ଚତୁର ବିଲୁଆ (Clever Fox)

Clever Fox
Clever Fox
ଦିନେ ବାଘ ଜଙ୍ଗଲରେ ବୁଲୁ ବୁଲୁ ହଠାତ୍ ତାର ନଜର ଗୋଟିଏ ବିଲୁଆ ଉପରେ ପଡ଼ିଲା । ବିଲୁଆ କୁ ମଧ୍ୟ ପ୍ରତିଦିନ ଶିକାର ମିଳୁ ନଥାଏ। ସେ ବେଳେ ବେଳେ ମାଛ, କଙ୍କଡା ଆଉ କେବେ କେବେ ବେଙ୍ଗ ଖାଇ ଜୀବନ ଯାପନ କରୁଥିଲା । ଏଣେ ବାଘ ବିଲୁଆ କୁ ଦେଖି ସେ ଖୁସି ହୋଇ ବିଲୁଆ ଆସିବ ରାସ୍ତା ପାଖ ବୁଦା ରେ ଲୁଚି ବସିଲା ଏବଂ ବିଲୁଆ ଯେତେବେଳେ ଆସିବ ତାକୁ ଝାମ୍ପି ତାର ବେକ ମୋଡ଼ି ତାକୁ ମାରି ଖାଇବ ବୋଲି ଅପେକ୍ଷା ରେ ବସିଲା । ବିଲୁଆ ମଧ୍ୟ ନଈ ପାଶ୍ୱରେ ବହୁତ୍ ସମୟ ଅପେକ୍ଷା ପରେ ଗୋଟିଏ ମାଛ ଧରିଲା। ମାଛ କୁ ନେଇ ଯେତେବେଳେ ରାସ୍ତା ଉପରକୁ ଆସିଲା ହଠାତ୍ ବାଘ ତାର ସାମ୍ନାରେ ପହଁଚିଗଲା । ବାଘ କୁ ଦେଖି ତାର ହୋସ ଉଡିଗଲା । ସେ ଭାବିଲା ମୁଁ କଣ ଶିକାର କରିଲି ଯେ ଆଜି ମୁଁ ନିଜେ ଶିକାର ହେଇଯିବି। ସେ ଡେରି ନ କରି ବାଘ ର ଗୋଡ଼ ତଳେ ମାଛ ଟିକୁ ରଖି କହିଲା , ମହାରାଜ ଏଇ ମାଛ ଟି ଆପଣଙ୍କର। ବାଘ କହିଲା ମାଛ ତୁ ଖା ମାତ୍ର ମୁଁ ତୋତେ ଖାଇବି। ବିଲୁଆ କହିଲା ମହାରାଜ ଆପଣ ଏ ଜଙ୍ଗଲ ର ରାଜା ଆପଣଙ୍କ ବିନା ଏ ଜଙ୍ଗଲ ରେ ପତ୍ର ଟିଏ ହଲେ ନାହିଁ । ଆପଣ ମାଛ ମଧ୍ୟ ଖାଇବେ ଏବଂ ମୋତେ ମଧ୍ୟ ଖାଇବେ । ବାଘ ଭାବିଲା ଏ କଣ ଆଜି ବିଲୁଆ ମୋ ଆଗରେ ନିଜକୁ ବଳି ଦେଲାଣି । ନା ନା ଏ ତାର କଣ ଗୋଟିଏ ଚତୁରାମି ଥିବ। ସେ ଏତେ ଶୀଘ୍ର ହାର ମାନିବା ପ୍ରାଣୀ ନୁହଁ । ହଉ ମାଛ ଖାଇବି ଏବଂ ବିଲୁଆ କୁ ମଧ୍ୟ ଖାଇବି । ବାଘ ମାଛ ଖାଇଲା । ବାଘ କେବେ ମାଛ ଖାଇ ନଥିଲା ସେ ଯେତେବେଳେ ମାଛ ଖାଇଲା ତାକୁ ବହୁତ୍ ସୁଆଦିଆ ଲାଗିଲା । ବିଲୁଆ ପଚାରିଲା ମହାରାଜ କେମିତି ଲାଗିଲା? କହିଲା ଆଉ ଖାଇବେ ?? ବାଘ କହିଲା ତୁ ଘଣ୍ଟାଏ ଅପେକ୍ଷା କରିବା ପରେ ତୋତେ ମିଳିଲା ଆଉ ମିଳିବ ନା କଣ ?? ଏବେ ତୋର ପାଳି!! ତୋତେ ଖାଇବି!! ବିଲୁଆ କହିଲା ମହାରାଜ ଆପଣ ନିଜେ କହିଥିଲେ ମୋତେ ଖାଇବାକୁ କିନ୍ତୁ ମୁଁ ନିଜେ ନ ଖାଇ ଆପଣଙ୍କୁ ଦେଲି । ମୋର ମଧ୍ୟ ଇଚ୍ଛା ଥିଲା ଆଉ ଏବେ ମୋର ଏହା ଶେଷ ଇଚ୍ଛା ଯେ ମୋତେ ମାଛ ଖଣ୍ଡେ ଖାଈବା ଦରକାର ନା?? ବାଘ ଭାବୁକ ହୋଇ କହିଲା ହଉ ତୋର ଶେଷ ଇଚ୍ଛା ପୂରଣ କରିବା ମୋର କର୍ତ୍ତବ୍ୟ । ଚାଲ ନଈ କୂଳକୁ । ଦୁହେଁ ନଈ କୂଳକୁ ଗଲେ । ସେଠୀ ମାଛ ମାନେ ପାଣି ଭିତରେ ଖେଳୁଛନ୍ତି । ବାଘ ଦେଖି ଖୁସି ହେଇଗଲା ଭାବିଲା ପ୍ରଥମେ ମାଛ ପେଟେ ଖାଇବି ତା ପରେ ବିଲୁଆ କୁ ମାରି ନେଇଯିବି ଗୁମ୍ଫାରେ ଖାଇବି । ବିଲୁଆ କହିଲା ମହାରାଜ ଆପଣ ମୋର ଶେଷ ଇଚ୍ଛା ପୂରଣ କରିବେ ବୋଲି କହିଥିଲେ ମୋ ପାଇଁ ଛୋଟିଆ କାମ ଟିଏ କରନ୍ତୁ । ବାଘ କହିଲା କହ କଣ କରିବି । ବିଲୁଆ କହିଲା ଆପଣ ତ ଜାଣନ୍ତି ଆପଣଙ୍କ ବିନା ଏ ଜଙ୍ଗଲର ପତ୍ର ଟିଏ ହଲେ ନାହିଁ । ଆପଣ ପାଣି ଭିତରକୁ ଯାଆନ୍ତୁ ଏବଂ ମାଛ ମାନଙ୍କୁ ଆଦେଶ ଦିଅନ୍ତୁ ସେମାନେ ଆପଣଙ୍କ କଥା ରଖି ମାନିଯିବେ ଏବଂ କେବଳ ଗୋଟିଏ ମାଛ ମୋ ପାଇଁ ଆଣିଦେବେ ସେ ଗୋଟାକ ଖାଇ ମୁଁ ଶାନ୍ତିରେ ମରି ପାରିବି । ବାଘ ଚିନ୍ତାରେ ପଡ଼ିଲା ଶେଷରେ ବିଲୁଆ ର ଶେଷ ଇଚ୍ଛା ପାଇଁ ବାଘ ପାଣି ଭିତରକୁ ଗଲା। ବାଘ ପାଣି ଭିତରକୁ ଗଲା ପରେ ମାଛ ମାନେ ନଈ ଭିତରକୁ ଭିତରକୁ ଯାଉଥାନ୍ତି । ବିଲୁଆ କହିଲା ମୋ ପାଇଁ ଏତିକି କଷ୍ଟ କରନ୍ତୁ ମହାରାଜ। ବାଘ ଯେତେବେଳେ ଭିତରକୁ ଗଲା ତାକୁ ଅନୁଭବ ହେଲା ଯେ ସେ ପଙ୍କ ଭିତରେ ଅଛି । ପଙ୍କ ରୁ ଗୋଡ଼ ଆଗକୁ ଗଲା ନାହିଁ ଯେତେ ଆଗକୁ ପଛକୁ ହେଉଥାଏ ସେତେ ବାଘ ର ଗୋଡ଼ ପଙ୍କ ଭିତରକୁ ଭିତରକୁ ଯାଉଥାଏ। ବାଘ ବିଲୁଆ ର ଚତୁରାମୀ ବୁଝିଗଲା । ବିଲୁଆ କହିଲା ମହାରାଜ ଆପଣ ମାଛ ଧରି ଖାଆନ୍ତୁ, ମୁଁ ଆସୁଛି ସେପଟେ ମୋତେ ଆଉ କିଛି ଶିକାର କରିବାର ଅଛି । ବିଲୁଆ ବାଘ କୁ “ବାଏ ବାଏ ମହାରାଜ” କହି ସେଠୁ ଦଉଡ଼ି ଜଙ୍ଗଲ ଭିତରକୁ ଚାଲି ଗଲା । ବିଲୁଆ ନିଜ ବୁଦ୍ଧି ଖଟେଇ ନିଜକୁ ବଞ୍ଚେଇ ପାରିଲା ଏବଂ ବାଘ ନିଜକୁ ବଳବାନ୍ ଭାବୁଥିଲେ ମଧ୍ୟ ସେ ବିଲୁଆ ର ଚତୁରାମି ଯୋଗୁ ପାଣିରେ ଫସି ଗଲା । କିଛି ଘଣ୍ଟା ପରେ ବାଘ ଧିରେ ଧିରେ ପଙ୍କ ରୁ ବାହାରି ଜଙ୍ଗଲ ଭିତରକୁ ଗଲା ।
ଏଥିରୁ ଆପଣ କଣ ଶିଖିଲ ?
୧. ଯେ ଚତୁର, ବୁଦ୍ଧିମାନ ଏବଂ ଖଳ ପ୍ରକୃତି ର କଥା କୁ ବିଶ୍ୱାସ କରିବା ଅନୁଚିତ୍ ।
୨. ଦୁର୍ବଳତା ଦେଖି ସେଠୀ ବଳବାନ ର ପରିଚୟ ଦେବା ଅନୁଚିତ୍ ।
୩. ଅସୁବିଧା କୁ ରୋକିବାରେ ବହୁତ୍ ରାସ୍ତା ଅଛି ଏବଂ ଉଚିତ୍ ରାସ୍ତା କଣ ଖୋଜି ବାହାର କରିବା ଦରକାର ।
ନୀଳମାଧବ ଭୂୟାଁ ଙ୍କ କଲମରୁ…
 

Tagged:

One response

  1. […] Puja Swain…     ରାଜକୁମାର By. Puja Swain   ନକଲ By. Nilamadhab     ଚତୁର ବିଲୁଆ By. Nilamadhab   ଭଲ ସାଙ୍ଗ By. Nilamadhab    ଜହ୍ନ ମାମୁଁ  By. […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading