ଶୁଖିଲା ପତ୍ର..୨

ଓଡ଼ିଆ କାହାଣୀ, ପୁଜା ସ୍ୱାଇଁ , ଶୁଖିଲା ପତ୍ର

ଜ୍ୟୋତି ର ଠିକଣା କୁ ଜିତ୍ ନିଜ ଡାଏରୀ ରେ ଲେଖିଲା ଏବଂ ଦୁହେଁ ଦୁହିଁଙ୍କୁ ବିଦାୟ ଦେଇ ଜିତ୍ ଫେରିଗଲା ନିଜ ଲକ୍ଷ୍ୟ ଅଭିମୁଖେ । ସେତେ ଦିନ ପର୍ଯ୍ୟନ୍ତ ଜିତ୍, ଜ୍ୟୋତି କୁ ଦେଖି ନଥିଲା କିନ୍ତୁ ତା ପର ଠାରୁ ସେ ଜ୍ୟୋତି କୁ ଭଲ ପାଇ ବସିଲା। ଜିତ୍ ସେଠୀ ପହଞ୍ଚିବା ମାତ୍ରେ ଜ୍ୟୋତି ପାଖକୁ ଚିଠି ଲେଖିଲା । ସେ ମଧ୍ୟ ବର ଗଛ ର ଶୁଖିଲା ପତ୍ର ରେ ମାଧ୍ୟମରେ । ସେ ଶୁଖିଲା ପତ୍ର କୁ ଏତେ ଯତ୍ନରେ ସାଇତି କରି ସେ ଜ୍ୟୋତି ପାଖକୁ ପଠାଉଥିଲା ଯେ , ପତ୍ର ର ଟିକେ ଆଞ୍ଚ ମଧ୍ୟ ଆସୁ ନଥିଲା । ସେ ପତ୍ର ରେ ଲେଖି ଜଣାଇଥିଲା ଯେ ଆମ ପ୍ରେମ ର ପ୍ରଥମ ଚିଠି ଯଦି ପତ୍ର ରୁ ହୋଇଛି ତେବେ ସବୁ ଚିଠି ଏହି ପତ୍ର ରେ ହିଁ ଲେଖା ଯିବ । ତାର ସବୁ ପତ୍ର କୁ ଜ୍ୟୋତି ନିଜର ଅମୂଲ୍ୟ ସମ୍ପଦ ଭାବେ ସାଇତି ରଖୁଥାଏ।

ଦୁଇ ଜଣ କଥା ବାର୍ତ୍ତା ଏହି ପତ୍ର ମାଧ୍ୟମରେ ସନ୍ଦେଶ ରୂପରେ ଦୁହିଙ୍କ ପାଖରେ ପହଞ୍ଚିବା ରେ ଲାଗିଲା। ପ୍ରାୟ ୫ ମାସ ପରେ ଜିତ୍ ଘରକୁ ଛୁଟି ଆସିଲା । ନିଜ ମାଆ କୁ ଜ୍ୟୋତି ବିଷୟରେ କହିଲା । ଜ୍ୟୋତି କୁ ଜିତ୍ ର ମାଆ ଆଗରୁ ବ‌ହୁତ ଥର ଦେଖିଥିଲେ । କାରଣ ଜ୍ୟୋତି ଥିଲା ପଡୋଶୀ ଗ୍ରାମର ଝିଅ । ପୂଜା ପର୍ବ ହେଲେ ସେହି ଗ୍ରାମ ର ମନ୍ଦୀର କୁ ଯିବା ଆସିବା କରେ । ସେଠୁ ପରିଚିତ ହୋଇଥିଲା ଜ୍ୟୋତି ଆଉ ଜିତ୍ ର ମା ସହିତ। ସୁନ୍ଦର ଏବଂ ସୁଶିଳା ବୋଲି ସେ ମଧ୍ୟ ନିଜ ପୁଅ ସହିତ ବିବାହ କରିବାକୁ ଭାବି ଥିଲେ। ପୁଅ ମୁହଁରୁ ଏକଥା ଶୁଣି ସେ ମଧ୍ୟ ବହୁତ୍ ଖୁସୀ ହେଲେ‌ । ବଡ ଭାଇ ଯେତେବେଳେ ଜ୍ୟୋତି କଥା ଶୁଣିଲା ସେ ମଧ୍ୟ ଖୁସି ହୋଇ ହଁ କରିଲା ଏବଂ ତାଙ୍କୁ ହିଁ ସେ ଘର ର ବୋହୂ କରିବା ବୋଲି କହିଲା । ବଡ ଭାଇ ରାଜ୍ ପରେ ବିବାହ କରିବ ବୋଲି କହି ସେ ଜିତ୍ ର ବିବାହ କୁ ପ୍ରାଧାନ୍ୟ ଦେଲା ।

ସଭିଏଁ ମିଶି ଜ୍ୟୋତି ଘରକୁ ପ୍ରସ୍ତାବ ନେଇ ଗଲେ। ରାଜ୍ ଜ୍ୟୋତିଙ୍କ ବାପାକୁ ଅନୁରୋଧ କରି କହିଲେ। ଜିତ୍ ପାଇଁ ଆପଣଙ୍କ ଝିଅ ପାଇଁ ବୋହୂ କରିବାକୁ ନିଶ୍ଚୟ କରିଛୁ ଯଦି ଆପଣଙ୍କ ଅନୁମତି ହୁଏ ତେବେ ଏହି ବାହାଘର ସମ୍ଭବ ହୋଇ ପାରିବ। ଜ୍ୟୋତିର ବାପା ମଧ୍ୟ ରାଜି ହୋଇଗଲେ ଏବଂ କହିଲେ ଜିତ୍ ଭଳି ପୁଅ ମୋତେ କୋଉଠି ଖୋଜିଲେ ମଧ୍ୟ ପାଇବି ନାହିଁ। ଏତେ ଭଲ ପରିବାର ରେ ମୋ ଝିଅ ବହୁତ ଖୁସି ରେ ରହିବ ମୁଁ ଏଇ ପ୍ରସ୍ତାବ ରେ ସଂପୂର୍ଣ୍ଣ ରାଜି। ବାହାଘର ଠିକ୍ ‌କରି କିଛି ଦିନ ପରେ ଜିତ୍ ତା ନିଜ ୟୁନିଟ୍ କୁ ଚାଲିଗଲା।

ଏମିତି ପତ୍ର ଦିଆ ନିଆ ଚାଲିଥାଏ । କିନ୍ତୁ ଏଠି ଏକ ବିରାଟ ସତ୍ୟ ଜିତ୍ ସହିତ ଲୁଚକାଳି ଖେଳୁଥାଏ । ଜିତ୍ ସେମିତି ହିଁ ଚିଠି ପତ୍ର ଲେଖି ଜ୍ୟୋତି କୁ ପଠାଉ ଥାଏ। ଆଉ ସେ ପତ୍ର କୁ ଜ୍ୟୋତି ପାଇ ବହୁତ ଖୁସି ହେଉଥାଏ। ପ୍ରାୟ ୧୦ ମାସ ପରେ ଜିତ୍ ଘରକୁ ଆସିବା ପାଇଁ ବାହାରିଲା। ଘରକୁ ଚିଠି ମାଧ୍ୟମରେ ସେ ଖବର ଦେଲା ଯେ ସେ ଆସୁଛି । ଠିକ୍ ଦୁଇ ଦିନ ପରେ ସକାଳୁ ସକାଳୁ ଜିତ୍ ଘରେ ଆସି ପହଞ୍ଚିଲା ।

ସେ ଛୁଟି ନେଇ ଘରେ ପହଞ୍ଚିଲା ପରେ ଘରେ ମା ବହୁତ୍ ଖୁସୀ ହେଲେ ଏବଂ ଗାଧୁଆ ପାଧୁଆ ସାରି ସେ ଜ୍ୟୋତି ଘର କୁ ବୁଲି ଯିବା ପାଇଁ ବାହାରିଲା। ଜିତ୍ ଜ୍ୟୋତି କୁ ବହୁତ୍ ଦିନ ପରେ ଦେଖା କରିବ ବୋଲି ସେ ମନରେ ବହୁତ୍ ଖୁସି ସଞ୍ଚୟ କରି ରଖିଥିଲା। ସେ ତା ବଡ ଭାଇ ରାଜ୍ କୁ କହିଲା କି ମୁଁ ଜ୍ୟୋତି କୁ ଦେଖା କରିବା ପାଇଁ ଯିବି ତୁ ବି ମୋ ସହ ଯିବୁ। ଜିତ୍ ର ଏହି କଥାରେ ରାଜ୍ ଚିନ୍ତାରେ ପଡ଼ିଗଲା। ନିଜ ଭାଇ କୁ କଣ କହିବ ସେ ଚିନ୍ତାରେ ବ୍ୟସ୍ତ ହୋଇ ପଡୁଥାଏ।

ସେ କଥା କୁ ବୁଲେଇ କହିଲା ଯେ ଜିତ୍ ତୁ ଏବେ ଆସିଛୁ ଅଳ୍ପ ବିଶ୍ରାମ କରେ କାଲି ଯିବା। ଜିତ୍ ପଚାରିଲା କିଛି ଅସୁବିଧା ଅଛି କି ଭାଇ? ତମେ ଚିନ୍ତା ଆଉ ବ୍ୟସ୍ତ ଜଣା ପଡୁଛ ? ରାଜ୍ କହିଲା ନା ରେ କିଛି ନାହିଁ ମୋର ମୁଣ୍ଡ ଅଳ୍ପ ବ୍ୟଥା ହେଉଛି ତ ସେଥିପାଇଁ କହୁଥିଲି। ଜିତ୍ ମନରେ ଅଳ୍ପ ପ୍ରଶ୍ନ ଜାତ ହେଲା ସେ ରାଜ୍ ଭାଇ ର କଥା ରଖି କହିଲା ହଉ ଭାଇ ଆମେ ସନ୍ଧ୍ୟାରେ ଯିବା । ରାଜ୍ ହଁ…., ନା… କରି ଶେଷରେ ହଁ କରିଲା । ତାପରେ ଦୁହେଁ ବିଶ୍ରାମ କରି ବାକୁ ଗଲେ । ଜିତ୍ ଅଳ୍ପ ନିଦ ହେଲା ପରେ ରାଜ୍ ସେ ରୁମ୍ ରୁ ବାହାରି ଗଲା। ରାଜ୍ କୁ ନିଦ ଆସୁ ନଥିଲା । ସେ ମା ପାଖରେ ଆସି ପହଁଚିଲା । ମା ପାଖକୁ ଯାଇ କହିଲା । ମା ମୁଁ ଗୋଟିଏ ବଡ କଥା ଟିଏ ତୁମକୁ ଲୁଚେଇ ରଖିଛି । ମୋତେ କ୍ଷମା କରିବ ।

ଆଗକୁ ପଢ଼ିବେ

If the contents are helpful to share them with your friends, Thanking You.

Categories:

Tagged:

5 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading