କିଛି ପ୍ରଥା ମନୁଷ୍ୟ ଜୀବନରେ ନୀରବ ଭାବେ ପ୍ରଭାବ ପକେଇ ଥାଏ। ତତ୍ ସହିତ ସାଧାରଣ ଜୀବନ ଶୈଳୀ କୁ ବଦଳେଇବା ପାଇଁ ବାଧ୍ୟ କରିଥାଏ। ସବୁ କ୍ଷେତ୍ରରେ ସତ ବୋଲି ମୁଁ ପ୍ରଶ୍ନ କରୁନି ଅବା ଅନ୍ଧ ବିଶ୍ବାସର ନାମ ମଧ୍ୟ ଦେଉନି । ଏହି ପ୍ରଥା ଆମ ଜୀବନରେ ବେଳେ ବେଳେ ଆମକୁ କିଛି କରିବା କୁ ଏବଂ ବାରଣ ପାଇଁ ଏକ ସନ୍ଦେଶ ଦିଏ । ଏହି ପ୍ରଥା ଯୋଗୁ କିଛି ମଣିଷ ନିଜକୁ ଖୁସି ବୋଲି ମାନି ନିଅନ୍ତି ତ ଆଉ କାହା ସେହି କାର୍ଯ୍ୟ କରିବାକୁ ବାଧ୍ୟ କରନ୍ତି। ଏହି ବାର୍ତ୍ତା କାହାକୁ ଆକ୍ଷେପ କିମ୍ବା ସପକ୍ଷରେ ମତ ଦେବାର ମୋର କିଛି ପ୍ରୟାସ ନୁହେଁ। ଏହା ଏକ ସମ୍ବାଦ/ବାର୍ତ୍ତା ଯାହା ଭୁଲ କଣ ଏବଂ ଠିକ୍ କଣ ତାହା ଜଣେଇବା ର ଏକ ଛୋଟ ପ୍ରୟାସ।
କଣ କଣ ପ୍ରଥା ଯାହାକୁ ଆମେ ବିଶ୍ବାସ କରିବାକୁ ବାଧ୍ୟ ହେଉଛୁ ଆଉ କଣ କଣ ହୋଇଥିଲା ଯାହା ଆମକୁ ଏକ ଉଚିତ୍ ବାର୍ତ୍ତା ଦେଇ ଲୋପ ପାଇ ଗଲାଣି, ଚାଲନ୍ତୁ ଜାଣିବା ।
୧. ଗୃହପାଳିତ ପଶୁ ଯେମିତିକି ଗାଈ, ଗୋରୁ ଏବଂ ବାଛୁରୀ ମାନଙ୍କୁ କିଛି ରୋଗ ହୁଏ ଏବଂ ତାହା ବହୁତ୍ ଦିନ ଧରି ଚାଲେ। ସେଥିରୁ ଗୋଟିଏ ରୋଗର ଉଦାହରଣ ହେଉଛି ବସନ୍ତ ରୋଗ । ଏହି ରୋଗ ର ପ୍ରତିକାର ପାଇଁ ଔଷଧ ମଧ୍ୟ ଆସିଗଲାଣି । ଏବଂ ବର୍ତ୍ତମାନ ସ୍ଥିତିରେ ଏହା ଠିକ୍ ହେଉଛନ୍ତି । ପ୍ରଥା ଅନୁସାରେ କହିବାକୁ ଗଲେ । ପ୍ରାୟ 20 ବର୍ଷ ପଛକୁ ଚାଲିଯିବା ଆମେ ସେଠୀ ଦେଖୁଥିଲେ । ଯେ “ଗାଈ ଚେଙ୍କ” ଏହି ଚେଙ୍କ ବିଷୟରେ କିଛି ଲୋକ ଜାଣିଥିବେ ଯାହା କି ବହୁତ୍ କଷ୍ଟ ଦାୟକ ଥିଲା। ଯାହା ଗୋଟିଏ ଲୁହା ଛଡ଼ କୁ ନିଆଁରେ ଗରମ କରି ଗାଈ ଦେହରେ ଲଗା ଯାଉଥିଲା। ଏହା ଖାଲି ଗାଈ ନୁହଁ ଗୋରୁ, ଛେଳି ଏବଂ ମେଣ୍ଢା ଙ୍କୁ ମଧ୍ୟ ଦିଆ ଯାଉଥିଲା । ଭାବନ୍ତୁ ଗୋଟିଏ ତତଲା ଲୁହା ଛଡ଼ କୁ ଦେହରେ ଲଗା ଯିବ ତେବେ କେତେ କଷ୍ଟ ହେବ ତାହା ଆପଣ ଅନୁମାନ କରନ୍ତୁ ।
ଏହି ଲୁହା ଚେଙ୍କ ର ଅନୁଭବ କିଛି ଛୋଟ ଛୁଆ ମାନେ ମଧ୍ୟ କରିଥିବେ। ବିଶ୍ୱାସ ଥିଲା ଯେ ଲୁହା ଚେଙ୍କ ଦ୍ଵାରା ଖରାପ ସ୍ଵପ୍ନ କିମ୍ବା ଭୂତ ପ୍ରେତ ର ସାୟା ପଡେନାହିଁ । ଏହା ପୁରାପୁରି ସତ୍ୟ ନୁହେଁ କିନ୍ତୁ ଏହି ପ୍ରଥା ମଧ୍ୟ ଦେଖିବାକୁ ମିଳୁଥିଲା ଏବଂ ଆପଣ ସୁଣିଥିବେ ମଧ୍ୟ । ଏବେ ଭାବନ୍ତୁ ସେହି ସମୟର ଲୋକମାନେ ବୁଦ୍ଧିମାନ ଥିଲେ ଅବା ଆଉ କିଛି?? ।
୨. ଆମ ଜେଜେ, ଜେଜେମା, ଅଜା ଓ ଆଈ ମାଁ ଙ୍କ ପାଖରୁ ଶୁଣିଥିବ ଯେ ଦେହରେ ଚିହ୍ନ କରିବା ମାନେ “ଯମଦଣ୍ଡ” କରିବା ଯାହା ବର୍ତ୍ତମାନ ଆମେ ତାକୁ ଟାଟୁ(Tatoo) କହୁ । ସେମାନଙ୍କ କହିବା ଅନୁସାରେ ଆମର ଯେବେ ମୃତ୍ୟୁ ହେବ ସେହି ସମୟରେ ଆମେ ଯମ ପୁରକୁ ଯିବା ସେଠୀ ଆମକୁ ଯମ ପଚାରେ ତୁ ଯେମିତି ଲଙ୍ଗଳା ହୋଇ ଯାଇଥିଲୁ ସେମିତି ଆସିଲୁ । ତୋତେ ଗୋଟିଏ ମଣିଷ ଜନ୍ମ ମିଳିଥିଲା ତୁ ଏହି ଯମ ପୁରକୁ କଣ ନେଇ ଆସିଛୁ । ସେତେବେଳେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ନିଜ ଦେହରେ ଥିବା ଚିହ୍ନ କୁ ମାନେ “ଯମଦଣ୍ଡ” ଦେଖାଇ କହେ ଏହା ପୃଥିବୀ ରୁ ନେଇ ଆସିଛି ଏବଂ ଏହି ଚିହ୍ନ କୁ ଦେଖି ଯମରାଜ ପାପ ରୁ ପାଇବା ଦଣ୍ଡ କିଛି ପରିମାଣରେ କମ୍ ହୋଇଯିବ ଏବଂ ଯଦି ହେବ ଯମରାଜ ତୋତେ ପାପରୁ ମୁକ୍ତ କରି ସ୍ବର୍ଗ କୁ ପଠେଇ ପାରନ୍ତି । ଏହା ଆପଣ ଦେଖିଥିବେ ବହୁତ୍ ବୁଢ଼ା ବୁଢ଼ୀ ଅଛନ୍ତି ତାଙ୍କ ଦେହରେ ଆପଣ ଏମିତି କିଛି ଚିହ୍ନ ଦେଖିବାକୁ ମିଳିବ । ଯେମିତି ତାଙ୍କ ନାମ, ତାଙ୍କ ସ୍ଵାମୀ ଏବଂ ସ୍ତ୍ରୀ ଙ୍କ ନାମ କିନ୍ତୁ ବର୍ତମାନ ଯୁଗରେ ତାହା ଗୋଟିଏ ଫେଶନ ହୋଇଗଲାଣି ।
୩. ଯେଉଁ ମାନେ ବେଶୀ ଭାବିଥାନ୍ତି ମାନେ ଭୂତ ପ୍ରେତ ର ସ୍ଵପ୍ନ ବହୁତ୍ ଆସେ । ସେମାନଙ୍କୁ ଉପଦେଶ ଦିଆ ଯାଇ ଯେ ତକିଆ ତଳେ କିଛି ଧାରୁଆ ପଦାର୍ଥ ଯେମିତି ଛୁରୀ କିମ୍ବା କଇଞ୍ଚୀ ଇତ୍ୟାଦି ରଖି ଶୋଇବାକୁ । ଯାହା ଫଳରେ ରାତିରେ ସ୍ଵପ୍ନ ରେ ଆସୁଥିବା ଭୂତ ପ୍ରେତ ସୋଇଥିବା ଲୋକ ପାଖକୁ ଆସନ୍ତି ନାହିଁ । ଏହି ପ୍ରକ୍ରିୟା କୁ ମୁଁ ନିଜେ ଅନୁଭବ କରିଛି ଏହା କିଛି ପରିମାଣରେ ମୋତେ ସତ୍ୟତା ଲାଗିଲା କିନ୍ତୁ ପ୍ରକୃତ ରହସ୍ୟ କିଛି ଅଲଗା । ଆମ ହୃଦୟ ଟା ବହୁତ୍ ଡରକୁଳା ମାନେ ଆମେ ବହୁତ୍ ଡରିଥାଉ । ଯାହା ଫଳରେ ଆମେ କିଛି ଭୟୟୁକ୍ତ ବିଷୟ ଦେଖିବା ଏବଂ ସେ ବିଷୟରେ ଶୁଣିବା ଅବା ଭାବିବା ଫଳରେ ଆମେ ବେଶୀ ଡରିଯାଉ । ସେଥିପାଇଁ ମନୋବିଜ୍ଞାନ ହିସାବରେ ଆମ ମନରୁ ଡର ହଟିଗଲେ ହିଁ ଆମକୁ ଭଲ ନିଦ ଆସେ ଏବଂ ଆମେ ଶାନ୍ତିରେ ଶୋଇ ପାରୁ । ଏହି ବିଷୟରେ ମୁଁ ଇଣ୍ଟରନେଟ ରେ ଖୋଜିବା ପରେ ଗୋଟିଏ ପୁରାତନ କାହାଣୀ ରେ ପଢିଲି ଯେ ପୂର୍ବେ ବ୍ୟବସ୍ଥା ଏତେ ଉନ୍ନତ ନଥିଲା ଏମିତି କୁ ବିଜୁଳି ବ୍ୟବସ୍ଥା ମଧ୍ୟ ନଥିଲା। ଯାହା ଫଳରେ ରାତ୍ରି କାଳୀନ ସମୟରେ ଚୋର ମାନେ ଚୋରି କରିଥାନ୍ତି । ଚୋରି ସମସ୍ୟା ଅଧିକା ହେବା ଯୋଗୁ ଲୋକମାନଙ୍କ ଅର୍ଥ ସହିତ ମୂଲ୍ୟବାନ ଜିନିଷ ଚୋରି ହେଉଥିଲା। ଜମିଦାର କିମ୍ବା ବଡ ଘର ର ଲୋକେ ନିଜ ଘରେ ଜଗୁଆଳ ରଖୁଥିଲେ କିନ୍ତୁ ମଧ୍ୟମ ବର୍ଗ ର ଲୋକମାନେ ନିଜ ପାଖରେ ଧାରୁଆ ଅସ୍ତ୍ର ଶସ୍ତ୍ର ନିଜ ତକିଆ କିମ୍ବା ବିଛଣା ତଳେ ରଖି ଶୋଉଥିଲେ। ଯେତେବେଳେ ଚୋର ମାନେ ଆସିବେ ସେମାନଙ୍କୁ ତୁରନ୍ତ ମୁକାବିଲା ପାଇଁ ସୁବିଧା ହେଉଥିଲା । ଏହି କାରଣ ଟି କିଛି ମାତ୍ରାରେ ସମାନ ହେଉଛି। ଏହି ପ୍ରଥା ବର୍ତମାନ ସୁଦ୍ଧା ଚଳନୀୟ ଅବସ୍ଥାରେ ଅଛି । ଏହାର ସତ୍ୟତା ଆପଣ ଜାଣିପାରି ଥିବେ। କେତେ ମାତ୍ରାରେ ସତ ଏବଂ କେତେ ମାତ୍ରାରେ ଏହା ମିଛ ।
୪. ଏହି ଲୋକକଥା ଟି ମୋ ବନ୍ଧୁ ହିମାଂଶୁ ଠାରୁ ଶୁଣିଥିଲି। ଆପଣଙ୍କ ସହିତ ସେହି ବିଷୟ କୁ କହିବାକୁ ଯାଉଛି । ଗୋଟିଏ ଲୋକ ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକ ନିମନ୍ତେ ସବୁ ସାମଗ୍ରୀ ଯୋଗାଡ ହେବା ପରେ ଗୋଟିଏ କାରଣ ପାଇଁ ଶ୍ରାଦ୍ଧ ବାର୍ଷିକ ଆରମ୍ଭ ହୋଇ ପାରୁନଥିଲା । ତାହା ଥିଲା ଗୋଟିଏ ବିଲେଇ । କାହିଁକି ନା ଶ୍ରାଦ୍ଧ କରୁଥିବା ବ୍ରାହ୍ମଣ ଙ୍କ କହିବା ଅନୁସାରେ ଶ୍ରାଦ୍ଧ ଦେବା ସ୍ଥାନ ପାଖରେ ଗୋଟିଏ ଖୁଣ୍ଟରେ ବିଲେଇ ବାନ୍ଧି ହୋଇ ରହିବା ଦରକାର । ଲୋକଟି ବହୁତ୍ କଷ୍ଟରେ କେମିତି କଣ ବ୍ୟବସ୍ଥା କରି ଅନ୍ୟ ଏକ ଲୋକକୁ କିଛି ଟଙ୍କା ଦେଇ ଗୋଟିଏ ବିଲେଇ ର ବ୍ୟବସ୍ଥା କରି ସେଠୀ ବନ୍ଧାଗଲା ଏବଂ ଶ୍ରାଦ୍ଧ କ୍ରିୟା ସଂପନ୍ନ ହେଲା । ଏମିତି କି ସବୁ ଶ୍ରାଦ୍ଧ ରେ ସେମିତି ବିଲେଇ ବାନ୍ଧିବା କାର୍ଯ୍ୟକ୍ରମ କରାଯାଉଥିଲା । କାରଣ ବାପାଙ୍କ ଶ୍ରାଦ୍ଧ ହେଉଛି ତାଙ୍କ ଆତ୍ମା ର ଶାନ୍ତି ନିମନ୍ତେ କରିବାକୁ ପଡ଼ିବ। ଏହି ପ୍ରକିୟା ତାଙ୍କ ଜେଜେଙ୍କ ଅମଳରୁ ଚାଲି ଆସୁଛି ଆଉ ଏବେ ପୁଅ କୁ ତ କରିବାକୁ ପଡ଼ିବ। ଏଠି ପ୍ରଶ୍ନ ଉଠେ ଯେ ବାପାଙ୍କ ଶ୍ରାଦ୍ଧ ଦିବସ ରେ ବିଲେଇ ର କାମ କଣ?? ପ୍ରକୃତ କଥା ହେଲା ଯେ ବାପାଙ୍କ ୦୪ ବଂଶଜ ଉପରକୁ ଚାଲିଯାଆନ୍ତୁ । ସେ ଜେଜେ ନିଜ ବାପା ଙ୍କ ପାଇଁ ଶ୍ରାଦ୍ଧ କରୁଥିଲେ। ସେ ଗୋଟିଏ ବିଲେଇ ପାଳିଥିଲେ । ସେ ବିଲେଇ ଏତେ ଦୁଷ୍ଟ ଥିଲା ଯେ ପ୍ରତ୍ୟେକ ଖାଇବା ଜିନିଷ ରେ ମୁହଁ ମାରିବା ତାର ଅଭ୍ୟାସ ଥିଲା କିନ୍ତୁ ବାପା ବିଲେଇ କୁ ବହୁତ୍ ଭଲ ପାଉଥିଲେ । ସେଦିନ ମଧ୍ୟ ସେମିତି ହେଲା । ବାପା ରାଗରେ ବିଲେଇ କୁ ପାଖରେ ଥିବା ଖୁଣ୍ଟ ରେ ବାନ୍ଧିଦେଲେ । ତାହା ର ପରିଣାମ ଗୋଟିଏ ସ୍ପଷ୍ଟ ଉଦାହରଣ ଯେ ଶ୍ରାଦ୍ଧ ସମୟରେ ବିଲେଇ ଖୁଣ୍ଟରେ ବନ୍ଧା ହୋଇ ରହିଥିବା ଦରକାର । ଏଥିରୁ ଆପଣ ଜାଣି ପାରିଥିବେ ଯେ ପ୍ରଥା କୁ କେମିତି ଅବଲମ୍ବନ କରାଯାଉଛି ।
୫. ଏହି ବିଷୟ ଟି ମୋଟିଭେଶନ ବକ୍ତା ସନ୍ଦୀପ ମାହେଶ୍ୱରୀ ଙ୍କ ତଥ୍ୟ ରୁ ଉପନୀତ। ଥରେ ବୈଜ୍ଞାନିକ ମାନେ ଗୋଟିଏ ପରୀକ୍ଷା ପାଇଁ ୫ଟି ମାଙ୍କଡ କୁ ଗୋଟିଏ ବନ୍ଦ କୋଠରୀ ଭିତରେ ରଖିଲେ । କୋଠରୀ ର ଗୋଟିଏ ପାଶ୍ୱର୍ରେ ନିଶୁଣି ଥାଏ । ନିଶୁଣି ର ଅଗ୍ର ଭାଗରେ ଗୋଟିଏ କଦଳୀ ପେନ୍ଥା ରଖା ଗଲା । ସେଥିରୁ ଗୋଟିଏ ମାଙ୍କଡ ର ନଜର କଦଳୀ ପେନ୍ଥା ଉପରେ ପଡ଼ିଲା ସେ କଦଳୀ ଆଣିବାକୁ ନିଶୁଣି ଉପରେ ଚଢ଼ିଛି ହଠାତ୍ ତା ଉପରେ ପାଣି ପକା ଗଲା । ଏହା ଗୋଟିଏ ବର୍ଷା ଭଳି କରାଯାଇଥିଲା। ସେହି ମାଙ୍କଡ ଟି ତଳକୁ ଖସିଲା ପରେ ବର୍ଷା ବନ୍ଦ ହୋଇଗଲା। ପୁଣି ଆଉ ଏକ ମାଙ୍କଡ ସେଇ କଦଳୀ ଆଣିବାକୁ ନିଶୁଣି ଚଢ଼ିବାକୁ ଗଲା। ତା ଉପରେ ମଧ୍ୟ ବର୍ଷା ହେଲା । ଏମିତି ତୃତୀୟ ମାଙ୍କଡ ର ପ୍ରୟାସ ରେ ପୁଣି ବର୍ଷା ହେଲା । ଏବେ ଚତୁର୍ଥ ମାଙ୍କଡ ନିଶୁଣି ଉପରେ ପାଦ ରଖିଲା। ହଠାତ୍ ବାକି ମାଙ୍କଡ ତାକୁ ଟାଣି ଆଣି ମାରିଲେ। ପଞ୍ଚମ ମାଙ୍କଡ ପ୍ରୟାସ ରେ ମଧ୍ୟ ସେ ବାକି ମାଙ୍କଡ ହାତରୁ ମାଡ ଖାଇଲା । କିଛି ସମୟ ପରେ ପାଞ୍ଚୋଟି ମାଙ୍କଡ ମଧ୍ୟରୁ ଗୋଟିଏ ମାଙ୍କଡ କୁ ବଦଳେଇ ନୂଆ ମାଙ୍କଡ ରଖାଗଲା । ସେ ନୂଆ ମାଙ୍କଡ ସେଠୀ ଆସିଲା ପରେ ସେ ମଧ୍ୟ କଦଳୀ ଖାଇବାକୁ ପ୍ରୟାସ ପୂର୍ବରୁ ତାକୁ ଟାଣି ଆଣି ବାକି ମଙ୍କଡ ମାଡ ମାରିଲେ। ଏମିତି ଗୋଟିଏ ପରେ ଗୋଟିଏ ମାଙ୍କଡ ବଦଳା ଗଲା। ବର୍ତମାନ ପାଞ୍ଚୋଟି ମାଙ୍କଡ ପୁରାପୁରି ନୂଆ। ସେମାନଙ୍କ ମନରେ ଗୋଟିଏ ଡର ଥିଲା ଯେ ସେ ନିଶୁଣି ପାଖକୁ ଯିବା ପାଇଁ ମନା ଏବଂ ସେ ନିଶୁଣି କୁ ଛୁଇଁବା ମଧ୍ୟ ମନା । ପ୍ରକୃତ କାରଣ କଣ କେହି ଜାଣିନି କିନ୍ତୁ ସ୍ଥିତି ଆମର ଜୀବନ ଜୀବିକା ବଦଳେଇ ଦିଏ । ପୁର୍ବ ମାଙ୍କଡ ଙ୍କ ସହିତ କଣ ହୋଇଛି ତାହା କେହି ଜାଣିବାକୁ ଚେଷ୍ଟା କରିଲେ ନାହିଁ । ଏବଂ ନୂଆ ମାଙ୍କଡ ମାନେ ନୂଆ କାରଣ ନେଇ ବଞ୍ଚିବା ଆରମ୍ଭ କରିଦେଲେ ।
ଆମର ଲୋକ କଥା ଏବଂ ପ୍ରଥା କିଛି ଅଲଗା ଉଦ୍ଧେଶ୍ୟରେ ଆରମ୍ଭ ହୁଏ କିନ୍ତୁ ଧିରେ ଧିରେ ତାର ନୂଆ ମୋଡ ନେଇ ଅଲଗା ରୂପ ନେଇଯାଏ। ସେମିତି କିଛି ପ୍ରଥା ଅନ୍ଧ ବିଶ୍ବାସ କୁ ଭିତ୍ତି କରି ପ୍ରଥା କୁ ଆରମ୍ଭ କରାଯାଇଥିଲା। ତାହା କିଛି ଉଦାହରଣ ଉପରେ ଦିଆଗଲା । ସେଥିପାଇଁ ପୁରୁଣା ପନ୍ଥା କୁ ଅବଲମ୍ବନ କରନ୍ତୁ କିନ୍ତୁ କିଛି କିଛି ଜାଗାରେ ଅନ୍ଧ ବିଶ୍ବାସ ରୂପେ କାହାକୁ କଷ୍ଟ ଦେବା ଠିକ୍ ନୁହଁ । ପ୍ରକୃତ ସଠିକ୍ ଉପଚାର ଖୋଜିବା ଦରକାର । ବର୍ତମାନ ସ୍ଥିତିରେ କିଛି କିଛି ସ୍ଥାନରେ ଏହା ଦେଖିବାକୁ ମିଳୁଛି। ଏବଂ ଅନ୍ୟ କିଛି ସ୍ଥାନରେ ଏହି ପ୍ରଥା ଧିରେ ଧିରେ ଲୋପ ପାଇଲାଣି ।
ଉପରେ ଦିଆ ଯାଇଥିବା ପ୍ରଥା ଓ ଲୋକ କଥା ସମ୍ବନ୍ଧିତ କିଛି ପ୍ରଥା ଆପଣ ଆଖପାଖ ରେ ହେଉଛି ଯଦି ନିଶ୍ଚୟ କମେଣ୍ଟ କରନ୍ତୁ। କମେଣ୍ଟ କରିବା ପାଇଁ ଏହି ପେଜ୍ ତଳେ ଗୋଟିଏ “Post a comment” ଲିଙ୍କ ଅଛି ସେଠୀ କ୍ଲିକ୍ କରି କମେଣ୍ଟ ଦେଇପାରିବେ।
By. Nilamadhab
Admin.
Facebook Comments