Lifestyle Changing Thoughts in Odia (Part-15) ଜୀବନଶୈଳୀ ପରିବର୍ତ୍ତନ ର ବାର୍ତ୍ତା

LCT-82:

” ଘରେ ରୋଷେଇ କରିବା ଆଉ ଘର ସଫା କରିବା ତୁମର କାମ” ଏ କାମ ଟା କୋଉ ବଡ଼ କାମ ଯେ ???
କେତେ ମହାନ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀ ଙ୍କୁ ଏମିତି କଥା କହୁଥିବେ !
ଯେବେ ନିଜେ ସେହି କାମ କରନ୍ତି ନା ଜଣା ପଡି ଯାଏ ଯେ ଘର କାମ କେତେ କଷ୍ଟ ?
ଦୟାକରି ମହିଳା ମାନଙ୍କୁ ହୀନ ମନେ କରନ୍ତୁ ନାହିଁ ।

LCT-83:

ମୋ ଦରକାର ସମୟରେ ଉପସ୍ଥିତ ହେବା ଜରୁରୀ ନୁହେଁ।
 ମୋ ପାଈଁ ସେ ଚିନ୍ତା କରେ ମୋ ପାଈଁ ଯଥେଷ୍ଟ,
 ସେ ସମସ୍ତଙ୍କ ଠାରୁ ଅଲଗା !
 ଯିଏ ପଇସା କୁ ନୁହଁ ବନ୍ଧୁତ୍ୱ କୁ ମହତ୍ଵ ଦେଇଥାଏ ।

LCT-84:

ଦୁଇଟି ଇଂରାଜୀ ଶବ୍ଦ ଜୀବନ ବଦଳାଇ ଦିଏ ।
F2: Forget(ଭୁଲିଯିବା)
Forgive(କ୍ଷମା କରିଦେବା)
ବିନା କାରଣରେ ଆପଣଙ୍କୁ ଦୋଷ ଦେବା ଲୋକ ଙ୍କୁ ଭୂଲି ଯାଆନ୍ତୁ
ଏବଂ ତାର କଥା କୁ ଅଣଦେଖା କରି ତାକୁ କ୍ଷମା କରିଦିଅନ୍ତୁ ।
ପରବର୍ତ୍ତୀ ମୁହୂର୍ତ୍ତରେ ନିଜେ ସନ୍ତୁଷ୍ଟ ଅନୁଭବ କରିବେ ।

LCT-85:
ଆପଣ ଅପେକ୍ଷା କରୁଛନ୍ତି କି?
ନିଃସନ୍ଦେହ ଆପଣଙ୍କ ଧର୍ଯ୍ୟ କୁ ପରୀକ୍ଷା କରାଯାଉଛି।
ଧର୍ଯ୍ୟହରା ହେବା ଅର୍ଥାତ ପରୀକ୍ଷାରେ ଅସଫଳ ।
କାର୍ଯ୍ୟ ଫଳପ୍ରଦ ହେବା ପର୍ଯ୍ୟନ୍ତ
ଅପେକ୍ଷା କରିବା ତୁମର ମୁଖ୍ୟ ଲକ୍ଷ୍ୟ ଅଟେ ।

LCT-86:
କାହାର ଖରାପ ସମୟରେ ତା କଥାକୁ ମଜାରେ ଉଡାନ୍ତୁ ନାହିଁ
ଶତ୍ରୁତା ଜନ୍ମ ନେଇ ପାରେ ।
ହସି ପଦେ କଥା କହି ତାର ମନୋବଳ ବଢ଼େଇ ଦିଅ
ଦେଖିବ ତୁମ ପ୍ରତି ତାର ଆଦର ବହୁତ ବଢିଯିବ।।
ଧନ୍ୟବାଦ ।
ଓଡ଼ିଆ କବିତା ପଢ଼ିବା ପାଇଁ ଏଠାରେ Click କରନ୍ତୁ 

Facebook Comments

One thought on “Lifestyle Changing Thoughts in Odia (Part-15) ଜୀବନଶୈଳୀ ପରିବର୍ତ୍ତନ ର ବାର୍ତ୍ତା”

Put your Valuable feedback