ସଭ୍ୟତାର ଅତଳ ଗର୍ଭରେ…..

ସଭ୍ୟତାର ଅତଳ ଗର୍ଭରେ.....
ସଭ୍ୟତାର ଅତଳ ଗର୍ଭରେ…..
ଜନ୍ମ ନିଏ ଯା’ର କୋଳରେ
ଏକ ନୂଆ କଳେବର
ନୁଆଁ ରୂପ ନେଇ
ହେବା ପାଇଁ ପୁଣି ଅଭିଶପ୍ତ
ଆରମ୍ଭ କଲି ତା’ପରେ ଶିକ୍ଷା
କରିବାକୁ ଜ୍ଞାନର ଜିଜ୍ଞାସା, 
ଶିକ୍ଷା ର ସାଗରରୁ ମୁକ୍ତା ଖୋଜୁ ଖୋଜୁ….
ପାଇ ଗଲି ମୋ ଅନ୍ତରର ଦୀକ୍ଷା
କିନ୍ତୁ….ହୋଇଯାଏ ଭ୍ରାନ୍ତିର ଶିକାର
ପିଲାଟି ବେଳରୁ।
ମା ର କୋଳରୁ ଶୁଣିଥିଲି ତୋତେ 
କେତେ ଭର୍ତ୍ସନା, ଅଟହାସ କରୁଥିବାର
ନିରୁପାୟ ଥିଲି ନିରୁପିତ କରିବା ପାଇଁ
ଲେଖାନି ଚାଲାଣ କରି ।
କର୍ଣ୍ଣ ମୋର ବଧିର ହୋଇଗଲା
ତୋ ଅପଭ୍ରଂଶ, ଅଶୁଦ୍ଧତା ଶୁଣି ଶୁଣି;
କାନ୍ଥ ବାଡ଼ରେ ଲେଖାଥିବା
ଅନେକ ଶବ୍ଦକୁ ଦେଖି ଅନ୍ଧ ପାଲଟି ଗଲି ।
ବୁଝିବାକୁ ଚେଷ୍ଟା କଲି….
ଭୂଲ ବା କାହାର…..?
ତୋର ନାଁ ଏ ସଭ୍ୟ ସମାଜର ..?
ଭାଷା ପ୍ରୀତିର କୁହୁତାନ
ମର୍ମରିତ ହୋଇ ନାହିଁ
ଏକ ବିଂଶ ଶତାବ୍ଦୀର ମାନବ ସମାଜର
ଜୀବନର ଦୃଢ଼ ବାସ୍ତବତା ଭିତରେ;
କଳ୍ପନା ମାନସରେ ଆଉ
ଅନୁକରଣରୁ ଜନ୍ମିତ
ଜୀବାଗ୍ର ଆଉ ଲେଖନୀ ମୁନରେ
ଏହି ସଭ୍ୟ ସମାଜରେ….
ଅଶ୍ଳୀଳତା ଆଉ ଅପଭ୍ରଂଶର
ଶବ୍ଦ ଗୋଟି ଗୋଟି କରି
ଶତାଧିକ ସେମାନଙ୍କୁ
“ଭାଷା….” ତୋର ଅପଵିତ୍ରକାରୀଙ୍କୁ
ଚିନ୍ତିତ ତୋ ବିଭର୍ଷତା ରେ
ଅଶ୍ରୁସିକ୍ତ ଏବେ ମୁଁ
ଗତାୟୁ ଭାଷା ସାହିତ୍ୟର
ସୁବର୍ଣ୍ଣ ଇଲକାରୁ
କୋଣାର୍କ ଚୂଡ଼ାରୁ ନେଇ
କାଳେ ଲୁଚାଇ ଦେବେ ତତେ
ସଭ୍ୟତାର ଅତଳ ଗର୍ଭରେ ।
ମନୋଜ କୁମାର ବେହେରାଙ୍କ ଲିଖିତ…..

Categories:

Tagged:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading