Surprise

Surprise
ମନ ଅସ୍ଥିର ହୋଇ ପଡ଼ିଲା ଯେବେ
ତମେ ନ ଆସିବ ବୋଲି ଜାଣିଲି…..
କହିପାରିଲିନି କି ଆସ ଥରେ ଦେଖା କରି ଯାଅ
ମନ କୁ ବହୁତ ବୁଝେଇଲି…
କିନ୍ତୁ ଅଶ୍ରୁ କୁ ରୋକିବା ମୋ ପାଇଁ କଷ୍ଟ କର ଥିଲା
ଗୋଟିଏ ମାସର ଉପରାନ୍ତ ରେ
ତୁମ କୁ ଦେଖିବାକୁ ବହୁତ ଇଛା ହେଉଥିଲା
ଦୁଃଖ ହେଲା କିନ୍ତୁ କହିଲି ନାହିଁ
ମନ ରେ ବହୁତ ବିଶ୍ୱାସ ଥିଲା କି….
ତୁମେ ଆସିବ ବୋଲି ??
କିନ୍ତୁ
ସେଦିନ ବିସ୍ମିତ ହେଲି
ତୁମକୁ ଦେଖିଲା ପରେ !!
ଖୁସିର ଲୁହ କୁ ରୋକି ପାରିଲିନି….
ଲାଗୁଥିଲା ଯେମିତି ସ୍ବପ୍ନ ରେ ଆସିଛ
ଶରୀର ସ୍ପର୍ଷ ଅନୁଭବ ରେ ଜାଣିଲି
ଯେ ତୁମେ ପ୍ରକୃତରେ ଆସିଛ ??
ମନ ରେ ଥିବା ସବୁ ଦୁଖଃ ଉଭେଇଗଲା
ଦୌଡ଼ି ଆସିଲି ତୁମ ପାଖକୁ।।
ଅଶ୍ରୁ ର ବନ୍ଧ ଭାଙ୍ଗି ଗଲା……
ଖୁସି ର ସୀମା ଟପି ଗଲା…..
ସେଦିନ ଜାଣିଲି !
ମୋ ହୃଦୟର ପ୍ରତି ଟି ଶବ୍ଦ କୁ
ତୁମେ ବୁଝି ପାରୁଛ…..
ସେଇ ବିସ୍ମୟକର ପରିସ୍ଥିତି ରେ ତୁମକୁ
ମନ ଭରି ଦେଖିଲି….
ମୋ ମନର ମଣିଷ ମୋ ସମ୍ମୁଖରେ
ଭାବନା ସତ ଥିଲା ।
ତୁମର ପ୍ରତି ଟି Surprise ମୋ ପାଈଁ
ଖୁସିର ଆଲୋକ ନେଇ ଆସିଛି
ଆଉ ସେ Surprise ମୋ ପାଇଁ
ଅଭୁଲା ସ୍ମୃତି ହୋଇ ରହିଯାଇଛି ।।
ରୁବି ନାହାକ
…….ଙ୍କ କଲମରୁ
Follow my Blog
Search on Poem Section

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading