Daily Archives: 22/02/2021
ହଳଦୀ ବସନ୍ତ ( A Sucessful Love Story)
ହଳଦୀ ବସନ୍ତ Part-1( A sucessful Love Story)
ବହୁତ୍ ଦିନ ପରେ ସୁମନ୍ତ ମହାରାଷ୍ଟ୍ର ରୁ ଫେରିଛି । ବହୁତ୍ ଆଶା ସାକାର କରିବା ପରେ ଆଜି ଆଉ ଗୋଟିଏ ଆଶା ରଖିଛି ତାହା ହେଲା ନିଜ ପାଇଁ ଗୋଟିଏ ବାଇକ୍ କିଣିବ । ଘର ତ ହେଇଗଲା ଏବେ ଗୋଟିଏ ବାଇକ୍ କିଣିବାକୁ ମଉସା ମାଉସୀ ସୁମନ୍ତ କୁ ଅନୁମତି ଦେଲେ । ଦୁଇ ଦିନ ପରେ ଦୁହେଁ ବ୍ରହ୍ମପୁର ନିଜ ସାଙ୍ଗ ସିତୁ ସାଙ୍ଗରେ ନେଇ ଗଲା । ବାଇକ୍ ପସନ୍ଦ ହେଲା ଏବଂ କିଣିବା ସରିଲା । ଦୁହେଁ ହୋଟେଲ ରେ ଖାଇବା ସାରି V2 Mall କୁ କିଛି କପଡା କିଣିବାକୁ ଗଲେ । ସଂଧ୍ୟା 4ଟା ହେବାକୁ ଲାଗିଲାଣି ଯେତେ ଶୀଘ୍ର ସରିବ ସେତେ ଶୀଘ୍ର କିଣା ସାରି ଘରକୁ ଫେରିବାର ଅଛି। ସାମାନ ବାସ୍କେଟ ଧରି ବିଲିଂ କାଉଣ୍ଟର ରେ ଧାଡ଼ିରେ ଠିଆ ହୋଇଛି। ସୁମନ୍ତ ର ଠିକ୍ ଆଗରେ ଗୋଟିଏ ସୁନ୍ଦର ଝିଅ , ବ୍ଲୁ ଜିନ୍ସ କୁ ହଳଦିଆ ରଙ୍ଗର ଟପ୍ ରେ ପୁରା ଚମକୁ ଥିଲା। ଲାଗୁଥିଲା ମଲ୍ ରେ ଗୋଟିଏ ହଳଦୀ ବସନ୍ତ କୁଆଡୁ ଉଡ଼ି ଆସିଛି ।
ସୀତୁ : ଧିର ଶବ୍ଦ ରେ ” ଆବେ ଦେଖ୍ ଦେଖ୍ ତୋ ଆଗରେ ଗୋଟିଏ ଚୋଖା ମାଲ୍ ଟେ ବେ, ପୁରା ହଳଦୀ ବସନ୍ତ”
ସୁମନ୍ତ : ” ଆବେ ଚୁପ୍… ଆବେ ଏଠି ସେ ଝିଅ ଶୁଣିବ ନା ସବୁ ଗଡବଡ ହେଇଯିବ “।
ଠିକ୍ ୦୨ ସେକେଣ୍ଡ ପରେ ଆଗରେ ଥିବା ଝିଅ ପଛକୁ ବୁଲି ସିଧା ସୁମନ୍ତ କୁ ବଡ ବଡ ଆଖିରେ ଚାହିଁ ରହିଲା। ସେ ସୁନ୍ଦର ଝିଅଟି ହେଉଛି ” ଲିନା” ।
ଲିନା : ( ରାଗରେ ) କଣ ଝିଅ ଦେଖିନ କି?? ବେକାରିଆ କୋଉଠି କାର। ତାପରେ ପୁଣି ଯେମିତି ସେମିତି । ସୁମନ୍ତ ଶିତୁ କୁ ରାଗି କହିଲା ‘ ଆବେ କିଳା କରୁଛୁ ତୁ ଶୁଣିବାକୁ ପଡୁଛି ମୋତେ ‘ । ଦୁଇ ଜଣ ଚୁପ୍ । ୩-୪ ମିନିଟ୍ ଭିତରେ ଲିନା ର ବିଲିଂ ପାଇଁ ନମ୍ବର୍ ଆସିଲା ସବୁ ଚେକ୍ ଆଉଟ୍ ହେଲା ପରେ ଲିନା ର ଏଟିଏମ୍ କାର୍ଡ କାମ କରୁ ନଥାଏ । ବାରମ୍ବାର ସ୍ୱାଇପ କରିବା ପରେ ବ୍ଲକ ର ମେସେଜ ଆସିଗଲା ।
କାଉଣ୍ଟର ବାଲା : Cash ଦିଅନ୍ତୁ ।
ଲିନା : Cash ତ ନାହିଁ।
କାଉଣ୍ଟର ବାଲା: କାହାକୁ କହି ପେମେଣ୍ଟ କରିଦିଅନ୍ତୁ । ଆପଣ ପାଇଁ ଅପେକ୍ଷା କରି ହେବନି। ବହୁତ୍ କଷ୍ଟମର ଲାଇନ୍ ରେ ଅଛନ୍ତି।
ଲିନା କିଛି ସମୟ ଭାବି ପଛକୁ ବୁଲି ଦେଖିଲା , ତାର ଜଣାଶୁଣା ଲୋକ ଦେଖା ଦେଲେନି।
କାଉଣ୍ଟର ବାଲା ପୁଣି ଥରେ କହିବା ପରେ ଲିନା ମନ ଦୁଃଖରେ କହିଲା ଭାଇ କ୍ୟାନ୍ସଲ କରିଦିଅନ୍ତୁ । ମୁଁ ପରେ ଆସିବି । କହି ଲାଇନ୍ ରୁ ବାହାରକୁ ଆସିଗଲା ।
ଏବେ ଆସିଲା ସୁମନ୍ତ ର ନମ୍ବର୍।
କାଉଣ୍ଟର ବାଲା: ଭଉଣୀ ଏ ଭାଇ ଆପଣଙ୍କ ସାଙ୍ଗରେ ଆସିଛନ୍ତି ନା ? ଏ ପେମେଣ୍ଟ୍ ଟା ସେ କରି ଦେଲେ ହେବନି।
ଲିନା ସୁମନ୍ତ କୁ ଅନୁରୋଧ ଭରା ଆଖିରେ ଚାହିଁ ରହିଲା ।
ସୁମନ୍ତ : କେତେ ପେମେଣ୍ଟ୍ କରିବାର ଅଛି।
କାଉଣ୍ଟର : “Total 7500.00 ଟଙ୍କା ।
ସୁମନ୍ତ : ଠିକ୍ ଅଛି ମୋ କାର୍ଡ ରୁ ପେମେଣ୍ଟ୍ କରିଦିଅନ୍ତୁ। ଲିନା ନା.. ନା… କହୁଥିଲା କିନ୍ତୁ ସୁମନ୍ତ ନ ଶୁଣି ପେମେଣ୍ଟ୍ କରିଦେଲା । ସୁମନ୍ତ ର ମଧ୍ୟ ପେମେଣ୍ଟ୍ ସରିଲା। ମଲ୍ ବାହାରକୁ ଆସିଲେ ।
ଲିନା : ସରି… ମୁଁ ତମକୁ କେତେ କଣ କହିଥିଲି କିନ୍ତୁ ମୋତେ ତମେ ସାହାଯ୍ୟ କରିଲ।
ସୁମନ୍ତ: ସେମିତି କିଛି ନାହିଁ ।
ଲିନା : ( ମଜାରେ )” ମାତ୍ର ମୋତେ ନ ପଚାରି ମୋ ପେମେଣ୍ଟ୍ କାହିଁକି କରିଲ, ମୁଁ ତମକୁ ଏହି ଟଙ୍କା ବିଲକୁଲ ଦେବିନି ”
ସୁମନ୍ତ: ଏଇଟା ମୋ ତରଫରୁ ଗୋଟିଏ ଗିଫ୍ଟ ଭାବି ରଖିନିଅ,
ସୁମନ୍ତ ମଲ୍ ର ପାହାଚରେ ଓହ୍ଲାଇବାକୁ ଲାଗିଲା ।
ଲିନା: ( ପଛପଟୁ) ହେଲ୍ଲୋ, ମିଷ୍ଟର ମୁଁ ମଜା କରୁଥିଲି । ୫ ମିନିଟ୍ ଅପେକ୍ଷା କରିବ ପ୍ଲିଜ, ମୁଁ ମମି ଙ୍କୁ କଲ୍ କରିଥିଲି ସେ ଟଙ୍କା ନେଇ ଆସୁଛନ୍ତି । ସେ ଆସିଲେ ଚାଲିଯିବ।
ସୁମନ୍ତ: ହଉ ଠିକ୍ ଅଛି !!!
ସୀତୁ: ଆବେ ସୁମନ୍ତ ତୋର ଏହି ଦାନି ଚରିତ୍ର ଟା ପ୍ରଥମ ଥର ଦେଖିଲି।
ସୁମନ୍ତ: ଚୁପ୍ କର!!!
ସୁମନ୍ତ: ଶୁଣ ଆମେ ‘ ଚା ‘ ପିଉଛୁ । ଯେତେବେଳେ ତମ ମା ଆସିବେ ଆମକୁ ଡାକି ଦେବ। ଏତିକି କହି ଯାଉ ଯାଉ, ହଠାତ୍ ଲିନା ର ମମି ଆସି ପହଞ୍ଚିଲେ ।
ପଛପଟୁ ଲିନା ସୁମନ୍ତ କୁ ‘ ଶୁଣ ସୁମନ୍ତ ‘ କହି ଡାକିଲା । ଲିନା : ମମି ଆସିଗଲେ । ଟଙ୍କା ଟା ନେଇଯାଅ।
ମା ଙ୍କୁ ଦେଖି ସିତୁ ଆଉ ସୁମନ୍ତ ନମସ୍କାର କରିଲେ । ମା : ସୁମନ୍ତ କୁ ପଚାରିଲେ । କେତେ ଟଙ୍କା ହେଲା ପୁଅ?? ସୁମନ୍ତ, ବିଲ ଟା ଆପଣଙ୍କ ଝିଅ ପାଖରେ ଅଛି, ଲିନା : ମା… 9000.00 ଟଙ୍କା ।
ସୁମନ୍ତ ଆଶ୍ଚର୍ଯ୍ୟ ରେ ଏବଂ ବଡ ବଡ ଆଖିରେ ,ଲିନା କୁ ଚାହିଁ ରହିଲା, ଲିନା ଇଶାରା ରେ ସୁମନ୍ତ କୁ ଅଳ୍ପ ଆଖି ଠାର ଦେଇ ଚୁପ୍ ରହିବାକୁ କହିଲା । ସଙ୍ଗେ ସଙ୍ଗେ ମା, 9000.00 ଟଙ୍କା ବାହାର କରି ସୁମନ୍ତ ହାତରେ ଦେଇ ଦେଲେ । ଏବେ ସମସ୍ୟା ହେଲା ଯେ ବାକି 1500.00 ଟଙ୍କା ଲିନା ର ପକେଟ୍ ମନି ଥିଲା ସେ କେମିତି ପାଇବ ?? କିନ୍ତୁ ଭାଗ୍ୟ ବଶତଃ ମା ସୁମନ୍ତ କୁ ପଚାରିଲେ , ପୁଅ ତମ ଘର କୋଉଠି ?
ସୁମନ୍ତ: ଆମର ଆସିକା ”
ସୁମନ୍ତ: ମାଉସୀ,, ଏବେ ଆମେ ଆସୁଛୁ।
ମାଉସୀ: ଆଉ କଣ କିଣିବାକୁ ଅଛି କି?
ସୁମନ୍ତ: ନା ନା, କିଣା କିଣି ସରିଲାଣି। ମୋତେ ବହୁତ୍ ଭୋକ ଲାଗିଲାଣି । କିଛି ଜଳଖିଆ କରି ଗାଁ କୁ ଫେରିଯିବୁ ।
ମାଉସୀ : ପୁଅ ଗୋଟିଏ କାମ କର , ଚାଲ ଆମ ଘରକୁ ଯିବା , ମୁଁ ଜଳଖିଆ ରେ ପକୋଡି କରିଛି , ସେଠୀ ଜଳଖିଆ ହେଇଯିବ । ତାପରେ ଚାଲିଯିବ। ସୁମନ୍ତ : ନା ନା , ମାଉସୀ , ଧନ୍ୟବାଦ୍ । ଘରୁ ବାରମ୍ବାର କଲ୍ ଆସୁଛି………
ହଳଦୀ ବସନ୍ତ Part-2 ( A sucessful Love Story)
ଶୀଘ୍ର ଆସିବାକୁ। ନୂଆ ବାଇକ୍ ଦେଖିବାକୁ ସମସ୍ତେ ଇଚ୍ଛା କରି ଅଛନ୍ତି ।
ଲିନା : ତେବେ ନୂଆ ବାଇକ୍ ଆଣିଲ, କିଛି ମିଠା ହେବା ଦରକାର ନା?? ଚାଲ ଆମ ଘରକୁ ଚାଲ ସେଠୀ ଜଳଖିଆ ଏବଂ ମିଠା ଖାଇ ଚାଲିଯିବ
( ଲିନା ଭାବୁଥାଏ ଘରେ କିଛି ବାହାନାରେ ଟଙ୍କା ମାଗି ପାରିବି ) ।
ସୀତୁ : ଚାଲ ରେ ବାବୁ ଆଉ ମନା କରେନି । ସମସ୍ତେ ନିଜ ନିଜ ବାଇକ୍ ଏବଂ ସ୍କୁଟି ରେ ବସି ଲିନା ଘରକୁ ଚାଲିଲେ।
ଲିନା ଘରେ ପହଞ୍ଚି। ମାଉସୀ ଚାଲିଗଲେ ରୋଷେଇ ଘରକୁ ଏତିକି ବେଳେ ଫ୍ରିଜ୍ ରୁ ପାଣି ବୋତଲ ଟିଏ ବାହାର କରି ଲିନା ସୁମନ୍ତ କୁ ଦେଲା ଏବଂ ଚୁପ୍ କରି କହିଲା ମୋ 1500 ଟଙ୍କା ଦିଅ । ସୁମନ୍ତ କହିଲା କି ଟଙ୍କା ମୁଁ ଜାଣିନି ।
ଲିନା : ହେଇ ବେଶୀ ନଖରାମି କରନି । ଶୀଘ୍ର ଦିଅ ମା ଆସିଯିବେ। ସୁମନ୍ତ ପଚାରିଲା ତମେ ମୋ ନାମ ଟା କେମିତି ଜାଣିଲ??
ଲିନା: ତମ ନାମ ଟି ଏହି ଏଟିଏମ୍ ର ବିଲ୍ ରେ ଲେଖାଯାଇଛି। ସୁମନ୍ତ କୁମାର ପ୍ରଧାନ।
ସୁମନ୍ତ : ତମ ନା କଣ??
ଲିନା: ମୁଁ କାହିଁକି କହିବି ?? ତମେ ମୋ ଟଙ୍କା ଦେଲ?? ସୁମନ୍ତ 2000 ଟଙ୍କା ବାହାର କରି ଦେଲା।
ଲିନା: 2000 ନାହିଁ 1500 ଟଙ୍କା ଦିଅ ,
ସୁମନ୍ତ : ମୋ ପାଖରେ ଖୁଚୁରା ନାହିଁ, ତମ ମମି 2000 ଟଙ୍କିଆ ନୋଟ୍ ଯାକ ଦେଲେ ମୁଁ ଖୁଚୁରା କୋଉଠୁ ଆଣିବି । ସଙ୍ଗେ ସଙ୍ଗେ ରୋଷେଇ ଘରୁ ମାଉସୀ ଡାକିଲେ , ଲିନା ଏ ଲିନା ଏଠି ଆସିଲୁ?? ତାପରେ 2000 ଟଙ୍କା ଧରି ଲିନା ଦଉଡ଼ି ଗଲା । ରୋଷେଇ ଘରୁ ପକୋଡ଼ି ସାଙ୍ଗରେ ବରା ଏବଂ ଚା ନେଇ ଆସିଲେ ମା ଏବଂ ଝିଅ ।
ମାଉସୀ : ପୁଅ ତମେ କଣ କର ଏବଂ ଘରେ କିଏ କିଏ ରୁହନ୍ତି ?
ସୁମନ୍ତ: ମୁଁ ମହାରାଷ୍ଟ୍ର ରେ ଇଞ୍ଜିନିୟର ଅଛି । ଘରେ ବାବା ମା ଏବଂ ବଡ ଭଉଣୀ, ଭଉଣୀ ର ଗତ ବର୍ଷ ବାହାଘର ହେଲା ।
ସୁମନ୍ତ ଏବଂ ମାଉସୀ କଥା ବାର୍ତ୍ତା ବେଳେ ଏପଟେ ସିତୁ ଲିନା ଉପରେ ନଜର ପକେଇ ରଖିଥାଏ । ଲିନା ର ନଜର ସିତୁ ଉପରେ ପଡ଼ିଲା । ଲିନା ରାଗରେ ଆଖି ବଡ ବଡ କରି ଦେଖିଲା ପରେ ସିତୁ ମୁଣ୍ଡ ତଳକୁ କରି ବରା ଖାଇବାରେ ଲାଗିଲା । ପ୍ରାୟ ୧୦ ମିନିଟ୍ ପରେ ସୁମନ୍ତ : ମାଉସୀ ଆମେ ଆସୁଛୁ। ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ।
ସୁମନ୍ତ ଏବଂ ସିତୁ ବାହାରିଗଲେ ଘରକୁ,, ଘରେ ପହଁଚିଲା ବେଳକୁ ରାତି ୮ଟା । ଘରେ ବାଇକ୍ କୁ ଦେଖି ଖୁସି ହେଲେ । ଡିନର ସରିବା ପରେ ଠିକ୍ ରାତି ୧୦ଟା ବେଳେ ସୁମନ୍ତ କୁ ଗୋଟିଏ ନୂଆ ନମ୍ବର୍ ରୁ କଲ୍ ଆସିଲା । ସୁମନ୍ତ ନୁଆ ନମ୍ବର୍ ଦେଖି ଫୋନ୍ ଉଠେଇଲା ନାହିଁ ଏବଂ ଟିଭି ଦେଖାରେ ଲାଗିପଡିଲା । ପୁଣି ୧୦ ମିନିଟ୍ ପରେ ପୁଣି ସେହି ନମ୍ବର୍ । ବାପା ଫୋନ୍ କୁ ଧରି ସୁମନ୍ତ କୁ ଆଣି ଦେଲେ। ତୋର ଫୋନ୍ ଆସୁଛି ନେ । ସୁମନ୍ତ କଲ୍ କୁ ରିସିଭ୍ କରିଲା ପରେ ସେ ହେଲୋ ହେଲୋ କହିବା ପରେ କିଛି ଉତ୍ତର ଆସିଲା ନାହିଁ । ଫୋନ୍ କାଟି ସାଇଲେଣ୍ଟ କରି ରଖିଦେଇ । ସୋଇ ପଡ଼ିଲା ।
ପର ଦିନ ଦିନ ୯ଟା ହେବ ସେହି ନମ୍ବର୍ ରୁ ପୁଣି କଲ ଆସିଲା । ସୁମନ୍ତ: ହେଲୋ କହିଲା ପରେ ଧିର ସ୍ଵରରେ ଅନ୍ୟ ପକ୍ଷରୁ ପଚାରିବାକୁ ଲାଗିଲେ, ଆପଣ ସୁମନ୍ତ କହୁଛନ୍ତି??
ସୁମନ୍ତ : ହଁ କହୁଛି । ସେପଟୁ ଉତ୍ତର ଆସିଲା , ମୁଁ ଲିନା କହୁଛି । ଜାଣି ପାରିଲ??
ସୁମନ୍ତ: ହଁ ହଁ, ଗୁଡ ମର୍ଣୀଙ୍ଗ, କେମିତି ଅଛ ଆଉ ତମେ ମୋ ନମ୍ବର୍ ପାଇଲ କୋଉଠୁ ??
ଲିନା: ନମ୍ବର୍ ତମେ କହିଥିଲ ମୁଁ ମନେ ରଖିଥିଲି।
ସୁମନ୍ତ: ମୁଁ କୋଉଠି କହିଲି?? ଲିନା: ମଲ୍ ର ଵିଲିଂ କାଉଣ୍ଟର ରେ କାଉଣ୍ଟର ବାଲା କୁ କହୁଥିଲ, ମନେ ପଡ଼ିଲା ?
ସୁମନ୍ତ: ଓଃ, ମୁଁ କାଉଣ୍ଟର ବାଲା କୁ କହିବା ସମୟରେ ଶୁଣିଛ?? ହଉ ଭଲ ହେଲା। କୁହ କଣ କାମ ଥିଲା,
ଲିନା: କାମ କିଛି ନାହିଁ, ତମ 500 ଟଙ୍କା ଫେରାଇବାକୁ କଲ୍ କରିଛି । ତମର କିଛି ଫୋନ୍ ପେ ଏବଂ ଗୁଗଲ ପେ ଅଛି କି??
ସୁମନ୍ତ: ହଁ ଯୋଉଥିରେ କଲ୍ କରିଛ ସେହି ନମ୍ବର୍ ରେ ଅଛି ।
ଲିନା: ମୁଁ ପଠେଇ ଦେଉଛି ଚେକ୍ କରି କହିବ ।
ସୁମନ୍ତ: ଗୋଟିଏ କଥା ପଚାରିବି ।
ଲିନା: ହଁ ପଚାର??
ସୁମନ୍ତ: ତମେ ଦେଖିବାକୁ ଏତେ ସୁନ୍ଦର, କିନ୍ତୁ ତମେ ରାଗରେ ଯୋଉ କଥା ହେଉଛ ନା, ମୋତେ ଲାଗୁଛି ତମେ ପ୍ଲାଷ୍ଟିକ ସର୍ଜରୀ କରିଛ । କାହିଁକି ନା ସୁନ୍ଦର ଝିଅ ମାନେ ଧିରେ ଧୀରେ କଥା ହୁଅନ୍ତି କିନ୍ତୁ ତମେ ତ ଛାଡ଼ ସେ କଥା ।
ଲିନା: ତମର ଭାଷଣ ସରିଲା??
ସୁମନ୍ତ: ହଁ ସରିଲା, ଫୋନ୍ କଟ୍।
କିଛି ସମୟ ପରେ ଗୁଗଲ ପେ ରେ 500 ଟଙ୍କା ଆସିବାର ମେସେଜ ଆସିଲା । ସୁମନ୍ତ ଦେଖି ଚୁପ୍ ଚାପ୍ ଗୋଧୋଇବାକୁ ଚାଲିଗଲା । ଗୋଧୋଇ ଆସିଲା ପରେ ଦେଖିଲା ,ପାଞ୍ଚଟି ମିସ୍ କଲ୍ ତାହା ପୁଣି ଲିନା ର। Whatsapp ରେ ମଧ୍ୟ 500 ଟଙ୍କାର ର Screenshots ମେସେଜ । ସୁମନ୍ତ କଲ୍ କରି କହିଲା । 500 ଟଙ୍କା ଆସିଯାଇଛି ।
ଲିନା: ମୁଁ କେତେ ଥର କଲ୍ କରିଲି ଫୋନ୍ କାହିଁକି ଉଠେଇଲ ନାହିଁ??
ସୁମନ୍ତ: ଗାଧୋଇବାକୁ ଯାଇଥିଲି।
ଲିନା: ମୁଁ ଏଠି ଟେନ୍ସନ ନେଇ ତମକୁ ଟଙ୍କା ପଠେଇଲି ଆଉ ତମେ ଯେ ଗାଧୋଇବାକୁ ଚାଲିଗଲ । ମୁଁ କହିଥିଲି ପରା ଅପେକ୍ଷା କରିବାକୁ……।
ଲିନା କହି ଚାଲିଛି। ସୁମନ୍ତ ଫୋନ୍ କୁ ଟିଭି ପାଖରେ ରଖି ଡ୍ରେସ ପିନ୍ଧିବାକୁ ଚାଲିଗଲା । ଲିନା କେତେ କଣ କହିଲା ପରେ ଜାଣିଲା ଯେ ସେ ବକ୍ ବକ୍ ହେଉଛି କିନ୍ତୁ ତାର କଥା ସୁମନ୍ତ ଶୁଣୁ ନାହିଁ । ଶେଷରେ ହେଲୋ ହେଲୋ କହି ଫୋନ୍ କଟ୍ କରିଦେଲା । ତାପରେ ଆଉ ଫୋନ୍ ନାହିଁ…….
ହଳଦୀ ବସନ୍ତ Part-3( A sucessful Love Story)
ଠିକ୍ ୫ ଦିନ ପରେ ରାତିରେ ସୁମନ୍ତ Whatsapp ଚେକ୍ କରି ଲିନା ପଠେଇଥିବା Screenshots ର ମେସେଜ ପରେ , ଥେଙ୍କ୍ ୟୁ ଲେଖି ମେସେଜ କରିଲା। ସଙ୍ଗେ ସଙ୍ଗେ ଗୋଟିଏ ମେସେଜ ଆସିଲା ଏବେ ମନେ ପଡ଼ିଲା ??
ସୁମନ୍ତ: ( ମେସେଜ ରେ) ଯେ ଧନ୍ୟବାଦ୍ ଦେବାକୁ ଭୁଲି ଯାଇଥିଲି । ସେଥିପାଇଁ ମେସେଜ କରିଲି । ଲିନା ସଙ୍ଗେ ସଙ୍ଗେ ସୁମନ୍ତ କୁ କଲ୍ କରିଲା ।
ଲିନା: କଣ ଭୂଲିଯାଇଥିଲ। ସେଦିନ ମୁଁ କହୁଛି ତମେ ରଖିକି କୁଆଡେ ଚାଲିଗଲ । କଣ ଭାବୁଛ, ଝିଅ ମାନଙ୍କୁ ?? ମୁଁ ମୋ ସମୟ ବାହାର କରି ତମକୁ ଫୋନ୍ କରୁଛି ମେସେଜ କରୁଛି । ମୋର ମେସେଜ କି କଥା ର କିଛି Important ନାହିଁ??
ସୁମନ୍ତ: ତମର ଯଦି ସରିଲା ତେବେ ମୁଁ କହିବି??
ଲିନା: ହଁ କୁହ?
ସୁମନ୍ତ: ତମକୁ ମୁ ସାହାଯ୍ୟ କରିଲି , ତମେ ମୋତେ ସାହାଯ୍ୟ କରିଲ ବାସ୍ କାମ ସରିଲା। ଆଉ ତମେ ମୋତେ ଏମିତି ବ୍ୟବହାର କରୁଛ ଯେମିତି ମୁଁ ତୁମର ବଏଫ୍ରେଣ୍ଡ । ଆଉ ଶୁଣ ମୁଁ ତୁମର ବଏଫ୍ରେଣ୍ଡ ନୁହଁ ଯେ ତୁମର ବକ୍ ବକ୍ ଶୁଣିବି । ଗୋଟିଏ କଥା ମନେ ରଖ, ଏ ଅହଙ୍କାର ତମକୁ ଶୋଭା ପାଉନି । ତମେ ଯଦି ଟିକେ ଭଲ ରେ କଥା ହୋଇଥାନ୍ତ ତେବେ ମୁଁ ତୁମ ସହିତ ଭଲ ଭାବରେ କଥା ହୋଇଥାନ୍ତି କିନ୍ତୁ ତମେ ତ ଆରମ୍ଭରୁ ଗର ଗର ହେଉଛ। କଣ କହିବି,, ଆଉ କଣ ଶୁଣିବି ।
ଏତିକି କହିବା ପରେ ଲିନା କିଛି ସମୟ ପାଇଁ ଚୁପ୍ ହୋଇଗଲା ।
ସୁମନ୍ତ: କଣ ହେଲା?
ଲିନା : କିଛି ନାହିଁ କହି ଫୋନ୍ କଟ୍ କରିଦେଲା ।
ପର ଦିନ ସକାଳେ ଗୋଟିଏ ଗୋଟିଏ ଲାଇନ୍ ରେ Good Morning ଆଉ ଗୋଟିଏ ଲାଇନ୍ ରେ Sorry ଲେଖା ମେସେଜ ଆସିଲା।
ସୁମନ୍ତ ଦେଖି କିଛି ଉତ୍ତର ନା ଦେଇ ଚୁପ୍ ରହିଲା। ସେହି ଦିନ ଠାରୁ କିଛି ମେସେଜ ନଥିଲା ।
ପ୍ରାୟ ୧୫ ଦିନ ପରେ ସୁମନ୍ତ ର ସାଙ୍ଗ ରାଜିବ ର ବାହାଘର ବ୍ରହ୍ମପୁର ରେ ହେଉଥିଲା । ସେଠୀ ସୁମନ୍ତ ତାର ମା ଙ୍କୁ ନେଇ ବାହାଘର ରେ ପହଞ୍ଚିଲା । ରାଜୀବ କୁ ସୁମନ୍ତ ଘରେ ସମସ୍ତେ ଜାଣିଛନ୍ତି । ସେଥିପାଇଁ ସୁମନ୍ତ କୁ ଦୁଇ ଦିନ ଆଗରୁ ଆସି ପହଞ୍ଚିବା ପାଇଁ କହିଥିଲା ଏବଂ ମା ପୁଅ ଦୁହେଁ ଦୁଇ ଦିନ ଆଗରୁ ବ୍ରହ୍ମପୁର ରେ ଆସି ପହଁଚିଲେ। ରାଜୀବ ଘରେ କିଛି ସମୟ ରହିଲା ପରେ ସନ୍ଧ୍ୟା ରେ ସୁମନ୍ତ ମା କୁ ନେଇ ଗୋପାଳପୁର ବେଳାଭୂମି ରେ ପହଞ୍ଚିଲା ।
ସେଠୀ ବୁଲାବୁଲି କରିବା ସମୟରେ ଲିନା ସୁମନ୍ତ କୁ ଦେଖିଲା । ସୁମନ୍ତ ମା ଆଗରେ କିଛି ଉତ୍ତର ଦେଇ ପାରିଲା ନାହିଁ ।
ଲିନା: ମାଉସୀ ନମସ୍କାର କହି ପାଦ ଛୁଇଁ ପ୍ରଣାମ କରିଲା, ମୁଁ ହେଉଛି ଲିନା, ଯୋଉ ଦିନ ଆପଣଙ୍କ ପୁଅ ବାଇକ୍ କିଣିବାକୁ ଆସିଥିଲେ ସେଦିନ ଆପଣଙ୍କ ପୁଅ ମୋତେ ସାହାଯ୍ୟ କରିଥିଲେ ।
ମାଉସୀ ଲିନା ର କଥାବାର୍ତ୍ତା ରେ ବହୁତ୍ ପସନ୍ଦ ଥିଲା ।
ମାଉସୀ: କଣ ରେ ଟୋକା , ତୁ ତ ମୋତେ ଲିନା ବିଷୟରେ କିଛି କହିନୁ କେମିତି ।
ସୁମନ୍ତ: ମା, ଅଳ୍ପ ସାହାଯ୍ୟ କରିଥିଲି , କଣ କହିବି ବୋଲି କହିନଥିଲି ।
ମାଉସୀ : ହଉ, ଗୋଟିଏ କାମ କର ତୁ ବୁଲିବୁ ଯଦି ବୁଲେ ମୁଁ ବସୁଛି ।
ଲିନା ର ସାଙ୍ଗ ପୂଜା ଏବଂ ରୁନି ମଧ୍ୟ କହିଲେ ମାଉସୀ ଆମେ ମଧ୍ୟ ଥକି ଯାଇଛୁ । ଆମେ ବସି କଥା ହେବା । ଯିଏ ଯିବା କଥା ଯାଉ।
ସୁମନ୍ତ : ମୁଁ ମଧ୍ୟ ଯିବିନି, ମା ତମେ ଯଦି ଯିବ ତେବେ ମୁଁ ଯିବି ।
ଲିନା : ମାଉସୀ ତମ ପୁଅ ର ବୁଲିବାକୁ ଇଚ୍ଛା କିନ୍ତୁ ମୋତେ ବୋଧେ ଆପଣ ଙ୍କ ପୁଅ ଡରୁଛନ୍ତି ।
ମାଉସୀ: କଣ ରେ, ଡର ଲାଗୁଛି । ଯା ବୁଲି ଆସେ ।
ତାପରେ ଦୁହେଁ ବୁଲିବାକୁ ବାହାରିଲେ । ଲିନା ଶାଢ଼ୀ ପିନ୍ଧି ବେଳା ଭୂମି କୁ ବୁଲିବାକୁ ଯାଇଥାଏ ।
ଲିନା: ତମକୁ ଦେଖି ବହୁତ୍ ଖୁସି ହେଲି। ଆଜି ତମେ ପୁରା ହିରୋ ଲାଗୁଚ ।
ସୁମନ୍ତ: ତମେ ମଧ୍ୟ ବହୁତ୍ ସୁନ୍ଦର୍ ଲାଗୁଚ । ମୁଁ ଦେଖିଛି ଝିଅ ମାନେ ସମୁଦ୍ର କୁଳ କୁ ଡ୍ରେସ ପିନ୍ଧି ଆସନ୍ତି କିନ୍ତୁ ତମେ ଶାଢ଼ୀ ପିନ୍ଧି ଆସିଛ ।
ଲିନା: ନା, ନା, ମୋ ସାଙ୍ଗ ର ବାହାଘର କୁ ଆସିଛି । ସଂଧ୍ୟା ସମୟ ତ ବାକି ସାଙ୍ଗ ମାନେ କହିଲେ ତ ଆସିଗଲି ।
ସୁମନ୍ତ: ହଉ ଭଲ ହେଲା ।
ଲିନା: ତମେ ଏବେ ପର୍ଯ୍ୟନ୍ତ ରାଗିଛ??
ସୁମନ୍ତ କିଛି ନ କହି ଧିରେ ଧୀରେ ଚାଲୁଥାଏ।
ଲିନା: ଜାଣିଛ ତମେ ସେଦିନ କହିବା ପରେ ମୁଁ ରାଗିବା ପୁରା ପୁରି ଛାଡ଼ି ଦେଇଛି । ସମସ୍ତ ଙ୍କ ସଙ୍ଗେ ଭଲରେ କଥା ହେଉଛି। ସବୁ ସାଙ୍ଗ ମାନେ ମୋତେ କୁହନ୍ତି ତୁ ଚଣ୍ଡୀ ରୁ ଏତେ ଭଲ କେମିତି ହେଇଗଲୁ କଣ କିଏ ଯାଦୁ ମନ୍ତ୍ର କରିଲା ନା କଣ? କିନ୍ତୁ ପ୍ରକୃତ ରେ ମୋର ବଦଳିବା ପଛରେ କେବଳ ତମର ଉପଦେଶ ।
ସୁମନ୍ତ: ମୁଁ କଣ କରିଛି, କେବଳ ତୁମ ଭଲ ପାଇଁ କହିଥିଲି ।
ଲିନା: ଆରେ ମୁଁ ପଚାରିବା ପାଇଁ ଭୁଲି ଯାଇଛି ତମେ ଏତେ ସନ୍ଧ୍ୟାରେ ଏଠି ମା ସାଙ୍ଗରେ ବୁଲୁଚ? ଘରକୁ ଯିବନି କି??
ସୁମନ୍ତ: କାହିଁକି ତମକୁ ଈର୍ଷା ହେଉଛି କି??
ଲିନା: ନା ଈର୍ଷା ହେଉନି, ଓଲଟା ମୋତେ ଖୁସି ଲାଗୁଛି ତମେ ଏତେ ସମୟ ମୋ ସାଙ୍ଗରେ ବୁଲି ବୁଲି କଥା ହେଉଛ ।
ସୁମନ୍ତ: ଚାଲ୍, ଯିବା।
ଲିନା: କାହିଁକି କଣ ହେଲା?
ସୁମନ୍ତ: ଆମେ ଚାଲି ଚାଲି ବହୁ ଦୂରକୁ ଆସିଲେଣି । ଏଠି କେହି ଲୋକ ନାହାନ୍ତି ।
ଲିନା: କଣ ଡର ଲାଗୁଛି??
ସୁମନ୍ତ: ମୋ ପାଇଁ ଡର ନାହିଁ, ତମ ପାଇଁ ଡର କାଳେ କିଏ ଜବରଦସ୍ତି କରିବ ??
ଲିନା: ଆଚ୍ଛା ମୋତେ ଯଦି କିଏ ଜବରଦସ୍ତି କରିବ ତମେ କିଛି କରିବନି ??
ସୁମନ୍ତ: ଆରେ ଆମେ ତାଙ୍କୁ ସୁଯୋଗ ଦେବା କାହିଁକି ।
ଲିନା: ମୁଁ ତ, Tension free ତମେ ଅଛ ମୋର କିଛି ହେବନି ।
ସୁମନ୍ତ: ପାଗଳ ହୋଇଗଲଣି କି? ଏଠୁ ଆଗକୁ ଯିବା ନାହିଁ । ତାପରେ ସେଠୁ ଦୁହେଁ ଫେରିଗଲେ ।
ଲିନା: କୁହ ନା, ଆଜି କଣ ଏଠି ରହିବ।
ସୁମନ୍ତ: ମୋ ସାଙ୍ଗ ର ବାହାଘର ପାଇଁ ଆସିଛି।
ଲିନା: ତମ ସାଙ୍ଗ କିଏ??
ସୁମନ୍ତ: ତମେ ଜାଣିବ ନାହିଁ ।
ଲିନା: କାହାର କୁହ??
ସୁମନ୍ତ: ରାଜୀବ ମୋ ସାଙ୍ଗ, ଆମେ ଦୁଇ ଜଣ ମିଶି ହଷ୍ଟେଲ ରେ ରହି ପାଠ ପଢ଼ୁଥିଲି ତାର ବାହାଘର ପାଇଁ ଆସିଛି ।
ଲିନା: ରାଜୀବ ଭାଇ, ଯିଏ Army ରେ Job କରନ୍ତି ତ??
ସୁମନ୍ତ: ହଁ, ତମେ ତାକୁ ଜାଣିଛ??
ଲିନା: ହଁ, ରାଜୀବ ଭାଇ ଙ୍କ Uncle ଆଉ ମୋ ବାପା ଦୁହେଁ ଭଲ ସାଙ୍ଗ । ରାଜୀବ ଭାଇ ପିଲା ଦିନେ ଆମ ଘରକୁ ଆସୁଥିଲେ । ବାପା ଙ୍କ ମେଡାଲ ଏବଂ ୟୁନିଫର୍ମ ଦେଖି ବହୁତ୍ ଖୁସି ହେଉଥିଲେ ଏବଂ କହୁଥିଲେ Uncle ମୁଁ ମଧ୍ୟ Army ରେ ଜଏନ କରିବି ଏବଂ ଦେଶ ସେବା କରିବି ।
ସୁମନ୍ତ: ତୁମ ବାପା ମଧ୍ୟ Army ରେ ଅଛନ୍ତି କି??
ଲିନା: ନା, ସେ BSF ରେ ଚାକିରି କରୁଥିଲେ କିନ୍ତୁ ୮ ବର୍ଷ ତଳେ ବୋର୍ଡର ରେ ସହିଦ ହୋଇଗଲେ।
ସୁମନ୍ତ: Sorry, ଲିନା: It’s Okay । ଆଜି ମଧ୍ୟ ବାପା ଙ୍କ କଥା ବହୁତ୍ ମନେ ପଡେ । ( ଦୁଇ ଧାର ଲୁହ ଖସି ଆସିଲା, ଲିନା ର ଓଠ ପାଖକୁ )
ସୁମନ୍ତ: ଆରେ ମନ ଦୁଃଖ କରନି।
ଲିନା: ମୁଁ ମଧ୍ୟ ବାପାଙ୍କ ଭଳି ସେନା ରେ ଯିବାକୁ ଚାହୁଁଥିଲି କିନ୍ତୁ ‘ମା’ ମୋତେ ମନା କରିଲେ । ସେ କହିଲେ , ତୁ ଯଦି ଚାଲିଯିବୁ ତେବେ ମୁଁ ମରିଯିବି । ହଠାତ୍ ଲିନା ର ଫୋନ୍ ବାଜି ଉଠିଲା ।
ପୂଜା: (ଫୋନ୍ ରେ) ଆରେ ଆସେ କେତେ ବୁଲୁଛୁ।
ସୁମନ୍ତ: କାହାର ଫୋନ୍?
ଲିନା: ମୋ ସାଙ୍ଗ ପୂଜା ର !!
ସୁମନ୍ତ: ଚାଲ ଯିବା ?? ଲିନା: ଗୋଟିଏ କଥା କହିବି?
ସୁମନ୍ତ: କୁହ??
ଲିନା: ମୁଁ ଜାଣିନି, ତମେ ସେଦିନ ସେତିକି କଥା କହିବା ପରେ ମୁଁ ବହୁତ୍ କାନ୍ଦିଲି ନିଜକୁ ବହୁତ୍ ଖରାପ ମନେ କରିଲି ଏବଂ ନିଷ୍ପତି ନେଲି ନିଜକୁ Change କରିବା ପାଇଁ ଏବଂ ମୁଁ ନିଜକୁ ବଦଳେଇ ପାରିଛି। ଆଉ ଗୋଟିଏ କଥା ହେଲା, ସେ ଦିନ ଠୁ ତମ କଥା ବେଶୀ ମନେ ପଡୁଛି । କାହିଁକି କେଜାଣି ମୁଁ ଜାଣିନି।
ସୁମନ୍ତ: ସତରେ??
ଲିନା: ମୁଁ ମଜା କରୁନି, ସତ କହୁଛି ।
ସୁମନ୍ତ: ତେବେ ଫୋନ୍ କାହିଁକି କରିଲ ନାହିଁ?
ଲିନା: ସାହାସ ହେଉ ନଥିଲା ।
ସୁମନ୍ତ: ତେବେ ମୋତେ ମନେ ମନେ ଭଲ ପାଉଛ?
ଲିନା: ଜାଣିନି!! ଏତିକି ସମୟରେ ସୁମନ୍ତ ର ଫୋନ୍ ବାଜି ଉଠିଲା ।
ମା:(ଫୋନ୍ ରେ) ଆସେ ବାବୁ ଯିବା?
ସୁମନ୍ତ: ଆସି ଗଲିଣି, ୦୨ ମିନିଟ୍ ରେ ତମ ପାଖରେ ପହଁଞ୍ଚିବୁ । ଦୁହେଁ ପହଞ୍ଚି ଗଲେ ମା ପାଖରେ ।
ମାଉସୀ: କଣ କଥାବାର୍ତ୍ତା ସରିଲା ନା ଆଉ ଅଛି?
ଲିନା: ନା ମାଉସୀ ଆଉ ଟିକେ ବାକି ରହିଗଲା, ବାକି କାଲି କଥା ହେବା ଏବଂ ଆପଣ ବ୍ରହ୍ମପୁର ଆସିଛନ୍ତି , ଆମ ଘରକୁ ଯିବା?
ମାଉସୀ: ନା ମା, ସମୟ ହେବ ନାହିଁ, ତା ସାଙ୍ଗ ର ବାହାଘର ଅଛି ସେଠୀ ସମୟ ହେବ କି ନାହିଁ ମୁଁ ଜାଣିନି।
ଲିନା: ମାଉସୀ, ରାଜୀବ ଭାଇ ର ବାହାଘର ରେ ଆମେ ମଧ୍ୟ ଆସିବୁ । କାଲି ବାରାତ୍ ସାରି ଭୋଜି ଖିଆ ସରିଲା ପରେ ସମସ୍ତେ ଆମ ଘରକୁ ଆସିବ ।
ମାଉସୀ: ହଉ ଦେଖିବା।
ଲିନା: ସେ ଚିନ୍ତା ମୋ ଉପରେ ଛାଡ଼ି ଦିଅନ୍ତୁ । ତାପରେ ସମସ୍ତେ ବାହାରିଲେ । ଲିନା ସାଙ୍ଗ ମାନଙ୍କ ସହ ସ୍କୁଟି ରେ ପଛେ ପଛେ ଆସୁଥାଏ। ସମସ୍ତେ ବ୍ରହ୍ମପୁର ରେ ପହଞ୍ଚିଲେ………
ହଳଦୀ ବସନ୍ତ Part-4 ( A sucessful Love Story)
ପର ଦିନ ସକାଳେ , ସୁମନ୍ତ ରାଜୀବ ର ବାହାଘର ପ୍ରସ୍ତୁତି ରେ ଲାଗିପଡିଲା । ଲିନା ବାହାଘର ମଣ୍ଡପ କୁ ଆସି ସୁମନ୍ତ କୁ କଲ୍ କରିଲା । ଫୋନ୍ ଥିଲା ମା ପାଖରେ । ଫୋନ୍ ବାଜି ଉଠିଲା । କଲ୍ ରେ ନାମ ଥିଲା ” ହଳଦୀ ବସନ୍ତ ” ପୁରା ଓଡ଼ିଆ ରେ ଲେଖା ହୋଇଥିଲା। ମା ଫୋନ୍ ନେଇ ଆସିଲେ ଏବଂ ସୁମନ୍ତ କୁ ଦେଇ କହିଲେ ନେ ତୋର କିଏ ହଳଦୀ ବସନ୍ତ ଫୋନ୍ କରିଛି । ସୁମନ୍ତ ଟିକେ ଲାଜ କରି ଫୋନ୍ ମୁଁ ଧରିଲା ଏବଂ କଥା ହେଲା । ପ୍ରକୃତରେ ଲିନା ସୁମନ୍ତ କୁ ଦେଖି ଲୁଚି ଫୋନ୍ କରୁଥାଏ । କିଛି ସମୟ ପରେ ଲିନା ସୁମନ୍ତ ପାଖରେ ଆସି ପହଁଚିଲା । ସୁମନ୍ତ ଲିନା କୁ ଦେଖି ତାରିଫ କରିଲା । ଲିନା ଗୋଟିଏ ଗୋଲାପି ଏବଂ ହଳଦୀ ରଙ୍ଗ ର ଡ୍ରେସ ରେ ଆସି ପହଞ୍ଚିଲା। ସେହି ଡ୍ରେସ୍ ରେ ସେ ସମସ୍ତଙ୍କ ଠାରୁ ଅଲଗା ଜଣା ପଡୁଥିଲା।
ସବୁ କୁଣିଆ ମାନଙ୍କ ନଜର କେବଳ ଲିନା ଉପରେ ଥାଏ କିନ୍ତୁ ପ୍ରକୃତ ରେ ସେ କେବଳ ସୁମନ୍ତ ପାଇଁ ସଜ ହୋଇ ଆସିଛି । ସୁମନ୍ତ ଯୋଉଠି ଯାଏ, ଲିନା ପଛେ ପଛେ ପହଞ୍ଚି ଯାଉଥାଏ । ମାଉସୀ ଦେଖି ଖୁସି ହେଲେ ମନେ ମନେ ଭାବିଲେ ଲିନା ଯଦି ଆମ ଘର ର ବୋହୂ ହୁଅନ୍ତା, ତେବେ ବହୁତ୍ ବଢିଆ ହୁଅନ୍ତା । ବାହାଘର ରେ ସମସ୍ତେ ସନ୍ଦେହ କରିଲେ ଯେ ଲିନା ଏବଂ ସୁମନ୍ତ ଦୁହେଁ ପରସ୍ପର କୁ ଭଲ ପାଉଛନ୍ତି ବୋଲି । ଲିନା ର ମମି ଆସିଲା ।
ଲିନା ମମି କୁ ସୁମନ୍ତ ବିଷୟରେ ସବୁ କହି ସାରିଥିଲା । ଲିନା ର ମମି ଏବଂ ସୁମନ୍ତ ର ମା ପରିଚୟ ହୋଇ କଥା ରେ ଲାଗି ପଡ଼ିଲେ । ବାରାତ୍ ଏବଂ ଭୋଜି ସରିଲା । ଲିନା ଏବଂ ମମି ର ଅନୁରୋଧ ପରେ ସୁମନ୍ତ ଏବଂ ମାଉସୀ ବାହାରିଲେ ଲିନା ଘରକୁ। ଲିନା ମାଉସୀ ଙ୍କୁ ନିଜ ମା ଭଳି ବ୍ୟବହାର କରିଲେ ଏବଂ ସୁମନ୍ତ କୁ ସ୍ବାମୀ ର ଚର୍ଚ୍ଚା ମିଳୁଥିଲା ।
ମାଉସୀ ଏବଂ ଲିନା ର ମମି ଘର ବୁଲି ବୁଲି ଦେଖୁଥାନ୍ତି କିନ୍ତୁ ଲିନା ଏବଂ ସୁମନ୍ତ ସୋଫା ରେ ବସି ଟିଭି କୁ ଚାହିଁ ରହିଛନ୍ତି ।
ଲିନା: ଆଜି ରହି ଯାଉନ?
ସୁମନ୍ତ: ନା ରହି ହେବନି, ବାପା ରାଗିବେ ।
ଲିନା: କାଲି ସେଠୁ ଆସିଲା ପରେ ତମକୁ ବହୁତ୍ ମିସ୍ କରିଲି ।
ସୁମନ୍ତ: ମୁଁ ମଧ୍ୟ ବହୁତ୍ ମିସ୍ କରିଲି ।
ଲିନା: ତମ ଫୋନ୍ ଟା ଦେଲ??
ସୁମନ୍ତ: କଣ କରିବ??
ଲିନା: ଦେଖିବି?
ସୁମନ୍ତ: କଣ ଦେଖିବ, କି ମୋର କିଏ ଗାର୍ଲଫ୍ରେଣ୍ଡ ଅଛନ୍ତି କି ନାହିଁ ??
ଲିନା: ମୁଁ ତ ସେମିତି ଭାବିନି।
ଏମିତି କହି ଲିନା ମୋବାଇଲ କୁ ଛଡେଇ ନେଇଗଲା ଏବଂ ଲିନା ନିଜ ଫୋନ୍ ରୁ ସୁମନ୍ତ କୁ ଫୋନ୍ କରିଲା। ଫୋନ ବାଜି ଉଠିଲା ସେଠୀ ଲେଖା ହୋଇଥିଲା “ହଳଦି ବସନ୍ତ” ।
ଲିନା: ମୋ ନମ୍ବର୍ ହଳଦୀ ବସନ୍ତ ବୋଲି କାହିଁକି ଲେଖିଛ??
ସୁମନ୍ତ: ମୋତେ ତମେ ପ୍ରଥମ ଦେଖାରେ ହଳଦୀ ବସନ୍ତ ଭଳି ଲାଗିଲ ସେଥିପାଇଁ ଲେଖିଦେଲି । ଯଦି ପସନ୍ଦ ହେଉନି ତେବେ ନାମ ଟା change କରିଦିଅ ।
ଲିନା: ନା ନା, ଥାଉ, ତମେ ଖୁସି ରେ ରଖିଛ , ତେବେ ମୁଁ change କରିବିନି । ଫୋନ୍ ଟି ଫେରେଇ ଦେଲା ।
ସୁମନ୍ତ: ନମ୍ବର୍ ଚେକ୍ କରିବା ପାଇଁ ନେଇଥିଲ ??
ଲିନା: ହଁ, କାରଣ ମୋ ସାଙ୍ଗ ମାନେ , କିଏ ଚଣ୍ଡୀ, କିଏ Villian ତ ଆଉ କିଏ Danger ଲେଖି save କରନ୍ତି ମୁଁ ଭାବିଲି ତମେ କୁ Name ରେ save କରିଛ? ଚେକ୍ କରୁଥିଲି କିନ୍ତୁ ତମେ ଦେଇଥିବା Name ବହୁତ୍ ପସନ୍ଦ ଲାଗିଲା ।
ଲିନା: ଆଉ ଗୋଟିଏ କଥା ପଚାରିବି ? ରାଗିବନି ନା??
ସୁମନ୍ତ: ହଁ ପଚାର??
ଲିନା: ଜାଣିନି ମୁଁ ତମକୁ ବହୁତ୍ ଭଲ ପାଇବାରେ ଲାଗିଛି!! ମୋତେ କଣ ହେଉଛି କେଜାଣି, ମୁଁ କେବଳ ତମ କଥା ହିଁ ଭାବୁଛି??
ସୁମନ୍ତ: କଣ କରିବା ଦରକାର??
ଲିନା: ଯାହା କହିବି ତାହା କରିବ ?
ଲିନା: ପକ୍କା ନା??
ସୁମନ୍ତ: ହଉ କୁହ??
ଲିନା: Will You marry Me???
ସୁମନ୍ତ: ଚୁପ୍ ହୋଇ କିଛି ଉତ୍ତର ଦେଲା ନାହିଁ।
ଲିନା: କୁହ??
ସୁମନ୍ତ: କଣ ଉତ୍ତର ଦେବୀ ମୁଁ ମଧ୍ୟ ଜାଣି ପାରୁନି । ହଁ ବା ନାହିଁ କିଛି କହି ପାରିବି ନାହିଁ । ଏମିତିରେ ତୁମ Caste ଅଲଗା ।
ଲିନା: ଜାତି ଅଲଗା ତେବେ କଣ ମେରେଜ୍ କରିବ ନାହିଁ ??
ସୁମନ୍ତ: ମୋର କିଛି ଆପତ୍ତି ନାହିଁ ଏବଂ ମା ମଧ୍ୟ ମାନିଯିବେ କିନ୍ତୁ ବାପା ମାନିବେ ନାହିଁ । ଲିନା ମନ ଦୁଃଖରେ ମୁଣ୍ଡ ତଳକୁ କରି ବସିଲା । ସୁମନ୍ତ ଲିନା ର ମୁହଁ କୁ ଉପରକୁ ଟେକି ଦେଖିଲା ବେଳକୁ , ଲିନା ଆଖିରେ ପୁଣି ଲୁହ!!
ସୁମନ୍ତ: କଣ ଛୋଟ ପିଲା ଭଳି କାନ୍ଦୁଛ?? ଯେତେବେଳେ ଟିକେ କଣ କହିଦେଲେ କାନ୍ଦିବା ଆରମ୍ଭ ହେଇଯାଉଛି।
ଲିନା: ନା କିଛି ନାହିଁ ??
ସୁମନ୍ତ: ଶୁଣ, ମୁଁ ମଧ୍ୟ ତମକୁ ପସନ୍ଦ କରିବାରେ ଲାଗିଛି । ଏବେ ନୁହଁ ତୁମକୁ ମଲ୍ ର ପ୍ରଥମ ଦେଖାରେ ମୋ ମନ ଭିତରେ ତମେ ସ୍ଥାନ ନେଇ ସାରିଛ । ମୁଁ ଚେଷ୍ଟା କରିବି ବାପା ଙ୍କୁ ବୁଝେଇବା ପାଇଁ । କିନ୍ତୁ ତୁମ ମା ଏଥିରେ ରାଜି ହେବେ ତ?
ଲିନା: ମମି ଏବଂ ବାପା ଙ୍କର ମଧ୍ୟ ଲଭ୍ ମେରେଜ , ଏମିତି ରେ ସେ ତମକୁ ପ୍ରଥମ ଦିନ ରୁ ପସନ୍ଦ କରୁଛନ୍ତି । ତୁମର କଥା ବାର୍ତ୍ତା ଏବଂ ତୁମକୁ। ଏତିକି ବେଳେ ଲିନା ର ମମି ଆସି ପହଁଚିଲେ।
ଲିନା ର ମମି: ପୁଅ !! ସବୁ କଥା ସରିଲା ନା କିଛି ବାକି ଅଛି? ଲିନା ତମକୁ ପସନ୍ଦ ନା?? ସୁମନ୍ତ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା ।
ଲିନା ର ମମି: ଡର ନାହିଁ , ତମ ମା ଏବେ ବାଥରୁମ୍ ଯାଇଛନ୍ତି। ଗତ କାଲି ରାତିରେ ଲିନା ବାଉଳି ହୋଇ ” ସୁମନ୍ତ… ସୁମନ୍ତ…. କହି କେତେ କଣ କହିଦେଉଥିଲା” ଲିନା ତ ପସନ୍ଦ କରେ ତମେ ପସନ୍ଦ କର କି ନାହିଁ??
ସୁମନ୍ତ: ହଁ ଯେ, କିନ୍ତୁ, ଜାଣିନି ସମ୍ଭବ ହେବ କି ନାହିଁ?? ଏତିକି ବେଳେ ସୁମନ୍ତ ର ମା ଆସି ପହଞ୍ଚିଲେ ।
ସୁମନ୍ତ ର ମା: ଘରକୁ ଯିବା??
ସୁମନ୍ତ: ହଁ ମା ଯିବା!! ଦୁହେଁ ବାହାରିଲେ ନିଜ ଗ୍ରାମ କୁ……
ହଳଦୀ ବସନ୍ତ Last ( A sucessful Love Story)
ଘରକୁ ଯିବା ପରେ ଦୁହେଁ ପ୍ରତିଦିନ କଥା ହୁଅନ୍ତି । କିଛି ଦିନ ପରେ ସୁମନ୍ତ ଫେରିଗଲା ମହାରାଷ୍ଟ୍ର। ଏମିତି କଥା ବାର୍ତ୍ତା, Whatsapp ଚାଟ ବହୁତ୍ ଦିନ ଚାଲିଲା । ଠିକ୍ ବର୍ଷେ ପରେ ସୁମନ୍ତ ପାଇଁ ଘରେ ଝିଅ ଖୋଜା ଚାଲିଲା । ସୁମନ୍ତ ଶୁଣି ମା କୁ କହିଲା,
ସୁମନ୍ତ: ମା ମୁଁ ଲିନା କୁ ଭଲ ପାଉଛି ତାକୁ ବିବାହ କରିବାକୁ ଚାହୁଁଛି ।
ମା: ଲିନା ଯିଏ ବ୍ରହ୍ମପୁର ରେ ଦେଖା ହୋଇଥିଲା ତ??
ସୁମନ୍ତ: ହଁ ମା!!
(ମା ଲିନା କଥା ଶୁଣି ହଁ କରି କହିଲେ ସେ ତ ବହୁତ୍ ଭଲ ଝିଅ)
ମା: ସେ ଆମ Caste ର ତ??
ସୁମନ୍ତ: ନାହିଁ ମା ତାଙ୍କର ଅଲଗା Caste!!
ମା କିଛି ସମୟ ଚିନ୍ତା ରେ ପଡ଼ି କହିଲେ ମୋର ଇଚ୍ଛା ତୁ ସେଠୀ ବିବାହ କରେ କିନ୍ତୁ ତୋ ବାପା କୁ କିଏ ମନେଇବ ?? ତୋ ବାପା ଯେମିତି ରାଗି ସେ ତ ଏମିତି କଥା ଶୁଣିଲେ ଘରେ ତାଣ୍ଡବ ହେବ !
ସୁମନ୍ତ: ମା , ତମେ ହିଁ କିଛି କର !!
ମା : ହଉ ମୁଁ ତୋ ବାପା କୁ କହୁଛି । ରାତିରେ ମା ବାପା ଙ୍କୁ ଏହି କଥା କହିଲା ପରେ , ବାପା ରାଗି କି ପଞ୍ଚମ । ସେ କହିଲେ , ମୋ ଇଚ୍ଛା ଅନୁସାରେ ସେ ବିବାହ କରିବ ଏବଂ ଆମ ଜାତି ର ଝିଅ କୁ ବିବାହ କରିବ । ମା ସକାଳୁ ସେହି କଥା ସୁମନ୍ତ କୁ କହି ବୁଝାଇଲେ । ବାବୁରେ ତୋ ବାପା ମୋ ଉପରେ ବହୁତ୍ ରାଗିଲେ । ସେ କହିଛନ୍ତି ତୁ ତାକୁ ଭୁଲିବା ପାଇଁ ।
ସୁମନ୍ତ: ମା ଆମେ ଦୁଇ ଜଣ ପରସ୍ପରକୁ ବହୁତ୍ ଭଲ ପାଉ । ତାଙ୍କ ଘରେ ମଧ୍ୟ ରାଜି ଅଛନ୍ତି ।
ମା : ବାପା ତୋ ପାଇଁ କୋଉ ସାର୍ ଙ୍କ ଝିଅ କୁ ତୋ ସାଙ୍ଗରେ ବିବାହ କରିବାକୁ ସେ ସାର୍ କୁ କଥା ଦେଇଛନ୍ତି। ବାପା କହିଲେ ସେ ଯଦି ମୋ କଥା ମାନିବ ନାହିଁ ତେବେ ମୋର ଇଜ୍ଜତ ମାଟିରେ ମିଶିଯିବ ବୋଲି କହୁଛନ୍ତି ଏବଂ ମୋତେ ଆତ୍ମ ହତ୍ୟା କରିବାକୁ ଧମକ ଦେଉଛନ୍ତି।
ସୁମନ୍ତ: ମା , ମୁଁ ମଧ୍ୟ ଲିନା କୁ କଥା ଦେଇଛି । ବିବାହ ପାଇଁ , ସେଥିପାଇଁ ତାଙ୍କ ଘରେ ବହୁତ୍ ପ୍ରସ୍ତାବ କୁ ଫେରେଇ ଦେଉଛନ୍ତି। ସୁମନ୍ତ କଣ କହିବ କିଛି ଭାବି ପାରୁନଥିଲା।
ସୁମନ୍ତ: ମୁଁ ଛୁଟି ରେ ଆସିବି ବାପା ସାଙ୍ଗରେ କଥା ହେବି । କହି ଫୋନ୍ ରଖିଦେଲା।
( ପ୍ରକୃତ କଥା ହେଲା ଘର ର ଜ୍ବାଇଁ ବାବୁ ଙ୍କ ପରିଚିତ ରେ ଏହି ବିବାହ ପ୍ରସ୍ତାବ ଟିଏ ହୋଇଛି । ଜ୍ବାଇଁ ବାବୁ ଜଣେ ଶିକ୍ଷକ। ସେ ବାପା ଙ୍କୁ ବହୁତ୍ ଭଲ ପାଆନ୍ତି। ଜ୍ବାଇଁ ବାବୁ ଙ୍କ ପ୍ରସ୍ତାବ କୁ ଅବମାନନା କରିଲେ ଘରେ ନିଶ୍ଚିତ ଝଡ଼ ଆସିବ । )
ଦ୍ଵିତୀୟ ଛୁଟିରେ ସୁମନ୍ତ ଘରେ ଆସି ବାପା ଙ୍କୁ ବୁଝେଇଲା କିନ୍ତୁ ବାପା ନାରାଜ । ଘରେ ବହୁତ୍ ଝଗଡା। ସେ ଛୁଟି ରେ ପ୍ରତ୍ୟେକ ଦିନ ଝଗଡା ଝଗଡା ରେ ଦିନ କଟିଗଲା। ସୁମନ୍ତ ରାଗରେ କହିଲା ମୁଁ ଆଉ ଛୁଟି ଆସିବିନି କହି ଘରୁ ବାହାରିଗଲା ମହାରାଷ୍ଟ୍ର। ବ୍ରହ୍ମପୁର ରେ ଲିନା ଦେଖା କରି ବାକୁ ଆସିଥିଲା । ଲିନା କୁ ସୁମନ୍ତ ସବୁ କଥା କହି ବୁଝେଇଲା ,କିଛି ଦିନ ଅପେକ୍ଷା କର ସବୁ ଠିକ୍ ହୋଇଯିବ ବୋଲି ସୁମନ୍ତ ଲିନା କୁ ପ୍ରତିଶ୍ରୁତି ଦେଇ ମହାରାଷ୍ଟ୍ର ଚାଲିଗଲା।
ସୁମନ୍ତ ଯେତେବେଳ ଫୋନ୍ କରେ ବାପା ରାଗରେ କଥା ହୁଅନ୍ତି ନାହିଁ ତ କେତେବେଳେ ମନ ରଖିବା ପାଇଁ କଥା ହୋଇଯାଆନ୍ତି । ଏମିତି ଚାଲିଲା ଦେଢ଼ ବର୍ଷ । ଏପଟେ ଲିନା ଏବଂ ସୁମନ୍ତ ପ୍ରତ୍ୟେକ ଦିନ କଥା ହେଉଥାନ୍ତି ।
ପ୍ରାୟ ବର୍ଷେ ହେଲାଣି ସୁମନ୍ତ ଘରକୁ ଆସି ନାହିଁ । ଠିକ୍ ଏହି ସମୟରେ ମହାମାରୀ ଆସିଗଲା ଦେଶରେ ଲାଗିଗଲା ଲକ୍ ଡାଉନ୍। ଲକ୍ ଡାଉନ୍ ରେ ମଧ୍ୟ ମହାରାଷ୍ଟ୍ର ରେ ଫସି ରହିଲା କିନ୍ତୁ ଲକ୍ ଡାଉନ୍ ପରେ ସୁମନ୍ତ ଯେତେବେଳେ ଗାଁ କୁ ଆସିଲା। ସେତେବେଳେ ସୁମନ୍ତ ର ବାପା ଙ୍କ ମନ ବଦଳି ଯାଇଛି। ବାପା ନିଜେ କହିଲେ ତୁ କାହାକୁ ଭଲ ପାଉଛୁ କହ ସେଠୀ ବିବାହ ପାଇଁ ମୁଁ ରାଜି ଅଛି। ମୁଁ ରାଗରେ ରେ ରହି ବହୁତ୍ ଦିନ ଅପେକ୍ଷା କରିଲିଣି ଆଉ ନାହିଁ । ତୁ ମଧ୍ୟ ମୋ ଉପରେ ରାଗ ରେ ରହି ତୋର ଅମୂଲ୍ୟ ସମୟ କୁ ଖରାପ୍ କରି ସାରିଲୁଣି।
( ମା ବାପା ଙ୍କୁ ପ୍ରତିଦିନ ବୁଝେଇ ବୁଝେଇ ଏହା ସମ୍ଭବ ହେଲା , ଗ୍ରାମର ଆଭିଜାତ୍ୟ ଏବଂ ସମ୍ମାନ ରକ୍ଷା କର କିନ୍ତୁ ଗ୍ରାମ ସଭାରେ ଏହି କଥା ରଖ ଯଦି ମାନିଗଲେ ତେବେ ଭଲ କଥା, କିନ୍ତୁ ବାପା ଗ୍ରାମ ଲୋକ ଙ୍କ ସହିତ କଥା ହେଲା ପରେ ଗ୍ରାମରେ ତାଙ୍କୁ କିଛି ସର୍ତ୍ତ ମୂଳକ ରୂପେ ସେଠୀ ବିବାହ ପାଇଁ ଅନୁମତି ଦେଲେ )
ସୁମନ୍ତ ବହୁତ୍ ବହୁତ୍ ଖୁସି ହେଲା। ବହୁତ୍ ଦିନ ର ଆଶା ଆଜି ସତ ହେବାକୁ ଯାଉଛି ତାହା ପୁଣି ବାପା ଙ୍କ ଅନୁମତିରେ ଏବଂ ବାପା ଙ୍କ ମନ ପରିବର୍ତ୍ତନ ଶୁଣି ଲିନା କୁ ଖୁସି ଖବର ଜଣେଇ ଦେଲା ।
କିଛି ଦିନ ପୂର୍ବେ ଦୁଇ ପରିବାର ଙ୍କ ସହମତି ରେ Ring Ceremony ହେଲା । ବର୍ତମାନ ସୁମନ୍ତ ଏବଂ ଲିନା ର ଜୀବନ ରେ ନୂଆ ମୋଡ଼ ଆସିଲା । ଦୁହେଁ ବହୁତ୍ ଖୁସି ଅଛନ୍ତି। ଏବେ ସୁମନ୍ତ ୦୨ ମାସ ପରେ ଛୁଟି ନେଇ ଆସିଛି। ଦୁହେଁ ବାଇକ୍ ରେ ବୁଲା ବୁଲି ଚାଲିଛି, ଖୁବ୍ ମଜା ମସ୍ତି ଚାଲିଛି ଏବଂ ଏହି ବର୍ଷ ଶେଷ ସୁଦ୍ଧା ସେମାନଙ୍କ ବିବାହ ମଧ୍ୟ ହୋଇଯିବ ।
ପ୍ରେମ କୋଉଠି ଆରମ୍ଭ ହୋଇଯାଏ କିଏ ଜାଣିନି । ଏବଂ ସମସ୍ତ ଙ୍କ ପ୍ରେମ ସଫଳ ହୁଏ ତାହା ଜଣା ନାହିଁ କିନ୍ତୁ ସୁମନ୍ତ ଏବଂ ଲିନା ର ପ୍ରେମ ସମ୍ପର୍କ ବହୁତ୍ ଝଡ ବତାସ ପରେ ତାଙ୍କ ପ୍ରେମ ମୟ ଜୀବନରେ ମଳୟ ପବନ ବହିଛି। ଏବେ ବାକି ରହିଲା କେବଳ ବାହାଘର । ତାହା ମଧ୍ୟ ବହୁତ୍ ଶୀଘ୍ର ହେବ । ସେତେବେଳେ ଆଉ ଗୋଟିଏ ସଫଳ ଭଲ ପାଇବା ର ବିବାହ ହେବ ।
ଏହି ଗପ ପଢୁଥିବା ସମସ୍ତ ବନ୍ଧୁ ମାନଙ୍କୁ ସୁମନ୍ତ ଏବଂ ଲିନା ର ବାହାଘର ରେ ଯୋଗ ଦେବା ପାଇଁ ଅନୁରୋଧ ରହିଲା । ବାହାଘର ରେ ନିଶ୍ଚୟ ଆସିବେ ।
ଧନ୍ୟବାଦ ।