ଫେନ୍ ମାନେ ପଙ୍ଖା

odiakabita, odiagalpa, galpa, story, odiastory, storyoflife
Fan




କାଳିନ୍ଦୀ ବାବୁ ମାଧୁରୀ ଦୀକ୍ଷିତ ଙ୍କ ବହୁତ୍ ବଡ ଫେନ୍। ଫେନ୍ ମାନେ ପୁରା ପଙ୍ଖା, ଯଦି ଟିଭି ରେ ମାଧୁରୀ ଦୀକ୍ଷିତ ଙ୍କ Advertise ଆସିଲା ତେବେ ତାଙ୍କ ହୃତପିଣ୍ଡ ରେ ଶୁଦ୍ଧ ଅମ୍ଳଜାନ ବହିବାକୁ ଲାଗୁଥିଲା ।  ତେବେ ବୁଝି ପାରୁଥିବେ।  ଏହି କ୍ଷୁଦ୍ର ଗଳ୍ପ ଟି ମଧ୍ଯ ସେହି Advertising ରୁ ହିଁ ଆରମ୍ଭ ହୋଇଛି। 
 
ଆପଣ ଦେଖୁଥିବେ ମାଧୁରୀ ଦୀକ୍ଷିତ RO କମ୍ପାନୀ ର Advertising କରୁଛନ୍ତି । ନାମ କହିବି କଣ ଆପଣ ମଧ୍ୟ ଦେଖୁଥିବେ । କାଳିନ୍ଦୀ ବାବୁ ଏମିତି କେତେ ଦିନ ଦେଖିବେ । ମାଧୁରୀ ଦୀକ୍ଷିତ ଙ୍କ ପଙ୍ଖା ମାନେ ସେ ଯାହା କହିଲେ ସବୁ ସତ ବୋଲି ବିଶ୍ୱାସ କରୁଥିଲେ। ବିଳମ୍ବ ନ କରି କାଳିନ୍ଦୀ ବାବୁ ପାଖ ବଜାର କୁ ଯାଇ Electronic Show Room ମାଧ୍ୟମରେ ଅର୍ଡର୍ ଦେଇ ଆସିଲେ । ଅର୍ଡର୍ କରିବାର 48 ଘଣ୍ଟା ପରେ RO ଆସି ପହଂଚି ଗଲା । ତା ପର ଦିନ RO ମେକାନିକ୍ ମଧ୍ୟ ପହଞ୍ଚି ତାକୁ ଫିଟ୍ କରିଦେଲେ । 

ଏମିତି ଚାଲିଲା ପ୍ରାୟ ମାସେ।  ମାସେ ପରେ ପାଣିର ସ୍ଵାଦ ବଦଳିବା ପରେ କାଳିନ୍ଦୀ ବାବୁ RO କମ୍ପାନୀ କୁ କଲ୍ କରି RO ର ସମସ୍ୟା ବିଷୟରେ କହିଲେ । କମ୍ପାନୀ ବାଲା ଜଣାଇଲେ ଯେ 5-7 ଦିନ ସମୟ ଲାଗିବ । କାରଣ RO ର ଯୋଉ ପାର୍ଟ ଖରାପ ଅଛି ତାକୁ ବମ୍ବେ ରୁ ଡିମାଣ୍ଡ ଦେବାକୁ ପଡିବ।  ଏତିକି ଶୁଣି କାଳିନ୍ଦୀ ବାବୁ ଅଳ୍ପ ରାଗ ହେଲେ ପୁଣି ଭାବିଲେ, ବୋଧେ ମାଧୁରୀ ଦୀକ୍ଷିତ ପଠାଉଥିବେ । ସେଥିପାଇଁ ବମ୍ବେ ରୁ ଆସିବ ବୋଲି କହୁଛନ୍ତି । ଠିକ୍ ଅଛି କହି , କାଳିନ୍ଦୀ ବାବୁ ଅପେକ୍ଷା କରିଲେ । ଦେଖୁ ଦେଖୁ ସାତ ଦିନ ଗଡିଗଲା । ଅଷ୍ଟମ ଦିନ କାଳିନ୍ଦୀ ବାବୁ ପୁଣି କଲ୍ କରିଲେ । RO ମେକାନିକ୍ କହିଲେ ଆସନ୍ତା କାଲି ଆସିବୁ ଠିକ୍ କରି ଦେବୁ।  ଦ୍ଵିତୀୟ ଦିନ ମେକାନିକ୍ ଆସିଲେ RO କୁ ସଜାଡି ଦେଇ ଚାଲିଗଲେ । 

ଏମିତି ପୁଣି ଚାଲିଲା 5-6 ଦିନ, ପୁଣି ସେହି ପୁରୁଣା ସ୍ଵାଦ । କାଳିନ୍ଦୀ ବାବୁ ଏଥର ରାଗରେ କମ୍ପ୍ଲେନ୍ କରି ମେକାନିକ୍ କୁ କହିଲେ । ମାଧୁରୀ ଦୀକ୍ଷିତ କୁ କହିଦେବ ଯୋଉ ପାର୍ଟ ଟା ସେ ଦେଇଥିଲେ ନା ତାହା ଖରାପ ଅଛି ଏବଂ ପାଣି ପୁଣି ସ୍ଵାଦ ହିନ ହୋଇଗଲାଣି । ମେକାନିକ୍ କିଛି ବୁଝି ପାରିଲେ ନାହିଁ । ପଚାରିଲେ କୋଉ ମାଧୁରୀ ଦୀକ୍ଷିତ?? କାଳିନ୍ଦୀ ବାବୁ କହିଲେ, ତମେ ମାଧୁରୀ ଦୀକ୍ଷିତ ଙ୍କୁ ଜାଣିନ??  ଟିଭି ରେ ଆସି ତମ RO ବିଷୟରେ କୁହନ୍ତି ଏବଂ ମା, ଝିଅ ହୋଇ ରୋଲ୍ କରି କହୁଛନ୍ତି । ଏତିକି ଶୁଣି ସେପଟେ ମେକାନିକ୍ ବାଲା ହସି ହସି ବେଦମ୍ । ମେକାନିକ୍ କହିଲେ , ଆଜ୍ଞା ସେ କେବଳ Advertisement କରନ୍ତି ତାଙ୍କର କମ୍ପାନୀ ନୁହଁ । 
କାଳିନ୍ଦୀ ବାବୁ କହିଲେ, କଣ କହିଲେ?? Advertisement କରନ୍ତି କେବଳ ମୁଁ ତ ମାଧୁରୀ ଦୀକ୍ଷିତ ଙ୍କୁ ବିଶ୍ୱାସ କରି ସେହି RO କୁ ଅର୍ଡର୍ କରିଥିଲି ଏବଂ ଆପଣ କହୁଛନ୍ତି କି ତାଙ୍କ କମ୍ପାନୀ ନୁହଁ। ମେକାନିକ୍ କହିଲେ, ଛାଡ଼ନ୍ତୁ ସେକଥା ଆଜ୍ଞା , ଆପଣଙ୍କ ପାଖକୁ ଆମେ ଆସନ୍ତା କାଲି ପହଞ୍ଚି ପୁଣି ସଜାଡି ଦେବୁ । 

କାଳିନ୍ଦୀ ବାବୁ ଅଳ୍ପ ଦୁଃଖୀ ହୋଇଗଲେ । ମାଧୁରୀ ଦୀକ୍ଷିତ ଙ୍କ ସହ କିଛି ସମ୍ପର୍କ ନାହିଁ ଶୁଣି ସେ ଭାଙ୍ଗି ପଡ଼ିଲେ । ମାଧୁରୀ ଦୀକ୍ଷିତ ଙ୍କୁ ସେ ମନେ ମନେ ବହୁତ୍ ପସନ୍ଦ କରୁଥିଲେ କିନ୍ତୁ RO ର ସ୍ଵାଦ ହିନ ପାଣି ତାଙ୍କ ପଙ୍ଖା ହେବାର ଆଶା ରେ ଅଳ୍ପ ଆଘାତ ଦେଇଗଲା।  ସେଦିନ ରାତିରେ ଖାଇବା ପରେ କାଳିନ୍ଦୀ ବାବୁ ପୁଣି ଟିଭି ଦେଖିବାରେ ବ୍ୟସ୍ତ । ପୁଣି ସେହି Advertisement ଆସିଲା । ଏଥର କାଳିନ୍ଦୀ ବାବୁ ଙ୍କ ଆଖିରେ ଅଳ୍ପ ଲୁହ ଆସିଗଲା।  କାହିଁକି ନା RO ମାଧ୍ୟମରେ ସେ ମାଧୁରୀ ଦୀକ୍ଷିତ ଙ୍କ ସହ ଯୋଡ଼ି ହୋଇ ରହିବାକୁ ଚାହୁଁଥିଲେ ଏବଂ ମାଧୁରୀ ଦିକ୍ଷୀତ ଙ୍କ ଠାରୁ କିଛି ଜିନିଷ ପାଇଛନ୍ତି ବୋଲି ଖୁସି ଥିଲେ କିନ୍ତୁ ସେ ସବୁ ଆଶା ତାଙ୍କୁ ନିରାଶା କରିଦେଲା । ପାଖରେ କାଳିନ୍ଦୀ ବାବୁ ଙ୍କ ସ୍ତ୍ରୀ ପଚାରିଲେ କଣ ହେଲା ଯେ କାନ୍ଦୁଛ ?? କାଳିନ୍ଦୀ ବାବୁ କିଛି ନାହିଁ କହି, କଥାକୁ ବୁଲେଇ ଆଖି ଲୁହ କୁ ପୋଛି ଦେଲେ । 

ତା ପର ଦିନ ମେକାନିକ୍ ଆସି ଠିକ୍ କରିଦେଲେ କିନ୍ତୁ ତା ପର ଠାରୁ କାଳିନ୍ଦୀ ବାବୁ ଙ୍କ ମାଧୁରୀ ଦୀକ୍ଷିତ ଙ୍କ ପ୍ରତି ପଙ୍ଖା ହେବା ଭୂତ ଟା ଧିରେ ଧିରେ ମଉଳି ବାକୁ ଲାଗିଲା ।

ତେବେ ଆପଣ ମଧ୍ଯ କାହାକୁ ନିଜର ପଙ୍ଖା ବୋଲି ଭାବୁଛନ୍ତି କି ??????
..
…
….
ଏଠି କାହାଣୀ ଟି ଶେଷ ହୋଇ ଯାଇଛି । ଆଶା କରୁଛି ଆପଣଙ୍କ ମନକୁ ନିଶ୍ଚୟ ମନୋରଞ୍ଜନ କରିଥିବ ।

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…..


ଏହି ଗଳ୍ପ ର ଲିଙ୍କ୍ କୁ ଆଗକୁ ପଠେଇବାକୁ ଭୁଲିବେ ନାହିଁ ।

।।। ଧନ୍ୟବାଦ ।।।


If the contents are helpful to share them with your friends, Thanking You.

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading