ସେ ଦିନ ଚିଙ୍କି ର ଡ୍ରେସ ସୁଜାତା ପିନ୍ଧିଥିଲା , ମୁଁ ଜାଣିନି , ମୁଁ ଯାଇ ରଙ୍ଗ ଲଗେଇଲି ସୁଜାତା ମୁହଁରେ ।
ମୋତେ ହଠାତ୍ ଗୋଟିଏ ଶକ୍ତ ଚାପୁଡା ମିଳିଲା। ସମସ୍ତେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ । ଯୋଉ ରେଞ୍ଜ ରେ ଚାପୁଡା ଲାଗିଛି ମୋର ଗାଲ ପକ୍କା ଲାଲ୍ ହୋଇଥିବ ।
ରଙ୍ଗ ଲାଗିଥିବା ଯୋଗୁ ଜଣା ପଡିଲାନି । ବହୁତ୍ ରାଗ ଲାଗିଲା , ପ୍ରଥମ କରି କୋଉ ଝିଅ ମୋତେ ହାତ ଉଠେଇଲା।
ଇଚ୍ଛା ହେଲା ଓଲଟା ଚାପୁଡା ଲଗାଇବାକୁ କିନ୍ତୁ ମୋର ଭୁଲ ଥିଲା ସେଥିପାଇଁ ମୁଁ ପଛ ମୁହାଁ କରି ଚାଲିଲି ।
ଚିଙ୍କି ଦଉଡ଼ି ଆସି ମୋ ହାତ ଧରି କହିଲା ଶୁଣ ଅଶୋକ , ସୁଜାତା ପାଇଁ ମୁଁ ତୋତେ ଭୁଲ ମାଗୁଛି ସେ ତୋତେ ଜାଣିନି ଏବଂ ମୁଁ ଜାଣିଚି ତୁ କେମିତିକା ପୁଅ, ତୁ ଅଜାଣତେ ତାକୁ ରଙ୍ଗ ଲଗେଇ ଚାପୁଡା ଖାଇଲୁ ।
ମୁଁ ରାଗରେ ତା କଥା କୁ ଧ୍ୟାନ ନ ଦେଇ ଚାଲିଲି ବାରଣ୍ଡାକୁ ଚିଙ୍କି ପୁଣି ଥରେ କହିଲା, ଶୁଣ ମୋ କଥା, ରାଗେନି ପ୍ଲିଜ, ଘରକୁ ଆସେ ମୋ ସାଙ୍ଗ ଟା ପରା, ପ୍ଲିଜ୍ ।
ମୁଁ ତା କଥା ରଖି ଘରକୁ ଗଲି, ଯେତେ ହେଲେ ସେ ମୋର ପିଲା ଦିନ ର ସାଙ୍ଗ ।
ଚିଙ୍କି ସୁଜାତା ଉପରେ ରାଗି କହିଲା, ତୁ କଣ କଲୁ ??? ମୋର ପିଲା ଦିନ ର ସାଙ୍ଗ କୁ ଚାପୁଡା ଲଗେଇ ଦେଲୁ ।
ମୁଁ କହିଲି ଛାଡ଼ ସେ କଥା , ମୋର ଭୁଲ ଯୋଗୁ ମୁଁ ଦଣ୍ଡ ପାଇଛି । ସେଥିରେ ତାର କିଛି ଦୋଷ ନାହିଁ ।
ସୁଜାତା ମୋ ପାଖକୁ ଆସିଲା ,କାନକୁ ଧରି ସରୀ 😐 କହିଲା, ମୋର ଭୁଲ ହୋଇଯାଇଛି,
ଶ୍ରୀକାନ୍ତ ଭାବି ତମକୁ ଚାପୁଡା ଲଗେଇ ଦେଲି । କ୍ଷମା କରିଦିଅ । ମୁଁ କିଛି ନ କହି ଚୁପ୍ ରହିଲି ।
କିନ୍ତୁ ତାପରେ ଆମ ସମସ୍ତଙ୍କ ନଜର ପଡିଲା ଶ୍ରୀକାନ୍ତ ଉପରେ। ଶ୍ରୀକାନ୍ତ ରାଗରେ ଘରୁ ବାହାରି ଗଲା ।
ତା ପଛେ ପଛେ ଆମେ ତିନି ଜଣ । ତା ଘରେ ପହଂଚିଲୁ । ସେଠୀ ଚିଙ୍କି ଶ୍ରୀକାନ୍ତ କୁ ପଚାରିଲା । ତୋତେ ପୁଣି କଣ ହେଲା।
ଶ୍ରୀକାନ୍ତ କହିଲା ସେ ମୋତେ ଚାପୁଡ଼ା ମାରିବ ବୋଲି ଭାବିଥିଲା। ଚିଙ୍କି କହିଲା ସେ ତ ଠିକ୍ ଭାବିଛି, ସେ ଯୋଉ ପ୍ରକାର ଝିଅ , ତୋ ଘରେ ପଶି ତୋତେ ଚପଲ ମାରି ଆସିଥାନ୍ତା।
କେବଳ ମୋ ଯୋଗୁ ସେ ଶାନ୍ତ ଅଛି । ମୁଁ ପଚାରିଲି କଣ କରିଛି ସେ।
ଚିଙ୍କି କହିଲା ଶୁଣିବୁ ଏ ଘୁଷୁରୀ କଣ କରିଛି । ସେ ଆସିବା ଦୀନଠୁ ଶ୍ରୀକାନ୍ତ ତାକୁ ଦେଖୁଥିଲା ।
ସେ ମଧ୍ୟ ଧିରେ ଧିରେ ପସନ୍ଦ କରିବାରେ ଲାଗିଥିଲା କିନ୍ତୁ ଦୁଇ ଦିନ ପୂର୍ବରୁ ସେ ଗାଧୋଇବା ବେଳେ ଏ ଶ୍ରୀକାନ୍ତ ଛାତ ପଟୁ ଆମ ବାଥ୍ ରୁମ୍ କୁ ଦେଖୁଥାଏ।
ସେ ବାହାରକୁ ଆସିଲା ପରେ ଉପରକୁ ତା ନଜର ପଡିଲା ଦେଖିଲା ଶ୍ରୀକାନ୍ତ ଉପରେ ବସି ମୁରୁକି ହସୁଛି , ସେ ହସିବା ଯୋଗୁ ତାର ପ୍ରବଳ ରାଗ ।
ଏବଂ ଯିଏ ଭଲ ପାଏ ସେ ଏମିତି ଖରାପ ଲୋକ ଭଳି ବ୍ୟବହାର ଦେଖାନ୍ତି ନାହିଁ ।
ବରୁଣ କହିଲା , କଣ ବେ, ଏମିତି କଣ ବ୍ଯବହାର ତୋର । ଶ୍ରୀକାନ୍ତ କହିଲା ମୁଁ ଯାଇଥିଲି ଛାତ ଉପରକୁ କପଡା ସୁଖେଇବାକୁ ସେତିକି ବେଳେ ହଠାତ୍ ନଜର ପଡିଲା ସୁଜାତା ଉପରେ। ମୁଁ କଣ କରିବି ।
ମୁଁ ଜାଣିଛି କି ସେ ଏହି କାରଣ ଯୋଗୁ ରାଗିବ । ମୁଁ ପଚାରିଲି ହେଲେ ଏବେ ସେ ୟାକୁ ପସନ୍ଦ କରୁଛି ନା ନାହିଁ ।
ଚିଙ୍କି କହିଲା ଶ୍ରୀକାନ୍ତ ର ନାମ ଶୁଣିଲେ ସେ ରାଗରେ ଜଳି ଯାଉଛି । ସେ ପୁଣି ପସନ୍ଦ କରିବ।
ମୁଁ କହିଲି ହଉ ଛାଡ଼ ସେ କଥା ଏବେ ଚାଲ ହୋଲି ଖେଳିବା ।
ଚିଙ୍କି କହିଲା ଆମ ଘରକୁ ଚାଲ ସେଠୀ ମଜା ମସ୍ତି କରିବା ।
ବରୁଣ କହିଲା, ନା ଲୋ, ଆମେ ଯିବୁ DJ ରେ ନାଚିବୁ ତୁ ଯାଅ ତୋ ସାଙ୍ଗ ସହିତ ଥେଇ ଥେଇ ହେବୁ।
ଚିଙ୍କି ମୋତେ ଅନୁରୋଧ ଆଖିରେ ଦେଖିଲା ,ଅଶୋକ ତୁ କହ…. ବରୁଣ କୁ, ଆମ ର ମଧ୍ୟ ଇଚ୍ଛା ଅଛି ଖେଳିବାକୁ । ଆମ ସାଙ୍ଗରେ ଖେଳିଲେ କଣ ଅସୁବିଧା ।
ମୁଁ ତୋ ପିଲା ବେଳର ସାଙ୍ଗ । ଆମେ ତମ ଭଳି ରୋଡ଼ ରେ ନାଚି ପାରିବୁ ନାହିଁ କିନ୍ତୁ ତମେ ଯଦି ଆଜି ଆମ ସାଙ୍ଗରେ ନାଚିବ, ଆମକୁ ଭଲ ଲାଗିବ ।
ଆମେ ପଞ୍ଚମ ଶ୍ରେଣୀ ରେ ଥିଲେ ମନେ ଅଛି ନା?? ବାରିପଟେ କେତେ ମସ୍ତି କରୁଥିଲେ ।
କେତେବେଳେ କାଦୁଆ ରେ ତ କେତେବେଳେ ଶଗଡ଼ କାଳିରେ ହୋଲି ଖେଳୁଥିଲେ। ମନେ ଅଛି ନା??
ମୁଁ କହିଲି ହଁ ୟାର, ସେ ସମୟ କେତେ ମଜା ଥିଲା । ଭୂଲି ହେବନି ।
ଏତିକି କଥା ଶୁଣିଲା ପରେ ମୋର ପୁରୁଣା ସ୍ମୃତି ସହିତ ମସ୍ତି କରିବାକୁ ଇଚ୍ଛା ହେଲା । ମୁଁ କହିଲି ତାହା ହେଲେ DJ କେମିତି ହେବ ।
ଚିଙ୍କି କହିଲା ଆମର ହୋମ୍ ଥିଏଟର କେବେ କାମରେ ଆସିବ । ଆଜି ଘରେ ଆମେ ଦୁଇ ଚଣ୍ଡୀ ବାପା କିଛି କାମରେ ଭୁବନେଶ୍ୱର ଯାଇଛନ୍ତି କାଲି ଆସିବେ ଏବଂ ମମି କେବେ ମନା କରିବେ ନାହିଁ ।
ମୁଁ ପଚାରିଲି ଆରେ ମାଉସୀ ଙ୍କୁ ତ ଦେଖିଲିନି । ସେ କୁଆଡେ ଯାଇଥିଲେ।
ସେ ରୋଷେଇ ଘରେ ଥିଲେ, ସେଥିପାଇଁ ତୁ ଦେଖିନୁ (ଚିଙ୍କି କହିଲା) ।
ବରୁଣ ପଚାରିଲା ହେଲେ ରଙ୍ଗ କେମିତି ଆଣିବା। ଚିଙ୍କି କହିଲା ଆରେ ସୁଜାତା ଖାସ୍ ହୋଲି ଖେଳିବା ପାଇଁ ଆମ ଗାଁକୁ ଆସିଛି ।
ସେ ରଙ୍ଗ ନେଇ ଆସିଛି। ଆମେ ବାହାରିଲୁ ଚିଙ୍କି ଘରକୁ ।
ଶ୍ରୀକାନ୍ତ ମନା କରିଲା । କହିଲା ତମେ ଯାଅ ମୁଁ ଯିବିନି ।
ଚିଙ୍କି କହିଲା ତୋର ରଙ୍ଗ କମ୍ ନାହିଁ ଯେ, ତୋ ଯୋଗୁ ଅଶୋକ ମାଡ ଖାଇଲା , ଏବେ ସେ ମାନିଗଲା, ତୋର ନାଟକ ଆରମ୍ଭ ହେଲା ।
ବରୁଣ କହିଲା ଚାଲ୍ ବେ , ବେଶୀ ହେଉଛୁ । ସମସ୍ତେ ଚାଲିଲୁ , ସେଠୀ ସୁଜାତା ମନ ଦୁଃଖରେ ବସି ଥାଏ । ପ୍ରଥମେ ଆମେ ମାଉସୀ ପାଖକୁ ଗଲୁ, ମାଉସୀ କୁ ପ୍ରଣାମ କରିଲୁ ।
ମାଉସୀ କହିଲେ ଆଜି ମୁଁ ତମ ସାଙ୍ଗରେ ମଧ୍ୟ ହୋଲି ଖେଳିବି । ମୁଁ ପଚାରିଲି ମାଉସୀ ତମେ କେମିତି ଜାଣିଲ ଆମେ ଆସିବୁ ବୋଲି ।
ମାଉସୀ କହିଲେ, କାଲି ରାତିରେ ଚିଙ୍କି କହୁଥିଲା ବରୁଣ ଏବଂ ଅଶୋକ କୁ ଡାକିବା ସମସ୍ତେ ମିଶି ହୋଲି ଖେଳିବା ।
ମୁଁ ଆଶ୍ଚର୍ଯ୍ୟ!!! ଆରେ ବାଃ ଆମେ ଭାବିବା ପୂର୍ବରୁ ତମେ ସମସ୍ତେ ଆଗରୁ ପ୍ଲାନ୍ କରି ରଖିଛ ।
……………………………………
(ଏହି ମଧ୍ୟରେ ସୁଜାତା ମୋ ସହିତ ନାଚିବାକୁ ପସନ୍ଦ କରୁଥାଏ । ମାତ୍ର ଚିଙ୍କି ତାକୁ ଦୂରେଇ ନେଇ ଚାଲି ଯାଉଥାଏ ଏବଂ ପୁଣି ଚିଙ୍କି ଆସି ମୋ ସହିତ ନାଚେ । )
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।


4 Responses
Stroy ta bahut badhia heichi
Thanks
[…] PART-2 ଚିଙ୍କି ହସି, କହିଲା, ହଁ,, ମୁଁ ତୋ ଘରକୁ ଯାଇଥାନ୍ତି କିନ୍ତୁ ତୁ ଏମିତି ସମୟରେ ଆସିଲୁ ଯେ କଣ କହିବି ଏ ସବୁ ଘଟଣା ଘଟିଗଲା । ଚିଙ୍କି କହିଲା, ମମି ଆଜି ଆମ ସମସ୍ତଙ୍କ ପାଇଁ ଚକୁଳି ପିଠା କରିଛନ୍ତି । ଚାଲ ଖାଇବା ତାପରେ ହୋଲି ଖେଳିବା । ଚକୁଳି ପିଠା ମୋତେ ବହୁତ୍ ପସନ୍ଦ । ପିଲା ଦିନେ ମୁଁ ବହୁତ୍ ସମୟ ଚିଙ୍କି ଘରେ ରହୁଥିଲୁ । ଧିରେ ଧିରେ ମୋର ଯିବା ଆସିବା କମ୍ ହୋଇଗଲା । ମାଉସୀ ମୋର ପସନ୍ଦ କୁ ଜାଣନ୍ତି । ସବୁଠୁ ବଡ କଥା ହେଲା , ଚିଙ୍କି ମୋତେ ପିଲା ଟି ଦିନରୁ ଭଲ ପାଏ କିନ୍ତୁ ମୁଁ ତାକୁ ପସନ୍ଦ କରେନି । କେବଳ ସାଙ୍ଗ ହିସାବରେ ତାକୁ ଦେଖେ । ପିଠା ଖିଆ ସରିବା ପରେ । ତାଙ୍କର ଘର ଉପରେ ଘର ତିଆରି ହେଉଥାଏ କିନ୍ତୁ ସେ ଘର ପ୍ଲାଷ୍ଟର ହୋଇ ନଥିଲା । ମୁଁ ପ୍ଲାନ୍ କରିଲି ଗୋଟେ କାମ କରିବା । ତମର ଛାତ ଉପରେ ଯୋଉ ରୁମ୍ ହେଉଛି ନା ସେଠୀ ନାଚ ଗୀତ କରିବା । ସମସ୍ତେ ମାନିଲେ ଚାଲିଲୁ ଫାର୍ଷ୍ଟ ଫ୍ଲୋର କୁ। ଫୁଲ ସାଉଣ୍ଡ ରେ ଓଡ଼ିଆ ସମ୍ବଲପୁରୀ ଗୀତରେ ନାଚ ଗୀତ ଚାଲିଥାଏ । ମାଉସୀ ଆମ ପାର୍ଟି ରେ ଜଏନ କରିଲେ ନାହିଁ । ତାଙ୍କୁ ରଙ୍ଗ ପ୍ରତି ଆଲର୍ଜି ହୁଏ । ନାଚ ଗୀତରେ ସମସ୍ତେ ମସ ଗୁଲ । ସମସ୍ତେ ଥକି ଗଲେ । ଚିଙ୍କି କହିଲା ରଙ୍ଗ ପାଣି ନହେଲେ ମଜା ନାହିଁ । ବରୁଣ ପଚାରିଲା କଣ ମଦ ପିଇବୁ ?? ଚିଙ୍କି କହିଲା ଆବେ ନାହିଁ। ଲାଲ୍ ଏବଂ ନିଲ ଏମିତି ଭଳି ଭଳି କି ରଙ୍ଗ ପାଣି ରେ ଗାଧୋଇଲେ କେତେ ମଜା ଲାଗିବ । ମୁଁ ଆଇଡିଆ ଦେଲି ଗୋଟେ କାମ କର, ତମ ପାଣି ଟାଙ୍କି ପାଖରୁ ପାଇପ ଲଗେଇ ଆଣେ ଏଠି ପାଣି ରେ ଖେଳିବା ଏବଂ ମଜା ମସ୍ତି କରିବା । ସେମିତି ହେଲା ତା ସହିତ ଚିଙ୍କି ଆଉ ଗୋଟିଏ ଭଲ କାମ ଟିଏ କରି ଆସିଲା। ଚିଙ୍କି ଟାଙ୍କି ରେ ଅଳତା ମିଶେଇ ଆସିଗଲା । ଆମେ ପାଣି ଚାଲୁ କରିବା ପରେ ରଙ୍ଗ ପାଣି ଦେଖି ଆଶ୍ଚର୍ଯ୍ୟ । ଆରେ ବାଃ କି ଆଇଡିଆ । ସମସ୍ତେ ନାଚ ଗୀତ କରିଲୁ । ଏହି ମଧ୍ୟରେ ସୁଜାତା ମୋ ସହିତ ନାଚିବାକୁ ପସନ୍ଦ କରୁଥାଏ । ମାତ୍ର ଚିଙ୍କି ତାକୁ ଦୂରେଇ ନେଇ ଚାଲି ଯାଉଥାଏ ଏବଂ ପୁଣି ଚିଙ୍କି ଆସି ମୋ ସହିତ ନାଚେ । ଏମିତି ଥରେ ଦୁଇ ଥର ହେବା ପରେ ସୁଜାତା ଜାଣି ଗଲା ଯେ ଚିଙ୍କି ମୋତେ ପସନ୍ଦ କରେ ବୋଲି । ସମସ୍ତେ କାନ୍ଧରେ ହାତ ରଖି ନାଚ କରିଲୁ। କିଏ ଓଡ଼ିଶୀ ତ ଆଉ କିଏ ମାଇକେଲ ଜାକ୍ସନ ଏବଂ ଆଉ କିଏ ଆସାମୀ ବିହୁ ନାଚ ତ ଆଉ କିଏ ଫାଡା ଷ୍ଟାଇଲ ରେ ନାଚ କରୁଥିଲେ । ସମସ୍ତେ ନିଜ ନିଜର ନାଟ୍ୟ କଳା ଦେଖାଇଲେ । ମୋତେ ଇମ୍ପ୍ରେସ କରେଇବା ପାଇଁ ସୁଜାତା ବହୁତ୍ ଚେଷ୍ଟା କରୁଥାଏ କିନ୍ତୁ ଚିଙ୍କି ସବୁବେଳେ ତାର ପ୍ଲାନ କୁ ଭଣ୍ଡୁର କରି ଦେଉ ଥାଏ ପ୍ରାୟ ୩ଘଣ୍ଟା ପରେ ସମସ୍ତେ ନାଚି ନାଚି ଥକି ଗଲୁ ଏବଂ ଟାଙ୍କି ପାଣି ମଧ୍ୟ ଶେଷ । ରଙ୍ଗ ପାଣି ସରିଲା ପରେ ଭଲ ପାଣି ଟାଙ୍କି ରେ ଭରା ଗଲା , ପୁଣି ନାଚ ଗୀତ ଆରମ୍ଭ ହେଲା । ଦିନ ୦୨ ଟା ପର୍ଯ୍ୟନ୍ତ ଚାଲିଲା ଫୁଲ ମସ୍ତି । ସବୁ କାମ ସରିଲା ପରେ ଯିଏ ଯାହାର ଘରକୁ ଗଲେ । ହୋଲି ସିନା ସରିଗଲା କିନ୍ତୁ ପିଲା ଦିନ ସ୍ମୃତି ପୁଣି ମନେ ପଡ଼ିଗଲା । ସତରେ ନିଜ ସାଙ୍ଗ ମାନଙ୍କ ସହିତ ନାଚିବା ରେ ଯୋଉ ମଜା, ସେ ମଜା ଆଉ କୋଉଠି ନାହିଁ । ତାହା ପୁଣି ଝିଅ ସାଙ୍ଗ ସହିତ, କି ମଜା !!! କିଛି ଖରାପ ଭାବିବେ ନାହିଁ, ଏମିତିରେ ଆମେ ମଧ୍ୟ ଗୋଟିଏ ପ୍ରକାର ଭଲ ପିଲା। ଖରାପ ଚିନ୍ତା ଧାରା ଆମର ନାହିଁ । ନାଚ ଗୀତ ପରେ ମୁଁ ଭୁଲିଗଲି ମୋତେ ବାଜି ଥିବା ଶକ୍ତ ଚାପୁଡା ଟିକୁ । ବହୁତ୍ ଦିନ ପରେ ମଜା ମସ୍ତି ରେ ହୋଲି ଖେଳ ହେଲା । ସମସ୍ତେ ଖୁସି ଥିଲେ । ସେଦିନ ଠାରୁ ଚିଙ୍କି ମୋତେ ପୁଣି ଥରେ ଭଲ ପାଇ ବସିଲା । ଆମର ପ୍ରତ୍ୟେକ ଦିନ କଥା ବାର୍ତ୍ତା ପୁଣି ଆରମ୍ଭ ହୋଇଗଲା । ସୁଜାତା ମାରିଥିବା ଚାପୁଡା ପାଇଁ ସେ କେତେ ଥର ଦୁଃଖ କରି ମୋତେ କହିଥିବ ତାର ସୀମା ନାହିଁ । ସୁଜାତା ମୋତେ ଚିଙ୍କି କୁ ମିଶେଇବା ପାଇଁ ଗୋଟିଏ ଟ୍ରିକ ଲାଗୁ କରି ଦେଇ ସହରକୁ ଚାଲିଗଲା । ଆଜି ଦୁଇ ବର୍ଷ ହୋଇଗଲାଣି ମୋର କେତେ ଏସ ଏସ ସି ପରୀକ୍ଷା ଗଲାଣି କିନ୍ତୁ କୋଉଠି ପାସ୍ ହେବାର ନାମ ଧରୁନି, କାରଣ ଚିଙ୍କି ର ମୋର ପ୍ରେମ ଗାଡ଼ି ଜୋର୍ ସୋର୍ ରେ ଚାଲିଛି । ଗତ ବର୍ଷ ସବୁ ସାଙ୍ଗ ଥିଲେ ମଧ୍ୟ ଚେଷ୍ଟା କରିଲୁ ସେମିତି ହୋଲି ଖେଳିବା ପାଇଁ କିନ୍ତୁ ଚିଙ୍କି କୁ ନେଇ ଆମ ଘରେ ଗୋଟିଏ ଅଲଗା ପ୍ରକାର ମହାଭାରତ ଆରମ୍ଭ ହୋଇଥିଲା । ଆମ ହୋଲି ଖେଳ ସମ୍ଭବ ହେଲା ନାହିଁ । ସେ ହୋଲି ରେ ହୋଇଥିବା ମଜା ମସ୍ତି କୁ ଆଜି ପର୍ଯ୍ୟନ୍ତ ଭୁଲି ହେଉନି । ବହୁତ୍ ଶୀଘ୍ର ଚିଙ୍କି କୁ ମୁଁ ବୋହୂ କରି ଘରକୁ ଆଣିବି । ଘରେ କିଛି ସମସ୍ୟା ହେଉଛି କିନ୍ତୁ ମୁଁ ଘର ର ସାନ ଏବଂ ଗେହ୍ଲା ପୁଅ, ମୋତେ ଘରେ ମନେଇବା ପାଇଁ ବହୁତ୍ ଉପାୟ ଅଛି । ସେ ହୋଲି ରେ ମୋତେ ମୋ ପୁରୁଣା ସାଥୀ ମିଳିଯାଇଛି । ସେଥିପାଇଁ ମୁଁ ବହୁତ୍ ଖୁସି ଅଛି। ମୁଁ ନିଷ୍ପତି ନେଇ ସାରିଛି କେତେ ଝଡ ବର୍ଷା ଆସିଲେ ମଧ୍ୟ ଚିଙ୍କି କୁ ମୁଁ ମୋ ସ୍ତ୍ରୀ କରି ଘରକୁ ଆଣିବି । ସେହି ହୋଲି ଦିନ ଟି ମୋ ଜୀବନ ର ଗୋଟିଏ ସ୍ମୃତିର ରଙ୍ଗ ହୋଇ ରହି ଯାଇଛି। ଯାହା କେବେ ମଧ୍ୟ ଭୁଲି ହେବନି। ପ୍ରତ୍ୟେକ ହୋଲିରେ ସେହି ଦିନ ଟିକୁ ଭାରି ମନେ ପଡେ । @@@ଧନ୍ୟବାଦ@@@ ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ । ଲେଖିକା. ରୁବି ନାହାକ ବୁଗୁଡ଼ା, ଗଞ୍ଜାମ. ( ଏହି ଦୁଇ ବର୍ଷ ର ବିରତି ଭିତରେ ଆମ ଭିତରେ ବହୁତ ସମସ୍ୟା, ଭଲ ପାଇବା, କିଛି ଦୁଃଖ ତ କିଛି ଲୁହ ଝରି ଯାଇଛି ତାହା ଅନ୍ୟ କୋଉ ଗଳ୍ପ ମାଧ୍ୟମରେ ଲେଖି ଜଣାଇବି। ) PART-1 […]
[…] ସ୍ମୃତି ର ରଙ୍ଗ…..(2) […]