ମୟଙ୍କ…( ଏକ ପ୍ରଶ୍ନବାଚୀ ପ୍ରେମ କାହାଣୀ ) ଭାଗ-3
ପ୍ରାୟ ଦୁଇ ମାସ ପରେ ତୁ ତ ଚାଲିଗଲୁ ଭୁବନେଶ୍ୱର, ମାତ୍ର କମ୍ପ୍ୟୁଟର ରେ ସମସ୍ତେ ବୁଲିବା ପାଇଁ ବାହାରିଲେ କିନ୍ତୁ ରୋମି ସେ ଟୁର୍ ରେ ସେ ଆସିଲା ନାହିଁ। ମୁଁ ତାକୁ କହିଥିଲି। ଯେ ତମେ ଯଦି ଆସିବ ନାହିଁ ତେବେ ମୁଁ ମଧ୍ୟ ଯିବି ନାହିଁ। ଶେଷ ସମୟ ପର୍ଯ୍ୟନ୍ତ ଆମେ ସମସ୍ତେ ତାକୁ ଅପେକ୍ଷା କରିଥିଲୁ କିନ୍ତୁ ସେ ଆସିଲା ନାହିଁ ସେ ଟୂର୍ ଟି ବେକାର ଗଲା । ସେ ଟୁର୍ ରେ ରୋମି କୁ ବହୁତ୍ ମିସ୍ କରିଲି । ସେ ଟୁର୍ ଯେଉଁ ଫୋଟୋ ଉଠେଇ ଆଣିଥିଲି ସେଗୁଡିକ ଦେଖି ସେ ବହୁତ୍ ଖୁସି ହେଲା ଏବଂ ମୋତେ ନାଇସ ବୋଲି ରିପ୍ଲାଇ ଦେଇଥିଲା ।
ଟୁର୍ ପରେ ସେ ଦୁଇ ଦିନ ପର୍ଯ୍ୟନ୍ତ କମ୍ପୁଟର ଆସି ନଥିଲା । ମୁଁ ତାକୁ ବହୁତ୍ ମିସ୍ କରୁଥିଲି । ତାକୁ ଦେଖିବା ପାଇଁ ତା ଗାଁ କୁ ଗଲି କିନ୍ତୁ ସେଠୀ ତାକୁ ଦେଖି ପାରିଲି ନାହିଁ । ଜାଣିବାକୁ ପାଇଲି ଯେ ତାର ଦେହ ଖରାପ ଥିଲା କିନ୍ତୁ ପରେ ସେ ଠିକ୍ ହୋଇଗଲା ।
ରାତିରେ ମୋ ସାଙ୍ଗର ମୋବାଇଲରେ ଚାଟିଂ ଆରମ୍ଭ ହେଲା । ଏମିତି ବିଳମ୍ବ ରାତି ପର୍ଯ୍ୟନ୍ତ ଚାଟିଂ ଚାଲେ। କିଛି ଦିନ ପରେ ୩୧ ଡିସେମ୍ବର ଆସିଲା । ମୁଁ ଆଗୁଆ ନୂଆବର୍ଷ ୱିଷ୍ କରିଲି ଏବଂ ସେ ଚାଟ୍ ରେ ମୁଁ ତାକୁ ପ୍ରପୋଜ୍ କରିଲି । ସେ ସଙ୍ଗେ ସଙ୍ଗେ ଅଫ ଲାଇନ୍ ହୋଇଗଲା କିନ୍ତୁ କିଛି ସମୟ ପରେ ପୁଣି ସେ ଚାଟ୍ କୁ ଆସିଲା । ସେ ରାଗରେ ମୋତେ ମେସେଜ କରିଲା ମୁଁ ତମକୁ ସେମିତି ନଜର ରେ ଦେଖୁ ନାହିଁ । ମୋତେ ଠିକ୍ ଲାଗିଲା ନାହିଁ । ସେ ରାଗିଗଲା ବୋଲି ମୁଁ ଅଳ୍ପ ଡରିଗଲି। ମୁଁ ବେଶୀ ସମୟ ଚାଟ୍ ନ କରି ରହିଗଲି।
ତାର ତିନି ଦିନ ପର୍ଯ୍ୟନ୍ତ ମୁଁ ଆଉ କମ୍ପୁଟର ଗଲି ନାହିଁ। ମନରେ କେବଳ ଡର ଥାଏ । କାଳେ ସେ କିଛି କହିବ ବୋଲି। ସେପଟେ ମୁଁ ନ ଆସିବା ଫଳରେ ସେ ମୋତେ ଖୋଜୁଥାଏ । ଯେବେ ଆସିଲି ସେ ମୋତେ ପଚାରିଲା ଯେ ଏତେ ଦିନ ହେଲା କାହିଁକି ଆସି ନଥିଲ?? ମୋ ପାଖରେ କିଛି ଉତ୍ତର ନଥିଲା । ତା ପର ଦିନ ରବିବାର ଥିଲା । ତାକୁ ବେଶୀ ମିସ୍ କରିଲି। ମୁଁ ଦିନ ୧୧ ଟା ପାଖାପାଖି ଚାଲିଲି ତା ଗାଁ ଆଡ଼କୁ । ଭାଗ୍ୟ ବଶତଃ ତା ସହିତ ଦେଖା ହୋଇଗଲା । ବହୁତ୍ ଖୁସି ହେଲି । ସେ ବାରଣ୍ଡା ରେ ଠିଆ ହୋଇଥାଏ । ଓଠରେ କେବଳ ମୁରୁକି ହସ ଟିଏ ଥିଲା। ସେ ହସକୁ ନେଇ ମୁଁ ଫେରି ଆସିଲି ନିଜ ଗାଁକୁ ।
ତା ପର ଦିନ କମ୍ପୁଟର ରେ ଦେଖା ହେଲା ମୁଁ ତାକୁ କହିଲି ମୋତେ ଘରକୁ କାହିଁକି ଡାକିଲ ନାହିଁ? ମୋତେ ବହୁତ୍ ଭୋକ ଲାଗୁଥିଲା । ସେ କହିଲା ସମୟ ଅଛି, ଅପେକ୍ଷା କର, ଘରକୁ ଡାକିବି ମଧ୍ୟ ଏବଂ ନିଜ ହାତରେ ଖୁଆଇ ଦେବୀ ମଧ୍ୟ, ଚିନ୍ତା କର ନାହିଁ । ଏତିକି ଶୁଣି ମୋ ଖୁସି ଦ୍ଵି ଗୁଣ ହୋଇଗଲା ।

ଦିନ ବିତି ଚାଲିଲା ପ୍ରତିଦିନ କଥା ବାର୍ତ୍ତା ଚାଲିଥାଏ। କିନ୍ତୁ ମୁଁ ବୁଝି ପାରୁ ନଥାଏ ସେ ପ୍ରକୃତରେ ମୋତେ ଭଲ ପାଉଛି ନା କେବଳ ସାଙ୍ଗ ହିସାବ ରେ ରହିବାକୁ ଚାହୁଁଛି । ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ନୂଆ ବର୍ଷର ଗୋଟିଏ ମାସ ପରେ ମୁଁ ମେସେଞ୍ଜର ମାଧ୍ୟମରେ ପୁଣି ପ୍ରପୋଜ କରିଲି । ସେଦିନ ମୁଁ ତାକୁ ବାଧ୍ୟ କରି କହିଲି ଯେ ମୋ ପ୍ରଶ୍ନ ର ଉତ୍ତର ଦିଅ ଏବଂ ସେଦିନ ରାତିରେ ସେ ହଁ କରିଲା କିନ୍ତୁ ଲଭ ୟୁ ବୋଲି ରୀପ୍ଲାଇ ଦେଲା ନାହିଁ ।
ତାପରେ ଆମର କଥା ବାର୍ତ୍ତା ଏବଂ ମିଳାମିଶା ଅତି ନିବିଡ ହେବାକୁ ଲାଗିଲା। ବେଳେବେଳେ କଲେଜ୍ ବାହାନା ରେ ବୁଲିବାକୁ ଯାଇଥାଉ ତ କେତେବେଳେ ଟିଉସନ୍ ବାହାନାରେ ମନ୍ଦିର ରେ ଥାଉ । କେତେବେଳେ ମିଠା ଦୋକାନରେ ତ କେତେବେଳେ ବସ ଷ୍ଟାଣ୍ଡ ରେ ଆମର ଦେଖା ହୁଏ ବାକି ଯୋଉ ଦିନ ସମୟ ମିଳେ ନାହିଁ ସେଦିନ କଲେଜ୍ ରେ ଦେଖା ହୁଏ ।
ମୋତେ ବେଳେବେଳେ ଅନୁଭବ ହୁଏ ଯେ ସେ ମୋତେ କିଛି କିଛି କଥା ଲୁଚାଉ ଥାଏ । ମାତ୍ର ତାର ସେ କଥା କୁ ମୁଁ ଅଣଦେଖା କରିଦିଏ । ମୁଁ ଭାବେ ଯେ ସେ କେବଳ ମୋତେ ହିଁ ଭଲ ପାଏ ତେବେ ତା ଉପରେ ସନ୍ଦେହ କରିବା ଅନୁଚିତ୍ ।
କିଛି ମାସ ପରେ ଆଉ ଜଣେ ଭିଲେନ୍ ଆମ ଲାଇଫ ରେ ପ୍ରବେଶ କରିଲା । ସୁମିତ୍ ବୋଲି ଗୋଟିଏ ପିଲା ସେ କେବଳ ରୋମି ଙ୍କୁ ଭଲ ପାଇବା ଆଶା ରେ ତାର ଜବ୍ ରୁ ଗୋଟିଏ ମାସ ଛୁଟି ନେଇ ଆସିଥିଲା । ସେ ବହୁତ୍ ଚେଷ୍ଟା କରିଥିଲା କିନ୍ତୁ ସେ ସଫଳ ହୋଇ ପାରିଲା ନାହିଁ । ସୁମିତ୍ ରୋମି ସହିତ ଉପରେ ପଡ଼ି କଥା ହୁଏ। ରୋମି ମଧ୍ୟ କଥା ହୁଏ ମାତ୍ର ମୁଁ ରୋମି କୁ ବାରଣ କରିବା ପରେ ସେ କଥା ହେଲା ନାହିଁ । ସୁମିତ୍ ମୋ ଉପରେ ମଧ୍ୟ ରାଗୁ ଥାଏ ମାତ୍ର ମୁଁ ଚୁପ୍ ଥିଲି କାରଣ ରୋମି ମୋତେ ଭଲ ପାଉଥିଲା। ଶେଷରେ ତାର ଛୁଟି ସରିଲା ସେ ପୁଣି ଫେରିଗଲା। ରୋମି ର ଅଭ୍ୟାସ ମୁଁ ଭାଙ୍ଗି ପାରିଲି ନାହିଁ ସେ ହେଉଛି ଏକ ନମ୍ବର୍ ଫୁଲେଇ ଏବଂ କଥା ହେବା ପାଇଁ ସେ ବହୁତ୍ ପସନ୍ଦ କରେ । ମାତ୍ର ଏଗୁଡ଼ିକ ମୋତେ ପସନ୍ଦ ନଥିଲା । ମୁଁ ବହୁତ୍ ଥର ରୋମି କୁ ବୁଝେଇଛି ଯେ ଏମିତି ସବୁ ପୁଅ ସହିତ କଥା ହୁଅ ନାହିଁ, ମୋତେ କଷ୍ଟ ହେଉଛି। ସେ ହଁ କରେ ମାତ୍ର ପର ମୁହୂର୍ତ୍ତରେ ପୁଣି କଥା ହେବାକୁ ଲାଗିଯାଏ ।
ବେଳେବେଳେ ମୁଁ ରାଗି ଯାଇ ତାକୁ ଗାଳି ଦେଇ ଦିଏ କିନ୍ତୁ ପରେ କେବଳ ମୋତେ ହିଁ କଷ୍ଟ ହୁଏ। ତାର ଏମିତି ବ୍ୟବହାର ଯୋଗୁ ମୁଁ ବହୁତ୍ ଥର ବାଲକନୀ ରେ ଆସି କାନ୍ଦିଛି କିନ୍ତୁ ସେ ମୋତେ ବୁଝେଇ କହେ ଆଉ ହେବନି ଏଇଟା ଶେଷ ଥର ବୋଲି ମୋତେ କ୍ଷମା କରିଦିଅ ବୋଲି କହେ । ମୋର ଏମିତି ବାରଣ ପରେ ସେ ଧିରେ ଧିରେ ବଦଳିବାକୁ ଲାଗିଲା। ମାନେ ସେ ଭୁଲ ବାରମ୍ବାର କରେ କିନ୍ତୁ ମୋତେ ସେ କଥା ନ କହି ଲୁଚେଇ ରଖେ। ପଚାରିଲେ ଅନ୍ୟ କିଛି ବାହାନା ଦେଖାଇ କଥା ବୁଲେଇ ଦିଏ । ତାର ଏମିତି ବ୍ୟବହାର ଦେଖି ମୁଁ ଦିନେ ତାକୁ କହିଲି ଚାଲ ଆମେ ମେରେଜ୍ କରି ଦେବା। ସେ କହିଲା ନା.. ନା.. ବର୍ତ୍ତମାନ ଆମର ଭବିଷ୍ୟତ ଦେଖିବାକୁ ପଡ଼ିବ ତା ପରେ ମେରେଜ କଥା ଚିନ୍ତା କରିବା।
ତାର ସାଙ୍ଗ ମାନେ ମଧ୍ୟ ତାର ବ୍ୟବହାର ଦେଖିଥାନ୍ତି । ଦିନେ ତା ସାଙ୍ଗ ତାକୁ କହିଲା ତୁ ମୟଙ୍କ କୁ କାହିଁକି ଏମିତି ଅଣଦେଖା କରୁଛୁ। ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା । ସେତେ ଦିନ ପର୍ଯ୍ୟନ୍ତ ମୁଁ ମୋର ମୋବାଇଲ୍ ନମ୍ୱର୍ ଦେଇ ନଥିଲି । ତାପରେ ତାକୁ ମୋର ମୋବାଇଲ ନମ୍ବର୍ ଦେଲି । ମୁଁ କହିଲି ମୋ ମୋବାଇଲ୍ ରେ କଥା ହେବା । ଆଉ ଚାର୍ଟିଂ ରେ ଟାଇପ କରିବାକୁ ପସନ୍ଦ ଲାଗୁନି କିନ୍ତୁ ତା ପାଖରେ ମୋବାଇଲ ନଥିବା ଯୋଗୁ ସେ ଅଳ୍ପ ପଛ ଘୁଂଚା ଦେଉଥିଲା କିନ୍ତୁ ସେ ମୋ ମୋବାଇଲ୍ ନମ୍ୱର୍ ନେଲା । ସେ କେତେବେଳେ ବାପା ର ନମ୍ୱର୍ ରୁ ତ କେତେବେଳେ ଆଉ କାହାର ନମ୍ୱର୍ ରୁ କଲ୍ କରୁଥାଏ ।
ମୁଁ ପୂର୍ବରୁ କହିଥିଲି ଯେ ତମେ ଆଉ କୋଉ ପୁଅ ସହିତ କଥା ହୁଅ ନାହିଁ କିନ୍ତୁ ସେ ମୋ କଥା କୁ ଖାତିର ନ କରି ମୋ ଅନୁପସ୍ଥିତି ରେ ସେ ଅନ୍ୟ ପୁଅ ସହିତ କଥା ହେଉଥାଏ । ଯେଉଁଦିନ ଛୁଟି ପଡେ ସେଦିନ ମୁଁ ତାଙ୍କ ଗାଁ କୁ ବୁଲିବାକୁ ଯାଏ । ଦିନେ ତାଙ୍କ ଗାଁ ରେ ପହଞ୍ଚି ଦେଖିଲି ଯେ ସେ ବାରଣ୍ଡା ରେ ବସି ଥିଲା ଏବଂ ମୋତେ ଦେଖି ସେ ଖୁସି ହୋଇ ସେ ଘର ଭିତରକୁ ଚାଲିଗଲା ।

ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

4 Responses
[…] ତୃତୀୟ ଅଧ୍ୟାୟ ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-4 ତାପର ଦିନ ମୁଁ କମ୍ପୁଟର ରେ କହିଲି କି ତମେ ବାରଣ୍ଡା ରେ ସବୁବେଳେ ବସ ନାହିଁ । ସେ ମୋ କଥା କୁ ହଁ କରି ଦେଉଥାଏ କିନ୍ତୁ ସେ ବାରଣ୍ଡା ରେ ହିଁ ବସୁଥାଏ । ମୁଁ ମୋ ସାଙ୍ଗ ଦ୍ଵାରା ସବୁ ଖବର ପାଉଥିଲି । ସେ ମୋ କଥା କୁ ଧ୍ୟାନ ଦିଏ ନାହିଁ କିନ୍ତୁ ମୁଁ ତା କଥା କୁ କେବେ ଅବିଶ୍ବାସ କରେ ନାହିଁ । ତାକୁ ଏତେ ଭଲ ପାଉଥିଲି ଯେ ସେ ଯାହା କହୁଥିଲା । ମୁଁ ତାକୁ ଅନ୍ଧ ଭଳି ବିଶ୍ୱାସ କରୁଥିଲି। ସେ ମୋ ବିଶ୍ୱାସ ରେ ବେଳେ ବେଳେ ମିଛ କହି ଚାଲିଥାଏ । ସେ ମିଛ କହେ ବୋଲି ମୁଁ ଜାଣେ କିନ୍ତୁ ଜାଣିଶୁଣି ଅଣଦେଖା କରେ । […]
[…] ଚତୁର୍ଥ ଅଧ୍ୟାୟ ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-5 ସେଠୀ ମଧ୍ୟ ସେ ମିଛ ଉପରେ ମିଛ କହି ଚାଲିଥାଏ ମୁଁ ବେଳେବେଳେ ତାର ସାଙ୍ଗ ମାନଙ୍କ ସହିତ କଥା ହୋଇ ତାର ହାଲଚାଲ ବୁଝି ନେଇଥାଏ । ସେ କଣ କରେ, କୁଆଡେ ଯାଏ ସବୁ ଖବର ମୋ ପାଖରେ ପହଞ୍ଚି ଯାଏ। ମୁଁ ଯେବେ କିଛି ପ୍ରଶ୍ନ କରେ ସେ କେବେ ସତ କହେ ନାହିଁ । ମୁଁ ଜାଣିଶୁଣି ଚୁପ୍ ରହେ । ତାର ସେ ମିଛ ମୋତେ ପ୍ରତ୍ୟେକ ଥର କଷ୍ଟ ଉପରେ କଷ୍ଟ ଦେଇ ଚାଲିଥାଏ । ବେଳେବେଳେ ନିଜ ଦୁଃଖ କୁ ଶ୍ୱାନ୍ତନା ଦେବା ପାଇଁ ମନ ଭରି କାନ୍ଦି ପକାଏ କିନ୍ତୁ ମୋ ଦୁଃଖ ର ଅଳ୍ପ ଛାଇ ଟିକେ ମଧ୍ୟ ତାକୁ ଆଭାସ ହେବାକୁ ଦିଏ ନାହିଁ । ସେ ବେଳେବେଳେ ଅନୁଭବ କରେ ଯେ ମୁଁ ଦୁଃଖୀ ହୁଏ କିନ୍ତୁ ସେ ମୋ ଦୁଃଖରେ କେବେ ଦୁଃଖୀ ହୋଇ ନାହିଁ । ମୁଁ ଏହା ଭାବିଥିଲି ଯେ କେତେ କଣ ଝଡ ବତାସ ଆସୁ ରୋମି କେବଳ ମୋର ହେବ ସେଥି ପାଇଁ ମୁଁ ବେଶୀ ଦୁଃଖ ନ କରି ତାର ମିଛ କଥା କୁ ଭୁଲିଯାଏ । ସେଠୁ ସେ କିଛି ଦିନ ପରେ ନିଜ ଘରକୁ ଫେରି ଆସିଲା । କାରଣ ତାର ପରୀକ୍ଷା ପାଖେଇ ଆସିଥିଲା। ତାର ପରୀକ୍ଷା ସରିଲା ପରେ ଆମ ସଂପର୍କ ପୁଣି ଆଗ ଭଳି ଚାଲିଲା । ଦେଖୁ ଦେଖୁ ୮ ମାସ ଗଡି ଗଲା ଜଣା ପଡ଼ିଲା ନାହିଁ। […]
[…] ତୃତୀୟ ଅଧ୍ୟାୟ ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-4 ତାପର ଦିନ ମୁଁ କମ୍ପୁଟର ରେ କହିଲି କି ତମେ ବାରଣ୍ଡା ରେ ସବୁବେଳେ ବସ ନାହିଁ । ସେ ମୋ କଥା କୁ ହଁ କରି ଦେଉଥାଏ କିନ୍ତୁ ସେ ବାରଣ୍ଡା ରେ ହିଁ ବସୁଥାଏ । ମୁଁ ମୋ ସାଙ୍ଗ ଦ୍ଵାରା ସବୁ ଖବର ପାଉଥିଲି । ସେ ମୋ କଥା କୁ ଧ୍ୟାନ ଦିଏ ନାହିଁ କିନ୍ତୁ ମୁଁ ତା କଥା କୁ କେବେ ଅବିଶ୍ବାସ କରେ ନାହିଁ । ତାକୁ ଏତେ ଭଲ ପାଉଥିଲି ଯେ ସେ ଯାହା କହୁଥିଲା । ମୁଁ ତାକୁ ଅନ୍ଧ ଭଳି ବିଶ୍ୱାସ କରୁଥିଲି। ସେ ମୋ ବିଶ୍ୱାସ ରେ ବେଳେ ବେଳେ ମିଛ କହି ଚାଲିଥାଏ । ସେ ମିଛ କହେ ବୋଲି ମୁଁ ଜାଣେ କିନ୍ତୁ ଜାଣିଶୁଣି ଅଣଦେଖା କରେ । ଦିନେ କମ୍ପୁଟର ରୁ ଫେରିଲା ବେଳେ ତାର ସାଇକେଲ ଖରାପ ହୋଇଗଲା । ଏହା ଦେଖି ମୋ ସାଙ୍ଗ ମାନେ ମୋତେ କହିଲେ । ଯା ରୋମି କୁ ତାଙ୍କ ଗାଁ ରେ ଛାଡି ଦେଇ ଆସିବୁ କିନ୍ତୁ ସେ ମନା କରିବା ପରେ ଫେରି ଆସିଲି । କେତେବେଳେ ଝଗଡା ତ କେତେବେଳେ ପ୍ରେମ । ଯେତେବେଳେ ଯେଉଁଠି ଇଚ୍ଛା ହୁଏ ଦେଖା ହୁଏ । କଲେଜ୍, କମ୍ପୁଟର ସବୁଠି କେବଳ ଆମର ଚର୍ଚ୍ଚା ଚାଲିଥାଏ । କେତେ ଲୋକ ଜଳନ୍ତି ତ ଆଉ କେତେ ଲୋକ ଆମ ସପକ୍ଷରେ ରୁହନ୍ତି କିନ୍ତୁ ଆମେ ଆମ ପ୍ରେମ ଗାଡି ଆଗେଇ ନେଇ ଚାଲିଥିଲୁ । ରାକ୍ଷୀ ପୂର୍ଣ୍ଣିମା ଆସିଲା । ଗୋଟିଏ ଦିନ ପୂର୍ବରୁ ନୂଆ ନମ୍ୱର୍ ରୁ ତାଙ୍କ ଘରକୁ କଲ୍ ଯାଇଥିଲା କିନ୍ତୁ ସେ ନମ୍ୱର୍ ମୋର ନଥିଲା । ତାଙ୍କ ଘରେ ମୋ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରି ସାରିଲେଣି । ଯେମିତି କି ତା ଭାଇ ଏବଂ ତାଙ୍କ ବାପା ମୋ ବିଷୟରେ ଖବର ପାଇଥିଲେ ଯେ ମୁଁ ରୋମି କୁ ଭଲ ପାଉଛି ବୋଲି । ଏହି ଅଜଣା ନମ୍ୱର୍ ର କଲ୍ ମୋ ପାଇଁ ଭାରି ପଡ଼ିଲା । ସେ ନମ୍ୱର୍ ରୁ କଲ୍ ଯାଇ ମୋ ବିରୁଦ୍ଧରେ ବହୁତ୍ କିଛି ଖରାପ କୁହା ଯାଇଥିଲା। ତାଙ୍କ ବାପା ମା ଙ୍କୁ ସେ ଅଜଣା ନମ୍ୱର୍ ଗାଳି ଦେବା ସହିତ କିଛି କଥା କୁହାଯାଇଛି ଯାହା ଫଳରେ ନାମ ମୋର ନେଇ ଆମ ସଂପର୍କ କୁ ବିଚ୍ଛେଦ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚା ଯାଇଥିଲା କିନ୍ତୁ ରୋମି ଏଥିରେ ମୋ ସପକ୍ଷରେ ଥାଏ। ଦୁଇ ଦିନ ପରେ ସେ ଆସି କହିଲା ଯେ ତୁମ ନାମ ନେଇ ଜଣେ କଲ କରି ବାପା ଙ୍କୁ କିଛି ଏଣୁ ତେଣୁ କହିଛି କିନ୍ତୁ ସେଠୀ ମୁଁ ସେମାନଙ୍କୁ ବୁଝେଇ ଦେଇଛି ଯେ ସେ ତମେ ନୁହଁ ବୋଲି। ସେ ଘଟଣା ପରେ ମୁଁ ମୋର ସିମ୍ କୁ ବଦଳେଇ ଦେଲି ଏବଂ ନୂଆ ନମ୍ୱର୍ ଟିଏ ଆଣିଲି । କାରଣ ଯୋଉ ନମ୍ୱର୍ ରୁ କଲ୍ ଯାଇଥିଲା ସେ ନମ୍ୱର୍ ଏବଂ ମୋ ନମ୍ୱର୍ ର କିଛି ଅଙ୍କ ସମାନ ଥିଲା । ତା ପର ଦିନ କଥା ହେବା ସମୟରେ ମୁଁ ତାକୁ କହିଲି ଯେ ମୁଁ ଗୋଟିଏ ମୋବାଇଲ ଦେବୀ ଏବଂ ସେ ମୋବାଇଲ ରେ ଆମେ ଦୁହେଁ କଥା ବାର୍ତ୍ତା ହେବା କିନ୍ତୁ ସେ କହିଲା ଘରେ ଯଦି ଜାଣିବେ ଯେ ମୋବାଇଲ କୋଉଠୁ ଆଣିଛୁ ତେବେ ସେମାନେ ମୋ ଜୀବନ ନେଇଯିବେ । ତାପରେ ମୁଁ ତାକୁ ପଚାରିଲି ଯେ ତୁମ ଭାଇ ରାକ୍ଷୀ ଗିଫ୍ଟ ରେ ତମକୁ କଣ ଦେଲେ ?? ସେ କହିଲା ଏମିତି କିଛି ଟଙ୍କା ଦେଇ ଦେଲେ । ତେବେ ମୋ ଆଇଡିଆ ଶୁଣ ? ଯେ ତମେ ଭାଇଙ୍କୁ ଗୋଟିଏ ମୋବାଇଲ୍ ଗିଫ୍ଟ ମାଗ?? ସେ ରାଜି ହୋଇଗଲା ଏବଂ ସେ ସେମିତି ଯାଇ କହିଲା ପରେ କିଛି ଦିନ ପରେ ତା ଭାଇ ତାକୁ ଗୋଟିଏ ମୋବାଇଲ ଗିଫ୍ଟ ଦେଲେ। ଦିନେ ଏମିତି କମ୍ପୁଟର ରେ ବସିଥିଲି ମୁଁ କହିଲି ମୋର ଗୋଟିଏ ଇଚ୍ଛା ଅଛି ? ସେ ପଚାରିଲା କଣ କୁହ? ମୁଁ କହିଲି ଆମ ଦୁଇ ଜଣ ଗୋଟିଏ ସେଲଫି ଉଠେଇବା କି? ସେ ହଁ କରିଲା ଏବଂ ସେ ଦିନ ଠାରୁ ଆମର ସେଲ୍ଫି ଉଠା ଚାଲିଲା । ବେଳେବେଳେ ମୁଁ ଫେସବୁକ୍ ମେସେଞ୍ଜର ରେ ଫୋଟୋ ମାଗେ ସେ କେବେ ମନା କରେନି ସବୁବେଳେ ଫୋଟୋ ସେଣ୍ଟ କରେ । କିଛି ଦିନ ପରେ ତାର ଜନ୍ମ ଦିନ ଆସିଲା । ତା ପାଇଁ ମୁଁ କେକ ଆଉ ଗିଫ୍ଟ ଆଣିଥିଲି। ଗିଫ୍ଟ ରେ ଗୋଟିଏ ସୁନ୍ଦର୍ ଷ୍ଟଲ୍ ଆଉ ଚକୋଲେଟ୍ ନେଇ ଆସିଥିଲି । କିଛି ଦିନ ପରେ ମୋର ଜନ୍ମ ଦିନ ଆସିଲା। ସେ ମୋତେ ସରପ୍ରାଇଜ ଦେଇ ମୋତେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲା ଏବଂ ସେତେ ଦିନ ପର୍ଯନ୍ତ ମୋ ଭଲ ପାଇବା ର ପ୍ରଥମ ଛୁଆଁ ଭାବେ ମୋତେ ଗୋଟିଏ ସୁନ୍ଦର କିସ୍ ମିଳିଥିଲା । ଗିଫ୍ଟ ଭାବରେ ମୋତେ ପର୍ସ ଟିଏ ସେ ଦେଇଥିଲା । ଗଣେଶ ପୂଜା ସମୟ ଆସିଲା ସେ ପୁଣି ମୋତେ କୋଉ ଡ୍ରେସ ପିନ୍ଧିବି ପଚାରିଲା ପରେ, ମୋ ପସନ୍ଦ ଅନୁସାରେ ସେ ପିନ୍ଧି ଆସିଥିଲା କିନ୍ତୁ ମୁଁ ଜାଣିବାକୁ ପାଇଲି ସେ ମୋ ଅନୁପସ୍ଥିତି ରେ ଅନ୍ୟ ପୁଅ ସହିତ ପୁଣି ହସି ହସି କଥା ହେଉଥାଏ । ଏକଥା ମୋ ସାଙ୍ଗ ମାନେ ମୋତେ ଆସି କହିଲେ । ଏହା ଶୁଣି ମୋ ମୁଣ୍ଡ ଖରାପ। ରାଗରେ କମ୍ପୁଟର କ୍ଲାସ୍ ଭିତରକୁ ଗଲି ନାହିଁ । ମୋ ନ ଆସିବା ଦେଖି ସେ ମୋତେ କଲ୍ କରି କମ୍ପୁଟର କ୍ଲାସ୍ ଭିତରକୁ ଡାକିଲା ଏବଂ ଭୁଲ ମାଗି କହିଲା ଆଉ ସେମିତି ହେବନି । ମୋତେ କ୍ଷମା କରି ଦିଅ । ମୁଁ ଯେମିତି କ୍ଷମା ଦେବା ର ଗୋଟିଏ ଯନ୍ତ୍ର ହୋଇ ଯାଇଥିଲି। ସେ ପ୍ରତ୍ୟେକ ଥର ଏମିତି ଭୁଲ କରେ ଏବଂ ମୁଁ ତାକୁ ଏତେ ଭଲ ପାଇବା ରେ ଅନ୍ଧ ହୋଇ ଯାଇଥିଲି ଯେ ତାର ପ୍ରତ୍ୟେକ ଭୁଲ ଜାଣିବା ପରେ ମଧ୍ୟ ମୁଁ ତାକୁ କ୍ଷମା ଦେଉଥିଲି । ସେଦିନ ସେ କ୍ଷମା ପରେ ତା ପର ଦିନ ମୋତେ ତା ଗାଁ ରେ ହେଉଥିବା ଗଣେଶ ପୂଜା ଦେଖିବାକୁ ଡାକିଲା । ବାହାନା ଥିଲା କେବଳ ମୋତେ ଦେଖିବା ପାଇଁ ଏବଂ ମୁଁ ମଧ୍ୟ ଚାହୁଁଥିଲି। ମୁଁ ବାହାରିଲି ତା ଗାଁ ବୁଲିବାକୁ । ମୋ ସାଙ୍ଗ ସହିତ ତା ଗାଁ ରେ ପହଞ୍ଚିଲି। ଗଣେଶ ପୂଜା ଦେଖିବା ପରେ ତାକୁ ତା ଘର ବାରଣ୍ଡା ରେ ଦେଖିଲି। ସେ ପିନ୍ଧିଥିବା ଡ୍ରେସ୍ ବିଷୟରେ ମୋତେ ପଚାରିଲା “କେମିତି ହୋଇଛି” ମୋତେ ସେ ଡ୍ରେସ ଭଲ ଲାଗୁ ନଥାଏ ତଥାପି ମୁଁ ଭଲ ଅଛି ବୋଲି ତାକୁ କହିଲି । ଏମିତି ପୁଣି ଚାଲିଲା ଆମ ପ୍ରେମ ଗାଡି। ମୋତେ ବେଳେବେଳେ ଅନୁଭବ ହେଉଥାଏ ଯେ ସେ ବାରମ୍ଵାର ଭୁଲ କରିବା ପରେ ମୁଁ କ୍ଷମା ଦେଉଛି ଏବଂ ସେ ବଦଳି ଯିବା କଥା କିନ୍ତୁ ତାହା ଅଳ୍ପକେ ମାତ୍ର ବଦଳିବା ନାମ ନେଉ ନଥିଲା । ଦିନେ ମୋ ସାଙ୍ଗ ମୋତେ ଆସି କହିଲା କି ରୋମି ର ମୋବାଇଲ୍ ନମ୍ବର୍ ଦୁଇ ଜଣ ପୁଅଙ୍କ ମୋବାଇଲ୍ ରେ ଦେଖିଲି। ଏତିକି କଥା ଶୁଣି ମୁଁ ରାଗରେ ତାକୁ କହିଲି କି ତମେ ତମ ମୋବାଇଲ ନମ୍ୱର୍ ଅନ୍ୟକୁ କାହିଁକି ଦେଉଛ ? ମୋ କଥା ଶୁଣି ସେ ପୁଣି ବାହାନା କରିବା ଆରମ୍ଭ କରିଦେଲା । ଶେଷରେ ପୁଣି ତା ଭୁଲ କୁ କ୍ଷମା ଦେଇ ସେ କଥା ଭୁଲିବାକୁ ପଡ଼ିଲା । […]
[…] ତାର ଗିଫ୍ଟ ପେନ୍ ଟି ମୋ ପାଖରେ ରଖିଥିଲି । ତୃତୀୟ ଅଧ୍ୟାୟ ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି […]