା ତମେ ସବୁବେଳେ ମୋତେ ବାରଣ କରୁଛ ଏବଂ କୁଆଡେ ଯିବା ପାଇଁ ମନା କରୁଛ । ଏମିତି ପ୍ରତିଥର ବାରଣ କରିବ ତେବେ ମୁଁ ଘରେ ଏକୁଟିଆ ରହି ପାଗଳ ହେଇଯିବି । ସେଦିନ ବହୁତ୍ ପାଟି ତୁଣ୍ଡ ହେଲା, ମୁଁ କହିଲି ତମ ଭଲ ପାଇଁ ଏବଂ ଆମ ସମ୍ପର୍କ ରେ କିଛି ଆଞ୍ଚ ନ ଆସୁ ବୋଲି ମୁଁ ବାରଣ କରୁଛି । ଏମିତି ରେ ଘରେ ଯଦି ବୋର୍ ଲାଗୁଛି ଟିଭି ଦେଖ, ଘରେ ପାଠ ପଢ, ତମ ଭାଇ ସାଙ୍ଗରେ କଥା ହୁଅ, ଘରେ ବାପା ମା ଅଛନ୍ତି ସେମାନଙ୍କ ସହିତ କଥା ହୁଅ । ଏମିତି ରେ ମୁଁ ପ୍ରାୟ ଦିନ ସାରା ଡ଼ିଉଟି ରେ ରହି ଅଳ୍ପ ଅଳ୍ପ କଥା ହୋଇ ଯାଉଛି । ଏତିକି ପରେ ମଧ୍ୟ ତମକୁ ବୋର୍ ଲାଗୁଛି ??? ଲୋପାମୁଦ୍ରା କହିଲା ମୋତେ ଏତେ ଫୋର୍ସ କରନି ସତରେ ମୁଁ ପାଗଳ ହେଇଯିବି । ମୁଁ ବୁଝେଇଲି , ହଉ ତମେ ଯଦି ଯିବାକୁ ଚାହୁଁଛ ଯାଅ, କିନ୍ତୁ ମୋର ବିଲକୁଲ ଇଚ୍ଛା ନାହିଁ । ଏତିକି କହି ରାଗରେ ଫୋନ୍ କଟ୍ !! ଦୁଇ ଜଣଙ୍କ ମୁଡ୍ ଅଫ୍ କିଛି ସମୟ ପରେ ରଞ୍ଜିତ ଘରକୁ ଆସି ମାମୁଁ ମାଇଁ କୁ ଅନୁରୋଧ କରି ଲୋପାମୁଦ୍ରା କୁ ମନ୍ଦିର ନେଇ ଚାଲିଯାଇଛି । ଝଗଡା ଯୋଗୁ ଲୋପାମୁଦ୍ରା ର ମନ ଖରାପ ଥିଲା । ସେ ରଞ୍ଜିତ କୁ ସବୁ କଥା କହିବା ପରେ ମଧ୍ୟ ରଞ୍ଜିତ ତା କଥା କୁ ଖାତିର ନ କରି କହିଲା ଶୀଘ୍ର ଆସିଯିବା କହି ମନ୍ଦିର ନେଇ ଚାଲିଗଲା । ଏପଟେ ମୋ ସାଙ୍ଗ କୁନା ଏବଂ ତା ସାଙ୍ଗରେ ସନ୍ତୁ ରେଡ୍ଡୀ ହୋଇ ରହି ଥାନ୍ତି ଯଦି କୁଆଡେ ଯାନ୍ତି ତେବେ ମୋତେ ପ୍ରତି ସମୟର ଖବର ଦେବେ ବୋଲି। କିଛି ସମୟ ପରେ କୁନା ର ମେସେଜ ଆସିଲା କି, ଭାଇ ଦୁହେଁ ମନ୍ଦିର ଯାଉଛନ୍ତି । ଏତିକି ଶୁଣି ମୋ ମୁଣ୍ଡ ଖରାପ, କଣ କରିବି ଭାବି କୁନା କୁ କହିଲି, ଲୋପାମୁଦ୍ରା ଏବଂ ରଞ୍ଜିତ ଉପରେ ନଜର ରଖି ଥା, ମୋତେ ଆଜି କିଛି ଭଲ ଲାଗୁନି । ବୋଧେ ଲୋପାମୁଦ୍ରା ସାଙ୍ଗରେ କିଛି ଅଘଟଣ ହେବନି ତ, ମୋତେ ସନ୍ଦେହ ହେଉଛି । କୁନା ମୋତେ ବିଶ୍ୱାସ ଦେଇ କହିଲା, ତୁ ଚିନ୍ତା କରନି , ମୁଁ ସବୁ ସମ୍ଭାଳୁଛି। ସେହି ଜନ୍ମ ଦିନ ଭୋଜିରେ ବିନା ନିମନ୍ତ୍ରଣ ରେ କୁନା ଏବଂ ସନ୍ତୁ ମଧ୍ୟ ଗଲେ । ସେଠୀ ଲୋପାମୁଦ୍ରା କୁ ସ୍ତ୍ରୀ ଲୋକ ମେଳରେ ଛାଡ଼ି ରଞ୍ଜିତ ସାଙ୍ଗ ମାନଙ୍କ ସହିତ ପାଖରେ ଥିବା ତୋଟା କୁ ମଦ ପିଇବାକୁ ଚାଲିଗଲା। କୁନା ନଜର ରଖିଥାଏ । କିଛି ସମୟ ପରେ ଲୋପାମୁଦ୍ରା ର ମୋବାଇଲ୍ କୁ ଗୋଟିଏ କଲ୍ ଆସିଲା । (ସେହି କଲ୍ ଥିଲା ରଞ୍ଜିତ ର!! ତାହା ମଧ୍ୟ ଭୁଲ ରେ ଲୋପାମୁଦ୍ରା କୁ ଲାଗିଯାଇଛି) ଲୋପାମୁଦ୍ରା ଫୋନ୍ ଉଠେଇ, ହେଲୋ ହେଲୋ କହିବା ପରେ କିଛି ଉତ୍ତର ଆସିଲାନି କିନ୍ତୁ ରଞ୍ଜିତ ଏବଂ ତାଙ୍କ ସାଙ୍ଗ ମାନଙ୍କ କିଛି କଥା ହେଉଥିବା ଶୁଣା ଯାଉଥିଲା । ତାହା ଥିଲା: ରଞ୍ଜିତ: କଣ ରେ ଯାହା କହିଥିଲି ତାହା କରିଛୁ ନା? ରଞ୍ଜିତ ର ସାଙ୍ଗ: ହଁ ଭାଇ ପୁରା ଓକେ । ରଞ୍ଜିତ: ଆଜି ମୋ କାମ ହେଇଯିବ ନା? (ଲୋପାମୁଦ୍ରା କିଛି ବୁଝିପାରୁ ନଥିଲା, କିନ୍ତୁ ଫୋନ୍ ନ କାଟି ଶୁଣିବାକୁ ଲାଗିଲା) ରଞ୍ଜିତ: ବହୁତ୍ ଦିନ ର ସ୍ଵପ୍ନ ଆଜି ପୁରା ହେବ। ରଞ୍ଜିତ ର ସାଙ୍ଗ: ସବୁ ହେଲା ଯେ ତମେ ଲୋପାମୁଦ୍ରା କୁ କୋଲ୍ଡ ଡ୍ରିଙ୍କ ପିଆଇ ପାରିଲେ ତମ କାମ ହେଇଯିବ । ରଞ୍ଜିତ: ଆବେ ପିଆଇ ଦେବୀ ଯେ ସଙ୍ଗେ ସଙ୍ଗେ ବେହୋସ୍ ହେବ ନା କିଛି ସମୟ ପରେ? ରଞ୍ଜିତ ର ସାଙ୍ଗ: ଭାଇ, ଅଳ୍ପ ସମୟ ଲାଗିବ ରଞ୍ଜିତ: ହଉ, ଅପେକ୍ଷା କରିବା !! ରଞ୍ଜିତ ର ସାଙ୍ଗ: ଭାଇ ଖାଲି ଫୋଟୋ ଉଠେଇବ ନା ଆଉ କିଛି ହେବ । ରଞ୍ଜିତ: ସେଇଟା ମୁଁ ବୁଝିବି । ଫଟୋ ତ First ଉଠିବା ଦରକାର ତାପରେ ବାକି କାମ ପରେ ଦେଖିବା । (ଲୋପାମୁଦ୍ରା ଅଳ୍ପ ବୁଝି ପାରିଲା, ଯେ ତା ପ୍ରତି ବିପଦ ଅଛି, ଏବଂ ପୁଣି ଶୁଣିବାକୁ ଲାଗିଲା) ରଞ୍ଜିତ ର ସାଙ୍ଗ: ଭାଇ ଫୋଟୋ ଯାକ ଅଳ୍ପ ଦେଖେଇବ ନା?? ରଞ୍ଜିତ: ଫୋଟୋ ତମକୁ କାହିଁକି ଦେଖେଇବି । ସେହି ଫୋଟୋ ତ ସିଧା ସାନୁ ପାଖକୁ ଯିବ । ସେ ଲୋପାମୁଦ୍ରା ବେଶୀ ଡେଉଁଛି ନା ବାହା ହେବି, ବାହା ହେବି ବୋଲି । ଯେତେବେଳେ ସେ ସାନୁ ଦେଖିବ ଲୋପାମୁଦ୍ରା ସହିତ ରଞ୍ଜିତ ର ଅନ୍ତରଙ୍ଗ ମୁହୂର୍ତ୍ତ ଫୋଟୋ ତାପରେ ସେ ନିଜେ କହିବ । ମୁଁ କଣ କରିବି ଏବଂ ବୁଲି ବୁଲି ସେ ଲୋପାମୁଦ୍ରା ମୋ ପାଖକୁ ଆସିବ । …………………………………………. Click Here ଭାଗ-୦୬ :ରେ ପଢ଼ିବେ….. (ତା ବାପା ମା ଙ୍କ ଏବଂ ଲୋପାମୁଦ୍ରା ର ଇଜ୍ଜତ୍ ଯୋଉ ପର୍ଯ୍ୟନ୍ତ ମାଟିରେ ମିସେଇନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବିନି ।) If you like this story so share to your friends. […]
[…] ମୋ ଲୋପାମୁଦ୍ରା…(2) ମୋ ଲୋପାମୁଦ୍ରା…(3) ମୋ ଲୋପାମୁଦ୍ରା…(4) ମୋ ଲୋପାମୁଦ୍ରା…(5) ମୋ ଲୋପାମୁଦ୍ରା…(6) […]