ଇଚ୍ଛା

# Ichha_odia_poem

Ichha_odia_poem
Ichha odia poem
ବିଶ୍ୱାସର ଘନଘଟା ମଧ୍ୟେ
ତମେ ଛିଡା ହୋଇଥାଅ
ଏକ ଅବିଶ୍ୱାସ ର ମଶାଲ ନେଇ
ବହୁପଥ ଅତିକ୍ରମ କଲିଣି…..
ବହୁ ଦୂର ଆଗକୁ ଗଲିଣି….,
କାହିଁ କେଉଁଠି ସ୍ବର୍ଗ ତ ଦିଶୁନି ….।
ମୋତେ ଲାଗେ ମୁ ବୋଧେ
ଜ୍ଞାତ ସାର ଠାରୁ ବହୁ ଦୁରେ ଅଛି….
ଜୀବନର ବାସ୍ନା ବାରି ଆଗକୁ ଯିବାର ଅଛି
କିଛି ଗୋଟେ ବାସ୍ତବତା ପାଖକୁ….।
କିନ୍ତୁ ମୁଁ ଯେ କସ୍ତୁରୀ
ଏବେ ପଛକୁ ଫେରି ଚାହିଁବାର
କୌଣସି ଇଚ୍ଛାବି ନାହିଁ….,
ସାହସ ବି ନାହିଁ…..,
ସତ୍ୟ ସନ୍ଧସ୍ତୁ ଏକାନ୍ତ କାମୀ
ବାସ୍ତବତା ପାଖକୁ….,
ଏକା ଏକା ଯିବାକୁ ସାହସ ବି ନାହିଁ ….।
କିନ୍ତୁ ଆଜିବି…….
ମରୀଚିକା ର ଘୁର୍ଣ୍ଣିବାତ୍ୟା ରେ ଜର୍ଜରିତ
କାଳ୍ପନିକତା ଠାରୁ…
ବହୁଦୂର ଦଣ୍ଡାୟମାନ,
ମଶାଲ ର ପ୍ରତିବିମ୍ବ ହାତରେ ଧରି …….।
ମନୋଜ କୁମାର ବେହେରା
      ……… ଙ୍କ କଲମରୁ
Follow my Blog…

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading