ମୋ ଲୋପାମୁଦ୍ରା….(୭)

ମୋ ଲୋପାମୁଦ୍ରା....(୭)
ମୋ ଲୋପାମୁଦ୍ରା….(୭)
ଦିନେ ରଞ୍ଜିତ ଲୋପାମୁଦ୍ରା ଘରକୁ ଆସି ଲୋପାମୁଦ୍ରା ର ବାପା କୁ କହିଲା କି, ମାମୁଁ ମୁଁ ଲୋପାମୁଦ୍ରା କୁ ବିବାହ କରିବାକୁ ଚାହେଁ ।
ଲୋପାମୁଦ୍ରା ର ବାପା ମନା କରିଲେ ।
ବାପା କହିଲେ, ତାର ଆଉ ଅଳ୍ପ ଦିନ ପରେ ବାହାଘର ହେବ ।
ତୁ କଣ ପାଗଳ ହୋଇଗଲୁଣି ନା କଣ?
ରଞ୍ଜିତ କହିଲା , ମାମୁଁ, ଲୋପାମୁଦ୍ରା କୁ କେବଳ ମୁଁ ହିଁ ବିବାହ କରିବି ।
ନହେଲେ ସବୁ ଅନର୍ଥ ହୋଇଯିବ ।
ଲୋପାମୁଦ୍ରା କୁ କହିଲା ତମେ ଚାଲ ମୋ ସାଙ୍ଗରେ କିନ୍ତୁ ଲୋପାମୁଦ୍ରା ମନା କରିଲା ।
ରଞ୍ଜିତ ଲୋପାମୁଦ୍ରା କୁ ମଧ୍ୟ ଧମକ ଦେଇ କହିଲା ତମେ ଯଦି ମୋତେ ବିବାହ କରିବନି ତେବେ ତମକୁ ଆଉ କାହାର ମଧ୍ୟ ହେବାକୁ ଦେବିନି ଏବଂ ତମ ଦୁଇ ଜଣଙ୍କୁ ସିଧା ଉପରକୁ ପଠେଇ ଦେବୀ ।
ଏତିକି କହି ରଞ୍ଜିତ ସେଠୁ ଚାଲିଗଲା ।
ସଙ୍ଗେ ସଙ୍ଗେ ଲୋପାମୁଦ୍ରା ମୋତେ ଫୋନ୍ କରି ଜଣାଇଲା ।
ମୁଁ ତାଙ୍କୁ ବୁଝେଇଲି କିଛି ହେବନି ଏବଂ ମୁଁ କିଛି କରୁଛି ।
ଏହି କଥା ମୁଁ ସୌରଭ କୁ କହିଲି , ସୌରଭ ର ସାଙ୍ଗ ଜଣେ ପୋଲିସ ରେ ଅଛନ୍ତି ।
ସୌରଭ ର ସାଙ୍ଗ ରଞ୍ଜିତ କୁ ଧମକ ଦେଇ ଆସିଲେ କି ସେ ଝିଅ ର ବାହାଘର ଠିକ୍ ହୋଇଯାଇଛି ।
ତୁ ତାକୁ ଧମକ ଦେଉଛୁ କହି ଦୁଇ ଚାପୁଡା ମାରି ଆସିଲେ ।
ସେଇ ଦୁଇଟି ଚାପୁଡା ପରେ ରଞ୍ଜିତ ବହୁତ୍ ରାଗ ସଞ୍ଚୟ କରି ରଖିଥାଏ ।
କିଛି ଦିନ ପର୍ଯ୍ୟନ୍ତ ପରିବେଶ ଶାନ୍ତ ରହିଲା ।
ତାର ଠିକ୍ ୮ ଦିନ ପରେ ହଠାତ୍ ରଞ୍ଜିତ ମଦ ରେ ଟୁନ୍ ହୋଇ ଲୋପାମୁଦ୍ରା ଘରକୁ ତାର ଦୁଇ ସାଙ୍ଗ ସହିତ ଆସିଲା ।
ଲୋପମୁଦ୍ରା କୁ ଜୋର୍ ଜବରଦସ୍ତି ଟାଣି ଆଣି କାର୍ ରେ ବସେଇ ବାକୁ ନେଲା। ଏତିକି ବେଳେ ଲୋପାମୁଦ୍ରା ର ବାପା ଲୋପାମୁଦ୍ରା କୁ ଛଡେଇ ବାକୁ ଆସିଲେ ।
ରଞ୍ଜିତ ନିଶା ରେ ଧୃତ ସେ ଲୋପାମୁଦ୍ରା ର ବାପା କୁ ଠେଲିଦେଲା।
ରଞ୍ଜିତ ଠେଲିବା ଫଳରେ ଲୋପାମୁଦ୍ରା ର ବାପା ବାରଣ୍ଡା ରୁ ତଳକୁ ଗଡି ଗଡି ଚାଲିଗଲେ।
ମୁଣ୍ଡ ତଥା କାନ ରୁ ରକ୍ତ ବହି ଚାଲିଲା ।
ସଙ୍ଗେ ସଙ୍ଗେ ବେହୋସ୍ ।
ଏତିକି ଦେଖି ରଞ୍ଜିତ ଏବଂ ତାଙ୍କ ସାଙ୍ଗ ମାନେ ସେଠୁ କାର୍ ନେଇ ଚାଲିଗଲେ ।
ସଙ୍ଗେ ସଙ୍ଗେ ଲୋପାମୁଦ୍ରା ହସ୍ପିଟାଲ ତଥା ପୋଲିସ ଷ୍ଟେସନ ଫୋନ୍ କରି ଜଣାଇଲା ପରେ ଆମ୍ବୁଲାନ୍ସ ଆସି ବାପା ଙ୍କୁ ହସ୍ପିଟାଲ ନିଆ ଗଲା ।
ପାଖରେ ଯେଉଁ ହସ୍ପିଟାଲ ଥିଲା ସେଠୀ ଚିକିତ୍ସା ସମ୍ଭବ ନୁହେଁ କହିବା ପରେ ତାଙ୍କୁ ଅନ୍ୟ ଏକ ସହରର ହସ୍ପିଟାଲ କୁ ରେଫର୍ କରାଗଲା ।
ସହର ର ହସ୍ପିଟାଲ ରେ ଚିକିତ୍ସା ଯୋଗୁ ସେ ଅଳ୍ପ ସୁସ୍ଥ ହେଲେ କିନ୍ତୁ ମୁଣ୍ଡ ରେ ଆଘାତ ଯୋଗୁ ଶରୀର ର ବାମ ପଟର ପ୍ରତ୍ୟେକ ଅଙ୍ଗ କାମ କରିବା ବନ୍ଦ କରିଦେଲା( ପାରାଲିଶିସ୍) ।
ସେ ଏକ ଅର୍ଦ୍ଧ ଜିଅନ୍ତା ଶବ ହୋଇ ପଡ଼ି ରହିଲେ ।
ଲୋପାମୁଦ୍ରା ର ବିବାହ ପାଇଁ ଯେତକ ଟଙ୍କା ଯୋଗାଡ କରି ରଖା ଯାଇଥିଲା ତାହା ଧିରେ ଧିରେ ଖର୍ଚ୍ଚ ହେବାକୁ ଲାଗିଥିଲା ।
ଏପଟେ ବାହାଘର ହେବାକୁ ୨୫ ଦିନ ବାକି ଥିଲା।
ସମସ୍ତେ ଚିନ୍ତାରେ ଦିନ କାଟୁଥାଆନ୍ତି
ଲୋପାମୁଦ୍ରା ଏବଂ ତାଙ୍କ ମା ଙ୍କ ପୋଲିସ ରିପୋର୍ଟ ପରେ ରଞ୍ଜିତ ଏବଂ ତାଙ୍କ ଦୁଇ ସାଙ୍ଗ କୁ ଗିରଫ କରି ଜେଲ ପଠାଗଲା ।
ପ୍ରାୟ ତିନି ଦିନ ଚିକିତ୍ସା ପରେ ଡାକ୍ତର ବାବୁ କହିଲେ ଆପଣଙ୍କ ସ୍ବାମୀ କେବେ ଠିକ୍ ହେବେ କିଛି କହିପାରିବୁ ନାହିଁ କିନ୍ତୁ ତାଙ୍କୁ ପ୍ରତିଦିନ ସେବା କରନ୍ତୁ ।
ଯଦି ଭଗବାନ ଙ୍କ କୃପା ହୁଏ ତେବେ ସେ ବହୁତ୍ ଶୀଘ୍ର ଠିକ୍ ହୋଇଯିବେ ।
କିଛି ସମୟ ପରେ ଡ଼ାକ୍ତର ବାବୁ କହିଲେ ଯେ ଆସନ୍ତା କାଲି ଆପଣଙ୍କ ସ୍ବାମୀ କୁ ଏଠୁ ନେଇ ନିଜ ଘରକୁ ଯାଇ ପାରିବେ ।
ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଦିଆଗଲା କିନ୍ତୁ ସେଥିରେ କେବଳ ୦୨ ଜଣ ଯାଇପାରିବେ ବୋଲି କହିବା ପରେ ଲୋପାମୁଦ୍ରା ଏବଂ ସାନ ପୁଅ କୁ ବସ୍ ରେ ଘରକୁ ପଠେଇ ଦେଲେ ।
ଲୋପାମୁଦ୍ରା ର ବାପା ଏବଂ ମା ସେ ଆମ୍ବୁଲାନ୍ସ ରେ ଆସିଲେ ।
ଏପଟେ ମୁଁ ଗାଁ କୁ ଯିବା ପାଇଁ ଟିକେଟ କାଟିଲି।
ଯେତେବେଳେ ଲୋପାମୁଦ୍ରା ର ବାପା ଘରକୁ ପହଞ୍ଚିବେ ସେଦିନ ମୁଁ ମଧ୍ୟ ଘରେ ପହଞ୍ଚିବି ।
ମୁଁ ଚାଲିଲି ଘର ଅଭିମୁଖେ ।
ସେଦିନ ରାତିରେ ଟ୍ରେନ ରେ ବସି ରାତି ୧୨ଟା ପର୍ଯ୍ୟନ୍ତ ଲୋପାମୁଦ୍ରା ସହ କଥା ହୋଇ ରଖିଲି ।
ସେ କେବଳ ନିଜକୁ ଦୋଷ ଦେଇ ଚାଲିଥିଲା । ଯାହା ସବୁ ହେଉଛି ସବୁ ମୋର ଯୋଗୁ ହେଉଛି।
ମୁଁ କଳଙ୍କିନି, ମୁଁ ଖରାପ କହି ନିଜକୁ ଦୋଷ ଦେଇ କାନ୍ଦି କାନ୍ଦି କହୁଥାଏ ।
ମୁଁ ବାରମ୍ବାର ବୁଝେଇ ତାକୁ ଫୋନ ରଖି ଶୋଇବାକୁ କହିଲି, ତାପରେ ସେ ଶୋଇବାକୁ ଗଲା ।
ମୋର ମୋବାଇଲ ର ଚାର୍ଜ ସରିବା ଯୋଗୁ ସ୍ୱିଚ ଅଫ ହୋଇଗଲା । ପାୱାର ବ୍ୟାଙ୍କ୍ ର ଚାର୍ଜ ମଧ୍ୟ ସରି ଯାଇଥିଲା ।
ସକାଳୁ ଟ୍ରେନ ରୁ ଓହ୍ଲାଇ ବସ ଷ୍ଟାଣ୍ଡ ରେ ଭାବିଲି ମୋବାଇଲ୍ ଚାର୍ଜ କରିବି କିନ୍ତୁ ଘଣ୍ଟାକ ପରେ ପହଞ୍ଚି ଯିବି ଭାବି ଚାର୍ଜ ନ କରି ସିଧା ଘରକୁ ଗଲି।
ନିଜ ଘରେ ପହଞ୍ଚି ଶୀଘ୍ର ଫ୍ରେସ୍ ହୋଇ ଚାଲିଲି ଲୋପାମୁଦ୍ରା ଘରକୁ ।
ମୋବାଇଲ୍ ଘରେ ଚାର୍ଜ ରେ ଲାଗିଛି , ଫୋନ୍ ON କରିଲି ନାହିଁ ।
ଭାବିଲି ଯଦି ଘରେ ପହଞ୍ଚି ଗଲିଣି ।
ଲୋପାମୁଦ୍ରା କୁ ଫୋନ୍ କରି କାହିଁକି କହିବି।
ମୁଁ ଚାଲିଲି ଲୋପାମୁଦ୍ରା ଘରକୁ ଏବଂ ସେଠୀ ଯାଇ ଲୋପାମୁଦ୍ରା କୁ ସରପ୍ରାଇଜ ଦେବି ।
ମୋବାଇଲ କୁ ସେଠୀ ଛାଡ଼ି ଆସିଲି ।
ମନରେ କେତେ ଆଶା ବାନ୍ଧି ଆସିଛି।
୪ ଦିନ ପରେ ସୌରଭ ଆସିବ ଏବଂ ଆମେ ଦୁଇ ପରିବାର ମିଶି ବଣ ଭୋଜି କରିବୁ ।
ଲୋପାମୁଦ୍ରା କହିଥିଲା ବାହାଘର ପୂର୍ବରୁ ତାକୁ ବାଇକ୍ ଚଳେଇବା ଶିଖେଇ ଦେବା ପାଇଁ ।
ବାହାଘର ରେ କଣ ଲାଗିବ , କେମିତି କରା ଯିବ ସବୁ ଆଇଡିଆ ଦୁହେଁ ସ୍ଥିର କରିବୁ।
ଏମିତି ବହୁତ୍ କିଛି ଭାବି ଭାବି ମୁଁ ପହଞ୍ଚିଲି ଲୋପାମୁଦ୍ରା ର ଗାଁ ରେ ।
……………………………………..
Click Here
ଅନ୍ତିମ ଭାଗ ରେ ପଢ଼ିବେ…..
( ଲୋପାମୁଦ୍ରା ଘରେ ମୋତେ ବିଚିତ୍ର ପରିବେଶ ଦେଖିବାକୁ ମିଳିଥିଲା )
If you like this story so share to your friends.

Categories:

4 Responses

  1. […] ଭାଗ-୭ ସବୁ ଜାଗାରେ କେବଳ କାନ୍ଦ କଟା ସହିତ ଲୋକ ଙ୍କ ଭିଡ । ମୋ ମନରେ ପାପ ଛୁଇଁବାକୁ ଲାଗିଲା। ଭିଡ କୁ ସାଇଡ କରି ପହଞ୍ଚିଲି ଲୋପାମୁଦ୍ରା ଘରେ। ଦେଖିଲି ଜନ ସମୁଦ୍ର ମଧ୍ୟରେ ଦୁଃଖର ଲହରୀ ବାରମ୍ବାର କୂଳ ଛୁଇଁ ସମସ୍ତ ଙ୍କ ମନ ଉଦାସ କରୁଥାଏ । ପୁଣି ଥରେ ଆଗେଇ ଚାଲିଲି ଲୋପାମୁଦ୍ରା ର ଶୋଇବା ଘରକୁ । ସେଠୀ ଯାଇ ଦେଖିଲା ପରେ ମୋ ପାଦ ତଳୁ ମାଟି ଖସି ଗଲା। କିଛି ସମୟ ପାଇଁ ମୋ ହୃଦୟ ସ୍ପନ୍ଦନ ବନ୍ଦ ହୋଇଗଲା । ମୋ ସାମ୍ନାରେ ନିସ୍ତେଜ ଅବସ୍ଥାରେ ପଡ଼ି ରହି ଥିଲା…. ଲୋପାମୁଦ୍ରା ର ଶବ………. ଆଖିରେ ଆଖିଏ ଲୁହ ଧାର ର ଚିହ୍ନ । ଲୋପାମୁଦ୍ରା ଯେମିତି ନିଘୋଡ଼ ନିଦ୍ରା ରେ ଶୋଇ ଯାଇଛି। ତାକୁ କେହି ଉଠେଇବାକୁ ଚେଷ୍ଟା କରୁ ନାହାନ୍ତି। ଦଉଡ଼ି ଯାଇ ପହଞ୍ଚିଲି ଲୋପାମୁଦ୍ରା ପାଖରେ । ତା ହାତକୁ ଧରି ପାଟି କରି ଉଠେଇଲି କିନ୍ତୁ ସେ ନିସ୍ତେଜ । ସଙ୍ଗେ ସଙ୍ଗେ ଉଠେଇ ତାକୁ ଜାବୁଡି ଧରିଲି। କାନ୍ଦିବାକୁ ଚେଷ୍ଟା କରୁଥିଲି କିନ୍ତୁ ମୋତେ ଅନୁଭବ ହେଉଥାଏ ମୁଁ ଯେମିତି ମୁକ ପାଲଟି ଯାଇଛି। ମୋ ଆଖିରୁ ଲୁହ ଧାର ବହି ଚାଲିଥାଏ । ସେହି କ୍ଷଣ ଥିଲା ଆମ ଦୁଇ ଜଣଙ୍କ ଅନ୍ତିମ ଶରୀର ମିଳନ । ପାଖରେ ସମସ୍ତ ଙ୍କ କ୍ରନ୍ଦନ ର ଶବ୍ଦ କିନ୍ତୁ ମୁଁ ବଧିର ହୋଇ ସାରିଥିଲି। ମୁଁ ଧିରେ ଧିରେ ଅଲଗା ଦୁନିଆକୁ ଗତି କରୁୁଥିଲି । ଲୋପାମୁଦ୍ରା କୁ କୁଣ୍ଢେଇ ତାକୁ ଉଠେଇବାକୁ ବହୁତ୍ ଚେଷ୍ଟା କରିଲି କିନ୍ତୁ ସେ କିଛି ଜବାବ ଦେଉ ନଥିଲା । ତାର ଶୀତଳ ଦେହ ମୋତେ ଅନୁଭବ ହେଉଥାଏ । ଆଙ୍ଗୁଠି ରେ ଥିଲା କେବଳ ମୋ ଗିଫ୍ଟ ରିଙ୍ଗ । ଅନ୍ୟ ହାତରେ ମୋର Teddy କୁ ଜାବୁଡି ଧରି ଶୋଇଥାଏ । ଲୋପାମୁଦ୍ରା ର ମା କହିଲେ ପୁଅ, ସେ ଆଉ ନାହିଁ ସେ ଆମକୁ ଛାଡ଼ି ବହୁ ଦୂରକୁ ଚାଲି ଯାଇଛି । ଏହି କଥା ପଦକ ଶୁଣି ଏକ ଶକ୍ତ ବିଜୁଳି ଝଟକା ପୁଣି ଥରେ ମୋ ଦେହରେ ପ୍ରବାହିତ ହେଲା। ଏକ ଲମ୍ବା ନିଃଶ୍ୱାସ ନେବା ପରେ ମୋର କ୍ରନ୍ଦନ ଶବ୍ଦ ଶୁଣାଗଲା। ମୁଁ କାରଣ ଖୋଜିବାକୁ ଚେଷ୍ଟା କରିଲି କିନ୍ତୁ ସବୁ କିଛି ସାଧାରଣ ଥିଲା। ଆତ୍ମହତ୍ୟା କରିବାର କିଛି ପ୍ରମାଣ ନାହିଁ। ମୁକ ସାକ୍ଷୀ ଭାବରେ ସାନ ଭାଇ ସେହି ରୁମ୍ ରେ ତଳେ ବିଛଣା ପାରି ଶୋଇଥିଲା। ସେ କହୁଥାଏ ଯୋଉ ସ୍ଥାନରେ ବାପା ପଡ଼ି ମୁଣ୍ଡ ମାଡ ହୋଇଥିଲା ସେହି ସ୍ଥାନରେ ରାତି ୧୨ ଟା ରୁ ୧ଟା ପର୍ଯ୍ୟନ୍ତ ବସିଥିଲା। ପ୍ରାୟ ଘଣ୍ଟାଏ ବସିବା ପରେ ମୁଁ ଘରକୁ ଡ଼ାକି ଆଣି ଶୋଇବାକୁ କହିଲି । ରାତି ୨ଟା ରେ ମୋ ରୁମ୍ କୁ ଦିଦି ଆସି କହିଲା କି ମୋତେ ଡର ମାଡ଼ୁଛି ତୁ ଆସେ ମୋ ରୁମ୍ ରେ ଶୋଇପଡେ । ସେ କାନ୍ଦୁଥାଏ, ବାପା ଠିକ୍ ହୋଇଯିବେ ବୋଲି ବୁଝେଇବା ପରେ ସେ ମାନି ଗଲା । ସେ ଖଟ ଉପରେ ଶୋଇଲା ଏବଂ ମୁଁ ତଳେ… କିନ୍ତୁ ସକାଳ ହେଲା ପରେ ସେ ଆଉ ଉଠୁନି। ସବୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ଏହା ଆତ୍ମହତ୍ୟା ନୁହେଁ ହେଲେ ଏମିତି ସମୟରେ ଲୋପାମୁଦ୍ରା ର ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଥିଲା । ସମସ୍ତ ଙ୍କ ପାଇଁ ଲୋପାମୁଦ୍ରା ର ମୃତ୍ୟୁ ଅଜଣା ରହସ୍ୟ ହୋଇ ରହିଗଲା । କୋକେଇ ସଜା ହେଲା । କିନ୍ତୁ ମୁଁ ଲୋପାମୁଦ୍ରା କୁ ଛାଡ଼ିବାକୁ ନାରାଜ। ସମସ୍ତେ ମୋତେ ବୁଝାଇଲେ। ଏବଂ ମୋ ଠାରୁ ଲୋପାମୁଦ୍ରା କୁ ଛଡେଇ ନେଇ କୋକେଇରେ ଶୁଆଇ ଦେଲେ । ମୁଁ ଦୌଡ଼ି ଯାଇ ତାକୁ ପୁଣି ଉଠେଇ ବାକୁ ଚେଷ୍ଟା କରିଲି। ତାହା ଥିଲା ମୋର ଶେଷ ପ୍ରୟାସ। (ଥରେ ମଜାରେ ମଜାରେ ଲୋପାମୁଦ୍ରା ମୋତେ କହିଥିଲା ଯେ ଯଦି ବାହାଘର ପୁର୍ବରୁ ମୋର ମୃତ୍ୟୁ ହୋଇଯାଏ ତମେ କଣ କରିବ?? ମୁଁ ରାଗରେ ତାର ମୁହଁ ବନ୍ଦ କରିଦେଇଥିଲି, କିନ୍ତୁ ସେ କହିଥିଲା ଯଦି କିଛି କାରଣ ବଶତଃ ମୁଁ ମରିଯାଏ ତେବେ ମୋ ମଥାରେ ତମେ ନିଶ୍ଚୟ ସିନ୍ଦୂର ଦେବ ଏବଂ ତମେ ହିଁ ମୋ ଚିତାରେ ନିଆଁ ଲଗେଇବ, ମୁଁ ସେହି କଥାରେ ରାଗି ଗୋଟିଏ ଦିନ ତା ସହିତ କଥା ହୋଇ ନଥିଲି। ଆଜି ମନେ ହେଉଛି ଯେ, ପ୍ରକୃତରେ ସେ ଜାଣିଥିଲା ଯେ ମୋତେ ଅଧ ବାଟରେ ସେ ଛାଡ଼ି ଚାଲିଯିବ ) ତାର କଥାକୁ ରଖି ଲୋପାମୁଦ୍ରା ର ମଥାରେ ସିନ୍ଦୂର ଦେଲି । ତାର ଇଚ୍ଛା କୁ ପୂରଣ କରିବାକୁ ଯାଇ ବାପାଙ୍କ ଠାରୁ ଅନୁମତି ମାଗି ତାର ଚିତାରେ ନିଆଁ ଲଗେଇଲି । କ୍ଷଣକ ମଧ୍ୟରେ ମୋ ଲୋପାମୁଦ୍ରା ପାଉଁଶ ରେ ପରିଣତ ହୋଇଗଲା। ଦୁହେଁ ବହୁତ୍ ଆଶା ରଖିଥିଲୁ । ଭବିଷ୍ୟତ ରେ କଣ କଣ କରିବୁ ସବୁ ଆଗୁଆ ସ୍ଥିର ଥିଲା। ସବୁ କିଛି କ୍ଷଣକ ମଧ୍ୟ ରେ ଉଭେଇ ଗଲା। ଶବ ସତ୍କାର କାମ ସରି ମୁଁ ଘରକୁ ଫେରିଲି। ମୋବାଇଲ ଖୋଲିଲା ପରେ ଲୋପାମୁଦ୍ରା ର କିଛି ମେସେଜ ଆସିଥିଲା । ସେହି ମେସେଜ ପଢ଼ି ମୋତେ ବହୁତ୍ କଷ୍ଟ ହେଲା, ଆଖିରୁ ଲୁହ ରୋକିବାକୁ ଚେଷ୍ଟା କରିବାରେ ମୁଁ ଅସଫଳ ହେଉଥିଲି । ସେହି ମେସେଜ ମୋ ପାଇଁ ଅନ୍ତିମ ବାର୍ତ୍ତା ଥିଲା। ଲୋପାମୁଦ୍ରା ର ସେହି ପୂର୍ବ ରାତିର ମେସେଜ ଆଜି ପର୍ଯ୍ୟନ୍ତ ମୋ ମୋବାଇଲ ରେ ସାଇତି ରହିଛି । ତାହା ଥିଲା ; ରାତି ୧.୧୫ ମୋତେ ଆଜି ବହୁତ୍ ଏକା ଏକା ମନେ ହେଉଛି। ରାତି ୧.୧୭ ତମେ ଯେବେ ଘରକୁ ଆସିବ, ପ୍ରଥମେ ମୋତେ ଦେଖା କରିବାକୁ ଆସିବ। ରାତି ୧.୨୦ ଜାଣିଛ ମୋତେ ବାରଣ୍ଡାରେ ମୋ ଜେଜେ ମା ଦେଖା ଦେଲେ ଏବଂ ସେ ବୁଝେଇ କହିଲେ ତୋ ବାପା ଶୀଘ୍ର ଠିକ୍ ହୋଇଯିବେ। ରାତି ୧.୩୬ ଗୋଟିଏ ସତ କଥା ହେଲା , ବାପା ଙ୍କ ହସ୍ପିଟାଲ ଯିବା ଦିନ ଠାରୁ ମୁଁ ଭଲ ରେ ଖାଇ ପାରିନି ଏବଂ ଆଜି ମଧ୍ୟ ଭୋକରେ ଅଛି। କାଲି ତମେ ଆସିଲେ, ତମେ ମୋତେ ତୁମ ନିଜ ହାତରେ ଖୁଆଇ ଦେବ ଏବଂ ମୁଁ ପେଟ ପୁରା ଖାଇବି। ରାତି ୧.୪୫ ମୋତେ ଆଜି ଭାରି ଡର ଲାଗୁଛି…. ରାତି ୧.୪୮ ତମକୁ କହିଥିବା ମିଛ ଯୋଗୁ ମୋତେ ଏବଂ ମୋ ପରିବାର କୁ ଏତେ ସବୁ ଦଣ୍ଡ ଭୋଗିବାକୁ ପଡୁଛି। ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ । ରାତି ୧.୫୫ ମୁଁ ଏବେ ଶୋଉଛି, ସକାଳେ ବାପା ଆସିବେ , ସକାଳୁ ଉଠି ରୋଷେଇ କରିବାକୁ ପଡ଼ିବ । ରାତି ୨.୨୫ ମୋତେ ନିଦ ଲାଗୁନି, କଣ କରିବି, ମୋତେ ଖାଲି ଡର ଡର ଲାଗୁଛି………….. ରାତି ୨.୨୮ Love You, good night. ତାପରେ ଆଉ କିଛି ମେସେଜ ନାହିଁ । ତୁମର ଏହି ମେସେଜ ମୋର ଶେଷ ଅନୁଭବ ଏବଂ ଶେଷ ସ୍ମୃତି ହୋଇ ରହିଗଲା । ମୋ ଭଲ ପାଇବା ଅଧୁରା ରହିଗଲ…. ସବୁ ସ୍ୱପ୍ନ ଅଧା କରି ଚାଲିଗଲ… ଭଗବାନ କାହିଁକି ମୋ ଠାରୁ ତମକୁ ଅଲଗା କରିଦେଲେ ତାର ଉତ୍ତର ଆଜି ପର୍ଯ୍ୟନ୍ତ ଖୋଜି ପାଉନି। ବେଳେବେଳେ ଭାବେ ମୋ ଯୋଗୁ ତୁମର ମୃତ୍ୟୁ ହୋଇନି ତ?? କିନ୍ତୁ ଏହି ପ୍ରଶ୍ନ ର ଉତ୍ତର ମୁଁ ମଧ୍ୟ ଖୋଜି ପାଉନି । ଲୋକେ କୁହନ୍ତି କିଛି ଆଶା ରଖି କାହାର ମୃତ୍ୟୁ ହୁଏ ତେବେ ସେ ପୁଣି ଏ ପୃଥିବୀ କୁ ଆସନ୍ତି । ଏବଂ ନିଜ ଆଶା ପୂରଣ କରି ପୁଣି ଫେରିଯାଆନ୍ତି କିନ୍ତୁ ତାହା ମଧ୍ଯ ସମ୍ପୂର୍ଣ୍ଣ ମିଥ୍ୟା । ଆଜକୁ ୩ ବର୍ଷ ବିତିବାରେ ଲାଗିଲାଣି, ଆଜି ପର୍ଯ୍ୟନ୍ତ ତୁମର ଭଲ ପାଇବା କୁ ଭୂଲି ପାରୁନି । ତୁମ ବାଟକୁ ଚାହିଁ ରହିଛି । ଥରେ ଆସି ଦେଖା କରି ଯାଅ । ତୁମ ସାନୁ ତମ ଅପେକ୍ଷାରେ ଅଛି, ସତରେ ନହେଲେ ନାହିଁ ସ୍ୱପ୍ନରେ ଆସି ଥରେ ଦେଖା କରି ଯାଅ । ଆଶା ଅଛି କେବଳ ଥରେ ମୋ ସାମ୍ନାରେ ଦଣ୍ଡାୟ ମାନ ହୋଇ ମୋ ଅଶାନ୍ତ ମନ କୁ ଶୀତଳ କରି ଚାଲିଯାଅ। ଆମ ଭଲ ପାଇବା କୁ ଅମର କରିବା ପ୍ରୟାସ ରେ ତୁମ ଅପେକ୍ଷାରେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି । ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୁମକୁ ଭୂଲିବି ନା ଭୁଲି ପାରିବି । ଆଜି ମଧ୍ୟ ତୁମର ସେଇ ଶ୍ମଶାନ ମାଟି କୁ ସାଇତି ରଖିଥିବା ମାଟି କଳସ କୁ ବାରମ୍ବାର ସ୍ପର୍ଷ କରି ସେ ଭିତରେ ତୁମକୁ ବାରମ୍ଵାର ଖୋଜେ । ଚାଲିଯାଏ ତୁମର ସେ ସମାଧି ପାଖକୁ, ସେଠୀ ତୁମ ସ୍ମୃତିରେ ଲେଖା ଥିବା ଅକ୍ଷରକୁ ପଢ଼ିଦେଲେ । ମୋତେ ତୁମ ଉପସ୍ଥିତ ହେଲା ଭଳି ମନେ ହୁଏ । ସେ ଅକ୍ଷର ଏତେ ଲୋଭନିୟ ଯେ ସବୁଦିନ ପାଇଁ ମୋ ମନ ରେ ସ୍ମୃତି ହୋଇ ରହିଯାଇଛି । ସମାଧିରେ ଲେଖା ଥିବା ଅକ୍ଷର ଗୁଡିକ ହେଲା ” ମୋ ଲୋପାମୁଦ୍ରା…..” […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading