କାହା ପାଇଁ କବିତା ଲେଖେ ତ
କାହା ପାଇଁ ଗଳ୍ପ ଆଉ କାହାଣୀ
କବିତାରେ ଥାଇପାରେ
“ତୁମେ”,”ସିଏ” ଆଉ “ମୁଁ”
ତ୍ରିକୋଣିୟ ସମ୍ପର୍କର
ଅଧା କୁହାକଥା …..।
ରାଗ, ରୋଷ, ଇର୍ଷାରୁ କେତେ ଧାଡ଼ି ।
ଗଳ୍ପରେ ଥାଇପାରେ …..
ମିଳନ ବିଛେଦର
ବେଦନାଭରା ହୃଦୟର
କାହାଣୀ ସବୁ ।
” ମୁଁ ” , “ତୁମେ” ସିଏ ର
ବିଷଦ ବିବରଣୀ ।
ଶାନ୍ତିରେ ତ ନୁହେଁ ବିଷାଦରେ
କେମିତି ବା ଠିକ୍ ହେବ
ଦୁଃଖଦ ମନର
ଅବଚେତନ ଭାବନାର ଭିତରେ ରହି
ପାଗଳ କବିତାର ଗଳ୍ପ-ସ୍ୱରୂପ
ଏକା ଏକା ହସି
ପୁଣି କାନ୍ଦିଦେଇ
ଆକାଶକୁ ଆକାଶର ଜହ୍ନ କୁ ଚାହିଁ
ଆକାଶର ଶୂନ୍ୟତାରେ
ମନକୁ ମନ ଲେଖୁଥିବା
ଗଳ୍ପ ଆଉ କବିତା ସବୁ
କିଏ ବା ପଢିବ
ପାଗଳ କବିତାର ଅଲେଖା କବିତାକୁ ।
ମନୋଜ କୁମାର ବେହେରାଙ୍କ
ଲେଖନୀ ରୁ……