ମୋ ଅଧୁରା ପ୍ରେମ

ମୋ ଅଧୁରା ପ୍ରେମ
ମୋ ଅଧୁରା ପ୍ରେମ 


ନବମ ଶ୍ରେଣୀର ଆରମ୍ଭ ହେବାର ପ୍ରାୟ ୦୫ ଦିନ ବିତିଗଲାଣି । ସ୍କୁଲ୍ ଆରମ୍ଭ ହେବାର ବେଲ୍ କିଛି ସମୟ ମଧ୍ୟରେ ବାଜିବ କିନ୍ତୁ ଠିକ୍ ସେ ସମୟରେ ମୋର ହୃଦୟର ବେଲ୍ ବାଜି ଗଲା। ସେତେବେଳେ ମୋ ସାଙ୍ଗ ଅଭୟ କୁ ହେଣ୍ଡସେକ କରି ତାର ଫେସ୍ କୁ ଦେଖିଲା ବେଳକୁ ହଠାତ୍ ଆକାଶ ର ପଛପଟେ ଗୋଟିଏ ସୁନ୍ଦରୀ ଝିଅ ଅତିକ୍ରମ କରି ସ୍କୁଲ୍ ବାରଣ୍ଡା କୁ ଯାଉଥିଲା ।

 ଅଭୟ ର ଫେସ୍ କୁ ସାଇଡ କରି ନଜର ମୋର ଲାଖି ରହିଲା ସେ ଝିଅ ଉପରେ, ନାମ ଥିଲା ତାର ପ୍ରିୟା । ସେ ଦେଖିବାକୁ କେମିତି ତାହା ଯଦି ମୁ ବର୍ଣ୍ଣନା କରିବି ତେବେ ଆପଣ ତାକୁ ପସନ୍ଦ କରିବାରେ ଲାଗିବେ କିନ୍ତୁ କହି ରଖୁଛି ସେ ସମୟ ରେ ପ୍ରିୟା କେବଳ ମୋର ଥିଲା। ତେବେ ଚାଲନ୍ତୁ ତା ବିଷୟ ରେ ଅଳ୍ପ ଜାଣି ନେବା ।

ପ୍ରିୟା ହେଉଛି ସେ ସ୍କୁଲ୍ ର ପ୍ରଥମ ଝିଅ ଯିଏ ରୂପରେ ଗୁଣରେ ଏକ ନମ୍ବର୍ । ବାକି ଝିଅ ମାନେ ମଧ୍ୟ ସୁନ୍ଦର୍ ଥିଲେ କିନ୍ତୁ ପ୍ରିୟା ଠାରୁ କମ୍। ତାର ଧିର କଥା ବାର୍ତ୍ତା ଏବଂ ମଧୁର ବାଣୀ ମନେ ପକେଇଲେ ଆଜି ମଧ୍ୟ ମୋ ମନ କୁ କିଛି ସମୟ ପାଇଁ ତାର ହେବାକୁ ଇଚ୍ଛା ହେଉଛି । ତାର କୋମଳ ହସରେ କିଛି ଅଲଗା ଭାବନା ଥିଲା। ତାର ଚେହେରା ଦେଖିବାକୁ ମୋତେ ତା ପାଖକୁ ସବୁବେଳେ ଟାଣି ନେଉଥାଏ । ସେ ଯେତେ କ୍ୟୁଟ ସେତେ ଶାନ୍ତ। କାହାକୁ କଥା ପଦେ କହିବାକୁ ଦଶ ଥର ଭାବେ ଏବଂ ଏତେ ଫୁଲେଇ ଯେ କୋଉ ପୁଅ କୁ ଚାହେଁନି। ମୁଁ ଭାବି ନେଇଥିଲେ କେତେ କଷ୍ଟ କରିବାକୁ ପଡେ କରିବି କିନ୍ତୁ ପ୍ରିୟା କୁ ମୁଁ ମୋର ଲଭର୍ ନିଶ୍ଚୟ କରିବି । 

ମୋ ବିଷୟରେ କହିବା ଭୂଲିଯାଇଛି, ମୋ ପ୍ରିୟା ଠୁ ସୁନ୍ଦରତା ରେ ସେତେ ଅଧିକା ହାଣ୍ଡସମ ନୁହଁ । ବାପା ମା ବହୁତ୍ ଭାବି ଚିନ୍ତି ଗୌତମ ନାମ ଟିଏ ରଖିଛନ୍ତି । ସାଙ୍ଗ ମାନଙ୍କ ପାଇଁ ମୁଁ ଥିଲି ଲଭ୍ ଗୁରୁ । ଲଭ ଅଫେଆର୍ ରେ ସାହାଯ୍ୟ କରିବାରେ ଗୌତମ ଥିଲା ଏକ ନମ୍ବର୍ ବୋଲି ସାଙ୍ଗ ମାନେ କୁହନ୍ତି କିନ୍ତୁ ଏହି କଥା ପାଇଁ ମୁଁ କେବେ କ୍ରେଡିଟ ନିଏ ନାହିଁ । ସମସ୍ତଙ୍କ ସେଟିଂ କରୁ କରୁ ସେ ସମୟରେ ମୁଁ ମୋ ସେଟିଂ ରେ ବ୍ୟସ୍ତ ହୋଇଗଲି । ଅନ୍ୟ ମାନଙ୍କ ଯୋଡ଼ି ମିଶେଇବାକୁ ମୋତେ କେବଳ ଗୋଟିଏ ସପ୍ତାହ ଲାଗୁଥିଲା କିନ୍ତୁ ମୋ ମୋ ଯୋଡ଼ି ପାଇଁ ମୋତେ ଗୋଟିଏ ମାସ ରୁ ଉର୍ଦ୍ଧ ଲାଗିଗଲା।  

ପାଠ ପଢା ଟାଇମ ଟେବୁଲ୍ ରେ ପ୍ରିୟା କୁ ଦେଖିବା ଥିଲା ମୋର ଗୋଟିଏ ସ୍ପେସିଆଲ ପିରିୟଡ଼। ପ୍ରଥମ ଦିନ ତାର ଚାହାଣି ମୋତେ ଛୁଞ୍ଚି ଫୋଡ଼ିଲା ଭଳି ଅନୁଭବ ହେଲା କିନ୍ତୁ ସେ ଛୁଞ୍ଚି ମୋତେ ଧୀରେ ଧୀରେ ପ୍ରେମାଘାତ କରିବାକୁ ଲାଗିଲା । ପ୍ରଥମେ ପ୍ରଥମେ ମୁହଁ କୁ ଫୁଲେଇ ଦେଖେ କିନ୍ତୁ ମୁ ମୋର ଡିଉଟି ରେ କେବେ ଅବହେଳା କରେନାହିଁ। ସବୁବେଳେ ସେ ଆସେ ପ୍ରତିଦିନ ଅପେକ୍ଷା କରିଥାଏ। ସିନିଅର ବୋଲି ଆମକୁ କିଏ କିଛି କୁହନ୍ତି ନାହିଁ ଏବଂ ସେ ଫାଇଦାରେ ମୁଁ ମୋ ପ୍ରିୟା କୁ ଲାଇନ୍ ମାରିବାରେ ଅବହେଳା କରିନଥାଏ ଏବଂ ପ୍ରିୟା ମଧ୍ୟ ଧିରେ ଧୀରେ ଚୁମ୍ବକ ଭଳି ଟାଣି ହେଉଥାଏ ପୁଣି ଶକ୍ତି ହରା ହୋଇ ଫେରି ଯାଉଥାଏ।  

ନବମ ଶ୍ରେଣୀ ର ମଧ୍ଯ ଭାଗରେ ଦିନେ ମୁଁ ସ୍କୁଲ୍ କୁ ଆସି ନଥାଏ । ମୋର ସମ୍ପର୍କୀୟ ବିବାହ ଭୋଜି କୁ ଯାଇଥିଲି। ସେଦିନ ପ୍ରିୟା ର ଭଲ ପାଇବା ର ପ୍ରମାଣ ପାଇଗଲି। ସେଦିନ ପ୍ରିୟା ସ୍କୁଲ୍ କୁ ଆସିବା ସମୟରେ ମୋ ଅନୁପସ୍ଥିତ ଦେଖି ତାକୁ ବହୁତ୍ କଷ୍ଟ ହେଲା । ମୁଁ ଠିଆ ହୋଇ ରହୁଥିବା ସ୍ଥାନ କୁ ବାରମ୍ବାର ଦେଖୁଥାଏ । ସେ ଦିନ ସେ ନବମ ଶ୍ରେଣୀ କୁ ବାରମ୍ବାର ଚାହୁଁଥାଏ। କାଳେ ଲେଟ୍ ରେ ମୁଁ ଆସିବି ବୋଲି ସେ ମୋ ବାଟକୁ ଚାହିଁ ରହିଥିଲା, କିନ୍ତୁ ମୁଁ ନଥାଏ । ଏହି ଗୁପ୍ତ ସୂଚନା ମୋ ସାଙ୍ଗ ମାନେ ମୋତେ ତା ପର ଦିନ ଜଣାଇଲେ । ଏତିକି ଶୁଣି ମୁଁ ପୁରା ପାଗଳ । ଏତେ ଖୁସି ହୋଇଗଲି ଯେ ମନେ ମନେ ଭାବିଲି ତା ଠାରୁ କିଛି ଶବ୍ଦ ଶୁଣିବା ମୋର ଦରକାର ନାହିଁ । ଏତିକି ଭଲ ପାଇବା ମୁଁ ଚାହୁଁଥିଲି। ପର ଦିନ ସ୍କୁଲ୍ ରେ ସେହି ଜାଗାରେ ମୁଁ ଠିଆ ହୋଇ ରହିଥାଏ । ପ୍ରିୟା ଆସିଲା ଏବଂ ମୋତେ ତାର ସେହି ଚାହାଣି ମୋତେ ଆଜି ମନେ ଅଛି ସେ ଚାହାଣି ରେ ମୋତେ ପ୍ରଶ୍ନ କରିଲା କି ” ଗତ କାଲି ତୁମେ କୁଆଡେ ଯାଇଥିଲ ” ମୁଁ ତାର ଉତ୍ତର ରେ କାନକୁ ଅଳ୍ପ ଛୁଇଁ ଇଶାରାରେ କହିଲି ” ଆଜି ଠାରୁ ସବୁଦିନ ଆସିବି” ଏବଂ ସେ ସ୍ମାଇଲ ଦେଇ କ୍ଲାସ୍ କୁ ଚାଲିଗଲା। ତାର ସେ ସ୍ମାଇଲ ମୋ ପାଇଁ ଲକ୍ଷ ଟଙ୍କା ସହ ସମାନ ଥିଲା।  

ତାପରେ ପ୍ରେମ ଗାଡି ଟିକେ ଜୋର୍ ରେ ଦୌଡ଼ିବାକୁ ଆରମ୍ଭ କରିଲା । ପୁରା ସ୍କୁଲ୍ ଜାଣିଗଲେ ଯେ ପ୍ରିୟା ହେଉଛି ଗୌତମ ର ଲଭର୍ । ମୋ ସାନ ଭାଇ ହେଉଛି ପ୍ରିୟା ର କ୍ଲାସ୍ ମେଟ୍ । କ୍ଲାସ୍ ର ସବୁ ଖବର ମୋ ସାନ ଭାଇ ଦିଏ । ପ୍ରିୟା କୁ କିଏ କଣ କହେ, ସାର୍ ଯଦି ପ୍ରିୟା କୁ ଗାଳି ଦେବେ ଏମିତି ସବୁ କଥା ମୋତେ ସେ ଆସି କହେ । ସେ କ୍ଲାସ୍ ରେ ପ୍ରିୟା ଭାଉଜ ହୋଇ ଯାଇଥିଲା । କାରଣ ଭାଇ ଅଛନ୍ତି ନବମ ଶ୍ରେଣୀ ରେ ଏବଂ ତାଙ୍କ ଅନୁଜ ଭାଇ ଅଛନ୍ତି ତାଙ୍କ କ୍ଲାସ୍ ରେ କିଏ ଆଖି ଉଠେଇ ଦେଖିବାକୁ ସାହାସ ମଧ୍ୟ କରନ୍ତିନି । 

ଦେଖୁ ଦେଖୁ ଚାଲିଗଲା ନବମ ଶ୍ରେଣୀ । ଦଶମ ଶ୍ରେଣୀ ରେ ମୁଁ ପ୍ରବେଶ କରିଲି । ସେହି ବର୍ଷ ବୋର୍ଡ ପରୀକ୍ଷା ଯଦି ଭଲ ନ ପଢିବି ତେବେ ନାମ ରଖିବି ଏବଂ ମୁଁ ଏତେ ତା ପ୍ରେମରେ ଏତେ ଲଟ୍ଟୁ ହୋଇଗଲି ଆଉ ଶେଷରେ ମୁଁ ନାମ ନେଲି । ଭଗବାନ ମୋତେ ମୋ ପ୍ରେମ କୁ ପ୍ରମାଣିତ କରିବାକୁ ଆଉ ଗୋଟିଏ ବର୍ଷ ସମୟ ଦେଲେ କିନ୍ତୁ ତାହା ସମ୍ଭବ ହେଲା ନାହିଁ । ମାତ୍ର ଦଶମ ଶ୍ରେଣୀ ମୋର ସବୁଠୁ ରୋମାଣ୍ଟିକ ବର୍ଷ ଥିଲା। ମୋର ଗୋଟିଏ ସ୍ଥାନ ଫିକ୍ସ ଥିଲା ମୁଁ ସେଠୀ ଛିଡା ହୋଇ ରହିଥାଏ ସବୁବେଳେ ପ୍ରିୟା କୁ ଆଖି ଠାର ଦିଏ ଏବଂ ସେ ମଧ୍ୟ ମୋତେ ତାର ପ୍ରତି ଉତ୍ତର ଦେଇଥାଏ । ମୋ ପାଖରେ ମୋ ସାଙ୍ଗ ମାନେ ଠିଆ ହୁଅନ୍ତି। ପ୍ରିୟା କ୍ଲାସ୍ ଭିତରେ ବସି ଥାଏ ଏବଂ ମୁଁ ଯୋଉଠି ଠିଆ ହୋଇଥାଏ ସେହି ସ୍ଥାନ ରୁ ପ୍ରିୟା ର ମୁହଁ ହିଁ କେବଳ ଦେଖାଯାଏ । କେତେ କଡା ସାର୍ କ୍ଲାସ୍ ନିଅନ୍ତୁ କିନ୍ତୁ ମୁଁ କେବେ ଅବହେଳା କରେନି ମୁଁ ମୋ ପ୍ରିୟା କୁ ଦେଖିବା ପିରିଅଡ୍ କେବେ ମିସ୍ କରେନି । ଯେତେବେଳେ ବ୍ରେକ ହୁଏ ସେ ବାହାନା ଖୋଜେ କି ମୋ ସାଙ୍ଗରେ କଥା ହେବା ପାଇଁ କିନ୍ତୁ ତା ସାଙ୍ଗ ସାନି ସବୁବେଳେ ବାରଣ କରେ । ପ୍ରିୟା ରାଗେ କିନ୍ତୁ କାହାକୁ କିଛି କହିପାରେନା। ଆମର ଲଭର୍ ପଏଣ୍ଟ ଥିଲା ଆମ ସ୍କୁଲ୍ ର ନଳକୂପ । ସେଠୀ ସେ ପାଣି ପିଇବା ବାହାନାରେ ଆସେ ଏବଂ ମୁଁ ମଧ୍ୟ ପାଣି ପିଇବାକୁ ଯାଏ । ସେ ପାଣି ମାରୁଥାଏ ଏବଂ ମୁଁ ପାଣି ପିଇବା ବାହାନାରେ କେବଳ ତାକୁ ହିଁ ଦେଖୁଥାଏ । ବେଳେ ବେଳେ ପାଣି ପିଇବା ଆମର ୫ ମିନିଟ୍ ରୁ ଅଧିକା ହୋଇଯାଏ । ଏତିକି ବେଳେ ମୋର କମିନା ସାଙ୍ଗ ‘ ଜଗା ‘ ସେ ମୋତେ ଚିଡାଏ, ଆଜି ପାଣି ପିଇବା ତୋର ସରିବ ନା ନାହିଁ । ଠିକ୍ ସେହିଭଳି ତା ସାଙ୍ଗ ମାନେ ମଧ୍ଯ ତାକୁ କମେଣ୍ଟ୍ କରନ୍ତି । 

ପ୍ରକୃତ କଥା ହେଲା ଏହି ଠାର ଠାର ରେ ପୁରା ହାଇସ୍କୁଲ ଚାଲିଗଲା କିନ୍ତୁ କେବେ ଭଲରେ ମୁହଁ ଖୋଲି କଥା ହୋଇନୁ। ହଁ ବେଳେ ବେଳେ ଭଲ ଅଛ? କେମିତି ଅଛ? ପଢା ପଢ଼ି କେମିତି ଚାଲିଛି ? ଏତିକି କଥା ରୁ ଆଗକୁ ବଢ଼ିନି। ଦଶମ ଶ୍ରେଣୀ ମଧ୍ୟ ଚାଲିଗଲା। ମୁଁ ବୋର୍ଡ ପରୀକ୍ଷା ରେ ଭଲରେ ନାମ ନେଲି । ଦୁଃଖ ତ ହେଲା କିନ୍ତୁ ସପ୍ଲିମେଣ୍ଟ ପରୀକ୍ଷା ଦେଇ ପୁଣି ପାସ୍ କରିଲି। ସପ୍ଲିମେଣ୍ଟ ବର୍ଷ ପ୍ରେମ ଗାଡି ଅଳ୍ପ ସ୍ପିଡ୍ ରେ ଚାଲିଲା, କିନ୍ତୁ ଚାଲିଥିଲା।  

ମୋର ଦଶମ ପାସ୍ ପରେ ମୁଁ ସିଧା ପହଞ୍ଚିଲି କଲେଜ୍ ରେ କିନ୍ତୁ ତାର ଦେଖା ମିଳିଲାନି କାରଣ ତାଙ୍କ ବାପାଙ୍କ ଅନ୍ୟ ଏକ ସ୍ଥାନ କୁ ପୋଷ୍ଟିଂ ଆସିଗଲା । ପ୍ରାୟ ୭ ମାସ ପରେ ତା ସହିତ ପୁଣି ଦେଖା ହେଲା ଅନ୍ୟ ଏକ ସ୍କୁଲ୍ ରେ ସେ କିଛି କାମ ପାଇଁ ଆସିଥିଲା। ସେତେବେଳେ ମୁଁ ମୋ ସାନ ଭାଇ ସହିତ କିଛି କାମ ପାଈଁ ଯାଇଥିଲୁ । ସେଠୀ ଅଳ୍ପ କଥା ହେଲି। ପରେ ଜଣା ପଡିଲା ସେ କଲେଜ୍ ନ ପଢ଼ି ତାର ଅଜା ପାଖକୁ ବୁଲିବାକୁ ଯାଇଛି । ମୁଁ ତାର ଗାଁ କୁ ପ୍ରତିଦିନ ଯାଏ କିନ୍ତୁ ତାର ଦେଖା ମୋ ଭାଗ୍ୟରେ ନ ଥାଏ । ଦେଖୁ ଦେଖୁ ମୋର +୨ ପ୍ରଥମ ବର୍ଷ ସରିଗଲା । +୨ ଦ୍ଵିତୀୟ ବର୍ଷ ଜଣା ପଡିଲା ଯେ ସେ ଗାଁ କୁ ଆସିଛି ବୋଧେ କଲେଜ୍ ପଢ଼ିବାକୁ ଇଛା ରଖିଛି । ମୋ ମନରେ ମଧ୍ୟ ଇଚ୍ଛା ଜାଗ୍ରତ ହେଲା । ସେତେବେଳେ ପ୍ରତିଦିନ ମୁଁ ତାର ଗାଁ କୁ ବୁଲିବାକୁ ଯିବା ମୋର ସଂଧ୍ୟା ଭ୍ରମଣ ଥିଲା । ସେ ମଧ୍ୟ ତା ଘର ଆଗରେ ମୋତେ ଅପେକ୍ଷା କରିଥାଏ । ଏମିତି ଚାଲିଲା ଅଳ୍ପ ଦିନ । 

ମୋ ଗାଁ ପାଖ କିଛି ଦୂରରେ ଅନ୍ୟ ଏକ କଲେଜ୍ ଖୋଲିଲା । ମୋ ସାଙ୍ଗ ଆକାଶ ସେହି କଲେଜ୍ ର ସାର୍ ଙ୍କ ସହିତ ଭଲ ପରିଚିତ । ସେହି କଲେଜ୍ ରେ ଜଏନ କରିବା ପାଇଁ ନୂଆ ଛାତ୍ର ଛାତ୍ରୀ ଦରକାର । ସେଥିପାଇଁ ସେ ସିଧା ପହଞ୍ଚିଛି ପ୍ରିୟା ଘରେ । ଯୋଉ ଦିନ ଆକାଶ ତା ଘରେ ପହଞ୍ଚିଛି। ଆକାଶ କବାଟ ଠକ୍ ଠକ୍ କରିଲା । ପ୍ରିୟା ର ମା କବାଟ ଖୋଲି ପଚାରିଲା । ଆକାଶ ତାର ପରିଚୟ ଦେଲା । ପ୍ରିୟା ର ମା ପ୍ରିୟା କୁ ଡାକି କହିଲା ‘ ପ୍ରିୟା ତୋ ସାଙ୍ଗ କିଏ ଆସିଛି ‘ ଠିକ୍ ସେହି ସମୟରେ ପ୍ରିୟା ପଚାରିଲା କିଏ ଗୌତମ ଭାଇ ? କିନ୍ତୁ ମା କହିଲେ ନା ତୋ ସାଙ୍ଗ ଆକାଶ ଆସିଛି ଏତିକି ଶୁଣି ପ୍ରିୟା ର ମନ ଅଳ୍ପ ଖରାପ ହେଲା ଏବଂ ଆକାଶ ସାଙ୍ଗରେ କଥା ହେଲା କିନ୍ତୁ ତାର ଇଚ୍ଛା ନଥିଲା କଲେଜ୍ ପଢ଼ିବାକୁ।   

କିଛି ଦିନ ପରେ ଆକାଶ ମୋତେ ଏହି କଥା କହିଲା ମୁଁ ଯାଇଥିଲି ପ୍ରିୟା ଘରକୁ କିନ୍ତୁ ସେ କିଛି କହିଲା ନାହିଁ ଚାଲ ପଚାରି ବୁଝିବା । ମୁଁ ମଧ୍ଯ ସୁଯୋଗ ଖୋଜୁଥିଲି । ସେହି ବାହାନାରେ ମୋତେ ତା ଘରକୁ ବୁଲି ଆସିବି । 

ଆମେ ତା ପର ଦିନ ସ୍ଥିର କରିଲୁ ଏବଂ ପ୍ରିୟା ଘରକୁ ଯିବୁ ବୋଲି। ପ୍ରିୟା ଘରକୁ ଗଲୁ ସେଠୀ ଅଳ୍ପ କଥା ବାର୍ତ୍ତା ହେଲା । ପ୍ରିୟା ର ନଜର କେବଳ ମୋ ଉପରେ ଥାଏ । କିଛି ସମୟ କଥା ବାର୍ତ୍ତା ପରେ ପ୍ରିୟା କହିଲା ଠିକ୍ ଅଛି ଯଦି ମୋର ଇଚ୍ଛା ହୁଏ ତେବେ ତମକୁ ଜଣେଇବି କହିଲା । ଆମେ ଫେରି ଆସିଲୁ। କିନ୍ତୁ ମୋର ବହୁତ୍ ଇଛା ଥିଲା ପ୍ରିୟା ସାଙ୍ଗରେ ଆଉ ଥରେ ଦେଖା ହୁଏ ଏବଂ ତା ସାଙ୍ଗରେ କଥା ହୁଏ । 

ଏମିତି ଦୁଇ ଦିନ ତା ଘର ଆଡେ ଭ୍ରମଣ ପରେ ମୁଁ ସାହାସ କରି ତା ଘର କୁ ଗଲି । ସେଠୀ ପ୍ରିୟା ର ମା କବାଟ ଖୋଲିଲେ ଏବଂ ତାଙ୍କୁ ପରିଚୟ ଦେଇ ଭିତରକୁ ଗଲି । ମା’ ଆମ ଦୁଇଜଣ କୁ କଥା ବାର୍ତ୍ତା ପାଇଁ ସୁଯୋଗ ଦେଲେ ଏବଂ ସେ ରୋଷେଇ କାମ ରେ ବ୍ୟସ୍ତ ରହିଲେ । ପ୍ରକୃତ ରେ ସେହି ଦିନ ମୋତେ ଅନୁଭବ ହେଲା ଯେ ମୋର ଭଲ ପାଇବା ଏବେ ପର୍ଯ୍ୟନ୍ତ ବଞ୍ଚି ରହିଛି । 

ପ୍ରିୟା : ତମକୁ ଆଜି ଆମ ଘରେ ଦେଖି ବହୁତ୍ ଖୁସି ହେଲି।
ଗୌତମ: କାହିଁକି ଆଗରୁ ଖୁସି ନଥିଲ କି??
ପ୍ରିୟା: ନା, ସେମିତି ନୁହଁ, ଆଜି ବହୁତ୍ ଖୁସି।
ଗୌତମ: ସତରେ??
ପ୍ରିୟା: ତମକୁ ବିଶ୍ୱାସ ହେବନି, ଜାଣିଛ ସେଦିନ ଆକାଶ ଆମ ଘରକୁ ଆସିଥିଲା, ମୁଁ ଭାବିଲି ତମେ ଆସିଥିବ ବୋଲି । ମୁଁ ତମ ନାମ ନେଇ ମା କୁ ପଚାରିଲି କିନ୍ତୁ ଆକାଶ ର ନାମ ଶୁଣି ବିରକ୍ତ ଅନୁଭବ ହେଲା । 
ଗୌତମ: ଥେଙ୍କ୍ ୟୁ ?? (ମନେ ମନେ ବହୁତ୍ ଖୁସି ହେଉଥିଲି, ମୋତେ ଅନୁଭବ ହେଲା ଯେ ପ୍ରକୃତ ମୋ ପ୍ରେମ ସାର୍ଥକ ହୋଇଗଲା)
ପ୍ରିୟା: ଥେଙ୍କ୍ ୟୁ କଣ ପାଇଁ?? 
ଗୌତମ: ବହୁତ୍ ଖୁସି ଲାଗିଲା , ତମ ପାଖରୁ ଏହି କଥା ଶୁଣି । 
ପ୍ରିୟା: ଜାଣିଛ ସ୍କୁଲ୍ ରେ ତମ ସାଙ୍ଗରେ କଥା ହେବାକୁ କେତେ ଚେଷ୍ଟା କରିଛି କିନ୍ତୁ ସେ ସାନି ପାଇଁ ମୋର ସବୁ ଇଚ୍ଛା ମାଟି ରେ ମିଶି ଯାଉଥିଲା । ବହୁତ୍ ବାହାନା ଖୋଜେ ତମକୁ ଦେଖିବାକୁ । ତମର ବାରଣ୍ଡା କଣ ରେ ଠିଆ ହୋଇ ଆଖି ଠାର ଦେବା ଏବଂ ଆଖି ମାରିବା ଆଜି ମଧ୍ଯ ମନେ ପଡେ । ସତରେ ତମକୁ ବହୁତ୍ ମିସ୍ କରୁଥିଲି ।
ଗୌତମ: ତେବେ କହୁ ନଥିଲ କଣ ପାଇଁ ? 
ପ୍ରିୟା: ସାହାସ ନଥିଲା । 

ଏମିତି ବହୁତ୍ କଥା ହେଲୁ । ସେଦିନ ଆମେ ପୁରୁଣା ସ୍କୁଲ୍ କଥା ହେଲୁ। ଶେଷରେ ସେ ମୋତେ କହିଲା ଆକାଶ କୁ ମନା କରିଦେବ ମୋର ଆଉ କଲେଜ୍ ପଢ଼ିବା ଇଚ୍ଛା ନାହିଁ । ଏତିକି ଶୁଣି ଆସି ମୁଁ ଆକାଶ କୁ କହିଲି ସେ କଲେଜ୍ ପଢ଼ିବାକୁ ଇଛା କରୁନି । ସେଦିନ ରାତିରେ ମୁଁ ତାକୁ ପୁରା ରାତି ସ୍ଵପ୍ନ ରେ କେବଳ ତାକୁ ହିଁ ଦେଖିଛି ।

ଏମିତି ପ୍ରତିଦିନ ସନ୍ଧ୍ୟାରେ ଭ୍ରମଣ କରେ ଏବଂ ଚାଲିଥାଏ ପୁରୁଣା । ଆଖି ଠାର । ଦେଖୁ ଦେଖୁ +2 ଦ୍ଵିତୀୟ ବର୍ଷ ଅତିକ୍ରମ କଲା ।
+3 ପ୍ରଥମ ବର୍ଷ ମୋ ଜୀବନରେ ବିଚ୍ଛେଦ ଶବ୍ଦ ର ଅର୍ଥ ବୁଝିପାରିଲି ।  

ଏମିତି କିଛି ଦିନ ଚାଲିଲା କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ନା ମୁଁ ତାକୁ ଆଈ ଲଭ୍ ୟୁ କହିଛି ନା ସେ ମୋତେ?? କିନ୍ତୁ ଆମ ପ୍ରେମ ଅଧୁରା ହୋଇ ରହିଗଲା । ସେ ଅପେକ୍ଷା କରିଥିଲା ମୁଁ କାଳେ କହିବି କିନ୍ତୁ ମୋର ମଧ୍ୟ ବୟସ ସୀମା ଏତେ ଅଗ୍ରସର ହୋଇ ନଥିଲା ଯେ ମୁଁ ବିବାହ ପାଇଁ ପ୍ରସ୍ତୁତ ହେବି କିନ୍ତୁ ତାର ବିବାହ ଠିକ୍ ହୋଇଯାଇଥିଲା । ତାର ବିବାହ କଥା ଶୁଣି ମୁଁ ବହୁତ ଦୁଃଖୀ ହେଲି କିନ୍ତୁ କିଛି କହିପାରିଲି ନାହିଁ । ସେ ମୋତେ ନିମନ୍ତ୍ରଣ ପତ୍ର ଦେଇଥିଲା । ସେତେବେଳେ ମୋ ପ୍ରେମ କୁ ବଞ୍ଚେଇ ରଖିବା ସ୍ମୃତି ରେ ତା ପାଇଁ ଦାମୀ ଉପହାର ନେଇ ପହଞ୍ଚିଲି ତାର ବିବାହ ଉତ୍ସବ ରେ । ସେଠୀ ମୋ ଆଖିରେ ଲୁହ ଆସି ଯାଉଥାଏ । ନିଜକୁ ବହୁତ୍ ଭୁଲ ମନେ କରିଲି। ମନେ ମନେ ଭାବିଲି କାଳେ ମୁଁ ଯଦି କହିଥାନ୍ତି ତେବେ ମୋ ପ୍ରିୟା ମୋତେ ଅପେକ୍ଷା କରିଥାନ୍ତା କିନ୍ତୁ ତାହା ଥିଲା ମୋର ପ୍ରଥମ ଭୁଲ । ଦାମୀ ଉପହାର କୁ ତାର ସାନ ଭଉଣୀ ହାତରେ ଦେଇ ଆଖିରେ ଆଖିଏ ଲୁହ ଧରି ଫେରିଗଲି ନିଜ ଘରକୁ।  

ଆଜି ସେ ବିବାହ କରି ନିଜ ଜୀବନରେ ଖୁସିରେ ଅଛି କିନ୍ତୁ ମୁଁ ମୋର ପ୍ରଥମ ପ୍ରେମ କୁ ଏବେ ମଧ୍ୟ ମନେ ପକେଇଲେ ଅଳ୍ପ କଷ୍ଟ ହୁଏ କିନ୍ତୁ ଭୁଲିବାକୁ ଚେଷ୍ଟା କରୁଛି । ମୋର ପ୍ରେମ ଏକ ଅଧୁରା ମୟ ହୋଇ ରହିଗଲା ନା ସେ କହିଲା ଏବଂ ନା ମୁଁ କହିପାରିଲି…………

True love never end…..

This story based on Goutam’s Life !!!!

By. Nilamadhab Bhuyan




If you like this story so comments your words.