ଶୁଖିଲା ପତ୍ର..3

ଶୁଖିଲା ପତ୍ର, ବର ଗଛ, ଓଡ଼ିଆ ପ୍ରେମ ଗଳ୍ପ, ପ୍ରେମ, ବିଚ୍ଛେଦ, ମୃତ୍ୟୁ

ମା ପଚାରିଲେ କଣ ହେଲା କହ?? ମା ମୁଁ ଜ୍ୟୋତି ର ଖବର ଜିତ୍ କୁ କହିନି । ମା, ଏତିକି ଶୁଣି ମୁଣ୍ଡରେ ହାତ ଦେଇ ବସିଲେ। ମା କହିଲେ, ତୁ କଣ କରିଲୁ ରାଜ୍, ସେ ନିଶ୍ଚୟ ଯିବା ପାଇଁ କହିବ। ରାଜ୍ କହିଲା ହଁ ମା ! ସେ ଯିବା ପାଇଁ କହୁଥିଲା ମାତ୍ର ମୁଁ ତାକୁ ସନ୍ଧ୍ୟା ବେଳେ ଯିବା ପାଇଁ କହି ଦେଇଛି। କିନ୍ତୁ ମୁଁ ଜାଣିନି ଯେ ତାକୁ କଣ କହିବି। ମା କହିଲେ ହଉ ଯା ଏବେ କହିଦେ !! ରାଜ୍ କହିଲା ନା ମା ମୁଁ ଆଉ ଗୋଟିଏ ଭୁଲ ବାରମ୍ଵାର କରି ଚାଲିଛି କିନ୍ତୁ ଆଜି ତାର ହିସାବ ମୋତେ ଦେବାକୁ ହେବ। ମା ପଚାରିଲେ କଣ ସେ କଥା ??

ଜିତ୍ ପ୍ରତ୍ୟେକ ୧୫ ଦିନରେ ଜ୍ୟୋତି କୁ ଗୋଟିଏ ଚିଠି ଲେଖି ପଠାଏ । କିନ୍ତୁ ଜିତ୍ ର ସେ ପ୍ରତ୍ୟେକ ପତ୍ର ର ମୁଁ ପ୍ରତ୍ୟୋତର ଦେଇ ଚାଲିଥିଲି। ତାକୁ କେମିତି ଜଣେଇବି ଯେ ଜ୍ୟୋତି ଆଉ ଏ ଦୁନିଆରେ ନାହିଁ । ଜ୍ୟୋତି ର ମୃତ୍ୟୁ ପରେ ଜ୍ୟୋତି ର ବାପା ସବୁ ପତ୍ର ଗୁଡ଼ିକ ମୋତେ ଫେରାଇ ଦେଲେ ଏବଂ ଜ୍ୟୋତି ର ଭାଇ , ପ୍ରତ୍ୟେକ ପତ୍ର ମୋତେ ଆଣି ଦେଉଥାଏ । ଜିତ୍ ର ଟ୍ରେନିଂ ରେ ଅସୁବିଧା ହେବ ଭାବି ତାକୁ ତାର ଜ୍ୟୋତି ରୂପରେ ମୁଁ ଚିଠି ଲେଖି ଜଣେଇ ଦେଉଥିଲି । କିନ୍ତୁ ଆଉ ନୁହଁ ମା ?? ମୋତେ ରାସ୍ତା ଦେଖାଅ। ମୁଁ କଣ କରିବି ଏବେ , କିଛି କୁହ ମା ??

ଏତିକି ବେଳେ କବାଟ କୋଣେ ଜିତ୍ ର ଅଳ୍ପ କାନ୍ଦ ଶବ୍ଦ ଦୁହେଁ ଶୁଣିବାକୁ ପାଇଲେ । ଦୁହେଁ ଜିତ୍ ପାଖକୁ ଦଉଡି ଗଲେ। ଜିତ୍ କିଛି କହିବା ପୂର୍ବରୁ ରାଜ୍ ତାକୁ କୁଂଢ଼େଇ କହିଲା। ଭାଇ ରେ ମୋତେ କ୍ଷମା କରିବୁ। ଜ୍ୟୋତି ର ମୃତ୍ୟୁ ଖବର ତୋତେ କହିନି ବୋଲି ମୋତେ କ୍ଷମା କରିବୁ । ଜିତ୍ ର ଆଖିରୁ ଲୁହ ବହି ଚାଲିଥାଏ । ସେ ନିର୍ଜୀବ ଭଳି ଟଳି ପଡ଼ିଲା। ସଙ୍ଗେ ସଙ୍ଗେ ଆଖି ବନ୍ଦ ହେବାକୁ ଲାଗିଲା। ମା ଦଉଡ଼ି ଯାଇ ପାଣି ଆଣି ଜିତ୍ ର ମୁହଁରେ ପାଣି ଛିଟା ଦେବା ପରେ ସେ ପୁର୍ବ ଅଵସ୍ଥା କୁ ଫେରି ଆସିଲା । କିନ୍ତୁ ଆଖିରୁ ତାର ଲୁହ ବନ୍ଦ ହେବାକୁ ନାମ ନେଉ ନଥାଏ । ରାଜ୍ , ଜିତ୍ କୁ ଉଠେଇ ଖଟରେ ବସେଇ ତାକୁ ଜ୍ୟୋତି କଥା କହିଲା ଯେ ଗତ ୩ ମାସ ତଳେ ସେ ଗୋଟିଏ ଅଜଣା ରୋଗର ଶିକାର ହୋଇ ଡ଼ାକ୍ତର ଖାନା ରେ ତାର ମୃତ୍ୟୁ ଘଟିଥିଲା।

ଜିତ୍ କିଛି ନ କହି କାନ୍ଦ କାନ୍ଦ ମୁଖରେ ସବୁ ଶୁଖିଲା ପତ୍ର ଚିଠି ଗୁଡ଼ିକୁ ନେଇ ଘରୁ ବାହାରି ଗଲା ।

ଫେରିଗଲା ସେ ଯାଗାକୁ ଯେଉଁଠି ଜ୍ୟୋତି ପ୍ରଥମେ ଶୁଖିଲା ପତ୍ର ଦ୍ୱାରା ନିଜ ମନ କଥା ଜିତ୍ କୁ ଲେଖି ଜଣେଇ ଥିଲା । ଜିତ୍ ସେ ବର ଗଛ ମୂଳେ ବସିବାକୁ ଲାଗିଲା । ହଠାତ୍ ଅଳ୍ପ ଝଡ ଯୁକ୍ତ ପବନ ଟିଏ ବହିଗଲା। ବର ଗଛ ରୁ ପ୍ରାୟ ଅର୍ଦ୍ଧେକ ଶୁଖିଲା ପତ୍ର ଝଡି ଜିତ୍ ଉପରେ ବରଷି ଗଲା । ଜିତ୍ ର ଆଖିରୁ ପୁଣି ଲୁହର ଧାର ବହିବାକୁ ଲାଗିଲା । ହଠାତ୍ ଏକ ଧିର ଶବ୍ଦ ଜିତ୍ କାନରେ ବାଜିଲା। ତାହା ଥିଲା ଜ୍ୟୋତି ର । ଜ୍ୟୋତି !!!! ଜିତ୍ ର କାନରେ ଦୁଇ ଶବ୍ଦ ପଚାରି ଦେଇ ଗଲା । ଯେ ଜିତ୍ ??? ତମେ ମୋତେ ମନେ ରଖିଛ ? ଜିତ୍ ଚାରି ଆଡେ଼ ଦେଖିଲା କିଏ କେଉଁଠି ନଥିଲା ? ଥିଲା କେବଳ ଜ୍ୟୋତି ର ସ୍ମୃତି ଆଉ କିଛି ପବନ ମିଶା ଶବ୍ଦ। ଜିତ୍ କାହାକୁ ଉତ୍ତର ଦେବ ? ଯେ ସେ ଆଜି ମଧ୍ୟ ଜ୍ୟୋତି କୁ ତାର ମନରୁ ଲିଭେଇ ପାରୁନି ଆଉ ତାର ପ୍ରତିଟି ଶୁଖିଲା ପତ୍ର କୁ ଜିତ୍ ଆଜି ମଧ୍ୟ ସାଇତି ରଖିଛି ।

ଆଜି ୨୭ ଦିନ ଗଡି ଗଲାଣି ଜିତ୍ ପ୍ରତିଦିନ ସେ ବର ଗଛ ମୂଳରେ ଆସି ଜ୍ୟୋତି କୁ ମନେ ପକାଏ। ଆସନ୍ତା କାଲି ଜିତ୍ ଫେରିଯିବ ନିଜ ୟୁନିଟ୍ କୁ କିନ୍ତୁ ତା ପାଖରେ ଥିଲା ଜ୍ୟୋତି ର ପ୍ରତିଟି ଶୁଖିଲା ପତ୍ର ର ଚିଠି ।

କେଜାଣି କାହିଁକି ଜିତ୍ ଅପେକ୍ଷା କରି ଚାଲିଛି ଜ୍ୟୋତି ର ବାଟକୁ । ସେ ଜାଣିଛି ଜ୍ୟୋତି ଆଉ ଫେରିବ ନାହିଁ । କିନ୍ତୁ ଶୁଖିଲା ପତ୍ର ରେ ସେ ପ୍ରତିଦିନ ଜ୍ୟୋତି କୁ ଅନୁଭବ କରି ଚାଲିଛି । ଏକ ଅନନ୍ୟ ପ୍ରେମ କେବେ ସରେ ନାହିଁ । ଯାହା କେଉଁ ରୂପରେ ମଧ୍ୟ ନିଜ ଭଲ ପାଇବା କୁ ବଞ୍ଚେଇ ରଖେ। ଠିକ୍ ସେହିପରି ଜୀତ୍ ଆଉ ଜ୍ୟୋତି ର ପ୍ରେମ ରେ ଶୁଖିଲା ପତ୍ର ଏକ ଜୀବନ୍ତ ସନ୍ତକ ହୋଇ ରହି ଯାଇଛି ।

ପୂଜା ସ୍ୱାଇଁ (ଗାଳ୍ପିକା)

If the contents are helpful to share them with your friends, Thanking You.

Categories:

Tagged:

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading