 |
In Your Arms ( ବାହୁ ବନ୍ଧନ ) |
ବାହୁ ବନ୍ଧନ
********
ସମୟର ଆବହ ମାନରେ ସୂର୍ଯ୍ୟ ତାର
ଚିରାଚରିତ ଢଙ୍ଗରେ
ପାହାଡ଼ର ସେ ପାଖରୁ, ଦୂର ଦିଗ୍ ବଳୟରୁ
ଅନ୍ଵେଷଣେ ମାତିଗଲା ପଦ୍ମର ସନ୍ଧାନେ
ଏଠି ତ ପ୍ରତିଦିନ ମିଳନ ହୁଏ ଦୁଇଟି
ଉତ୍ସର୍ଗୀକୃତ
ପ୍ରାଣ ବିଲୟର, ବାହୁ ବନ୍ଧନରେ
କୋହ ସବୁ ଆପେ ଆପେ ଅପସରି ଯାଏ ।
ରୋଧିଲା କଳା ବାଦଲ ସୂର୍ଯ୍ୟଙ୍କ ସମୀପ
ଅଟହାସ ଭରିଦେଲା
ଗଗନ ବନରେ ପ୍ରେମ ପୁଷ୍କରିଣେ
ଦେଇଗଲା ବିଛେଦର ଦୁଃଖ ଆଜି ଦୁଇ ମନେ ।
ଆସ ସୂର୍ଯ୍ୟ ଆସ ତୁମେ ମୋ ସମ୍ମୁଖ କୁ
ପୁଲକିତ ହସଦେଇ
ବୀର କନ୍ଦଣରେ ସଭାରେ ଆସନରେ
ବୁହାଇ ଦିଅନ୍ତି ଏ ଆଖିରେ ସବୁତକ ଲୁହ
ଥାଇ ତୁମ ବାହୁ ବନ୍ଧନରେ ।
ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଠାରୁ….
Like this:
Like Loading...
 |
Last Wish ( ଶେଷ ଇଚ୍ଛା ) |
ଶେଷ ଇଚ୍ଛା
*********
ଦିନେ ଏମିତି ସମୟ ଆସିବ
କଳା ପରଦାରେ ଢାଙ୍କି ଦେଇ
ଫାଶୀ ଖୁଣ୍ଟ ସାମ୍ନାରେ ପଚାରିବେ,
କଣ ତୋର ଶେଷ ଇଚ୍ଛା ??
ଆସାମୀ ସଜେଇ ସବୁ ଇଚ୍ଛା କୁ
ଚୂର୍ଣ୍ଣ କରି ପୁଣି ପ୍ରଶ୍ନ କରେ !!
କହରେ ଆସାମୀ କହ ?
ମୁଁ କହିବାରେ ବିଳମ୍ବ
ସତେ ଯେମିତି ସବୁ ଦୋଷ ର
ମୁଁ ଅନ୍ତିମ ପଥିକ ।
ଆଶ୍ଚର୍ଯ୍ୟ ଭରା ମନରେ
ଶେଷ ମୁହର୍ତ୍ତ କୁ ଦୁଇ ଆଖିରେ
ଲୁହ କୁ ଚାପି, ଭଲ କରି ଦେଖେ
ସେ ହୃଦୟ ହିନ ମଣିଷ କୁ
ଯାହା ପାଇଁ ମୁଁ ଆସାମୀ ସାଜିଛି ।
ଚିତ୍କାର କରି କହିବାକୁ
ସାହାସ କରେ
କହିବାକୁ ଦୁଇ ପଦ
କିନ୍ତୁ
ପଛ ଘୁଞ୍ଚା ଦେଇ ଦିଏ କେବଳ
ତାର ଖୁସି ପାଇଁ।
ଭଲ କରି ଦେଖି ନେ
ଏ ଦୁଇ ଆଖିକୁ
କେତେ ସ୍ଵପ୍ନ ପାଇଁ ଆଶା ବାନ୍ଧିଥିଲି
କିନ୍ତୁ ଆଜି
ଆଖିରୁ ମୋର ଝରିଯାଉଥିବ
ଅମାନିଆ ଲୁହ ଧାର
ସବୁଥିବ, ଆଉ ଦେଖାତ ହେବନି
ଭାବିନେବୁ ଏଇ ତୋର ଶେଷ ଦେଖା ।
କିନ୍ତୁ ତୋର ସେ ପ୍ରଶ୍ନ
ଆଜି ପର୍ଯ୍ୟନ୍ତ ମୋ କାନରେ ଗୁଞ୍ଜରି ଉଠେ
କଣ ତୋର ଶେଷ ଇଚ୍ଛା ????
ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଠାରୁ….
Like this:
Like Loading...
Story, Poem, Article & Experience.