Indication For Help ସାହାଯ୍ୟ ର ସଂକେତ


 
Indication For Help
Indication For Help


     

         2018 ମସିହା ଡିସେମ୍ବର ମାସର ଗୋଟିଏ ସନ୍ଧ୍ୟା  ଏବଂ ହାଲୁକା ବର୍ଷା ଯୋଗୁ ଭୂମି ଟିକିଏ ଓଦା ଅଛି। ସନ୍ଧ୍ୟା 6 ଟା ହେବ, ମିଞ୍ଜି ମିଞ୍ଜି ଅନ୍ଧାର ସାଙ୍ଗେ ଝଡି ପୋକ ର ସୁଅ ଚାଲିଛି ।  କିଛି ଘରୋଇ କାମ ସାରି ବାଲିପଦର ରୁ ବୁଗୁଡା ଅଭିମୁଖେ ଆସୁଥିଲି। ଆକାଶ ପୁରା ଘନ ଘୋଟ ଅନ୍ଧାର ଥିଲା, ଯେମିତି ଅମାବାସ୍ୟା ର ରାତି । Bike ର Speed 70-80 ବେଗରେ ଚାଲୁଥିଲା। ୫ କିଲୋମିଟର ପରେ ଦେଖିଲି । ଯେ ରାସ୍ତା ପାଶ୍ୱରେ ଗୋଟିଏ କାଚ ବାଟି ସଦୃଶ୍ୟ ଦୁଇଟି ଆଲୋକ ଦେଖା ଯାଉଛି । ଯେମିତି Radium ର ଚମକ । ମନ ରେ ଭୟ ସୃଷ୍ଟି ହେଲା କିନ୍ତୁ ସାହସ ବାନ୍ଧି Bike କୁ Slow କରିବାରେ ଲାଗିଲି । ମୋତେ ଲାଗିଲା କିଏ ଯେମିତି ଅପେକ୍ଷା କରିଛି ।  Bike Slow କରି ତା ପାଖରେ ପହଞ୍ଚିଲି । ଦେଖିଲି ଗୋଟିଏ ବିଲୁଆ। ଏମିତିରେ ବିଲୁଆ ମାନେ ମନୁଷ୍ୟ ଠୁ ଦୂରରେ ରହିଥାନ୍ତି  ।  କିନ୍ତୁ ମୁଁ Bike କୁ ତା ପାଖରେ ରଖିଲା ପରେ ମଧ୍ୟ ସେ ଦଉଡି ନ ଯାଇ ଧିର ସ୍ଥିର ହୋଇ ଠିଆ ରହିଲା। ସେ ଯେମିତି କିଛି କହିବାକୁ ଚାହୁଁଥିଲା ।  ସାହସ କରି Bike ରୁ ଓଲ୍ହାଇ ତା ପାଖରେ ପହଂଚିବା ପୂର୍ବରୁ ସେ ଚାଲିଗଲା । ମୋ ମନରେ ଅବାନ୍ତର ପ୍ରଶ୍ନ ସୃଷ୍ଟି ହେଲା। ଲୋକେ କୁହନ୍ତି ରାସ୍ତା ପାଶ୍ୱରେ ବିଲୁଆ ଦେଖିଲେ ଶୁଭ ହୁଏ । କିନ୍ତୁ ମନରେ କାହିଁକି କେଜାଣି କେତେ ପ୍ରଶ୍ନ ଉଙ୍କି ମାରୁଥିଲା । ଏମିତିରେ ମୋ ମନରେ ଯଦି କିଛି ପ୍ରଶ୍ନ ସୃଷ୍ଟି ହୁଏ ତେବେ ସେ ପ୍ରଶ୍ନ ର ଉତ୍ତର ନ ପାଇବା ପର୍ଯ୍ୟନ୍ତ ମୋ ମନ ଭିତରେ ଘୁରି ବୁଲୁଥାଏ । ବୁଗୁଡା ପହଞ୍ଚିବାକୁ 5Km ବାକି ଥିଲା ଭାବିଲି ଷୋହଲମଇଲି ରୁ ବାମ ପାଶ୍ୱ ରାସ୍ତା ହୋଇ ମୋ ଗାଁ କୁ ପଳେଇବି । ଆଉ ସେମିତି ହିଁ କରିଲି କିନ୍ତୁ ଏହା କଣ ? ବାମ ପାଶ୍ୱ ମୋଡି 50 ମିଟର ହେବ ହଠାତ ଗୋଟିଏ ବିଲେଇ ରାସ୍ତା କାଟିଲା । ଆଉ ସେ ବିଲେଇ ମଧ୍ୟ ରାସ୍ତା ମଝିରେ 5 ସେକେଣ୍ଡ ମୋ ଗାଡି କୁ ଦେଖି ଠିଆ ହୋଇ ରହିଲା ତା ପରେ ସେ ଚାଲିଗଲା । Bike କୁ ପଛ ଘୁଞ୍ଚା ଦେଲି ଆଉ Bike କୁ ବନ୍ଦ କରି ପାଶ୍ୱରେ ଥିବା ପାନ ଦୋକାନ ରୁ 2 ଟି ପାଣି ପାଉଚ ଆଣିଲି । ମୁହଁକୁ ଧୋଇ ଏବଂ ପାଣି ପିଇଲି,  5 Minutes ଠିଆ ହୋଇ ରହିଲି ।  ମୋ ମନରେ ଏକ ବିରାଟ ଭୟ ସୃଷ୍ଟି ହେଲା । କିଛି ଅଘଟଣ ଘଟିବନି ତ ଆଜି ମୋ ସାଙ୍ଗରେ ? , ଏହି କଥା ବାରମ୍ବାର ମନରେ ଉଙ୍କି ମାରୁଥିଲା ।  ପଛକୁ Bike ବୁଲେଇ ସିଧା ବୁଗୁଡା ଅଭିମୁଖେ ଚାଲିଲି। 
 
         ବୁଗୁଡା ଅଭିମୁଖେ ଚାଲିବା ଆରମ୍ଭ କରିଛି ହଠାତ ଗୋଟିଏ ଲୋକ ମୋତେ ସାହାଯ୍ୟ ମାଗିଲା !  କହିଲା ” ଭାଇ ବୁଗୁଡା ଯଦି ଯାଉଛ ? ମୋତେ ଟିକେ ଲିଫ୍ଟ ଦେବ?? ” ତାର ମୁହଁ କୁ ଦେଖି ଟିକେ ଦୟା ଆସିଲା ଆଉ ତାକୁ କହିଲି ” ଭାଇ ମୁଁ ତ ବୁଗୁଡା ଯିବିନି କିନ୍ତୁ ଯଦି ଯିବାକୁ ଚାହୁଁଚ ତେବେ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଲିଫ୍ଟ ଦେବୀ  ” ସେ କହିଲା ହଉ ସେ ପର୍ଯ୍ୟନ୍ତ ନେଇଯାଅ ମୁଁ ସେଠୁ ଆଗକୁ ଚାଲି ଚାଲି ପଳେଇବି । ଏତିକି କହି ଲିଫ୍ଟ ଦେଇ କିଛି ଦୂର ଆସିଲା ପରେ ଦେଖିଲି ରାସ୍ତାର ଦକ୍ଷିଣ ପାଶ୍ୱରେ ଦୁଇଟି ଲୋକ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି। ଜଣେ ବେହୋଶ ଆଉ ଜଣେ ଟିକେ ଟିକେ କଥା କହୁଥିଲେ । କିଛି ଲୋକ ସେଠି ଦେଖି ଆହା.. ଆହା.. କରୁଛନ୍ତି ତ କିଛି ଲୋକ ମୋବାଇଲ ରେ ଭିଡ଼ିଓ ସହିତ Photo ଉଠୋଉଛନ୍ତି ।  ସେ ଭିତରୁ ଜଣେ ପୁରାପୁରି ବେହୋଶ ଥିଲା ଲାଗୁଥିଲା ସେ ଜଣେ ଶ୍ରମିକ କିମ୍ବା ଦିନ ମଜୁରିଆ ହେଇଥିବ ।  ଆଉ ଜଣେ ବୁଗୁଡା ର ଜଣାଶୁଣା ଭଦ୍ର ବ୍ୟକ୍ତି । ନାମ ତ ଜାଣିନି କିନ୍ତୁ ସେ ବୋଧେ ମେଡିକାଲ ର କୋଉ Staff । 
        ରାସ୍ତା ଉପରେ ପଡି ରହିଛି ଶ୍ରମିକ ଭାଈ ର କିଛି ପରିବା ଆଉ କିଛି ଦୈନିକ ଜୀବନ ଯାପନ କରିବା ପାଇଁ ସଉଦା । ଦୁର୍ଘଟଣା Cycle ଏବଂ Bike ମୁହାଁମୁହିଁ ଯୋଗୁ ହୋଇଛି । ସାଇକେଲ ରାସ୍ତା ଉପରେ ପଡିରହିଛି । ଆଉ ଭଦ୍ର ବ୍ୟକ୍ତି ଙ୍କର Bike ରାସ୍ତା ପାଶ୍ୱରେ ପଡି ରହିଛି । ଅନୁମାନରୁ ଜଣାପଡୁଥାଏ ଅନ୍ୟମନସ୍କ ହେବା ସହିତ LED Light ଯୋଗୁ ଏହି ଘଟଣା ହୋଇଛି ବୋଲି ଉପସ୍ଥିତ ଲୋକମାନେ ଅନୁମାନ କରିବାରେ ଲାଗିଛନ୍ତି ।  କିନ୍ତୁ ଜଣେ ବ୍ୟକ୍ତି ମଧ୍ୟ ସେମାନଙ୍କୁ ଉଠାଇ ମେଡିକାଲ ନେବା ପାଈଁ ଚାହୁଁ ନଥିଲେ । ସମସ୍ତେ ନିଜ ନିଜ ଭିତରେ କଥା ବାର୍ତା ହେଉଥିଲେ ଯଦି ଆମ୍ବୁଲାନ୍ସ କୁ ଡାକିବା ସେ ତ ଆସିବାକୁ Late ହେଇଯିବ । ସେ ଲୋକ ମାନଙ୍କ କଥା ଶୁଣି ରାଗରେ ତାଙ୍କୁ କିଛି ଶ୍ଳୋକ ଶୁଣେଇବାକୁ ଇଛା ହେଉଥିଲା କିନ୍ତୁ ନିଜକୁ କଂଟ୍ରୋଲ କରି ଶ୍ରମିକ ଭାଇ (ଗୁରୁତର) ପାଖକୁ ଗଲି ଏବଂ ତାଙ୍କୁ ଉଠେଇବାକୁ ଚେଷ୍ଟା କରିଲି। ଲିଫ୍ଟ ଦେଇଥିବା ଭାଇ ମଧ୍ୟ ସାହାଯ୍ୟ କରିଲେ। ଦେଖିଲି ଯେ ତାର କାନ ପଟୁ ବହୁତ ରକ୍ତ ବୋହିବାରେ ଲାଗିଛି । ରକ୍ତ ଦେଖି ମୋର ଲୋମ ଟାଙ୍କୁରି ଉଠିଲା କିନ୍ତୁ ସାହସ କରି ତାଙ୍କୁ ଉଠେଇ ବସେଇଲି । କିନ୍ତୁ ସେ ବେହୋଶ ଥିଲେ , ଦର୍ଶକ ଥିବା କିଛି ମୁର୍ଖ ଲୋକଙ୍କୁ କହିଲି କି ” ଭାଇମାନେ ଟିକେ ସାହାଯ୍ୟ କର!! ଦେଖୁଛ କଣ ???” ତାପରେ ଦୁଇଟି ଲୋକ ଆସି ତାର ସାଇକେଲ କୁ Side କରି ତାର ଜିନିଷ ପତ୍ର ଉଠେଇ Bag ରେ ରଖିଲେ । ଆଉ ଠିକ ସେଇ ସମୟରେ ଦୁଇଟି College Student ଲାଗୁଥିଲା ଦୁହେଁ Sports Player , ସେ ଦୁହେଁ ବୁଗୁଡା Peoples College ର ଛାତ୍ର । ସେ ଦୁହେଁ ବୁଗୁଡା କୁ ଯାଉଥିଲେ ଏ ଘଟଣା ଦେଖି ସେ ସଂଗେ ସଂଗେ ଆସି ନିଜ ସେହି ଲୋକକୁ ଉଠେଇବାରେ ସାହାଯ୍ୟ କରିଲେ । ଆଉ ତାଙ୍କୁ ନେଇ ତାଙ୍କ Scooty ରେ ବସେଇ ବାକୁ ଲାଗିଲେ । ତା ପୂର୍ବରୁ ଲିଫ୍ଟ ଦେଇଥିବା ଲୋକ କୁ ମୁଁ କହିଥିଲି କି ” ଭାଇ ତମେ ଟିକେ Supprot ଦେବ ଆମ Bike ରେ ବୁଗୁଡା ମେଡିକାଲ ପର୍ଯ୍ୟନ୍ତ ନେଇଯିବା ଆଉ ସେ ହଁ ମଧ୍ୟ କରିଥିଲେ” କିନ୍ତୁ ଏହି ଦୁଇ ଛାତ୍ର ପାଖରେ Scooty ଥିବାରୁ ସେ ନିଜେ କହିଲେ ଭାଇ ଆମେ Scooty ରେ ବସେଇ ନେଇଯିବା, ତୁମର Bike Height ଅଛି, ସେଥିରେ ବସିବା ଅସୁବିଧା ହେବ ।  ସେମାନେ Scooty ରେ ମେଡିକାଲ ଗଲେ । 
       ବଡ଼ ଶଙ୍ଖ ରେ ପହଁଚିଲା ପରେ ସେ ଲୋକ ଜଣଙ୍କ କହିଲେ ଭାଇ ମୋତେ ଏଠି ଛାଡି ଦିଅ ମୁଁ ଚାଲି ଚାଲି ପଳେଇବି । କିନ୍ତୁ ମନ ମୋର ବୁଝିଲାନି ତାଙ୍କୁ କହିଲି କିଛି ନାହିଁ ଭାଇ ଚାଲ ମୁଁ ମେଡିକାଲ ପର୍ଯ୍ୟନ୍ତ ଯିବି ତମକୁ Bus Stand ରେ ଛାଡ଼ିଦେବୀ । 
        ତାଙ୍କୁ Bus Stand ରେ ଛାଡି ମେଡିକାଲ ଗଲି ସେଠି ତାଙ୍କୁ ଡକ୍ଟର ଙ୍କ ସହିତ କଥା ହୋଇ Admit କରେଇଲୁ । ସେ ଶ୍ରମିକ ଭାଇ ଙ୍କର ମୋବାଇଲ ରୁ ତାଙ୍କ ଘର ଲୋକଙ୍କୁ କୁ Contact କରି ଡାକିଲୁ । ଅନ୍ୟ ଜଣେ ଭଦ୍ର ବ୍ୟକ୍ତି ଙ୍କ ଅବସ୍ଥା ଏତେ ଶୋଚନୀୟ ନଥିଲା କିନ୍ତୁ ତାଙ୍କର ଗୋଡ଼ ଆଉ ହାତ ରେ ମାଡ଼ ହୋଇ ଥିଲା କିନ୍ତୁ ସେ ଠିକ୍ ସେ କଥା ହେଇପାରୁଥିଲେ ଆଉ ସେ ତାଙ୍କ ନିଜ ପରିବାରଙ୍କୁ ଡାକି ତାଙ୍କ ସହ ମେଡିକାଲ କୁ ଗଲେ । 
           କିଛି ସମୟ ପରେ ଶ୍ରମିକ ଭାଇ ପରିବାର ଲୋକ ଆସି ପହଁଚିଲେ । ପଚରାଉଚରା କରିବା ପରେ ଜଣା ପଡିଲା ସେ ମିସ୍ତ୍ରୀ କାମ କରନ୍ତି । 
          ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଲୁ ଆଉ ତାଙ୍କ ପରିବାର ଲୋକେ ମୋତେ ଆଉ ସେଇ ଭାଇ ମାନଙ୍କୁ ଧନ୍ୟବାଦ ଜଣେଇଲେ। ଶ୍ରମିକ ଭାଇ ଙ୍କର ଅବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଡକ୍ଟର ବ୍ରହ୍ମପୁର ମେଡିକାଲ କୁ Refer କରିଲେ । 
       ରାତି ବହୁତ ହେବା ଯୋଗୁଁ ମୋ ଘରୁ ବାରମ୍ବାର Call ଆସୁଥାଏ , ଘର ଲୋକଙ୍କୁ କହିଲି କିଛି ସମୟ ଲାଗିବ , ମୁଁ ଆସୁଛି କହି Phone Cut କରିଦେଲି। ସେଇ ଭାଇମାନଙ୍କୁ କହିଲି ଭାଇ ମୁଁ ଆସୁଛି , ସେ ଭାଇମାନେ ମଧ୍ୟ ବହୁତ ଖୁସି ହେଲେ ଆଉ ନିଜ ପରିଚୟ ଜଣାଇଲେ ଏବଂ ମୋର ପରିଚୟ ମଧ୍ୟ ତାଙ୍କୁ ଦେଲି । ସେମାନେ ଖୁସି ହେଲେ କହିଲେ ଭାଇ , ଏମିତି ସାହାଯ୍ୟ କରିବା ଦରକାର। ଆଉ ସେ ଭାଇମାନେ ମଧ୍ୟ କହିଲେ କି ଏମିତି ଦୁର୍ଘଟଣା Case ରେ ମୁଁ ବହୁତ ଲୋକଙ୍କୁ ସାହାଯ୍ୟ କରିଛି । ଏହି କଥା ଶୁଣି ମୋତେ ବହୁତ ଖୁସି ଲାଗିଲା ଆଉ ସେହି ଭାଇ ମାନଙ୍କ କଥା ଶୁଣି ମୋତେ ଗର୍ବ ଅନୁଭବ ହେଲା । ଭାବିଲି ଦୁନିଆରେ ସବୁ ଲୋକ ସ୍ୱାର୍ଥପର ନାହାନ୍ତି । ଏମିତି କିଛି ଲୋକ ଯୋଗୁ ସହ ସହ ଦୁର୍ଘଟଣା ଗ୍ରସ୍ତ ଲୋକ ମାନଙ୍କୁ ସାହାଯ୍ୟ ମିଳୁଛି । ପୁଣି ଥରେ ସେମାନଙ୍କୁ ହାତ ମିଶାଇ ଆଉ ଧନ୍ୟବାଦ ଜଣେଇ ମେଡିକାଲ ବାହାର କୁ ଆସିଲି । ମେଡିକାଲ ବାହାରେ କିଛି ସାମ୍ବାଦିକ ଭାଇମାନେ ମଧ୍ୟ ମୋତେ ଦେଖି ଖୁସି ହେଲେ ଆଉ କହିଲେ ଭାଇ ଭଲ କରିଛ ଠିକ ସମୟରେ ତାଙ୍କୁ ମେଡିକାଲ ରେ ଆଣି ପହଞ୍ଚେଇ ଦେଇଛ । ତମକୁ ବହୁତ ବହୁତ ଧନ୍ୟବାଦ। ତାଙ୍କୁ ମଧ୍ୟ ଧନ୍ୟବାଦ ଜଣେଇ ଗାଁ କୁ ଫେରିଲି । 
 
      ଗାଆଁକୁ ଫେରିବା ବାଟରେ ଭାବିଲି ପ୍ରକୃତରେ ସେଇ ବିଲୁଆ ଆଉ ରାସ୍ତା କାଟିଥିବା ବିଲେଇ ଙ୍କ ସଂକେତ ମୋତେ ଗୋଟିଏ ଲୋକ ର ଜୀବନ ବଞ୍ଚେଇବାକୁ ସଂକେତ ଦେଉଥିଲେ ନା କଣ ??? ସେହି ବିଲୁଆ ଏବଂ ବିଲେଇ ଯୋଗୁ ଅତିବାହିତ ସମୟ ବୋଧେ ସେହି ଶ୍ରମିକ ଭାଇଙ୍କୁ ସାହାଯ୍ୟ କରିବା ପାଇଁ କାମରେ ଆସିଲା ।
ଭାବିଲି ସେହି ସବୁ ସଂକେତ ଅଶୁଭ ନୁହେଁ । ସେଥିପାଇଁ  କିଛି ସଂକେତ କାହାର ଜୀବନ ବଞ୍ଚେଇବାକୁ ମଧ୍ୟ ସାହାଯ୍ୟ କରିଥାଏ ।
 
     ମୋର କାହାଣୀ ଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣେଇବେ ।
 
     ଧନ୍ୟବାଦ।

Thanking You, for giving your important time on this web page. By Bhuyans Blog

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading