Smruti Tume Sradhanjali (A True Story)Page-17



କୁମାର:- ତୁ ଟିକିଏ ରହିବୁ କି ??

 ଆଜି ୟାର କିଛି ହିସାବ ହବ । 
ସେ ମୋର କଣ କରିବ ମୁଁ ଦେଖିବି ।

ଶିଖା:- ଦେଖିବୁ କଣ କରିବି ।
 ( ହଟାତ ଗୋଟେ ଚାପୁଡ଼ା ମାରିଲା,,  କୁମାର କୁ…..) 

Class ର ପରିବେଶ serious ହେବାକୁ ଲାଗୁଥିଲା ଲାଗୁଥିଲା ଯେମିତି କିଛି ହେବ ଆଜି ଏଠି….

Class ରେ ସମସ୍ତେ ଦେଖୁଥିଲେ ହେଲେ କେହି କିଛି କହୁନଥିଲେ ।

 କୁମାର ରାଗିଯାଇ Principal ଙ୍କ ପାଖକୁ ଗଲା । 

ହେଲେ କଣ ହେବ principal ବି କିଛି କହିଲେନି । 
Principal ବି ବୁଝେଇ ସୁଝେଇ return ଯାଅ ବୋଲି କହିଦେଲେ ଓଲଟା ଛଇ ଛନିକି ର support ନେଲେ ,

 ତା ପରଦିନ କଲେଜ ଗେଟ ଖୋଲିବା ପୁର୍ବରୁ କୁମାର ଆସି କଲେଜ ରେ ପହଞ୍ଚି ଯାଇଥିଲା ।

କୁମାର:- କାଳିଆ ଭାଇ !!!  ଆଜି ଗେଟ ଖୋଲିବନି । 

ମୋତେ ଚାବି ଦିଅ ।

କାଳିଆ ଭାଇ:- କଣ ହୋଇଛି କି ?

କୁମାର:- ତମେ ଜାଣିନ କି ??? ଶିଖା ମୋ ଉପରକୁ ହାତ ଉଠେଇଛି ସେ ପ୍ରିନ୍ସପାଲ ବି କିଛି କହିଲାନି।
ଆଜି ଗେଟ ଖୋଲିବନି । 

ସେ ଭୁଲ ମାଗିବ ତାପରେ ଗେଟ ଖୋଲିବ ।

କାଳିଆ ଭାଇ:- ହଉ ନେ ଚାବି । 

ତାକୁ ଉଚିତ ଶିକ୍ଷା ଦବାକୁ ହବ ତାପରେ ଗେଟ ବନ୍ଦ କରି ବସି ରହିଲା ।

କୁମାର ଆଉ ଅନ୍ୟ ସବୁ ପିଲାମନେ ଜମା ହେବାକୁ ଲାଗିଲେ ।

ପିଲା ମାନଙ୍କ ରୁଣ୍ଡ ଦେଖି କୌଣସି Lecture ବି ସେଠି  ଆସିଲେନି । 

ଗେଟ କଣ ଏବେ ପର୍ଯ୍ୟନ୍ତ ଖୋଲାହେଇନି ସମସ୍ତେ ବ୍ୟସ୍ତ ହୋଇଗଲେଣି।

 ସର୍ବ ଶେଷରେ ପ୍ରିନ୍ସପାଲ ବି ଆସିଲେ ।

ପ୍ରିନ୍ସପାଲ:- କଣ ହେଇଛି ଗେଟ ଖୋଲା ହେଇନି ???

କୁମାର:- ଆଜି ଗେଟ ଖୋଲା ହେବନି, ମୋ କଥାର ସମାଧାନ ନ ହେଲା ଯାଏ ଗେଟ ବନ୍ଦ ରହିବ ।


To be continued…….


Promo: ( କୁମାର ର ରାଗ ଆଉ କୁମାର ବଦଳିବା କାହାଣୀ ଆଉ ଟିକେ ବାକି ଅଛି,  ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..

Pages:

Follow My Pages:- 


Thanks….

ଖେଳ ଘର (Khela Ghara)

Khela_ghara_by_manoj_kumar_behera


khela Ghara
ଖେଳ ଘର



ଛୋଟ ବେଳେ ଖେଳ ଘର କୁ ନେଇ
କେତେ ବିଶ୍ୱାସ,
ସାନ୍ତନା…ଆଉ ଅଭିମାନ…. ।

ଛୋଟ ବେଳର ସେହି ଲୁଚି ଲୁଚିକା ଖେଳରେ 
ହାରିବା ଆଉ ଜିତିବା
ମିଳନ….ବିଚ୍ଛେଦ….
ସବୁଠୁ ନିଆରା……. ।

ଅନ୍ଧାର ରେ ଖୋଜୁ ଖୋଜୁ 
ଆଖିରେ ଲୁହ…… ଛାତିରେ କଷ୍ଟ………
ଆଉ ମନରେ ଭୟ…..
ତଥାପି ଚାଲି ଆସୁ 
ସେହି ସ୍ଥାନକୁ ମନରେ ଆଶା ନେଇ…. 
ଅଳ୍ପ ସମୟକୁ ସୁମଧୁର କରିବା ପାଈଁ….।

ଏବେ କିନ୍ତୁ ସେଗୁଡିକ ମନେ ପଡେନି
କାରଣ ସେ ସବୁ ଅତୀତ ….।
ଖାଲି ରହିଯାଇଛି ତାର ଅଙ୍ଗେନିଭା ସ୍ମୃତି…..।

ବୟସ ବଢିଗଲା ପରେ …….
ହୃଦୟ ଭିତରେ……
ମନରେ…. 
 ଅନ୍ୟ ଏକ  ମଣିଷକୁ ନେଇ ।
ସୌଧଟିଏ ଗଢ଼ିଲା ପରେ …..
ଅତୀତ ର ସେହି ସମୟକୁ 
ଲୁହରେ ପୂର୍ଣ୍ଣାହୁତି ଦେଇ
କବର ଭିତରେ ରଖିବାକୁ ପଡେ ।

ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……