ପୂର୍ଣ୍ଣତୋୟା

#ପୂର୍ଣ୍ଣତୋୟା

ସଞ୍ଜ ନଇଁ ଗଲେ
ତୁମେ ଆସ ବୋଲି
ଅପେକ୍ଷା କେବେ କରିନି କି
ଧର୍ଯ୍ୟ ହରା ହୋଇନି,
ସଜେଇ ହୋଇନି କେବେ
ପିୟୁସ ର ପୂର୍ଣ୍ଣତୋୟା ହେବା ପାଇଁ ;
ମନ ଭିତରେ ଗୁଞ୍ଜରୀ ଉଠୁଥିବା
ଭାବନା ସବୁ କେବେ ଜଣାଇନି ।
ତୁମକୁ ସ୍ପର୍ଶ କରିବାକୁ
ବ୍ୟସ୍ତ ବିବ୍ରତ ହୋଇନି,
ହୃଦୟରେ କେବେ ତୁମ ପ୍ରତି
ହେମାଳ କମ୍ପନ ହୋଇନି କି
ବ୍ୟାକୁଳତା ଆସିନୀ ।
ଅହମିକାର କଠୋର ଆବରଣ ବାହାର କରି
କେବେ ଚେଷ୍ଟାବି କରିନି ………ଜାଣିବାକୁ
ତୁମର ମୋ ପ୍ରତି ଥିବା
ଆସକ୍ତ ଦୁର୍ବଳତା- ଆଉ ବିଶ୍ଵାସକୁ
ମୋତେ ପାଇବାର ଯେଉଁ ଆତ୍ମବିଶ୍ବାସ ।
କିନ୍ତୁ ଆଜି….ସଞ୍ଜ ନଇଁ ଗଲା ପରେ
ମନ ଭିତରେ ବିପ୍ଳବ କରେ,
ଅଞ୍ଜୁଳାଏ ଭାବନା
ଅନ୍ୟ ମନସ୍କ କରିଦିଏ …..ଇନ୍ଦ୍ରିୟ ସବୁ ।
ତୁମ ପ୍ରତିକ୍ଷାରେ…… ନିଶ୍ଵାସ ବି
ନିଶ୍ୱାସର ପ୍ରତାରଣା- ପ୍ରଭଞ୍ଚନାରେ
ଭସ୍ମ ପାଲଟି ଗଲାଣି ;
ଶିହରି ଉଠିଲାଣି ତନୁ-ମନ !!
“ଧର୍ଯ୍ୟ ହରା ହୋଇଯାଏ
ତୁମ ଲାଂଛିତ- ନିର୍ଯ୍ୟାତିତ ବିଶ୍ୱାସକୁ,
ତୁମ ଆତ୍ମ ବିଶ୍ୱାସକୁ ବାସ୍ତବ କରି
ଶୈଶବ, କିଶୋର ଏବଂ ଯୌବନ କୁ ନେଇ
ଏକାନ୍ତ ନିରାବତାରେ…
ତୁମ ପାଇଁ….
ପୂର୍ଣ୍ଣତୋୟା………..ପାଲଟିଯିବାକୁ !!”
ମନୋଜ କୁମାର ବେହେରା 
      ……… ଙ୍କ କବିତା ଖଣ୍ଡରୁ ।