ତୁମ କଥା ମନେ ପଡେ


tuma katha mane pade

ତୁମ କଥା ମନେ ପଡେ
Tuma_Katha_Mane_Pade

ତୁମ କଥା ମନେ ପଡେ ପ୍ରିୟା !!
ମନେ ପଡେ ପୁରୁଣା ଦିନର ସ୍ମୃତି
ଆମ କଲେଜ ଜୀବନ ।
କଲେଜ ରାସ୍ତାରେ ଯେବେ ଘରକୁ ଫେରୁଛି
ତୁମ କଥା ମନେ ପଡେ ପ୍ରିୟା
ଯେଉଁ ଦିନ ସମୟକୁ ଅପେକ୍ଷା ମୁଁ କରିଥାଏ
ଅସହ୍ୟ ଉତ୍କଣ୍ଠା ମନରେ !
କିନ୍ତୁ ଆସ ନାହିଁ ତୁମେ ?
ସତେ କି ଏମିତି ଲାଗେ,
ଫୁଲ ବିନା ଫଗୁଣ !!
ମେଘ ବିନା ଶ୍ରାବଣ !!
ସାଥି ବିନା ଭ୍ରମଣ କି !!
ବଞ୍ଚି ରହିପାରେ ?

ତୁମ କଥା ମନେ ପଡେ ପ୍ରିୟା
ଯେବେ ରାସ୍ତାରେ ଯାଅ ତୁମେ ପ୍ରତିଦିନ
ତୁମ ସାଥି ସହ !
କରିଥାଏ ମୁଁ ଅନୁସରଣ
ନଥାନ୍ତି ଟି କେହି
ଶୋଇଥାଏ ନିରୋଳା ରାସ୍ତା ଟି
ଖାଲି ଥାଅ ତୁମେ ଆଉ ମୁଁ !!
ଆଉ ଏ ନିରୋଳା ପୃଥିବି
ଶାନ୍ତି ପୂର୍ଣ୍ଣ ପରିବେଶ
ହାଏ ସବୁ ସ୍ବପ୍ନ ଆଜି
ସ୍ମୃତି ପଟେ ସେଇକଥା ଭାବି !!

ଯେଉଁ ଦିନ ମନେ ପଡେ ତୁମ କଥା
ନିରୋଳା ବର୍ଷା ଭରା
ଶ୍ରାବଣ ରାତିରେ
ଝରିଆସେ ମୋ ଆଖିରେ
ଦୁଇ ଟୋପା ଶ୍ରାବଣ ର ଧାରା !!
ଆଜି ଅଛି ସେହି ପୁରୁଣା କଲେଜ
କିନ୍ତୁ ନାହିଁ ତୁମ ଉପସ୍ଥିତି
ସ୍ମୃତି ପଟେ ଯାହା ସାଇତିଛି।।

ଗୌତମ କୁମାର ନାୟକ ଙ୍କ
କବିତା ପୃଷ୍ଠାରୁ……

ଧନ୍ୟବାଦ….

Follow my Blog for ever new contents.

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading