ଶ୍ରୁତି ର ଭାଗ୍ୟରେଖା…5

ଶ୍ରୁତି ର ଭାଗ୍ୟରେଖା...5
ଶ୍ରୁତି ର ଭାଗ୍ୟରେଖା…5

Page-4

ପରୀକ୍ଷା ସରିଲା ପରେ କିଛି ଦିନ ଏମିତି ଗାଁ ବୁଲାବୁଲି ରେ ମୋ ସମୟ ବିତିଗଲା । ତା ସହିତ ମୋ ପିଉସୀ ଝିଅ ମାନେ ଆମ ଗାଁ କୁ ଆସିଥିଲେ । ସେମାନଙ୍କ ସହିତ ଟାଇମ ପାସ୍ ଚାଲିଥିଲା । ମୋ ମୋବାଇଲ ମୋ ପାଖେ କେବେ ମଧ୍ୟ ରହୁ ନଥିଲା।

ପିଉସୀ ଝିଅ ମାନଙ୍କ ପାଖେ ହିଁ ରହୁଥିଲା । ବେଳେବେଳେ ଟିକି ଫୋନ୍ କରେ ବେଶୀ ସମୟ କଥା ହୋଇ ପାରୁ ନଥିଲି। ପ୍ରାୟ ୨୦ ଦିନ ପରେ ସେମାନେ ଫେରିଗଲେ । ତା ପରେ ମୁଁ ଫ୍ରି ହୋଇ ଟିକି କି ଫୋନ୍ କରିଲି ।

ଏହି ୨୦ ଦିନ ମଧ୍ୟରେ ଟିକି ଏବଂ ଆଶିଷ ର ପ୍ରେମ ଗାଡ଼ି ଆଗେଇ ସାରିଲାଣି । ଟିକି କେତେ ଥର ମୋତେ ଏହି ବିଷୟରେ କହିବା ପାଇଁ କଲ୍ କରିଥିବ କିନ୍ତୁ ପିଉସୀ ଝିଅ ମାନେ ଉଠେଇଲା ପରେ ସେ କହୁ ନଥାଏ । କଲେଜ୍ ଖୋଲୁଥିଲା କିନ୍ତୁ କ୍ଲାସ୍ ହେଉ ନଥାଏ। ଆମେ ପ୍ଲାନ୍ କରିଲୁ କ୍ଲାସ୍ କରିବା ନାହିଁ କେବଳ ବୁଲିବା ବାହାନାରେ ଯିବା। ଏବଂ ସେମିତି ହିଁ ହେଲା ।

ସମସ୍ତେ କଲେଜ୍ ରେ ପହଞ୍ଚିଲୁ। ସେତେବେଳେ ପର୍ଯ୍ୟନ୍ତ ମୋତେ ଟିକି କହି ନଥିଲା କି ମୋର ଏବଂ ଆଶିଷ ସହ ପ୍ରେମ ଗାଡି ଚାଲି ଲାଣି ବୋଲି।

କଲେଜ୍ କ୍ୟାମ୍ପସ ଭିତରେ ବସି ଚାରି ଜଣ ଯାକ କଥା ବାର୍ତ୍ତା ହେଉଥିଲୁ କିନ୍ତୁ ଆଶିଷ ଟିକି ସହ କଥା ହେଉ ନଥାଏ । ମୁଁ ନୋଟିସ୍ କରିଲି ପଚାରିଲି କଣ ତମ ଦୁଇ ଜଣ ଭିତରେ କିଛି ହୋଇଛି କି?? ସେ ଦୁଇ ଜଣ ଏକା ଥରକେ ମନା କରିଲେ ।

ତାପରେ ଜଗା କହିଲା ଆଶିଷ ଟିକି କୁ ଭଲ ପାଉଛି ଏବଂ ଏହି ଦୁଇ ଦିନ ହେଲା ସେମାନଙ୍କ ଅଳ୍ପ ଝଗଡା ହୋଇଛି।

ମୁଁ କହିଲି ପ୍ରେମ ଗାଡି ଆଗେଇ ଝଗଡା ରେ ପହଞ୍ଚି ଗଲାଣି କିନ୍ତୁ ମୋତେ ଜଣା ନାହିଁ । ଟିକି କହିଲା ,ତୁ ତ ତୋ ପିଉସୀ ଝିଅ ସହିତ ସମୟ ବିତେଇବାରେ ଲାଗିଥିଲୁ ଆମ ପାଇଁ ସମୟ କୋଉଠି ଥିଲା।

ମୁଁ କହିଲି ହଉ ହଉ ଛାଡ଼ ସେ କଥା କହ କଣ ହୋଇଛି। ସେମାନଙ୍କ ଭିତରେ ଏତିକି ରାଗ ଯେ , ଟିକି ମେସେଜ କରୁଛି ସେ ଠିକ୍ ସମୟରେ ରିପ୍ଲାଇ ଦେଉନି। ସେଥିପାଇଁ ସେ ରାଗ । ତା ରାଗ ପାଇଁ ଆମେ ଦୁଇ ଜଣ ସେ ଦୁଇ ଜଣ ଙ୍କୁ କଥା କରେଇ ଦେଲୁ।

ଏପଟେ ଜଗା କୁ ମୁଁ ପଚାରିଲି , କଣ ରେ କିଛି ଫୋନ୍ ନାହିଁ କି କଲ୍ ନାହିଁ । ଜଗା କହିଲା , ତୁ ତ କହୁଥିଲୁ ଫୋନ୍ କରିବୁ ବୋଲି ସେଥିପାଇଁ ମୁଁ ଅପେକ୍ଷା କରିଥିଲି ।

ମୁଁ କାହିଁକି ଫୋନ୍ କରିବି । ଜଗା କହିଲା ତୁ ଯଦି ଜାଣିଛୁ ତେବେ ପଚାରୁଚୁ କଣ ପାଇଁ । ମୁଁ ପଚାରିଲି କଣ କହିବାର ଅଛି କହ । ଜଗା କହିଲା ଯଦି ଜାଣିଛୁ ଏତେ ଭାଉ କାହିଁକି ଖାଉଛୁ ।

ମୁଁ କହିଲି ଶୁଣ, ତୋତେ ମୁଁ ସାଙ୍ଗ ଭଳି ଦେଖି ଆସିଛି । ସାଙ୍ଗରୁ ଲଭର ହେଲେ ବହୁତ୍ ପ୍ରୋବଲମ ହୁଏ । ସମ୍ପର୍କ ରହେନି ରେ । ଜଗା କହିଲା, ଏଥିରେ ମୋର ଭୁଲ କଣ?? ମୋତେ ତୁ ପସନ୍ଦ, ତୁ ଯଦି ମନା କରିବୁ ତେବେ ମୁଁ ତୋତେ ବାଧ୍ୟ କରିବି ନାହିଁ ।

ତୋତେ ସାଙ୍ଗ ଭଳି ଦେଖିବି (ଅଳ୍ପ ମନ ଦୁଃଖରେ) । ମୁଁ କହିଲି ଦେଖ ତୁ ମନ ଖରାପ୍ କରେନି । ସାଙ୍ଗ ହୋଇ ରହିଲେ ଭଲ । ଜଗା କିଛି ନ କହି ଉଠି ଯିବା କୁ ବାହାରିଲା । ମୁଁ କହିଲି ବସ, ଆଉ କିଛି ସମୟ କଥା ହେବା କିନ୍ତୁ ଜଗା କହିଲା ନା ଚାଲ୍ ଯିବା । ମୁଁ ତାକୁ ଟାଣି ଆଣି ବସେଇଲି ।

ଆରେ ବସ, କଣ ଛୋଟ ପିଲା ଭଳି ମନ ଦୁଃଖ କରୁଛୁ । ଦେଖ ଜଗା ତୁ ମୋତେ ଭଲ ପାଉଛୁ କିନ୍ତୁ ମୁଁ ତୋତେ ଭଲ ପାଇ ପାରିବି ନାହିଁ ।

କାରଣ ମୁଁ ଚାହେଁ ଯାହାକୁ ମୁଁ ଭଲ ପାଇବି ତାକୁ ବିବାହ କରିବି କିନ୍ତୁ ଆମ ଦୁହିଁଙ୍କ ଜାତି ପୁରା ପୁରି ଅଲଗା । ଆମ ଘରେ ତୋ ସହିତ ବିବାହ କରିବାକୁ ଅନୁମତି ଦେବେ ନାହିଁ ।

କାରଣ ଆମେ ବ୍ରାହ୍ମଣ ଏବଂ ମୋ ବାପା ଭାଇ କେବଳ ବ୍ରାହ୍ମଣ ପୁଅଙ୍କୁ ବିବାହ ଦେବେ । ତୋ ସହିତ ଭଲ ପାଇବି ଏବଂ ଅନ୍ୟ କାହାକୁ ବିବାହ କାହିଁକି କରିବି କହ ।

ଜଗା କହିଲା, ଜାତି କଥା କହିଲେ , ଠିକ୍ କିନ୍ତୁ ମୋର ହୃଦୟ ରେ ତୋ ପାଇଁ ଯୋଉ ସ୍ଥାନ ବନେଇଛି ତାହା କଣ ଅପୂର୍ଣ୍ଣ ହୋଇ ରହିଯିବ?? ମୁଁ କହିଲି ଦେଖ ସେ ହୃଦୟରେ ମୋତେ ସାଙ୍ଗ ରୂପରେ ଗ୍ରହଣ କର ।

ଜଗା କହିଲା , ଆଶିଷ ମଧ୍ୟ ଟିକି କୁ ଭଲ ପାଏ ସେମାନଙ୍କ ଜାତି ମଧ୍ୟ ଅଲଗା ନା?? ମୁଁ କହିଲି, ସେ କଥା ଠିକ୍ ଯେ, ମୁଁ ଚାହୁଁନି ମୋ ସହିତ ସେମିତି କିଛି ହେଉ, ସେଥିପାଇଁ ପୂର୍ବରୁ ସତର୍କ ନିହାତି ଦରକାର।

ଜଗା କହିଲା ହେଉ ଠିକ୍ ଅଛି, ଆଉ ତୋତେ ବାଧ୍ୟ କରିବି ନାହିଁ । ମୁଁ ଯାଉଛି କହି, ସେ ଉଠି ଚାଲିଲା । ତାପରେ ସମସ୍ତେ କଲେଜ୍ ରୁ ଫେରିଲୁ ।

ସଂଧ୍ୟା ବେଳେ ମମି ସହିତ କଥା ହେବା ସମୟରେ Whatsapp ରେ ଗୋଟିଏ ମେସେଜ ଆସିଲା ତାହା ପୁଣି “Sorry” ତାହା ଥିଲା ଜଗା ର ।

ମୁଁ ରୀପ୍ଲାଇ ଦେଇ ପଚାରିଲି Why?? ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା। ତାକୁ କଲ୍ କରିଲି ସେ ଫୋନ୍ ଉଠେଇଲା ନାହିଁ । ପ୍ରାୟ ୫ ଥର କଲ୍ କରିଲି କିନ୍ତୁ ସେ ଉଠେଇଲା ନାହିଁ

…………………………………………….

ଆଗକୁ ପଢ଼ିବେ: ମାତ୍ର ତୁ ଯେବେ ତାକୁ ଭଲ ପାଇବୁ ତା ଉପରେ ବିପଦ ମାଡ଼ି ଆସିବ । ତାର ବହୁତ୍ ଅନର୍ଥ ହେବ।

By. Nilamadhab Bhuyan

Comment please about the story.,

Thanking You.

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading