ପାଦପାଉଁଚିର ଶବ୍ଦ
ଅଳତା ର ଚିହ୍ନ
ମଥାର ସିନ୍ଦୂର
ହାତର ଚୁଡ଼ି
ପିନ୍ଧିଥିବା ନାଲି ପାଟ ଶାଢ଼ୀକୁ ଦେଖି
ତୁ ଆଜି ହସୁଛୁ ମନଭରି
ହୃଦୟ ଖୋଲି….
ଦେଖାଇ ହେବାର ହସ…..
ଏତେ ବିଭୋର ହେବାର ନୁହଁ ।
ତୁ… ପ୍ରବଞ୍ଜନା ଛଳନା ଭିତରକୁ
ନେଇଯାଇ ଗର୍ବିତ ହେବାର
ସେ ହସରେ କଣ ଅଛି
କେବଳ..
ସୁଖ ଆଉ ଦୁଃଖର ଅତୀତ ଏବଂ
ଅଛି ଖାଲି ଗର୍ବ ନିରିମାଖି ମନର
ଛଳନା ଓ ଅବିଶ୍ବାସ ଆତ୍ମଗର୍ବ,
ଏବଂ ପ୍ରତ୍ୟାରିତ ଉପହାସ ।
ଜୀବନରେ ବାଜିପଡିଥିବା …
ଏମିତିକା ଜିନିଷକୁ ପାଇଲେ….
ତୁ କଣ….
ସମସ୍ତେ ଭୁଲିଯାଆନ୍ତି
ସେମାନଙ୍କୁ…
ଅନତି ଅତୀତକୁ ।
ମନୋଜ କୁମାର ବେହେରାଙ୍କ
କଲମରୁ…..