![]() |
| ମୋ ଲୋପାମୁଦ୍ରା…(1) |
ସେଦିନ ସୌରଭ ର ବାହାଘର ରେ ଲୋପାମୁଦ୍ରା ସହିତ ମୋର ପ୍ରଥମ ଦେଖା। ବାରାତ୍ ଗ୍ରୁପ୍ ରେ ଡାନ୍ସ କରୁ କରୁ ଲୋପାମୁଦ୍ରା ର ହାତ ମୋ ହାତରେ ପଡ଼ିଗଲା। ସମସ୍ତେ ମିଶି ଗୋଲେଇ ହୋଇ ଡାନ୍ସ କରିଲୁ। ମୋତେ ଡାନ୍ସ ଆସେନି କେବଳ ବିକି ( ସୌରଭ ର ସାନ ଭାଇ ) ର ଅନୁରୋଧ ରେ ମୁଁ ରାଜି ହୋଇଥିଲି ଡାନ୍ସ କରିବାକୁ।
ସୌରଭ ମୋର ପିଲା ଦିନ ର ସାଙ୍ଗ । ସେ ମୋତେ “ସାନୁ” ବୋଲି ଡାକେ କିନ୍ତୁ ପ୍ରକୃତ ନାମ ହେଉଛି ସୁନ୍ଦର୍।
ଚାଲ ବାହାଘର କୁ ଯିବା ସେଠୀ ମୋର କାମ ଥିଲା ଦୂରରୁ ଆସିଥିବା ଗେଷ୍ଟ ମାନଙ୍କୁ ଚର୍ଚ୍ଚା କରିବା ଏବଂ ତାଙ୍କର ନାଲି ପାଣି ବ୍ୟବସ୍ଥା କରିବା । ସବୁ ଠିକ୍ ଠାକ୍ ରେ ସରିଲା । ମୋ ବ୍ୟବସ୍ଥା ରେ ଅବହେଳା ନାହିଁ। ସବୁ କାମ ସରୁ ସରୁ ରାତି ୧୧ଟା, ବିକି ମୋତେ କଲ୍ କରି ଡାକିଲା କି “ଭାଇ ଡାକୁଛନ୍ତି ଶୀଘ୍ର ଆସ” । ମୁଁ ପହଞ୍ଚିଲି ସୌରଭପାଖରେ ।
ମଣ୍ଡପ ସଜା ହୋଇଥିଲା ପୁରା ହାଇ ରେଟ୍ ରେ। ମଣ୍ଡପ ରେ ପହଞ୍ଚି ଦେଖିଲି ଫୋଟୋ ଉଠା ଚାଲିଛି। ସୌରଭ ଆଉ ତା ସ୍ତ୍ରୀ ସେଦିନ ସେଲିବ୍ରିଟୀ ହୋଇ ଯାଇଥିଲେ । ରାଜ ସିଂହାସନ ରେ ବସି ଭଳି ଭଳି କି ପୋଜ ଦେଇ ଫୋଟୋ ଉଠେଇବା ରେ ଲାଗିଛନ୍ତି । ମୁଁ ବିକି କୁ ପଚାରିଲି ଆରେ ଭାଇ କଣ ପାଇଁ ଡାକୁଥିଲା। ବିକି କହିଲା ଫୋଟୋ ଉଠେଇବା ପାଇଁ ଡାକୁଥିଲା । ମୁଁ ଦେଖିଲି ସରିତା ଦିଦି (ସୌରଭ ର ବଡ ଦିଦି) ତାଙ୍କ ସାଙ୍ଗ ମାନଙ୍କ ସହିତ ଫୋଟୋ ଉଠେଇବା ରେ ବ୍ୟସ୍ତ । ମୋର ନଜର ଯାଇ ପଡ଼ିଲା ଦିଦି ଙ୍କ ସାଙ୍ଗ ମାନଙ୍କ ଉପରେ। ସେ ଭିତରେ ବହୁତ୍ ସୁନ୍ଦରୀ ଥିଲେ । ସେଥିରୁ ଜଣଙ୍କ ଉପରେ ମୋ ନଜର ଲାଗି ରହିଲା ଏବଂ ତା ଉପରୁ ନଜର ହଟେଇବା ପାଇଁ ମୋ ଆଖି ମନା କରୁଥାଏ । ପଚାରିବା ବାହାନାରେ ସୌରଭପାଖକୁ ଗଲି, ପଚାରିଲି କହ , କଣ କାମ ଅଛି ? କହ ଶୀଘ୍ର ସେପଟେ ଯିବାର ଅଛି ଆଉ ଅଳ୍ପ କାମ ଅଛି। ଏତିକି ବେଳେ ସରିତା ଦିଦି ମୋତେ ଟାଣି ନେଇ ଗଲେ । ଦିଦି କହିଲେ, ସେପଟେ କାମ ହେବ ତୁ ଆସେ ଫୋଟୋ ଉଠା, ତୋ ସାଙ୍ଗର ବାହାଘର ମାତ୍ର ତୋର ଦେଖା ନାହିଁ, କହି ମୋତେ ଟାଣି ନେଇ ସେ ସୁନ୍ଦରୀ ପାଖରେ ଠିଆ କରିଦେଲେ।
ଫଟୋ ଉଠା ସରିଲା। ମୁଁ ଯିବାକୁ ବାହାରିଲି । ସୌରଭମୋତେ ଇଶାରା ରେ ଡାକିଲା। ଆବେ ଏଠି ରହ ଭୋଜି ରେ ମାମୁଁ ଏବଂ ବାପା ଅଛନ୍ତି, ତୁ ଏଠି ରହ। ମୁଁ ପଚାରିଲି ଆବେ କାମ କଣ କହ?? ସୌରଭକହିଲା ତୋ ପାଇଁ ଗୋଟେ ଝିଅ ଦେଖିଛି। ଦେଖ ସେଇ ଝିଅ କୁ । ପ୍ରକୃତ ରେ ଯାହା ଉପରେ ମୋ ନଜର ପଡ଼ିଥିଲା ତାକୁ ହିଁ ଦେଖେଇଲା । ସେ ଥିଲା ଲୋପାମୁଦ୍ରା । ଦିଦି ଲୋପାମୁଦ୍ରା କୁ ଡାକିଲେ ଏବଂ ମୁଁ ଗୋଟିଏ ସାଇଡ ରେ ଏବଂ ଲୋପାମୁଦ୍ରା ଅନ୍ୟ ସାଇଡ ରେ ରହି ଫୋଟୋ ଉଠେଇଲୁ। ଦିଦି କହିଲେ ଏହି ସିଂହାସନ ରେ ଆର ଥରକୁ ତମେ ବସିବ । ମୁଁ କହିଲି ଦିଦି ମୁଁ ବୁଝିପାରୁନାହିଁ । ଦିଦି କହିଲେ ଶୁଣ ଲୋପାମୁଦ୍ରା ତୋ ପାଇଁ ପୁରା ଫିଟ୍ । ତମେ ଦୁଇ ଜଣ ର ଯୋଡ଼ି ସୁପର୍ ହିଟ ହେବ । ଲୋପାମୁଦ୍ରା କହିଲା ଦିଦି କାହିଁକି ମଜା କରୁଛ ?? ଦିଦି କହିଲେ ତୁ ଚିନ୍ତା କରନି ମୁଁ ମଉସା ଙ୍କୁ କହିଦେବି ସାନୁ ବିଷୟରେ । ମୁଁ ମନେ ମନେ ଭାବିଲି ଦିଦି ର କଥା ସତ ହୋଇଗଲେ ଭଲ ହେବ । ସେଠୁ କିଛି ସମୟ ଆମକୁ ନେଇ ସମସ୍ତେ ବହୁତ୍ କଥା ହେଲେ । ଶେଷରେ ସୌରଭଏବଂ ମୁଁ ଭୋଜି ଖାଇଲୁ ।
ସୌରଭ : ଆବେ ଲୋପାମୁଦ୍ରା କେମିତି ଲାଗୁଛି କହ ?
ସାନୁ : ଭଲ ଲାଗୁଛି ଯେ ।
ସୌରଭ: ଆବେ ଯେ କଣ ? ଯେମିତି ତୋର ଇଛା ନାହିଁ , କିଛି ଦିନ ପୂର୍ବେ ମୋର ମନ ଯାଇ ଅଟକିଥିଲା ଲୋପାମୁଦ୍ରା ଉପରେ କିନ୍ତୁ ଯେତେବେଳେ ଜାଣିଲି ଆମ ଘରେ ଅନ୍ୟ ଯାଗାରେ ମୋର ବାହାଘର ଠିକ୍ କରି ଦେଇଛନ୍ତି । ମୁଁ ସାଇଡ ହୋଇଗଲି ଆଉ ତୋ ପାଇଁ ଛାଡ଼ିଦେଲି । ( ଦୁହେଁ ହସିଲୁ ) । ଏମିତିରେ ଲୋପାମୁଦ୍ରା ତମ ଜାତିର ।
ସାନୁ : ତୁ ଲୋପାମୁଦ୍ରା କୁ କେମିତି ଜାଣିଲୁ ?
ସୌରଭ: ଦିଦି ଆଉ ଲୋପାମୁଦ୍ରା ଏକା ସାଙ୍ଗରେ ମିଶି କମ୍ପ୍ୟୁଟର କ୍ଲାସ୍ କରୁଥିଲେ, ସେ ବେଳେ ବେଳେ ଆମ ଘରକୁ ଆସୁଥିଲା । ଏମିତି ଦେଖା ସାକ୍ଷାତ।
ସାନୁ: ହଉ ଛାଡ଼ ସେ କଥା, ଭୋଜି ଖା , ଲେଟ୍ ହେଲାଣି।
ସେଦିନ ବାହାଘର ଠିକ୍ ଠାକ୍ ରେ ସରିଲା ।
ଠିକ୍ ପାଞ୍ଚ ଦିନ ପରେ ମୁଁ ବାଙ୍ଗାଲୋର ଫେରି ଆସିଲି ।
ପ୍ରାୟ ଦେଢ଼ ମାସ ହୋଇଗଲାଣି । ସୌରଭ ର ଛୁଟି ସରି ଆସିଲାଣି। ସୌରଭମଧ୍ୟ ମୋ କମ୍ପାନୀ ରେ ଜବ୍ କରେ ।
ଦିନେ ସନ୍ଧ୍ୟା ସମୟରେ ସେ କଲ୍ କରି କହିଲା ଆରେ ଶୁଣ ତୋ ଲୋପାମୁଦ୍ରା ଆଜି ଘରକୁ ଆସି ଥିଲା । ମୁଁ ଡିଉଟି ରୁ ଆସି ମୋବାଇଲ ଘାଣ୍ଟି ବାରେ ବ୍ୟସ୍ତ ଥିଲି ।
ସାନୁ: ଆରେ ଛାଡ଼ ସେକଥା, ତୋ କଥା କହ।
ସୌରଭ : ଆରେ ସେ ଆମର ଆଲବମ୍ ଫୋଟୋ ଦେଖି କହିଲା କି ସାନୁ ସାଙ୍ଗରେ ଯୋଉ ଫୋଟୋ ଟା ଥିଲା ତାର ମୋତେ ସଫ୍ଟ କପି ମିଳିବ କି?? ମୁଁ ପଚାରିଲି କାହିଁକି ?
ଲୋପାମୁଦ୍ରା : ନା କିଛି ନାହିଁ ଯେ, ଯଦି ଦେବ ଭଲ ହୁଅନ୍ତା ।
ସାନୁ: ତାପରେ କଣ ହେଲା??
ସୌରଭ: କଣ ହେବ ? ତାର Whatsapp ରେ ଫୋଟୋ ସେଣ୍ଡ୍ କରିଦେଲି ମାତ୍ର ଗୋଟିଏ କଥା ସତ, ତୋ ପ୍ରତି ତାର ଟିକେ ଭଲ ପାଇବା ସୃଷ୍ଟି ହୋଇଛି ମୋତେ ଲାଗୁଛି । ଆଉ ଗୋଟେ କଥା ଶୁଣ ତୋ ଭାଉଜ ସାଙ୍ଗରେ ମଧ୍ୟ ତୋ ବିଷୟରେ କିଛି କଥା ହେଉଥିଲା, ମୁଁ ଯେତେବେଳେ ବେଡ୍ ରୁମ୍ ରେ ପ୍ରବେଶ କରିଲି, ସେତେବେଳେ ଟପିକ୍ ବଦଳେଇ ଦେଲେ।
ସାନୁ: କଣ କଥା ହେଲେ??
ସୌରଭ: ଏବେ ତୋ ଭାଉଜ ବାପା ଙ୍କ ପାଇଁ ଚାହା କରୁଛନ୍ତି, ସେ ଫ୍ରୀ ହେଲେ ପଚାରିଦେବି ।
ମୁଁ ଅଳ୍ପ ଖୁସି ହୋଇଗଲି । ମୁଁ କହିଲି , ତୁ କାମ କର, ପ୍ରଥମେ କଣ କଥା ହେଇଛନ୍ତି ସେ କଥା ପଚାର ତା ପରେ ମୋତେ କଲ୍ କର । ଫୋନ୍ କଟ୍, ମୁଁ ଚାଲିଲି ବାଥ୍ ରୁମ୍ କୁ । ବାଥ୍ ରୁମ୍ ରୁ ଆସିଲା ବେଳକୁ ୩ଟି ମିସ୍ କଲ୍ ତାହା ପୁଣି ସୌରଭ ର । ମୁଁ ଖୁସିରେ ପାଗଳ, କିଛି ଗୋଟେ ଭଲ ଫିଡବାକ ଦେବ ବୋଧେ । କଲ୍ ବେକ୍ କରିଲି ।
ସୌରଭ: (ରାଗରେ) କୁଆଡେ ଯାଉଛୁ ବେ??? ଫୋନ୍ ଟାକୁ ଫୋପାଡି ଦେଉନୁ ।
ସାନୁ: ହଉ ଶାନ୍ତ ହୁଅ, ମୋ ଭାଇ, କହ କଣ ହେଲା ।
ସୌରଭ : ଚୋପା କହିବି। ଠିକ୍ ଟାଇମ ରେ ଫୋନ୍ ଉଠେଇ ବୁନି ପୁଣି ପଚାରିବୁ କଣ ହେଲା।
ସାନୁ: ହଉ ଭାଇ ସରି, ମୋର ଭୁଲ ହୋଇଗଲା, ଏବେ ତ କହ ।
ସୌରଭ: ତୋ ଭାଉଜ ତୋତେ ଡାଇରେକ୍ଟ କହିବେ, ଲୋପାମୁଦ୍ରା କଣ ପଚାରୁଥିଲା ।
ସାନୁ: ହଉ ଦେ ଭାଉଜ କୁ ??
ସୌରଭ: ଏତେ ସମୟ ଅପେକ୍ଷା କରିଲା ସେ ଏବେ ରୋଷେଇ ଘରକୁ ପୁଣି ଚାଲିଗଲା ।
ସାନୁ: ତୁ ଏବେ ଯା ଏବଂ ମୋତେ ଏବେ ଭାଉଜ ସାଙ୍ଗରେ କଥା ହେବାର ଅଛି ।
ସୌରଭ: ୫ ମିନିଟ୍ ଅପେକ୍ଷା କର, ମା ଡାକିଛନ୍ତି ସେ ଶୁଣି କି ପୁଣି ଆସିଯିବ ।
ମୋର ଅଥୟ ଅବସ୍ଥା କେତେବେଳେ ଭାଉଜ ଆସିବେ। ଠିକ୍ ଗୋଟିଏ ମିନିଟ୍ ପରେ ଭାଉଜ ଆସି ଫୋନ୍ ଧରିଲେ ।
ଭାଉଜ: କଣ ଦେବର ଜି, କେମିତି ଅଛ? ଖାଲି ଭାଇ… ଭାଇ… ବେଳେବେଳେ ଭାଉଜ ଙ୍କୁ ମଧ୍ୟ ମନେ ପକାଅ ।
ସାନୁ: ନାହିଁ ଯେ। ତମେ ବ୍ୟସ୍ତ ରହୁଛ ସେଥିପାଇଁ କଥା ହୋଇପାରୁନି । କଣ କହିବ ବୋଲି ସୌରଭକହୁଥିଲା।
ଭାଉଜ: ରୁହ ଟିକେ ଅପେକ୍ଷା କର, ଏତେ ତରବର ହୁଅନି। ସବୁ କହିବି !!!
ସାନୁ: ଭାଉଜ ଶୀଘ୍ର କୁହ, ମୋ ଉତ୍ସାହ ର ସୀମା ଅସମ୍ଭାଳ ହେଲାଣି।
…………………………………………
Click Here:
ଭାଗ-୦୨ : ରେ ପଢ଼ିବେ…..
(DP ରେ ପୁରା ହିରୋଇନ୍, ଭାବିଲି ମେସେଜ କରିବି କି ନାହିଁ??, ଚାଲିଲୁ ଲୋପାମୁଦ୍ରା ଘରକୁ)
If you like this story so share to your friends.


5 Responses
So beautiful story 😊
Bahut badhia
[…] ଭାଗ-୦୧ ଭାଉଜ: ଲୋପାମୁଦ୍ରା ତମ ବିଷୟରେ ପଚାରୁଥିଲା, ସେ ପଚାରିଲା କଣ କରୁଛନ୍ତି ସାନୁ? ମୁଁ କହିଲି କିଛି ନାହିଁ ସୌରଭ ର ଅଫିସ ରେ ଝାଡୁ ମାରୁଛନ୍ତି । ଲୋପାମୁଦ୍ରା କହିଲା ଝାଡୁ ତ ମାରୁ ନଥିବେ ଏତିକି ମୁଁ ଜାଣିଛି । ଭାଉଜ: ତମେ କେମିତି ଜାଣିଲ ଝାଡୁ ମାରୁ ନାହାନ୍ତି ବୋଲି?? ଲୋପାମୁଦ୍ରା: ମୁଁ ଦିଦି ଙ୍କୁ ପଚାରି ସାରିଛି, ସେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି । ଭାଉଜ : ଆଉ କଣ ଜାଣିଛ? ଲୋପାମୁଦ୍ରା: ଏତିକି ମୋ ପାଇଁ ଯଥେଷ୍ଟ । ଭାଉଜ: ଏମିତି ବହୁତ୍ କଥା ହେଲୁ, ତମ ଘର ବିଷୟରେ, ତମ ଦୁଷ୍ଟାମି, ମଜା ମଜା କଥା କୁହ ସେ ବିଷୟରେ, ଆଉ ଟିକେ ଟିକେ ମଦ ପିଅ ଏମିତି!! ସାନୁ: ସବୁ କହିଲ ଯେ ମଦ ପିଇବା କଥା ଟା ଭୁଲ କହିଦେଲେ? ଭାଉଜ: କି ତମେ ମଦ ପିଉନ କି? ସେଦିନ ତ ଆମ ଗାଁ ଲୋକମାନଙ୍କୁ ତମେ ହିଁ ମଦ ଦେଉଥିଲ?? “”””ଚିନ୍ତା କରନି , ତମ ବିଷୟରେ ମୁଁ କଣ ଜାଣିନି ଯେ, ତାକୁ ସେମିତି କହିନି, ଚିନ୍ତା କରନି?? ସାନୁ: ମୁଁ ଜାଣିଛି, ତମେ କହି ନଥିବ ? ଭାଉଜ: ଶେଷରେ ତମ ନମ୍ୱର୍ ମାଗିଲା କିନ୍ତୁ ମୁଁ ଦେଲିନି। ସାନୁ: କାହିଁକି ତମ ପାଖରେ ତ ମୋର ନମ୍ୱର୍ ଥିଲା । ଭାଉଜ: ଆରେ ଦେବର୍ ଜି , ତମ ନମ୍ୱର୍ ସେ ପାଇ ସାରିଛି ଦିଦି ଙ୍କ ଠାରୁ । ସାନୁ: ସେ କେବେ ମୋତେ କିଛି କଲ କି ମେସେଜ କରିନି। ଭାଉଜ : ସେକଥା ମୁଁ ଜାଣିନି, ତମକୁ ଯଦି ତାର ନମ୍ୱର୍ ଦରକାର ତେବେ କୁହ । ସାନୁ: ହଁ Whatsapp କରିଦିଅ। ଭାଉଜ: ନିଅ ତମ ସାଙ୍ଗ ସହିତ କଥା ହୁଅ । […]
[…] (ଗାଳ୍ପିକ) ବୁଗୁଡ଼ା, ଗଞ୍ଜାମ। Click Here ଭାଗ-୧ If you like this story so share to your […]
[…] ମୋ ଲୋପାମୁଦ୍ରା…(1) ମୋ ଲୋପାମୁଦ୍ରା…(2) ମୋ ଲୋପାମୁଦ୍ରା…(3) ମୋ ଲୋପାମୁଦ୍ରା…(4) ମୋ ଲୋପାମୁଦ୍ରା…(5) ମୋ ଲୋପାମୁଦ୍ରା…(6) ମୋ ଲୋପାମୁଦ୍ରା…(7) ମୋ ଲୋପାମୁଦ୍ରା…(Last) […]