ମେରୁଦଣ୍ଡ (Spinal Cord)

ମେରୁଦଣ୍ଡ (Spinal Cord)
ମେରୁଦଣ୍ଡ (Spinal Cord)
ସ୍ବର୍ଣ୍ଣପୁର ଗ୍ରାମରେ ଗୋଟିଏ ପରିବାର ବାସ କରୁଥିଲେ । ସେହି ପରିବାରରେ ସ୍ୱାମୀ, ସ୍ତ୍ରୀ, ଦୁଇ ଝିଅ ଆଉ ଗୋଟିଏ ପୁଅ ବାସ କରୁଥିଲେ । ଦୁଇ ଝିଅ ଯାଆଁଳା ହୋଇ ଜନ୍ମ ହୋଇଥାନ୍ତି । ବହୁତ ବ୍ରତ ଉପାସ କରି ପୁଅଟିଏ ପାଇଥାନ୍ତି । ଦୁଇ ଝିଅର ବୟସ ପାଞ୍ଚ ବର୍ଷ ଆଉ ପୁଅ ଗୋଟିଏ ବର୍ଷ ର ହୋଇଥାଏ । ସ୍ଵାମୀ ଅନ୍ୟ ଲୋକଙ୍କ ଜମି ଚାଷ କରନ୍ତି । ସେଥିରୁ ଯାହା ଟଙ୍କା ଆସେ ଘରେ ଖର୍ଚ୍ଚ ହୁଏ ଆଉ ପିଲାମାନେ ପାଠ ମଧ୍ୟ ପଢ଼ନ୍ତି । ଏମିତି ହସ ଖୁସିରେ ଦିନ ବିତିଯାଏ । କିଛି ଦିନ ପରେ ସ୍ୱାମୀ, ସ୍ତ୍ରୀ ପିଲାମାନଙ୍କୁ ନେଇ ବୁଲିବାକୁ ଗଲେ । ବୁଲା ବୁଲି କରି ମଜା ମସ୍ତି କରି ଗାଁ କୁ ଫେରିଲେ । କିନ୍ତୁ ଭଗବାନ ଙ୍କ ର ଆଉ କଣ ଇଛା ଥିଲା, ସମୟ ର ବିଡ଼ମ୍ବନା ସେମାନେ ଫେରିବା ରାସ୍ତାରେ ସଡ଼କ ଦୁର୍ଘଟଣା ହେଇଗଲା । ସେ ସଡ଼କ ଦୁର୍ଘଟଣା ରେ ସମସ୍ତେ ଠିକ ଠାକ ରହିଲେ କିନ୍ତୁ ସ୍ୱାମୀଙ୍କ ର ଗୋଟିଏ ଗୋଡ଼ ଚାଲିଗଲା । ସେଠିକାର ସମସ୍ତ ଲୋକ ଡାକ୍ତରଖାନା କୁ ନେଇଗଲେ । କିଛି ଦିନ ପରେ ସୁସ୍ଥ ହେଇ ଘରକୁ ଫେରିଲେ । କିନ୍ତୁ ଦୁଃଖ ର କଥା ଯେ ଗୋଟେ ଗୋଡ଼ ଚାଲିଗଲା । ଯିଏ ପରିବାରର ମେରୁଦଣ୍ଡ ଥିଲେ, ସେ ଅକାମୀ ହେଇ ପଡିଗଲେ । ପିଲାମାନେ ବି ଛୋଟ । କିଛି ଦିନ ଦୁଃଖ ସୁଖରେ କଟିଗଲା । ହେଲେ ସବୁଦିନ ତ ବସିକି ଖାଇ ପାରିବେନି । ସ୍ତ୍ରୀ ମିନତି କାମ ଖୋଜିବା କୁ ଲାଗିଲେ ହେଲେ କୌଣସି କାମ ମିଳିଲାନି । ଦିନେ ଭାବିଲେ ପରିବା ବିକ୍ରି କରିବା ପାଇଁ । ଗାଁ ଗାଁ ବୁଲି ପରିବା ବିକ୍ରି କରିଲା, ତା ସହ ଦୁଇଟି ଗାଈ ରଖିଲେ । ସକାଳୁ ଉଠି ନିତ୍ୟ କର୍ମ ସାରି ପରିବା ବିକ୍ରି କରିବା କୁ ଚାଲିଯାଏ , ପୁଣି ଘରକୁ ଆସି ଗାଈ ସେବା କରି କ୍ଷୀର ହୋଟେଲରେ ଦେଇକରି ଆସେ । ଏମିତି ଦିନ ପରେ ଦିନ ବିତି ଚାଲିଲା ଆଉ ଲାଭ ମଧ୍ୟ ବଢ଼ିଲା । ପିଲାମାନ ଙ୍କ ର ପାଠ ପଢା ପଢ଼ି ମଧ୍ୟ ଠିକ ସେ ଚାଲିଲା । ଘରର ଖାଇବା ପିଇବା ରେ କୌଣସି ଅସୁବିଧା ରହିଲା ନାହିଁ । ଧିରେ ଧିରେ ଲାଭ ମଧ୍ୟ ବଢ଼ିଲା । ଚାଲି ଚାଲି ପରିବା ବିକ୍ରି କରୁଥିଲା । ସେ ଭାବିଲା ଲାଭ ବଢ଼ିଲାଣି ଗୋଟିଏ ସାଇକେଲ ନେଇକି ଆସିଲେ ଆଉ ଦୁଇ-ତିନି ଟା ଗାଁ ବୁଲିପାରିବି । ସେ ସାଇକେଲ ନେବାର ଦେଖି ପଡ଼ୋଶୀ ଆଉ ଗାଁ ରାସ୍ତା ରେ ଲୋକମାନେ ବହୁତ କଥା କହିଲେ ତ ଆଉ କିଏ ଦେଖି ହସୁଥିଲେ କିନ୍ତୁ ସେ କାହା କଥା କୁ ଖାତିରି କଲା ନାହିଁ ସେ ନିଜ ରାସ୍ତା ରେ ଯାଇ ନିଜ ରାସ୍ତାରେ ଆସେ। ପରିବା ସହ ଚୁଡ଼ି ବିକ୍ରି ମଧ୍ୟ ଆରମ୍ଭ କରିଦେଲା। ଘର କାମ, ସ୍ୱାମୀ ଙ୍କ ସେବା, ପିଲା ମାନଙ୍କ ଦାଇତ୍ଵ ତା ସହ ବାହାରର କାମ କରେ । ବହୁତ ପରିଶ୍ରମ କରେ କିନ୍ତୁ କେବେ ଥକେ ନାହିଁ । ପାରିବାର ର ମେରୁଦଣ୍ଡ ସାଜି ପୁଣି ଥରେ ମଜବୁତ୍ କରିବା ପାଈଁ ଧିର ପ୍ରୟାସ କରି ରଖିଲା । ଧିରେ ଧିରେ ବେପାର ବଢିବା ରେ ଲାଗିଲା । ବେପାର ବଢିବା ସହ ଗୋଟିଏ ଗାଡ଼ି ମଧ୍ୟ ନେଲା । ଗାଡ଼ି ନେବାର ଦେଖି ଗାଁ ଲୋକ ନାନା ପ୍ରକାର କଥା କହିଲେ , କିନ୍ତୁ ସେ କାହାରି କଥା କୁ ଖାତିର ନ କରି ନିଜ କର୍ମ କ୍ଷେତ୍ରରେ ଆଗେଇ ଆଗେଇ ଚାଲିଲା । ସେ ଗାଡି ରେ ବୁଲି ବୁଲି ଦୂର ଦୂର କୁ ଯାଇ ବେପାର କଲା । ଏହା ସହିତ ସିଲେଇ କାମ ଶିଖି ଗାଁ ରେ ସିଲେଇ କରି ମଧ୍ୟ କିଛି ଟଙ୍କା ରୋଜଗାର କରୁଥାଏ। ଏମିତି କେତେ ଦିନ ଚାଲିଲା ପରେ ସେ ଗାଁ ରେ ଗୋଟିଏ ଜାଗା ନେଇ ଦୋକାନ ଖୋଲିଲା ଏବଂ ସେ ଦୋକାନ ରେ ବିଭିନ୍ନ ପ୍ରକାର ସାମଗ୍ରୀ ରଖି ବିକ୍ରି କରିବା ଆରମ୍ଭ କରିଲା । ଦୋକାନ ର ପ୍ରଥମ ଦିନ ଯିଏ ଯାହା ନେଲା ସମସ୍ତ ଙ୍କୁ ଉପହାର ଦେଲା । ଆଉ ଲୋକ ମଧ୍ୟ ବହୁତ ଖୁସି ହେଲେ । କାଲି ଯୋଉ ଲୋକ ନାନା ପ୍ରକାର କଥା କହୁଥିଲେ ଆଜି ସେମାନେ ଖୁସି ହେଇ ପ୍ରଶଂସା କରୁଛନ୍ତି । ଲୋକଙ୍କ ପ୍ରଶଂସା ଶୁଣି ବହୁତ ଖୁସି ହେଲା ।

ମନେ ମନେ ଭାବିଲା କାଲି ଯଦି ଲୋକଙ୍କ କଥା ଶୁଣି ପଛ ଘୁଞ୍ଚା ଦେଇଥାନ୍ତି ଆଜି ମୁଁ ଯୋଉ ଜାଗାରେ ଅଛି ସେଠି ନଥାନ୍ତି କିନ୍ତୁ ସେ ସବୁ ଭୁଲି ନିଜେ ଆଉ ପରିବାର ର ଖୁସି ପାଈଁ ନିଜ ଜୀବନ କୁ ବାଜି ଲଗେଇ ପରିଶ୍ରମ କରିଲା । ବର୍ତ୍ତମାନ ଦୁଇ ଝିଅ ଙ୍କ ପାଠ ପଢା ସହିତ ପ୍ରତିଦିନ ଭଲ ରୋଜଗାର ହୁଏ । ସ୍ବାମୀ ସ୍ତ୍ରୀ ଦୁହେଁ ଦୋକାନରେ ବସି ବେପାର କରନ୍ତି ଏବଂ ପରିବାର ରେ ପୁଣି ଥରେ ଖୁସି ଫେରି ଆସିଲା।

ଏଥିରୁ କଣ ଶିଖିଲ?
୧. ଅସମୟରେ ହାରି ଯିବା ଅନୁଚିତ୍।
୨. ରୋଜଗାର ର ଉଚିତ୍ ପନ୍ଥା ବାଛିବା ଦରକାର ।
୩. ଲୋକମାନଙ୍କ ଟାହି ଟାପରା ଅଣଦେଖା କରିବା ଉଚିତ୍।


ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ.

Tagged:

One response

  1. […] By Rubi Nahak   ଜମିଦାର ବାବୁଙ୍କ ପରିବାର By. Puja Swain   ମେରୁଦଣ୍ଡ By. Rubi Nahak   ମିଛୁଆ ତାନ୍ତ୍ରିକ By Puja Swain   ବଣଭୋଜି By Rubi Nahak   […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading