Mayank (A ? Love Story)..3

Love you, love story, mayank
Mayank 3
ମୟଙ୍କ…( ଏକ ପ୍ରଶ୍ନବାଚୀ ପ୍ରେମ କାହାଣୀ ) ଭାଗ-3
ପ୍ରାୟ ଦୁଇ ମାସ ପରେ ତୁ ତ ଚାଲିଗଲୁ ଭୁବନେଶ୍ୱର, ମାତ୍ର କମ୍ପ୍ୟୁଟର ରେ ସମସ୍ତେ ବୁଲିବା ପାଇଁ ବାହାରିଲେ କିନ୍ତୁ ରୋମି ସେ ଟୁର୍ ରେ ସେ ଆସିଲା ନାହିଁ। ମୁଁ ତାକୁ କହିଥିଲି। ଯେ ତମେ ଯଦି ଆସିବ ନାହିଁ ତେବେ ମୁଁ ମଧ୍ୟ ଯିବି ନାହିଁ। ଶେଷ ସମୟ ପର୍ଯ୍ୟନ୍ତ ଆମେ ସମସ୍ତେ ତାକୁ ଅପେକ୍ଷା କରିଥିଲୁ କିନ୍ତୁ ସେ ଆସିଲା ନାହିଁ ସେ ଟୂର୍ ଟି ବେକାର ଗଲା । ସେ ଟୁର୍ ରେ ରୋମି କୁ ବହୁତ୍ ମିସ୍ କରିଲି । ସେ ଟୁର୍ ଯେଉଁ ଫୋଟୋ ଉଠେଇ ଆଣିଥିଲି ସେଗୁଡିକ ଦେଖି ସେ ବହୁତ୍ ଖୁସି ହେଲା ଏବଂ ମୋତେ ନାଇସ ବୋଲି ରିପ୍ଲାଇ ଦେଇଥିଲା ।
ଟୁର୍ ପରେ ସେ ଦୁଇ ଦିନ ପର୍ଯ୍ୟନ୍ତ କମ୍ପୁଟର ଆସି ନଥିଲା । ମୁଁ ତାକୁ ବହୁତ୍ ମିସ୍ କରୁଥିଲି । ତାକୁ ଦେଖିବା ପାଇଁ ତା ଗାଁ କୁ ଗଲି କିନ୍ତୁ ସେଠୀ ତାକୁ ଦେଖି ପାରିଲି ନାହିଁ । ଜାଣିବାକୁ ପାଇଲି ଯେ ତାର ଦେହ ଖରାପ ଥିଲା କିନ୍ତୁ ପରେ ସେ ଠିକ୍ ହୋଇଗଲା ।
ରାତିରେ ମୋ ସାଙ୍ଗର ମୋବାଇଲରେ ଚାଟିଂ ଆରମ୍ଭ ହେଲା । ଏମିତି ବିଳମ୍ବ ରାତି ପର୍ଯ୍ୟନ୍ତ ଚାଟିଂ ଚାଲେ। କିଛି ଦିନ ପରେ ୩୧ ଡିସେମ୍ବର ଆସିଲା । ମୁଁ ଆଗୁଆ ନୂଆବର୍ଷ ୱିଷ୍ କରିଲି ଏବଂ ସେ ଚାଟ୍ ରେ ମୁଁ ତାକୁ ପ୍ରପୋଜ୍ କରିଲି । ସେ ସଙ୍ଗେ ସଙ୍ଗେ ଅଫ ଲାଇନ୍ ହୋଇଗଲା କିନ୍ତୁ କିଛି ସମୟ ପରେ ପୁଣି ସେ ଚାଟ୍ କୁ ଆସିଲା । ସେ ରାଗରେ ମୋତେ ମେସେଜ କରିଲା ମୁଁ ତମକୁ ସେମିତି ନଜର ରେ ଦେଖୁ ନାହିଁ । ମୋତେ ଠିକ୍ ଲାଗିଲା ନାହିଁ । ସେ ରାଗିଗଲା ବୋଲି ମୁଁ ଅଳ୍ପ ଡରିଗଲି। ମୁଁ ବେଶୀ ସମୟ ଚାଟ୍ ନ କରି ରହିଗଲି।
ତାର ତିନି ଦିନ ପର୍ଯ୍ୟନ୍ତ ମୁଁ ଆଉ କମ୍ପୁଟର ଗଲି ନାହିଁ। ମନରେ କେବଳ ଡର ଥାଏ । କାଳେ ସେ କିଛି କହିବ ବୋଲି। ସେପଟେ ମୁଁ ନ ଆସିବା ଫଳରେ ସେ ମୋତେ ଖୋଜୁଥାଏ । ଯେବେ ଆସିଲି ସେ ମୋତେ ପଚାରିଲା ଯେ ଏତେ ଦିନ ହେଲା କାହିଁକି ଆସି ନଥିଲ?? ମୋ ପାଖରେ କିଛି ଉତ୍ତର ନଥିଲା । ତା ପର ଦିନ ରବିବାର ଥିଲା । ତାକୁ ବେଶୀ ମିସ୍ କରିଲି। ମୁଁ ଦିନ ୧୧ ଟା ପାଖାପାଖି ଚାଲିଲି ତା ଗାଁ ଆଡ଼କୁ । ଭାଗ୍ୟ ବଶତଃ ତା ସହିତ ଦେଖା ହୋଇଗଲା । ବହୁତ୍ ଖୁସି ହେଲି । ସେ ବାରଣ୍ଡା ରେ ଠିଆ ହୋଇଥାଏ । ଓଠରେ କେବଳ ମୁରୁକି ହସ ଟିଏ ଥିଲା। ସେ ହସକୁ ନେଇ ମୁଁ ଫେରି ଆସିଲି ନିଜ ଗାଁକୁ ।
ତା ପର ଦିନ କମ୍ପୁଟର ରେ ଦେଖା ହେଲା ମୁଁ ତାକୁ କହିଲି ମୋତେ ଘରକୁ କାହିଁକି ଡାକିଲ ନାହିଁ? ମୋତେ ବହୁତ୍ ଭୋକ ଲାଗୁଥିଲା । ସେ କହିଲା ସମୟ ଅଛି, ଅପେକ୍ଷା କର, ଘରକୁ ଡାକିବି ମଧ୍ୟ ଏବଂ ନିଜ ହାତରେ ଖୁଆଇ ଦେବୀ ମଧ୍ୟ, ଚିନ୍ତା କର ନାହିଁ । ଏତିକି ଶୁଣି ମୋ ଖୁସି ଦ୍ଵି ଗୁଣ ହୋଇଗଲା ।
ଦିନ ବିତି ଚାଲିଲା ପ୍ରତିଦିନ କଥା ବାର୍ତ୍ତା ଚାଲିଥାଏ। କିନ୍ତୁ ମୁଁ ବୁଝି ପାରୁ ନଥାଏ ସେ ପ୍ରକୃତରେ ମୋତେ ଭଲ ପାଉଛି ନା କେବଳ ସାଙ୍ଗ ହିସାବ ରେ ରହିବାକୁ ଚାହୁଁଛି । ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ନୂଆ ବର୍ଷର ଗୋଟିଏ ମାସ ପରେ ମୁଁ ମେସେଞ୍ଜର ମାଧ୍ୟମରେ ପୁଣି ପ୍ରପୋଜ କରିଲି । ସେଦିନ ମୁଁ ତାକୁ ବାଧ୍ୟ କରି କହିଲି ଯେ ମୋ ପ୍ରଶ୍ନ ର ଉତ୍ତର ଦିଅ ଏବଂ ସେଦିନ ରାତିରେ ସେ ହଁ କରିଲା କିନ୍ତୁ ଲଭ ୟୁ ବୋଲି ରୀପ୍ଲାଇ ଦେଲା ନାହିଁ ।
ତାପରେ ଆମର କଥା ବାର୍ତ୍ତା ଏବଂ ମିଳାମିଶା ଅତି ନିବିଡ ହେବାକୁ ଲାଗିଲା। ବେଳେବେଳେ କଲେଜ୍ ବାହାନା ରେ ବୁଲିବାକୁ ଯାଇଥାଉ ତ କେତେବେଳେ ଟିଉସନ୍ ବାହାନାରେ ମନ୍ଦିର ରେ ଥାଉ । କେତେବେଳେ ମିଠା ଦୋକାନରେ ତ କେତେବେଳେ ବସ ଷ୍ଟାଣ୍ଡ ରେ ଆମର ଦେଖା ହୁଏ ବାକି ଯୋଉ ଦିନ ସମୟ ମିଳେ ନାହିଁ ସେଦିନ କଲେଜ୍ ରେ ଦେଖା ହୁଏ ।
ମୋତେ ବେଳେବେଳେ ଅନୁଭବ ହୁଏ ଯେ ସେ ମୋତେ କିଛି କିଛି କଥା ଲୁଚାଉ ଥାଏ । ମାତ୍ର ତାର ସେ କଥା କୁ ମୁଁ ଅଣଦେଖା କରିଦିଏ । ମୁଁ ଭାବେ ଯେ ସେ କେବଳ ମୋତେ ହିଁ ଭଲ ପାଏ ତେବେ ତା ଉପରେ ସନ୍ଦେହ କରିବା ଅନୁଚିତ୍ ।
କିଛି ମାସ ପରେ ଆଉ ଜଣେ ଭିଲେନ୍ ଆମ ଲାଇଫ ରେ ପ୍ରବେଶ କରିଲା । ସୁମିତ୍ ବୋଲି ଗୋଟିଏ ପିଲା ସେ କେବଳ ରୋମି ଙ୍କୁ ଭଲ ପାଇବା ଆଶା ରେ ତାର ଜବ୍ ରୁ ଗୋଟିଏ ମାସ ଛୁଟି ନେଇ ଆସିଥିଲା । ସେ ବହୁତ୍ ଚେଷ୍ଟା କରିଥିଲା କିନ୍ତୁ ସେ ସଫଳ ହୋଇ ପାରିଲା ନାହିଁ । ସୁମିତ୍ ରୋମି ସହିତ ଉପରେ ପଡ଼ି କଥା ହୁଏ। ରୋମି ମଧ୍ୟ କଥା ହୁଏ ମାତ୍ର ମୁଁ ରୋମି କୁ ବାରଣ କରିବା ପରେ ସେ କଥା ହେଲା ନାହିଁ । ସୁମିତ୍ ମୋ ଉପରେ ମଧ୍ୟ ରାଗୁ ଥାଏ ମାତ୍ର ମୁଁ ଚୁପ୍ ଥିଲି କାରଣ ରୋମି ମୋତେ ଭଲ ପାଉଥିଲା। ଶେଷରେ ତାର ଛୁଟି ସରିଲା ସେ ପୁଣି ଫେରିଗଲା। ରୋମି ର ଅଭ୍ୟାସ ମୁଁ ଭାଙ୍ଗି ପାରିଲି ନାହିଁ ସେ ହେଉଛି ଏକ ନମ୍ବର୍ ଫୁଲେଇ ଏବଂ କଥା ହେବା ପାଇଁ ସେ ବହୁତ୍ ପସନ୍ଦ କରେ । ମାତ୍ର ଏଗୁଡ଼ିକ ମୋତେ ପସନ୍ଦ ନଥିଲା । ମୁଁ ବହୁତ୍ ଥର ରୋମି କୁ ବୁଝେଇଛି ଯେ ଏମିତି ସବୁ ପୁଅ ସହିତ କଥା ହୁଅ ନାହିଁ, ମୋତେ କଷ୍ଟ ହେଉଛି। ସେ ହଁ କରେ ମାତ୍ର ପର ମୁହୂର୍ତ୍ତରେ ପୁଣି କଥା ହେବାକୁ ଲାଗିଯାଏ ।
ବେଳେବେଳେ ମୁଁ ରାଗି ଯାଇ ତାକୁ ଗାଳି ଦେଇ ଦିଏ କିନ୍ତୁ ପରେ କେବଳ ମୋତେ ହିଁ କଷ୍ଟ ହୁଏ। ତାର ଏମିତି ବ୍ୟବହାର ଯୋଗୁ ମୁଁ ବହୁତ୍ ଥର ବାଲକନୀ ରେ ଆସି କାନ୍ଦିଛି କିନ୍ତୁ ସେ ମୋତେ ବୁଝେଇ କହେ ଆଉ ହେବନି ଏଇଟା ଶେଷ ଥର ବୋଲି ମୋତେ କ୍ଷମା କରିଦିଅ ବୋଲି କହେ । ମୋର ଏମିତି ବାରଣ ପରେ ସେ ଧିରେ ଧିରେ ବଦଳିବାକୁ ଲାଗିଲା। ମାନେ ସେ ଭୁଲ ବାରମ୍ବାର କରେ କିନ୍ତୁ ମୋତେ ସେ କଥା ନ କହି ଲୁଚେଇ ରଖେ। ପଚାରିଲେ ଅନ୍ୟ କିଛି ବାହାନା ଦେଖାଇ କଥା ବୁଲେଇ ଦିଏ । ତାର ଏମିତି ବ୍ୟବହାର ଦେଖି ମୁଁ ଦିନେ ତାକୁ କହିଲି ଚାଲ ଆମେ ମେରେଜ୍ କରି ଦେବା। ସେ କହିଲା ନା.. ନା.. ବର୍ତ୍ତମାନ ଆମର ଭବିଷ୍ୟତ ଦେଖିବାକୁ ପଡ଼ିବ ତା ପରେ ମେରେଜ କଥା ଚିନ୍ତା କରିବା।
ତାର ସାଙ୍ଗ ମାନେ ମଧ୍ୟ ତାର ବ୍ୟବହାର ଦେଖିଥାନ୍ତି । ଦିନେ ତା ସାଙ୍ଗ ତାକୁ କହିଲା ତୁ ମୟଙ୍କ କୁ କାହିଁକି ଏମିତି ଅଣଦେଖା କରୁଛୁ। ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା । ସେତେ ଦିନ ପର୍ଯ୍ୟନ୍ତ ମୁଁ ମୋର ମୋବାଇଲ୍ ନମ୍ୱର୍ ଦେଇ ନଥିଲି । ତାପରେ ତାକୁ ମୋର ମୋବାଇଲ ନମ୍ବର୍ ଦେଲି । ମୁଁ କହିଲି ମୋ ମୋବାଇଲ୍ ରେ କଥା ହେବା । ଆଉ ଚାର୍ଟିଂ ରେ ଟାଇପ କରିବାକୁ ପସନ୍ଦ ଲାଗୁନି କିନ୍ତୁ ତା ପାଖରେ ମୋବାଇଲ ନଥିବା ଯୋଗୁ ସେ ଅଳ୍ପ ପଛ ଘୁଂଚା ଦେଉଥିଲା କିନ୍ତୁ ସେ ମୋ ମୋବାଇଲ୍ ନମ୍ୱର୍ ନେଲା । ସେ କେତେବେଳେ ବାପା ର ନମ୍ୱର୍ ରୁ ତ କେତେବେଳେ ଆଉ କାହାର ନମ୍ୱର୍ ରୁ କଲ୍ କରୁଥାଏ ।
ମୁଁ ପୂର୍ବରୁ କହିଥିଲି ଯେ ତମେ ଆଉ କୋଉ ପୁଅ ସହିତ କଥା ହୁଅ ନାହିଁ କିନ୍ତୁ ସେ ମୋ କଥା କୁ ଖାତିର ନ କରି ମୋ ଅନୁପସ୍ଥିତି ରେ ସେ ଅନ୍ୟ ପୁଅ ସହିତ କଥା ହେଉଥାଏ । ଯେଉଁଦିନ ଛୁଟି ପଡେ ସେଦିନ ମୁଁ ତାଙ୍କ ଗାଁ କୁ ବୁଲିବାକୁ ଯାଏ । ଦିନେ ତାଙ୍କ ଗାଁ ରେ ପହଞ୍ଚି ଦେଖିଲି ଯେ ସେ ବାରଣ୍ଡା ରେ ବସି ଥିଲା ଏବଂ ମୋତେ ଦେଖି ସେ ଖୁସି ହୋଇ ସେ ଘର ଭିତରକୁ ଚାଲିଗଲା ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

Facebook Comments