ପୂର୍ଣ୍ଣ କଳସ ( A Full of Vase)

ପୂର୍ଣ୍ଣ କଳସ ( A Full of Vase)
ପୂର୍ଣ୍ଣ କଳସ ( A Full of Vase)
 
‌ନରସିଂହ ପୁର ଗ୍ରାମରେ ଗୋଟିଏ ବ୍ରାହ୍ମଣ ପରିବାର ବାସ କରୁଥିଲେ । ମୁରବି ହିସାବରେ ପୁରସ୍ତମ ବାବୁ ଘର ଚଳାଉ ଥିଲେ। ସାଙ୍ଗରେ ଥିଲେ ସ୍ତ୍ରୀ ସଙ୍ଗୀତା ସହ ସାତ ଜଣ ଝିଅ । ସେ ବହୁତ୍ ଗରିବ ଥିଲେ । ଭିକ୍ଷା ମାଗି ଯାହା ଆଣୁଥିଲେ ସେଥିରେ ଦିନକର ଖାଦ୍ୟ ହୋଇ ଯାଉଥିଲା । ଝିଅ ମାନଙ୍କ ବିବାହ କେମିତି କରିବେ ତାଙ୍କର ପ୍ରଥମ ଚିନ୍ତା । ରୂପ ରେ ଯେମିତି ଗୁଣରେ ମଧ୍ୟ ସେମିତି ବାପା ମା ତାର ନାମ ରଖିଥିଲେ ‘ପରି’ । ଘର କାମ ରେ ସେ ସବୁବେଳେ ଧ୍ୟାନ ଦିଏ।   ବାକି ଭଉଣୀମାନେ ଖେଳ ଗପ କରନ୍ତି କିନ୍ତୁ ” ପରି ” ସବୁବେଳେ ଘରେ ରୋଷେଇ କରିବା ସହିତ ବାପା ମା ଙ୍କ ସେବାରେ ଲାଗିଥାଏ । ବାପା ଭିକ୍ଷା ମାଗି ଆସିବା ମାତ୍ରେ ପ୍ରଥମେ ବାପାଙ୍କୁ ପାଣି ଦିଏ । ପରି ଉପରେ ମା ଅପେକ୍ଷା ବାପା ଅଧିକ ଭଲ ପାଆନ୍ତି । ଏହିପରି ବ୍ରାହ୍ମଣ ପରିବାର ସୁଖରେ ଦୁଃଖରେ ଦିନ ଗଡୁଥାଏ।
 
ସେହି ଦେଶରେ ସଂଗ୍ରାମ କେଶରୀ ବୋଲି ଜଣେ ରାଜା ଶାସନ କରୁଥିଲେ । ସେ ନିଜ ପୁତ୍ର ପାଇଁ ବହୁତ୍ ଚିନ୍ତିତ ଥିଲେ କାରଣ ତାଙ୍କ ପୁଅ ଅନିତି ଦୁଷ୍କର୍ମ ରେ ଲିପ୍ତ ରହୁଥାଏ । ସେ ଭାବନ୍ତି ରାଜପରିବାର କୁ ଏମିତି ଗୋଟିଏ ବୋହୂ ର ଆବଶ୍ୟକତା ଅଛି ଯିଏ ମୋ ପୁଅ କୁ ଉଚିତ୍ ମାର୍ଗ କୁ ନେଇ ଆସିବ । ଏହା ଭାବି ଦିନେ ସେ ସମୁଦ୍ର କୂଳକୁ  ବୁଲିବା ପାଇଁ ଗଲେ ସେଠାରେ ବସି ସବୁ କଥା ଭାବୁଥାନ୍ତି । ହଠାତ ତାଙ୍କୁ ଜଣେ ” ମହାରାଜ ସଂଗ୍ରାମ ” ବୋଲି ଡାକିବାର ଶୁଣାଗଲା । ସେ ବସିଥିବା ସ୍ଥାନରୁ ଉଠିଯାଇ କିଏ କୋଉଠି ଡାକୁଛି ବୋଲି ରାଜା ପଚାରିଲେ । ମୁଁ ହେଉଛି ସମୁଦ୍ର ରାଜା, ତୁମେ ଏତେ ଚିନ୍ତାରେ ଯାହା ଭାବୁଛ ତାହାର ସମାଧାନ ମୋ ପାଖରେ ଅଛି । ରାଜା ପ୍ରଣାମ କରି ଅନୁରୋଧ କରିଲେ।  ସମୁଦ୍ର ରାଜା କହିଲେ ।  ତୁମକୁ ଗୋଟିଏ ଖାଲି କଳସ ଦେବୀ ସେ କଳସ ରେ ମୂଲ୍ୟବାନ ଜିନିଷ ଯେମିତି ସୁନା, ରୂପା, ଧାନ ଇତ୍ୟାଦି ଯେଉଁ କନ୍ୟା ହାତରୁ ପୂର୍ଣ୍ଣ ହୁଏ ସେ ହେବ ତୁମର ପୁତ୍ର ବଧୂ । ରାଜା ପୁଣି ପଚାରିଲେ ଏହି କଳସ କୁ ଯେ କୌଣସି ସାଧାରଣ କନ୍ୟା ମଧ୍ୟ ପୂର୍ଣ୍ଣ କରିଦେବ । ରାଜାଙ୍କ ର କଥା ଶୁଣି ସମୁଦ୍ର ରାଜା ହସି କୁହନ୍ତି କି ‘ ରାଜା ଏ  ସାଧାରଣ କଳସ ନୁହେଁ ଯେ ଯେକୌଣସି କନ୍ୟା ହାତରୁ ପୂର୍ଣ୍ଣ ହୋଇ ଯିବ।  ଯେଉଁ ଝିଅ ସର୍ବ ଗୁଣି ସମ୍ପୂର୍ଣ୍ଣ ଥିବ ଏବଂ ଜ୍ଞାନୀ ଥିବ ତଥା ମାତା ପିତା କୁ ସମ୍ମାନ କରୁଥିବ ତାର ମନରେ କିଛି ବି ପାପ ଆଶା ନଥିବ ମନଟି ବହୁତ ପବିତ୍ର ହେଇଥିବ । ସେହି ଝିଅ ହାତରେ ହିଁ ଏହି କଳସ ପୂର୍ଣ୍ଣ ହେବ ।
 
ରାଜା କଳସ କୁ ନେଇ ନିଜ ରାଜମହଲ କୁ ଫେରିଗଲେ ମନରେ କେବଳ ଗୋଟିଏ ଚିନ୍ତା ଏହି ରାଜ୍ୟରେ ଏମିତି ଗୁଣି କନ୍ୟା ମୋ ପୁତ୍ର କୁ ମିଳିବ ଯାହା ଫଳରେ ଏହି ରାଜ୍ୟର ଭବିଷ୍ୟତ ବଦଳିବ ଏବଂ ପ୍ରଜାମାନ ଙ୍କ ର ଉତ୍ତମ ଦେଖା ଶୁଣା ହେବ । ସେ ଦୂତ ମାଧ୍ୟମରେ ଏହି ବାର୍ତା ସବୁ ରାଜ୍ୟ କୁ ଜଣାଇଲେ । ରାଜ ମହଲରେ ଗୋଟିଏ କଳସ ଅଛି, ଏହି କଳସ କୁ ଯିଏ ପୂର୍ଣ୍ଣ କରିପାରିବ ସିଏ ହେବ ଏହି ରାଜ ମହଲର ରାଣୀ । ଏହା ଶୁଣି ପ୍ରତ୍ୟକ ରାଜା ନିଜ ନିଜ କନ୍ୟାକୁ ସୁନ୍ଦର ପୋଷାକ ପରିଧାନ କରେଇ ରାଜମହଲ କୁ ଆସିଲେ । କିନ୍ତୁ ସବୁ ରାଜ୍ୟର ରାଜକୁମାରୀ କଳସ କୁ ପୂର୍ଣ୍ଣ କରିବାରେ ସକ୍ଷମ ନ ହେବା ଯୋଗୁ ରାଜା ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଏହି ବାର୍ତ୍ତା କୁ ପ୍ରସାର କଲେ ।  ରାଜ୍ୟରେ ଥିବା ସବୁ ସୁନ୍ଦରୀ ଏଥିରେ ଭାଗ ନେଲେ । ଏହି କଥା ବ୍ରାହ୍ମଣ ଝିଅ ମାନେ ମଧ୍ୟ ଜାଣିଲେ ଏବଂ ସେମାନେ ମଧ୍ୟ ଏଠି ଯୋଗ ଦେବାକୁ ବାହାରିଲେ।   କିନ୍ତୁ ବଡ଼ ଝିଅ  ପରିକୁ ମା ଛାଡିଲେ ନାହିଁ। ପରି ଘର କାମରେ ବ୍ୟସ୍ତ ରହିଲା । 
ପୂର୍ଣ୍ଣ କଳସ କାର୍ଯ୍ୟକ୍ରମ ପୁନଃ ଆରମ୍ଭ ହେଲା। ଜଣକ ପରେ ଜଣେ କନ୍ୟା ସେଠି ଯାଇ, ଯିଏ ଯାହା ମୂଲ୍ୟବାନ ଜିନିଷ ଆଣିଥିଲେ ସେ କଳସ ରେ ପୁର୍ଣ୍ଣ କରିବାକୁ ଲାଗିଲେ। ସେଥିରେ ରାଜ୍ୟର ବହୁତ ଜଣ କନ୍ୟା ବିଫଳ ହୋଇ ଫେରିଲେ । ବ୍ରାହ୍ମଣ ଙ୍କର ଛଅ ଝିଅ ମଧ୍ଯ ରୁ ଜଣେ ସେ କଳସ କୁ ଧାନ ରେ ପୁର୍ଣ୍ଣ କରିବାକୁ ଚାହିଁଲା କିନ୍ତୁ ନିଜ ପାଇଁ ଆଣିଥିବା ସବୁ ଧାନ ଦେବା ପରେ ମଧ୍ୟ ସେ କଳସ ପୁର୍ଣ୍ଣ ହେଲା ନାହିଁ । ବାକି ପାଞ୍ଚ ଜଣ ସେ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଭାବିଲେ ଏ କୌଣସି ଯାଦୁ କଳସ ହୋଇଥିବ। ଯେତେ ପୁର୍ଣ୍ଣ କରିବାକୁ ପ୍ରୟାସ ରେ ମଧ୍ୟ ଏହି କଳସ ପୁର୍ଣ୍ଣ ହେଉନାହିଁ । ଚାଲ ଆମେ ଘରକୁ ଫେରିଯିବା । ଦୁଇ ନମ୍ବର ଭଉଣୀ କହିଲା । ଯଦି ଆମ ଭାଗ୍ୟରେ ଥିବ କଳସ ପୁର୍ଣ୍ଣ ହେଇଯିବ ତେବେ ଆମ ଜୀବନ ରେ କୌଣସି ଦୁଃଖ ରହିବ ନାହିଁ । ଏତେ ବଡ଼ ରାଜ ମହଲର ରାଣୀ ହେବାର ସୁଯୋଗ ଆଉ କେବେ ମିଳିବ ନାହିଁ । ମୁଁ ଯାଇ ସେ କଳସ କୁ ପୂର୍ଣ୍ଣ କରିବି । ଗୋଟିଏ ପରେ ଗୋଟିଏ ଭଉଣୀ ଗଲେ ହେଲେ ମଧ୍ୟ କେହି ପୂର୍ଣ୍ଣ କରିପାରିଲେ ନାହିଁ । ରାଜା ବହୁତ ଚିନ୍ତା ରେ ପଡିଗଲେ ଭାବିଲେ କଣ କେହି ବି ଝିଅ ଜନ୍ମ ହେଇନାହାନ୍ତି।  ମୋ ପୁଅ ପାଈଁ  ? ତେବେ ମୋ ପୁଅ ର ଜୀବନ କେମିତି ବଦଳିବ ଆଉ ଭଲ ରାସ୍ତାକୁ କେମିତି ଆସିବ ଭାବି ଚିନ୍ତାରେ ପଡିଲେ। 
 ବ୍ରାହ୍ମଣ ଜଣକ ଭିକ୍ଷା ମାଗି ଘରେ ପହଞ୍ଚିଲେ। ପରି କୁ ପଚାରିଲେ ତୋର ଅନ୍ୟ ଭଉଣୀ ମାନେ ଆଜି କୁଆଡେ ଯାଇଛନ୍ତି । ପରି କୁହେ ସେମାନେ ରାଜାଙ୍କ ଦରବାରକୁ ଯାଇଛନ୍ତି । ରାଜା ନିଜ ପୁତ୍ର ପାଇଁ ସର୍ବ ଗୁଣ ସଂପୂଣ୍ଣ ବୋହୂ ଖୋଜୁଛନ୍ତି  ଏବଂ ସେ ଗୋଟିଏ କଳସ ଦେବେ ସେ କଳସ କୁ ଯିଏ ପୂର୍ଣ୍ଣ କରିବ ସିଏ ହେବ ରାଜ ମହଲର ରାଣୀ । ଏହା ଶୁଣି ବାପା ଖୁସି ହେଲେ ଏବଂ ପରି ବିଷୟରେ ସବୁ ଜାଣି ପରି କୁ କହିଲେ ତୁମେ କଣ ପାଇଁ ସେଠୀ ଯୋଗ ଦେଲ ନାହିଁ । ପରି କହିଲା ମା ଙ୍କ ସେବା ସହିତ ଘର କାମ ଥିଲା। ସଂଧ୍ୟା ହେବାକୁ ଆସୁଥାଏ ବାପା ପରିକୁ ନେଇ ସେଠାକୁ ଗଲେ କିନ୍ତୁ ପୁର୍ଣ୍ଣ କଳସ କାର୍ଯ୍ୟକ୍ରମ ରେ ରାଜା ନିରାଶ ହୋଇ ବନ୍ଦ କରିବାକୁ ଯାଉଥିଲେ ହଠାତ୍ ଶବ୍ଦ ଶୁଣିବାକୁ ମିଳିଲା ।  କ୍ଷମା ଚାହୁଁଛି ମହାରାଜ, ମୋର ଆସିବାର ବିଳମ୍ବ ଯୋଗୁ ମୁଁ ଦଣ୍ଡ ର ପାତ୍ର କିନ୍ତୁ ମୋର ଗୁଣିବାନ୍ ଝିଅ ହାତରୁ ଥରେ କଳସ କୁ ପୁର୍ଣ୍ଣ କରିବାର ସୁଯୋଗ ଦିଅନ୍ତୁ।  ରାଜା ନିରାଶ ହୋଇ ମନା କରିଦେଲେ । ଏବଂ କାର୍ଯ୍ୟକ୍ରମ କୁ ବନ୍ଦ କରିବାର ଆଦେଶ ଦେଲେ।  ସମସ୍ତେ ଦୁଃଖରେ ଫେରିବାକୁ ଲାଗିଲେ। ଏତିକିବେଳେ ରାଜଗୁରୁ ଉପଦେଶ ଦେଲେ ଯେ ମହାରାଜ ବେଳେବେଳେ ଶେଷ ସମୟରେ ଚମତ୍କାର ହୋଇଯାଏ।  ଯଦି ସମ୍ଭବ ତେବେ ଏହି ରାଜ୍ୟର ଶେଷ କନ୍ୟା କୁ ମଧ୍ୟ ସୁଯୋଗ ଦିଅନ୍ତୁ । 
ରାଜ ଗୁରୁ ଙ୍କ ଉପଦେଶ ରେ ରାଜା ପରି କୁ କଳସ ପୁର୍ଣ୍ଣ କରିବାକୁ ସୁଯୋଗ ଦେଲେ ଏବଂ ଆଦେଶ ଦେଲେ ଆପଣ ଆଣିଥିବା ମୂଲ୍ୟବାନ ଜିନିଷ ରେ ଏହି କଳସ ପୁର୍ଣ୍ଣ କରନ୍ତୁ କିନ୍ତୁ ପରି ପାଖରେ ସେମିତି ମୂଲ୍ୟବାନ ଜିନିଷ କିଛି ନଥିଲା। ପରି ରାଜାଙ୍କୁ ଅନୁରୋଧ କରିଲା କି ମହାରାଜ ମୁଁ ରାସ୍ତାରୁ କିଛି ମୂଲ୍ୟବାନ ଜିନିଷ ପାଇଛି ସେ ଗୁଡିକ ଏହି କଳସ ରେ ପୁର୍ଣ୍ଣ କରି ପାରିବି?? ରାଜା କହିଲେ ନିଶ୍ଚୟ !! ପରି ନିଜ ବ୍ୟାଗ୍ ରୁ ଗୋଟିଏ କପଡା ରେ ବନ୍ଧା ଥିବା ପୁଟୁଳି ବାହାର କରିଲା । ପୁଟୁଳି ଖୋଲିଲା ପରେ ସମସ୍ତେ ଦେଖିଲେ ତାହା ଥିଲା କେବଳ ଧୂଳି । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେ ସେଥିରୁ ମୁଠାଏ ଧୂଳି ବାହାର କରି ସେହି ପାତ୍ର ରେ ପୁର୍ଣ୍ଣ କରିବାକୁ ଗଲାବେଳେ ମନ୍ତ୍ରୀ ଗଣ ଏହାକୁ ବିରୋଧ କରିଲେ । ସେମାନେ ବିରୋଧ କରିଲେ ଏହି ପବିତ୍ର କଳସ ରେ ଧୂଳି ମାଟି ରେ ପୁର୍ଣ୍ଣ କରା ଯିବ ନାହିଁ କିନ୍ତୁ ରାଜା ପରି କୁ ଅନୁମତି ଦେଇଥିଲେ ସେଥିପାଇଁ ସେ ପରି କୁ ପୁର୍ଣ୍ଣ କରିବାକୁ ଆଦେଶ ଦେଲେ । ମୁଠାଏ ଧୂଳି ପକେଇବା ପରେ ହଠାତ୍ କଳସ ପୁର୍ଣ୍ଣ ହୋଇ ସମସ୍ତ ଧୂଳି ସ୍ଵର୍ଣ୍ଣ ରେ ପରିଣତ ହୋଇ କଳସ ଚମକି ଉଠିଲା। ସମସ୍ତ ଙ୍କ ମନରେ ଖୁସିର ଲହରୀ ଖେଳିଗଲା। ରାଜା ବହୁତ ଖୁସି ହେଲେ । ପରିକୁ ନିଜର ପୁତ୍ର ସହ ବିବାହ କରିବାକୁ ଆଦେଶ ଦେଲେ । ରାଜାଙ୍କ ପୁଅ ପରି କୁ ବିବାହ କରି ଧିରେ ଧିରେ ସରଳ ହେବାକୁ ଲାଗିଲା ଏବଂ ରାଜାଙ୍କ ସବୁ କାର୍ଯ୍ୟ ରେ ସେ ଇଛା ରଖି ରାଜକୁମାର ଭାବେ ନିୟୋଜିତ କରିଲେ। ପରିର କାର୍ଯ୍ଯ ଏବଂ ସ୍ଵାମୀ ପ୍ରତି ଥିବା ଧର୍ମ ଏହା ଛଡା ମହାରାଜ ଏବଂ ମହାରାଣୀ ପ୍ରତି ଭକ୍ତି ରେ ରାଜମହଲ ନୂଆ ରୂପରେ ସୁସଜ୍ଜିତ ହେବାକୁ ଲାଗିଲା । ରାଜା ବ୍ରାହ୍ମଣ ପରିବାର କୁ ରହିବା ଖାଇବା ରେ ଅଭାବ କରିଲେ ନାହିଁ । ସେମାନେ ମଧ୍ଯ ଖୁସିରେ ରହିଲେ । ମହାରାଜ ସେହି ପୂର୍ଣ୍ଣ କଳସ କୁ ନେଇ ନିଜ ଠାକୁର ଘରେ ରଖିଲା ସମୟରେ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଲା ଯେ ସେ ଚମତ୍କାର ଧୂଳି ପରି କୋଉଠୁ ପାଇଲା ଯାହା ସଙ୍ଗେ ସଙ୍ଗେ ସ୍ଵର୍ଣ୍ଣ ରେ ପରିଣତ ହୋଇଗଲା
ମହାରାଜ ପରି କୁ ପଚାରିଲେ ସେ ଚମତ୍କାର ଧୂଳି ବିଷୟରେ । ପରି କହିଲା ସେଦିନ ବାପା ଆଉ ମୁଁ ରାଜମହଲ ଆସୁଥିବା ସମୟରେ ବାପା ଆଗରେ ଚାଲିଥାନ୍ତି । ବାପା ଚାଲୁଥିବା ସମୟରେ ତାଙ୍କ ପାଦ ଧୂଳି କୁ ମୁଁ ଉଠେଇ ସେ ପୁଟୁଳି ରେ ରଖି ଆସୁଥିଲି । ଏବଂ ମୋ ପାଇଁ ତାଙ୍କ ପାଦ ଧୂଳି ସବୁଠୁ ମୂଲ୍ୟବାନ ଜିନିଷ ଏବଂ ସେହି ମୂଲ୍ୟବାନ ଜିନିଷ ଯୋଗୁ ଆଜି ମୋର ଭାଗ୍ୟ ବଦଳିଛି । ତାଙ୍କ ପାଦ ଧୂଳି ମୋ ପାଇଁ ସବୁଠୁ ବଡ ମୂଲ୍ୟବାନ ଜିନିଷ ଅଟେ । 
 
ମୁଖ୍ୟ ବିନ୍ଦୁ :-
୧. ବାପା ମା ଙ୍କ ସେବା କରିବା ଦରକାର ।
୨. ଆପଣ କର୍ମ କରି ଚାଲ, ସମୟ ଆସିଲେ ଆପଣଙ୍କୁ ନିଶ୍ଚୟ ସୁଫଳ ମିଳିବ ।
୩. ଶେଷ ସମୟରେ ସବୁବେଳେ ଉତ୍ତମ ଫଳ ମିଳେ। 
 
ଲେଖିକା. ପୂଜା ସ୍ୱାଇଁ 
ବୁଗୁଡ଼ା , ଗଞ୍ଜାମ.

Categories:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading