ଶ୍ରୁତି ର ଭାଗ୍ୟରେଖା…3

ଶ୍ରୁତି ର ଭାଗ୍ୟରେଖା...3
ଶ୍ରୁତି ର ଭାଗ୍ୟରେଖା…3

Page-2

ସେ ରାଗରେ ତମ ତମ ହୋଇ କହିଲେ ତୁ କାଲି କଲେଜ୍ ଯିବା ସମୟରେ ଆମେ ତୋ ସହିତ ଯିବୁ । ସେତେବେଳେ ଜଣା ପଡ଼ିଯିବ। ମୁଁ ବିଭୁ ଭାଇ ଙ୍କୁ କହିଲି ,ଭାଇ ତମେ କିଛି କର ନି ପ୍ଲିଜ୍ । ବିଭୁ ଭାଇ କହିଲେ ତୋ ଭାଇ କହିଛି । ସେଇଟା ଆମେ ବୁଝିବୁ । ଏତିକି କହି ବିଭୁ ଭାଇ ଘରୁ ବାହାରି ଗଲେ । ମୁଁ ଟିକି କୁ କହିଲି ତୋ ଭାଇକୁ ବୁଝାଓ ସେ ବେକାର ରେ ପ୍ରୋବେଲମ କରେଇବେ। ଟିକି କହିଲା ମୋର ପାଞ୍ଚ ଦିନ ହେଲା ଭାଇ ସହିତ ଝଗଡା ,ଯଦି ତୁ ଚାହୁଁନାହୁଁ ତେବେ ଜିତୁ ଭାଇ କୁ କହ, ସେ ମନା କଲେ ୟେ ବୁଝିବ । ତୁ ତ ଜାଣିଛୁ ମୋ ଭାଇ ହେଉଛି ଫୁଲ ମେଣ୍ଟାଲ ।

ସେ ଯାହା କହୁଛି ତାହା କରିଦେବ । ଅଳ୍ପ ଅନ୍ଧାର ଥିଲା ଟିକି ଫେରିଗଲା ନିଜ ଘରକୁ । ଟିକି କହେ ମୁଁ ପ୍ରତିଦିନ ତୋ ଘରକୁ ଆସେ ଏବଂ ଆମେ ଆଗକୁ କଲେଜ୍ ଯାଉ କିନ୍ତୁ ମୋତେ କୋଉ ଦିନ କିଏ ଏମିତି ବ୍ୟବହାର କରି ନାହାନ୍ତି । ରାତିରେ ମୁଁ ଜିତୁ ଭାଇ କୁ କଲ୍ କରିଲି । ଜଣାପଡ଼ିଲା ଯେ ଭାଇ ନାଇଟ୍ ଡ଼ିଉଟି ଯାଇଛନ୍ତି କାଲି ସକାଳେ ଆସିବେ । ମୁଁ ଶୋଇଗଲି ।

ତା ପର ଦିନ ସକାଳୁ ସକାଳୁ ଭାଇ କଲ୍ କରି ମମି ସହିତ କଥା ହୋଇ ମୋବାଇଲ ଶାଇଲେଣ୍ଟ କରି ଶୋଇ ପଡିଲେ । ମୁଁ ଯେତେବେଳେ ଉଠିଲି ଫୋନ୍ ଦେଖିଲି ଭାଇ ର ଫୋନ୍ ଆସିଥିଲା । ସଙ୍ଗେ ସଙ୍ଗେ ମମି ପାଖକୁ ଗଲି ପଚାରିଲି, ଭାଇ କଲ୍ କରିଥିଲା କି। ମମି କହିଲେ ହଁ, ସେ ନାଇଟ ଡିଉଟି କରି ଆସିଥିଲା । ତୁ କଲ୍ କରି ଥିଲୁ ବୋଲି କହିଲି ସେ ଜାଣିଲା ତୁ ଶୋଇଛୁ ବୋଲି ସେଥିପାଇଁ ସେ ମୋତେ କହିଲା ଶ୍ରୁତି କୁ ଶୋଇବାକୁ ଦେ। ମୁଁ ୧୧ଟା ରେ ଉଠିଲେ ଶ୍ରୁତି ସହିତ କଥା ହେବି।

କହି ଫୋନ୍ ରଖିଦେଲା। ମୋର ରାଗ ଆକାଶ ଛୁଆଁ , ମମି ଙ୍କୁ କହିଥିଲି ଭାଇ ସହିତ ମୋର ଅର୍ଜେଣ୍ଟ କଥା ଅଛି କିନ୍ତୁ କେହି ସିରିଅସ୍ ନେଉ ନାହାନ୍ତି। ୪ଥର ଫୋନ୍ କରିଲି କିନ୍ତୁ ଭାଇ ଉଠେଇଲା ନାହିଁ । ଦେଖୁ ଦେଖୁ ୧୦ଟା ବାଜିଗଲା। ଟିକି ଆସି ଘରେ । ଚାଲ ଶ୍ରୁତି କଲେଜ୍ ଯିବା । ଦୁହେଁ କଲେଜ୍ ବାହାରିଲୁ । କଲେଜ୍ ଗେଟ୍ ପାଖରେ ଜଗା ଠିଆ ହୋଇଥାଏ । ସେ ଆମକୁ ଦେଖି ଅଳ୍ପ ହସିଲା , ଆମେ ଦୁଇ ଜଣ କିଛି ଉତ୍ତର ନ ଦେଇ ସିଧା ପହଞ୍ଚିଲୁ କ୍ଲାସ୍ ଭିତରେ । ଗୋଟିଏ କ୍ଲାସ୍ ସରିଲା । ଅନ୍ୟ ଏକ କ୍ଲାସ୍ ପାଇଁ କ୍ଲାସ୍ ରେ ବସିଛୁ ହଠାତ୍ ଗେଟ୍ ପାଖରେ କିଛି ଝଗଡା ହେବାର ଶବ୍ଦ ଶୁଣା ଗଲା ।

ସମସ୍ତେ ଦୌଡ଼ିଲେ, ଆମ କ୍ଲାସ୍ ରୁ ମଧ୍ୟ ବହୁତ୍ ପିଲା ଦୌଡିଲେ । କ୍ଲାସ୍ ଖାଲି ମୁଁ ଏବଂ ଟିକି ଏବଂ ତିନି ଚାରି ଜଣ ଝିଅ ବସିଥାନ୍ତି । ହଠାତ୍ ବିଭୁ ଭାଇ ଜଗା ର କଲର ଧରି ଆମ କ୍ଲାସ୍ କୁ ଟାଣି ଟାଣି ଆଣିଲେ । ଆମେ ଆଶ୍ଚର୍ଯ୍ୟ, ଟିକି ବିଭୁ ଭାଇ କୁ ବାରମ୍ବାର କହୁଥାଏ ଭାଇ ଏ ସେ ପିଲା ନୁହଁ, ବିଭୁ ଭାଇ କହିଲେ ,ତୁ ସାଇଡ ହୁଅ, ମୁଁ ଶ୍ରୁତି କୁ ପଚାରୁଛି । ମୋ ଆଖିରୁ ଲୁହ ବାହାରିଗଲା । ଜଗା କୁ ବହୁତ୍ ମାଡ ମାରିଛି ତାର ୟୁନିଫର୍ମ ଫାଡ଼ି ଦେଇଛି ଏବଂ ନାକରୁ ରକ୍ତ ବାହାରୁ ଥିଲା ।

ତା ପଛରେ ଆଶିଷ କୁ ମଧ୍ୟ ବହୁତ୍ ମାଡ ହୋଇଛି । ମୁଁ ଦୌଡ଼ି ଲି ବିଭୁ ଭାଇ ପାଖକୁ, କହିଲି ଭାଇ ଛାଡ଼, ଏ ସେ ପିଲା ନୁହଁ , ବିଭୁ ଭାଇ ଉପରେ ବହୁତ୍ ରାଗିଲି କହିଲି ଭାଇ ପ୍ରଥମେ ବୁଝିବା ଦରକାର । ଏ ନିର୍ଦ୍ଦୋଷ। ବିଭୁ ଭାଇ ତା କଲର ଛାଡ଼ି ଦେଲେ । କ୍ଲାସ୍ ରେ ସମସ୍ତେ ଏବଂ ଲେକ୍ଚର ଦେଖିଥାନ୍ତି । ମୋତେ ରାଗ ଲାଗୁଥାଏ । ରାଗରେ ବିଭୁ ଭାଇ ଙ୍କୁ କହିଲି ପ୍ଲିଜ୍ ଭାଇ ତମେ ଏଠୁ ଯାଅ। ଆମେ ଦୁହେଁ ମଧ୍ୟ କ୍ଲାସ୍ ରୁ ବାହାରି ଗଲୁ । ଜଗା ଏବଂ ଆଶିଷ ର ମାଡ ଏବଂ ରକ୍ତ ଦେଖି ମୁଁ ଏବଂ ଟିକି ବହୁତ୍ କାନ୍ଦିଲୁ ସେ ଦୁଇ ଜଣ ଙ୍କୁ Sorry ମାଗିଲୁ । ଜଗା ଏବଂ ଆଶିଷ ଚୁପ୍ ଥିଲେ ।

ବିଭୁ ଭାଇ ର ସାଙ୍ଗ ମାନେ ସେ ଦୁଇ ଜଣଙ୍କୁ ମେଡିକାଲ୍ ନେଇ ଗଲେ । ପଛେ ପଛେ ଆମେ ମଧ୍ୟ ପହଞ୍ଚିଲୁ । ମେଡିକାଲ୍ ରେ ପହଞ୍ଚିବା ପୂର୍ବରୁ ପୋଲିସ ପହଞ୍ଚି ସାରିଥିଲା। କାରଣ ପ୍ରିନ୍ସିପାଲ ପୋଲିସ ଷ୍ଟେସନ କୁ କଲ୍ କରି ଗଣ୍ଡଗୋଳ ହେବା କଥା କହିଥିଲେ । ଅନ୍ୟ ଏକ କାରଣ ଅଛି, 2 ମାସ ପରେ କଲେଜ୍ ଇଲେକ୍ସନ ଥିଲା।

ମେଡିକାଲ୍ ରେ ପୋଲିସ ସେ ଦୁଇ ଜଣଙ୍କୁ ଡାକ୍ତର ପାଖକୁ ନେଇ ଇଞ୍ଜେକ୍ସନ ଏବଂ ମେଡିସିନ ଦେଇ ଆଣିଲା ପରେ ବିଭୁ ଭାଇ ଙ୍କ ସାଙ୍ଗ ମାନଙ୍କୁ ଏବଂ ଜଗା ଆଶିଷ କୁ ମେଡିକାଲ୍ ସାମ୍ନାରେ ପଚରା ଉଚରା କରିବା ଆରମ୍ଭ କରିଲା। ଏବଂ ଆମ ଦୁଇ ଜଣଙ୍କୁ କଲେଜ୍ ଯିବା ପାଇଁ କହିଲେ ।

ମୋତେ ଭାରି ଡର ଲାଗୁଥିଲା ସବୁ ଭୁଲ ମୋର । ଆଜି ଯାହା ସବୁ ଘଟୁଛି ସବୁ ମୋର ଯୋଗୁ ଘଟୁଛି । ଭୁଲ କଲା କିଏ ଦଣ୍ଡ ପାଇଲା କିଏ । ମୁଁ ପୁଣି ପୋଲିସ ବାବୁ ପାଖକୁ ଗଲି କହିଲି, ସାର୍ ମୁଁ କିଛି କହିବାକୁ ଚାହୁଁଛି । ପୋଲିସ ବାବୁ କହିଲେ , ଏଇଟା ଇଲେକ୍ସନ ମେଟର୍ ତମେ ଘରକୁ ଯାଅ, ମୁଁ କହିଲି ନାହିଁ ସାର୍ ଏଇଟା ମୋ ଯୋଗୁ ସବୁ ହୋଇଛି ,ମୋ କଥା ଶୁଣନ୍ତୁ ।

ପୋଲିସ ବାବୁ ପଚାରିଲେ , କଣ କୁହ?? ଗତ କାଲି ଠାରୁ ଯାହା ଯାହା ହୋଇଥିଲା ସବୁ କଥା କହିଲି, ପୋଲିସ ବାବୁ କହିଲେ , ତେବେ ବିଭୁ ବିନା କାରଣ ରେ ମାଡ ମାରିଛି, ତାକୁ ତ ଦଣ୍ଡ ଭୋଗିବାକୁ ପଡ଼ିବ ନା? ମୁଁ ପୋଲିସ ବାବୁ ଙ୍କୁ ହାତ ଯୋଡ଼ି ଅନୁରୋଧ କରିଲି, ସେ ଭୁଲ ରେ ୟାଙ୍କୁ ମାଡ ମାରିଛନ୍ତି ।ସେ ଜାଣି ନାହାନ୍ତି ।

ପୋଲିସ ବାବୁ ଜଗା କୁ ପଚାରିଲେ । ତମେ କଣ କହୁଚ? ମୁଁ ଜଗା କୁ ଏବଂ ଆଶିଷ କୁ ହାତ ଯୋଡ଼ି କରି ଅନୁରୋଧ ଅବସ୍ଥାରେ ଠିଆ ହୋଇ ରହିଲି। ସେ ଦୁଇ ଜଣ ମଧ୍ୟ କହିଲେ , ନାହିଁ ସାର୍ ଆମର କିଛି ରିପୋର୍ଟ କରିବାର ନାହିଁ, ଭୁଲ ରେ ଏହି ସବୁ ହୋଇଛି , ଆପଣ ଯାଇ ପାରନ୍ତି ।

ଏତିକି ପରେ ପୋଲିସ ବାବୁ କହିଲେ, ଘର କଥା ଘରେ ରଖିବ, ଏବେ କଲେଜ୍ ଇଲେକ୍ସନ ଯଦି ପୁଣି କିଛି ହୁଏ ସମସ୍ତଙ୍କୁ ଉଠେଇ ନେବି, କହି ଚାଲିଗଲେ । ବିଭୁ ଭାଇ ଙ୍କୁ ଅନୁରୋଧ କରି କହିଲି , ଭାଇ ପ୍ଲିଜ୍ ତମେ ଯାଅ ଏଠୁ । ସେ ତାଙ୍କ ସାଙ୍ଗ ମାନଙ୍କ ସହ ଚାଲିଗଲେ ।

ଆମେ ଦୁହେଁ ଜଗା ଏବଂ ଆଶିଷ କୁ ପୁଣି ଥରେ ଭୁଲ ମାଗିଲୁ, ସେମାନେ କହିଲେ, ହଉ ଛାଡ଼ ଆପଣଙ୍କ ଭୁଲ ନାହିଁ କି ସେମାନଙ୍କ ଭୁଲ ନାହିଁ। ଘରକୁ ଯାଆନ୍ତୁ ଆମେ ଚାଲିଯିବୁ ।

ଟିକି ର ଏବଂ ମୋର ବହୁତ୍ ମୁଡ୍ ଅଫ୍। ସେଦିନ ଘରକୁ ଆସି ଭାଇ ଉପରେ ବହୁତ୍ ରାଗିଲି । ବାବା ଏବଂ ମମି ବିଭୁ ଉପରେ ବହୁତ୍ ରାଗିଲେ । ତା ପରେ ଦୁଇ ଦିନ ଛୁଟି ପଡ଼ି ଗଲା। ଦୁଇ ଦିନ ପରେ କଲେଜ୍ ଆସିଲି ।

ଜଗା ଏବଂ ଆଶିଷ କୁ ଦୁହେଁ ଖୋଜିଲୁ । ସେ ଦୁଇ ଜଣ ସେ ଦିନ ଆସି ନଥିଲେ । ତା ପର ଦିନ କଲେଜ୍ ରେ ଜଗା ଏବଂ ଆଶିଷ କୁ ଦେଖା ହେଲା ।

…………………………………………….

ଆଗକୁ ପଢ଼ିବେ: ତା ପୂର୍ବରୁ ଆସିଲା ଭାଲେନଟାଇନ ସପ୍ତାହ, ମୁଁ କହିଲି କି , କିସ୍ ଡେ, ହଗ୍ ଡେ ଛାଡ଼ି ବାକି ସବୁ ପାଳନ କରିବା, ସମସ୍ତେ ରାଜି

Page-4

By. Nilamadhab Bhuyan

Comment please about the story.,

Thanking You.

Lifestyle Changing Thoughts In Hindi Part-89

Lifestyle Changing Thoughts 89
Lct-89

LCT-461
दुश्मन तब हाथ बढ़ाते हैं,
जब उसके पास कोई रास्ता नहीं बचता,
सतर्क रहें ।।
https://youtu.be/yT7K2F-1TLk

LCT-462
कार्य तो सब करते है मगर
कार्य में निखार बही लाता है,
जो कार्य की जड़ को सही से समझा है ।
https://youtu.be/Rivf-SbXSIY

LCT-463
मां की गोद से अच्छी जगह आपको कहीं नहीं मिल सकता जहां आपको स्वर्ग सुख से भी ज्यादा आनंद दे सके ।
https://youtu.be/OB62DwbitAM

LCT-464
लगन से करने वाले कार्य,
भविष्य में आपको सफलता जरूर देगा ।
http://www.bhuyansblog.com/2020/08/Lifestyle%20Changing%20Thoughts%20In%20Hindi%20Part-62.html

LCT-465
पर्याप्त बिस्वास आपके अंदर है, मगर बिस्वास को हकीकत में बदलने केलिए आपको संघर्ष का मार्ग चुनाव करना होगा ।
https://youtu.be/lRg_DBxQxTM

Lifestyle_Changing_Thoughts_In_Hindi_Part_89


Bhuyans Blog