ତାପରେ ପୋଲିସ ବାବୁ କହିଲେ ଯାହା ତ ହେଲା ଆଉ କଣ କରିବା ଏଥିପାଇଁ ଆମେମାନେ ବି ଲଜ୍ଜିତ ।
ତୁ କଣ ଚାହୁଛୁ ??
ମୁଁ କହିଲି ମୋତେ କିଛି ଦରକାର ନାହିଁ , ଏଇ ବାପାଙ୍କର ଜାଗା ତାଙ୍କୁ ଦିଆଯାଉ ଆଉ କିଛି ଦରକାର ନାହିଁ ।
ତାପରେ ସେ ଓକିଲ ଆସିକି କ୍ଷମା ମାଗିଲା ଆଉ ସେ ବାପାଙ୍କର ସବୁ ଟଙ୍କା ଫେରେଇଲେ । ଆଉ ତାଙ୍କ ଜାଗା ଯୋଗେଇଦେଲା ।
ତାପରେ ଏପଟେ ଦାଦା ସବୁ ଦେଖୁଥାନ୍ତି ଆସିକି ପଚାରିଲେ ସେ ଲୋକଟା କିଏ ନାହିଁ । ମୁଁ କହିଲି ସେ ମୋର କିଏ ନାହିଁ ।
ଦାଦା କହିଲେ ତାହାଲେ ତାଙ୍କ ପାଇଁ ତମେ ଏତେ ଝଗଡ଼ା କାହିଁକି କଲ ।
ତାପରେ ମୁଁ କହିଲି- କଥାଟା ତାଙ୍କର ହଉ କିମ୍ବା ଆଉ କାହାର କଥା ହଉଛି ମଣିଷ ପଣିଆର ।
ମୁଁ ଚାହିଁଥିଲେ ସେଇଠୁ ଚୁପ୍ ଚାପ୍ ପଳେଇଥାନ୍ତି ହେଲେ ମୁଁ ଭାବିଲି ଏ ଘଟଣା ଟା ଯଦି ମୋ ସହ ହେଇଥାନ୍ତା ମୁଁ କଣ ଚୁପ୍ ରହିଥାନ୍ତି ??
ତାପରେ ମଣିଷ ହେଇକି ଆଉ ଜଣେ ମଣିଷର କାମରେ ନଆସି ପାରିଲି ତାହାଲେ ମୁଁ ମଣିଷ ଜନ୍ମ ପାଇକି କିଛି ଲାଭ ନାହିଁ।
ଏତିକି କହି ମୁଁ ଚାଲିଆସିଥିଲି ।
ମା:- ଠିକ୍ କରିଛ, ସେ ଭଳିଆ ଲୋକଙ୍କୁ ସେମିତି ହିଁ ଦରକାର ।
କୁମାର:- ମୁଁ କାହାର ବି ଦୁଃଖ ଦେଖିପାରେନି, କାରଣ ଦୁଃଖ କଣ ମୁଁ ଜାଣିଛି ।
ଯଦି ଆଜି ଆମେ କାହାକୁ ସାହାଯ୍ୟ କରିଥିବା ତେବେ ଆମେ କୋଉଠି ଅସୁବିଧାରେ ପଡିଲେ, ଆମକୁ କେହି ମଧ୍ୟ ସାହାଯ୍ୟ କରିବେ ।