Mayank (A ? Love Story)..2

Bhuyans Blog, Mayank a questionarie love story
Mayank 2
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-2
ତାକୁ ଫଲୋ କରୁଥିବା ଦୁଇଟି ପୁଅ ଆମ ସହିତ କମ୍ପୁଟର ପଢନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦେଖିଲା ଯେ ରୋମି ମୋ ସହିତ ଭଲ କଥା ହୁଏ । ସେଥିପାଇଁ ସେ ମୋ ସାହାଯ୍ୟ ନେବାକୁ ଚେଷ୍ଟା କରିଲା ଏବଂ କହିଲା ମୟଙ୍କ ମୋର ଗୋଟିଏ ସାହାଯ୍ୟ କରିବୁ କି ?? ମୁଁ ପଚାରିଲି କୁହ? ସେ କହିଲା କି ମୁଁ ରୋମି କୁ ଭଲ ପାଏ କିନ୍ତୁ ତାକୁ ମୁଁ କହି ପାରୁନି । ତୁ ତାକୁ ଯାଇ କହିପାରିବୁ କି ଯେ ମୁଁ ତାକୁ ଭଲ ପାଏ ବୋଲି । ଏତିକି ଶୁଣି ମୁଁ ମନେ ମନେ ତା ଉପରେ ବହୁତ୍ ରାଗିଲି କିନ୍ତୁ ମୋତେ ଗୋଟିଏ ସୁବର୍ଣ୍ଣ ସୁଯୋଗ ଥିଲା ତା ସହିତ ପୁଣି ଥରେ କଥା ହେବା ପାଇଁ ।
କମ୍ପୁଟର କ୍ଲାସ୍ ର ବ୍ରେକ ହୋଇଥାଏ ମୁଁ ପହଞ୍ଚିଲି ରୋମି ପାଖରେ ଏବଂ କହିଲି ଯେ ସେ ପୁଅ ଟି ତମକୁ ଭଲ ପାଉଛି!! କିନ୍ତୁ ରୋମି ମୋତେ ରାଗରେ ଚାହିଁ ରହିଲା ମୁଁ ଭାବିଲି ମୋତେ ବୋଧେ ଚାପୁଡା ଟିଏ ମିଳିବ କିନ୍ତୁ ଠିକ୍ ପର ମିନିଟ୍ ରେ ସେ କହିଲା ” ମୁଁ ତାକୁ ଭଲ ପାଉନି ” ଏତିକି ଶୁଣି ମୋ ମନରେ ଖୁସୀ ର ଲହରୀ ଖେଳିଗଲା । ମୁଁ ସେ କଥା କୁ ବୁଲେଇ ପୁଣି ଆମ ବିଷୟରେ କଥା ହେବାକୁ ଲାଗିଲି । ତା ସହିତ କିଛି କଥା ହୋଇ ଫେରି ସେ ପୁଅ କୁ ତାର ଉତ୍ତର ଦେଲି । ସେ ପୁଅ ଟି ଅଳ୍ପ ଦୁଃଖୀ ହେଲା ଏବଂ ସେ ଦୁଃଖରେ ମୋତେ ଧନ୍ୟବାଦ୍ ଦେଇ ଚାଲିଗଲା ।
ଅନ୍ୟ ଜଣେ ପୁଅ ମଧ୍ୟ ମୋତେ ଦେଖି ରାଗ ହୁଏ କିନ୍ତୁ ସେ ମଧ୍ୟ କିଛି ଦିନ ପରେ ରୋମି କୁ ପିଛା କରିବା ବନ୍ଦ କରିଦେଲା । ମୋର ମନରେ ଡର ଥାଏ ଯେ ତାକୁ କେମିତି ମୋ ମନ କଥା କହିବି!! ସେ କାହାକୁ ଭଲ ପାଉନି ଶୁଣି ମୋର ରାସ୍ତା ସଫା ଥିଲା କିନ୍ତୁ କେମିତି ତାକୁ ମୁଁ ନିଜର କରିବି ସେ ଚିନ୍ତା ମୋତେ ଘାରୁ ଥାଏ।
କମ୍ପୁଟର କ୍ଲାସ୍ ରେ ନେଟ ଚଲେଇବା ଫ୍ରି ଥିଲା । ସମସ୍ତେ ବ୍ୟବହାର କରୁଥିଲେ କିନ୍ତୁ ନିଜ ନିଜ ରିସ୍କ ରେ। ମୁଁ ମଧ୍ୟ ଫେସବୁକ୍ ଚଳାଉ ଥାଏ। ତା ସାଙ୍ଗ ମାନଙ୍କୁ ପଚାରିଲି ଯେ ସେ ମୋବାଇଲ ବ୍ୟବହାର କରୁନି କି? ତା ସାଙ୍ଗ ମାନେ କହିଲେ ମୋବାଇଲ ତ ବ୍ୟବହାର କରୁନି କିନ୍ତୁ ତାର ବାପା ଙ୍କ ଫେସବୁକ୍ ଆଇଡି ରେ ସେ ଆମ ସହିତ ବେଳେ ବେଳେ ଚାଟିଂ କରେ। ମୋତେ ଅନ୍ୟ ଏକ ରାସ୍ତା ମିଳିଗଲା। ମୁଁ ମୋ ସାଙ୍ଗ ତରଫରୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠେଇଲି ସେ ଏସେପ୍ଟ କରିଲା ନାହିଁ କିନ୍ତୁ ମୁଁ ମୋ ଆଇଡି ରେ ପଠେଇଲା ପରେ ସେ ଆସେପ୍ଟ କରିଲା । ଆମର ମେସେଞ୍ଜର ରେ ଚାଟିଙ୍ଗ ଆରମ୍ଭ ହେଲା ତାହା କେବଳ ଗୁଡ଼ ମର୍ଣୀଙ୍ଗ କିମ୍ବା ଗୁଡ ନାଇଟ୍ ରେ ସୀମିତ ଥିଲା । ତା ଠାରୁ ଅଧିକ କିଛି ହେଉ ନ ଥାଏ । ଏମିତି କମ୍ପୁଟର କ୍ଲାସ୍ ରେ କଥା ବାର୍ତ୍ତା ଚାଲିଥାଏ । ଦିନେ ସେ ମୋତେ କିଛି ସାମାନ ଆଣିବା ପାଇଁ କହିଲା ଯେମିତି କ୍ଷୀର ପ୍ୟାକେଟ ତଥା ବ୍ୟାଟେରୀ ଆଣିବାକୁ କହିଲା । ମୁଁ ଆଣିବା ପରେ ମୋତେ ଧନ୍ୟବାଦ୍ ଜଣେଇଲା । ଏତିକି ଶୁଣି ମୋ ଖୁସି ପୁଣି ଦୁଇ ଗୁଣ ହୋଇଯାଉ ଥାଏ ।
ଦିନେ ବହୁତ୍ ସାହାସ କରି ମୁଁ ତା ସାଙ୍ଗ ଦ୍ଵାରା କହିଲି ଯେ ମୁଁ ତାକୁ ପସନ୍ଦ କରେ, ତମେ ତାକୁ କହିଦିଅ । ତା ସାଙ୍ଗ ତାକୁ ଯାଇ ଜଣାଇଲା କିନ୍ତୁ ସେ କିଛି ଉତ୍ତର ଦେଲା ନାହିଁ । ମୁଁ ଚିନ୍ତାରେ ପଡ଼ିଲି, ମୁଁ ଡରରେ ତାକୁ ପଚାରି ପାରୁ ନଥାଏ ।
କମ୍ପୁଟର କ୍ଲାସ୍ ରେ ସମସ୍ତେ ଆମ ବିଷୟରେ ଟୁପୂର୍ ଟାପୂର୍ କଥା ହେବା ଆରମ୍ଭ କରି ସାରିଥିଲେ। ମୁଁ ମଧ୍ୟ ତାହା ଚାହୁଁଥିଲି । ଦିନେ ଆମ କମ୍ପୁଟର ମିସ୍ ଆମକୁ ଆମ ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ପଚାରିଲେ । ମୁଁ ହଁ କହିଲି । ଯେ.. ହଁ ମୁଁ ତାକୁ ଭଲ ପାଏ । ମିସ୍ ଆମ କଥା ଶୁଣି ଖୁସି ହେଲେ କିନ୍ତୁ ଆମକୁ ସତର୍କ କରି କହିଲେ ଏମିତି କିଛି କାମ କରିବ ନାହିଁ ଯାହା ଫଳରେ ଆମ କମ୍ପୁଟର ସେଣ୍ଟର୍ ର ନାମ ବଦନାମ ହେବ। ମୁଁ ମଧ୍ୟ ମିସ୍ ଙ୍କୁ କଥା ଦେଲି ଯେ, ମିସ୍ ସେମିତି କିଛି ହେବ ନାହିଁ । ମିସ୍ କହିଲେ କ୍ଲାସ୍ ସମୟରେ ଯାହା କଥା ହେବାର ଅଛି କଥା ହୁଅ କିନ୍ତୁ କ୍ଲାସ୍ ପରେ ତମ ଦୁଇ ଜଣଙ୍କୁ ଏଠି ବସିବାକୁ ଦେବୀ ନାହିଁ କାରଣ ଅନ୍ୟ ଷ୍ଟୁଡେଣ୍ଟ୍ ମାନେ ଦେଖିବେ ସେମାନେ ମଧ୍ୟ ସେମିତି ବସି ରହିବେ। ମୁଁ ମିସ୍ ଙ୍କ କଥା ରେ ରାଜି ହେଲି ଏବଂ ଠିକ୍ ସେମିତି ହେଉଥିଲା । ଆମେ କେବଳ କ୍ଲାସ୍ ସମୟ ଛଡ଼ା କମ୍ପୁଟର କ୍ଲାସ୍ ରେ ବେସୀ ସମୟ ନ ରହି ବାହାରକୁ ଆସି ଯାଉଥିଲି କିନ୍ତୁ କମ୍ପୁଟର କ୍ଲାସ୍ ରେ ଯେତିକି ସମୟ ମିଳୁଥିଲା ଆମ ପ୍ରେମ ପାଇଁ ଯଥେଷ୍ଟ ସମୟ ଥିଲା ।
ତାପରେ ଆମେ ଏତେ କ୍ଲୋଜ ହୋଇଗଲୁ ଯେ ବାକି ସାଙ୍ଗ ମାନେ ଜାଣିଗଲେ ଯେ ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି । ଆମେ କ୍ଲାସ୍ କମ୍ ଦୁହେଁ ଦୁହିଁଙ୍କୁ ଦେଖା ଦେଖିରେ ସମୟ ବିତୁଥିଲା ।
କିଛି ଦିନ ପରେ ସରସ୍ଵତୀ ପୂଜା ଆସିଲା । ସେ ସରସ୍ଵତୀ ପୂଜା ପାଇଁ ସେ କେମିତି ଡ୍ରେସ ପିନ୍ଧି ଆସିବ ମୋତେ ପଚାରିଲା ଏବଂ ମୁଁ କହିବା ଅନୁସାରେ ସେ ମଧ୍ୟ ସେମିତି ଡ୍ରେସ ପିନ୍ଧି ଆସିଥିଲା। ସେଦିନ ସେ ରାଜକୁମାରୀ ଭଳି ଲାଗୁଥିଲା । ମୁଁ ବହୁତ୍ ଖୁସି ଥିଲି କାରଣ ମୋ ରୋମି ମୋ ପସନ୍ଦ ରେ ଡ୍ରେସ ପିନ୍ଧି ଆସିଛି ବୋଲି। ମୁଁ ପୁଣି କ୍ୟାମେରା ନେଇ ଆସିଥିଲି । ସମସ୍ତେ ଫୋଟୋ ଉଠେଇଲୁ।
ସେଦିନ ତୁ କହିଥିଲୁ ନା ?? ମୟଙ୍କ ଆଜି ତୋ ପାଇଁ ସୁବର୍ଣ୍ଣ ସୁଯୋଗ, ତୁ ରୋମି କୁ ପ୍ରୋପୋଜ୍ କରିଦେ। ଏତିକି ଶୁଣି ମୁଁ ମଧ୍ୟ ଖୁସି ହୋଇଗଲି। ତଳକୁ ଆସିଲି ଗୋଟିଏ ଗୋଲାପ ଫୁଲ ନେବା ପାଇଁ । ଗୋଲାପ ଫୁଲ କିଣି ଆଣିଲି କିନ୍ତୁ ଏ କଣ??? ତାର ବାପା ଆସି କମ୍ପୁଟର ସେଣ୍ଟର୍ ସାମ୍ନାରେ ହାଜର। ତାଙ୍କ ବାପା ସେତେବେଳେ ମୋତେ ଚିହ୍ନି ନଥିଲେ । ତାଙ୍କ ବାପା ମୋ ଦ୍ଵାରା କହିଲେ ଯେ ” ବାବୁ ରୋମୀ ଙ୍କୁ କହିଦେବ ତାଙ୍କ ବାପା ଆସିଛନ୍ତି ଏବଂ ଶୀଘ୍ର ତଳକୁ ଆସିବା ପାଇଁ କୁହ ସେ ଘରକୁ ଯିବେ” । ଏତିକି ଶୁଣି ମୁଁ କିଛି ସ୍ଵପ୍ନ ଭାବିଥିଲି ତାହା ଧିରେ ଧୀରେ ଭାଙ୍ଗିବା ଆରମ୍ଭ ହୋଇଗଲା। ମୁଁ ଉପରକୁ ଗଲି ମୋ ପିଠି ପଛ ପଟେ ଗୋଲାପ ଫୁଲ ଟିକୁ ଲୁଚେଇ ରଖିଥିଲି କିନ୍ତୁ ତାହା ଲୁଚି କି ହିଁ ରହିଗଲା । ନା ମୋର ସାହସ ହେଲା ନା ପ୍ରପୋଜ୍!! ସବୁ ପାଣି ଫାଟିଗଲା। ତାକୁ କେବଳ ତାଙ୍କ ବାପା କହିଥିବା କଥା ହିଁ କହିଲି । ସେ ମୋତେ ବାଏ କହି ଚାଲିଗଲା। ତୁ କହିଥିବା କଥା, କଥା ରେ ହିଁ ରହିଗଲା। ମନ ବହୁତ୍ ଦୁଃଖ ହୋଇଗଲା । ନିଜ ମନକୁ ବୁଝେଇ ଫେରି ଆସିଲି ଘରକୁ।
ବିସର୍ଜନ ଦିନ ଆସିଲା ସେଦିନ ମଧ୍ୟ ସେ ସେହି ଡ୍ରେସ ପିନ୍ଧି ଆସିଥିଲା ଏବଂ କମ୍ପୁଟର ରେ ଡାନ୍ସ ହେଉଥିଲା ମୁଁ ତାକୁ ଅନୁରୋଧ କରିଲି ଯେ ଡାନ୍ସ କରିବାକୁ କିନ୍ତୁ ସେ ମନା କରିଲା । ସେ କେବଳ ଡାନ୍ସ ଦେଖୁଥାଏ । ମୁଁ ମଧ୍ୟ ଚାହୁଁ ନଥିଲି ଯେ ସେ ଡାନ୍ସ କରୁ, କାରଣ ସେ ଡାନ୍ସ କରିଲେ ବାକି ସାଙ୍ଗ ମାନେ ତାର ଡାନ୍ସ ଦେଖିବେ। ସେ ବୋଧେ ମୋ ମନ କଥା ବୁଝି ପାରିଥିଲା।
ସରସ୍ଵତୀ ପୂଜା ର କିଛି ଦିନ ପରେ ମୋର ପରୀକ୍ଷା ଥିଲା । ସେ ମୋତେ ବେଷ୍ଟ ଅଫ ଲକ୍ କହି ମୋତେ ଗୋଟିଏ ପେନ୍ ଗିଫ୍ଟ କରିଥିଲା। ତାହା ଥିଲା ମୋର ଆଗାମୀ ଆସୁଥିବା ପରୀକ୍ଷା ପାଇଁ ଶୁଭେଚ୍ଛା ର ଉପହାର । ସତ କଥା ହେଲା ମୁଁ ସେ ପେନ୍ ଟିକୁ ବଡ ଯତ୍ନ ରେ ଆଜି ପର୍ଯ୍ୟନ୍ତ ରଖିଛି ତାର ପ୍ରଥମ ସନ୍ତକ ହିସାବରେ । ସେ ପରୀକ୍ଷାରେ ମୁଁ ଅନ୍ୟ ପେନ୍ ରେ ଲେଖିଲି କିନ୍ତୁ ତାର ଗିଫ୍ଟ ପେନ୍ ଟି ମୋ ପାଖରେ ରଖିଥିଲି ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

If the contents helpful so share to your friends, Thanking You.

Categories:

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading