ଶ୍ରୁତି ର ଭାଗ୍ୟରେଖା…4

ଶ୍ରୁତି ର ଭାଗ୍ୟରେଖା...4
ଶ୍ରୁତି ର ଭାଗ୍ୟରେଖା…4

ସେ ଦୁଇ ଜଣ ଗେଟ୍ ପାଖରେ ଠିଆ ହୋଇଥିଲେ । ପାଖରେ ଆଉ ଜଣେ ବ୍ୟକ୍ତି ଠିଆ ହୋଇଥିଲେ । ସେ ହେଉଛନ୍ତି ସେହି ବାଇକ୍ ଚାଳକ ଯିଏ ମୋତେ ସେ ବେକାର ଟୋକା ମାନଙ୍କ କବଳରୁ ମୋତେ ସେଦିନ ରକ୍ଷା କରିଥିଲେ ।

ମୋତେ ଦେଖି ସେ ବାଇକ୍ ଚାଳକ ଭାଇ କହିଲେ ଏ ସେଇ ଝିଅ ଯାହାକୁ ମୁଁ ସେଦିନ ରାସ୍ତାରେ ଦେଖିଥିଲି ସେ ଦୁଇଟା ଟୋକା ବଦଳରେ ତମେ ମାଡ ଖାଇ ଦେଲ କି ? ମୁଁ ସେ ଭାଇ ଙ୍କୁ ନମସ୍କାର କରିଲି । ସେ ହେଉଛନ୍ତି ଜଗା ର ବଡ ବାପା ଙ୍କ ପୁଅ ସେ ଜଣେ LIC ଏଜେଣ୍ଟ ।

ଆମେ ଦୁହେଁ ଗେଟ୍ ସାଇଡ କୁ ଯାଇ ଜଗା ଏବଂ ଆଶିଷ କୁ ପଚାରିଲୁ କେମିତି ଅଛ?? ସେ ଦୁଇ ଜଣ ଖୁସିରେ ଜବାବ ଦେଲେ ଯେ ହଁ ଭଲ ଅଛୁ , ସେ ଦିନ ମାଡ ପରେ ଜ୍ଵର ଆସି ଯାଇଥିଲା । ଦେହ ଦୁର୍ବଳ ଥିଲା , କାଲି ଆଶିଷ ର ଦେହ ଠିକ୍ ନଥିଲା ଆଜି ଭଲ ଲାଗିଲା, ଆସିଲୁ ଏମିତି କିଛି କଥା ହେଲୁ ।

ସେ ଭାଇ ଆମକୁ କହିଲେ କଲେଜ୍ ରେ କିଛି ଅସୁବିଧା ହେବ ତେବେ ଏହି ଦୁଇ ଜଣ ଙ୍କୁ କହିବ । ଏ ଦୁଇ ଜଣ ମଧ୍ୟ ବହୁତ୍ ରାଗି , ସେଦିନ କେବଳ ତମ ନାମ ଶୁଣି ସେ ଚୁପ୍ ରହିଗଲେ ।

ତୁମ ଭାଇ ବୋଲି ତାଙ୍କ ଉପରକୁ ହାତ ନ ଉଠେଇ ବିନା ଦୋଷରେ ମାଡ ଖାଇ ଚାଲିଲେ। ମୋତେ ପୁଣି ଦୁଃଖ ହେଲା, ପୁଣି Sorry ମାଗିଲି, କହିଲି, ସବୁ ମୋର ଯୋଗୁ ହେଲା । ଜଗା କହିଲା, କିଛି ନାହିଁ ଛାଡ଼, ଚାଲ କ୍ଲାସ୍ କରିବା । ସେ ଭାଇ ଫେରିଗଲେ । କ୍ଲାସ୍ ରେ ସାର୍ ଆସି ନଥିଲେ ।

କ୍ଲାସ୍ ଭିତରେ ଟିକି ଏବଂ ମୁଁ ଏବଂ ସେ ଦୁଇ ଜଣ ବସି କଥା ହେଲୁ। ଜଗା ତମ ଭାଇ ମାନେ ଭାରି ଖରାପ୍ । ମୁଁ କହିଲି , ପ୍ରକୃତରେ ମୋ ଭାଇ ଯୋଗୁ ହୋଇଛି କିନ୍ତୁ ସେ ହେଉଛନ୍ତି ଟିକି ର ଭାଇ, ଜଗା କହିଲା ଟିକି ତ କିଛି କହୁ ନଥିଲା । ଟିକି କହିଲା ମୋ ଭାଇ ର ମୋର ପଡେନି ।

ସେ ଗୁଣ୍ଡା ମାନଙ୍କ ସହ ବୁଲିବା ଯୋଗୁ ମୁଁ ମଧ୍ୟ ରାଗି ତା ସହିତ କଥା ହୁଏନି । ମୁଁ ପଚାରିଲି ସେ କିଏ ଆସିଥିଲେ । ଜଗା କହିଲା ସେ ହେଉଛନ୍ତି ମୋ ବଡ଼ ମା ପୁଅ ଭାଇ ,LIC ଏଜେଣ୍ଟ ଅଛନ୍ତି । ସେ ଆମର ଗାର୍ଡିଆନ୍ ଯାହା କରିବାର ଅଛି ସବୁ ସେ ଆଇଡିଆ ଦିଅନ୍ତି ।

ସେ ଦିନ ମାଡ ଖାଇବା ପରେ ବହୁତ୍ ରାଗିଲେ । ତମ ଭାଇ ଙ୍କୁ ଯାଇ ମାଡ ମାରିବାକୁ ବାହାରିଥିଲେ କିନ୍ତୁ ମୁଁ ମନା କରି କହିଲି ଯେ ଭୁଲ ରେ ଏ ସବୁ ଘଟଣା ଘଟିଛି କିନ୍ତୁ ସେ କହିଲେ ସେ ଝିଅ ଙ୍କୁ ମୁଁ ଥରେ ଦେଖିବାକୁ ଚାହୁଁଛି ଯିଏ ତମକୁ ମାଡ ଖୁଆଇଛି । ସେଥିପାଇଁ ସେ ଆସିଥିଲେ । ତାପରେ ଏମିତି ବହୁତ୍ କଥା ହେଲୁ ।

ଦିନ ଗଡି ଚାଲିଲା । ଆମେ ଚାରିଜଣ ବହୁତ୍ ଭଲ ସାଙ୍ଗ ହୋଇଗଲୁ । କାହାର କିଛି ଅସୁବିଧା ହେଲେ ଜଣେ ଅନ୍ୟ ଜଣକୁ ସାହଯ୍ୟ କରି ଥାଉ। First Year ର ପରୀକ୍ଷା ଦିନ ଆସିଲା । ପରୀକ୍ଷା ୨୫ ଫେବୃଆରୀ ରୁ ଆରମ୍ଭ ହେବ ।

ତା ପୂର୍ବରୁ ଆସିଲା ଭାଲେନଟାଇନ ସପ୍ତାହ। ସବୁ ଲଭର୍ ମାନେ ସେ ସପ୍ତାହ କୁ ଅପେକ୍ଷା କରିଥାନ୍ତି କିନ୍ତୁ ଆମେ ତ ସାଙ୍ଗ ମାନେ ଆମେ ମଧ୍ୟ ସ୍ଥିର କଲୁ ଯେ ଏହି ସପ୍ତାହ ଆମେ ମଧ୍ୟ ପାଳନ କରିବା ଏହି କଥା କୁ ରଖି ମୁଁ କହିଲି କି , କିସ୍ ଡେ, ହଗ୍ ଡେ ଛାଡ଼ି ବାକି ସବୁ ପାଳନ କରିବା, ସମସ୍ତେ ରାଜି ଏବଂ ସେହି ଭଳି ହେଲା, କିନ୍ତୁ ଏହି ସପ୍ତାହ ରେ ଜଗା ଚାହୁଁଥିଲା ମୋତେ ପ୍ରପୋଜ କରିବ ଏବଂ ଟିକି ଚାହୁଁଥିଲା ଆଶିଷ କୁ ପ୍ରପୋଜ କରିବ। ସବୁ ଗଡବଡ୍ ହୋଇଗଲା ।

ଭାଲେନଟାଇନ ସପ୍ତାହ ସରିବା ପରେ ଜଗା ଏବଂ ଟିକି ର ଦେଖା ନାହିଁ । ମୁଁ ଟିକି କୁ ଫୋନ୍ କରି ପଚାରିଲି ସେ କହିଲା ମୋର ଦେହ ଭଲ ନାହିଁ ତୁ ଏକା କଲେଜ୍ ଯା, ସେମିତି ଜଗା କୁ ଫୋନ୍ କରି ପଚାରିଲି ସେ ମଧ୍ୟ ସେହି ଉତ୍ତର ମୋର ଦେହ ଭଲ ନାହିଁ ।

ଦିନେ ଗଲା ଦୁଇ ଦିନ ଗଲା, ପରୀକ୍ଷା ପାଖେଇ ଆସିଲାଣି କେହି କଲେଜ୍ ଆସୁନାହାନ୍ତି । ମୁଁ ଆଶିଷ କୁ କଲ୍ କରି କହିଲି ତୁ ଜଗା କୁ ପଚାର ଏବଂ ମୁଁ ଟିକି କୁ ପଚାରୁଛି । ମୁଁ ଟିକି ଘରକୁ ଗଲି।

ଟିକି ପାଖରେ କିଛି ସମୟ କଥା ହେବା ପରେ ଜଣା ପଡିଲା ଯେ ସେ ଆଶିଷ କୁ ଭଲ ପାଉଛି ଏବଂ ପ୍ରପୋଜ କରିବା ବାହାନାରେ ଏହି ସପ୍ତାହ କୁ ଅପେକ୍ଷା କରିଥିଲେ କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା ।

ଠିକ୍ ସେତିକିବେଳେ ଆଶିଷ ର ଫୋନ୍ ଆସିଲା ସେ କହିଲା, ଶ୍ରୁତି ଗୋଟିଏ କଥା କହିବି ରାଗିବୁନି ‘ ଯେ ଜଗା ତତେ ଭଲ ପାଉଛି ଏବଂ ଏହି ସପ୍ତାହ ସେ ଅପେକ୍ଷା କରିଥିଲା। ସବୁ ପ୍ଲାନ ଫେଲ ହୋଇଗଲା।

ମୁଁ ଆଶ୍ଚର୍ଯ୍ୟ, କଣ ଏ ସବୁ, ସାଙ୍ଗ ରୁ ସିଧା ଲଭର । ମୁଁ ମଧ୍ୟ ଜଗା କୁ ପସନ୍ଦ କରେ କିନ୍ତୁ ସାଙ୍ଗ ହିସାବରେ । ଯେତେବେଳେ ଏମିତି କଥା ଶୁଣିଲି ଜଗା ପ୍ରତି ମୋର ଖରାପ ଭାବନା ଜାତ ହେଲା କାହାକୁ କିଛି କହିଲିନି ଟିକି ଘରୁ ବାହାରି ଆସିଲି ।

ଟିକି ଘରୁ ମୁଁ ବାହାରି ଆସିଲି। ଚିନ୍ତାରେ ପେଡାଲ ମାରି ମାରି ଆଗକୁ ଯାଉଥିଲି । ହଠାତ୍ ମୋର ନଜର ପଡ଼ିଲା ରୋଡ ଉପରେ ଥିବା ଚା ଦୋକାନ ଉପରେ । ସେଠୀ ସେ ଦୁଇ ଜଣ ଟୋକା। ଯୋଉ ଦୁଇ ଜଣ ଯୋଗୁ ଆଶିଷ ଏବଂ ଜଗା ମାଡ ଖାଇଥିଲେ ।

ଏତେ ଦିନ ହେଲା ଖୋଜୁଥିଲି ଆଜି ମିଳିଗଲେ । ସଙ୍ଗେ ସଙ୍ଗେ ବିଭୁ ଭାଇ ଏବଂ ଜଗା ଆଶିଷ କୁ ଫୋନ୍ କରି କହିଲି । ବିଭୁ ଭାଇ ଆସିବା ପୂର୍ବରୁ ଜଗା ଆଉ ଆଶିଷ ପହଞ୍ଚି ଗଲେ ।

ମୁଁ ତାଙ୍କୁ ଦେଖେଇ ଦେଇ ଘରକୁ ଯିବାକୁ ବାହାରୁ ଥିଲି। ବିଭୁ ଭାଇ ଆସି ପହଁଚିଲେ । ବିଭୁ ଭାଇ ମୋତେ କହିଲେ ତୁ ଘରକୁ ଯାଆ ।

ମୁଁ ଚାଲିଲି ଘରକୁ । ଜଗା ଆଶିଷ ଏବଂ ବିଭୁ ଭାଇ ସେ ଦୁଇ ଜଣ ଙ୍କୁ ନେଇ ନିର୍ଧୁକ୍ ମାଡ ମାରିଲେ। ସେମାନେ ହେଉଛନ୍ତି ପଡିଶା ଗାଁ ଟୋକା ସେମାନେ ଏହି ଗାଁ କୁ ମୂଲିଆ କାମ କରିବାକୁ ଆସନ୍ତି ।

ଜଗା ଆଶିଷ ସବୁ ମାଡ ସୁଝେଇ ଦେଲେ । ଯେତିକି ସେମାନେ ଖାଇ ଥିଲେ ତା ଠୁ ବଳକା ଦେଇ ଆସିଲେ । ସଂଧ୍ୟା ବେଳେ ଆଶିଷ ଏବଂ ଜଗା କନଫରେନ୍ସ ରେ ମୋତେ ସବୁ କଥା କହି ବହୁତ୍ ଖୁସି ହେଲେ ।

ସେଇ କନଫରେନ୍ସ ରେ ମୁଁ ଜଗା କୁ ପଚାରିଲି କି ତୁ କିଛି ମୋତେ ଲୁଚେଇଛୁ । ସେ କଥା ଟି କହ । ଜଗା ଚୁପ୍ ହୋଇଗଲା ।

ଆଶିଷ କହିଲା ,କହ ବେ, କେତେ ଦିନ ଆଉ ଚୁପ୍ ରହିବୁ । ଜଗା କହିଲା ନା କିଛି ନାହିଁ । ପରେ କେତେବେଳେ କହିବି । ମୁଁ ପଚାରିଲି ପରେ କେତେବେଳେ ଆଉ ଅଳ୍ପ ଦିନ ପରେ ପରୀକ୍ଷା । ଜଗା କହିଲା ହଉ ପରୀକ୍ଷା ସରୁ କହିବି ।

ମୁଁ କହିଲି , ହଉ ମୁଁ ମଧ୍ୟ କିଛି କହିବି । ତାପରେ ସମସ୍ତେ ପରୀକ୍ଷା ପାଇଁ ପଢା ପଢ଼ି ରେ ଲାଗିପଡିଲେ ।

……………………………………………….

ଆଗକୁ ପଢ଼ିବେ: ଶୁଣ, ତୋତେ ମୁଁ ସାଙ୍ଗ ଭଳି ଦେଖି ଆସିଛି । ସାଙ୍ଗରୁ ଲଭର ହେଲେ ବହୁତ୍ ପ୍ରୋବଲମ ହୁଏ । ସମ୍ପର୍କ ରହେନି ରେ ।

Page-5

By. Nilamadhab Bhuyan

Comment please about the story.,

Thanking You.

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading