ଶ୍ରୁତି ର ଭାଗ୍ୟରେଖା…9

ଶ୍ରୁତି ର ଭାଗ୍ୟରେଖା...9
ଶ୍ରୁତି ର ଭାଗ୍ୟରେଖା…9
ରେଳ ପୋଲିସ ଆସି ପହଞ୍ଚିଗଲେ । ସେଇ ତିନି ଜଣ ଙ୍କୁ ଗିରଫ କରି ନେଲେ ଏବଂ ଗତ ରେଳ ଷ୍ଟେସନ କୁ ଖବର ଦେଇ ଟ୍ରେନ ରୁ ଠେଲି ଦେଇଥିବା ଯୁବକ ଙ୍କୁ ଖୋଜିବା ପାଇଁ କହିଲେ କିନ୍ତୁ ଏବେ କେବଳ ଜଣେ ମିଳିଛି ଏବଂ ସେ ମୃତ କିନ୍ତୁ ସେ ଜଗା ନୁହନ୍ତି । ବାକି ଦୁଇ ଜଣ ଙ୍କୁ ଖୋଜା ଖୋଜି ଚାଲିଛି । ଏତିକି ଶୁଣି ଜଗା ର ବାପା ବେହୋସ୍ ହୋଇଗଲେ । ପୋଲିସ ବାବୁ ସଙ୍ଗେ ସଙ୍ଗେ ପାଣି ଦେଇ ତାଙ୍କୁ ଉଠେଇଲେ ଏବଂ ତାଙ୍କୁ ଆଶ୍ୱାସନା ଦେଇ କହିଲେ ଆମେ ଖୋଜା ଖୋଜି କରୁଛୁ ଯେବେ ଜଣା ପଡ଼ିବ ସେତେବେଳେ ଆପଣଙ୍କୁ ଜଣେଇ ଦେବୁ କହି ଫେରେଇ ଦେଲା ।
ଆଶିଷ ଜଗା ର ବାପା ମା ଙ୍କୁ ନେଇ ଘରକୁ ପହଞ୍ଚି ମୋତେ କଲ୍ କରି ସବୁ କଥା କହିଲା । ସେ କଥା ଶୁଣି ମୋ ପାଦ ତଳୁ ମାଟି ଖସି ଗଲା ଏବଂ ନିଜକୁ କଲଙ୍କିନି ଭାବିଲି ଏବଂ ମୋ ଭାଗ୍ୟ ରେଖା ହିସାବ ରେ ସେମିତି ହିଁ ହେଲା । ବହୁତ୍ କାନ୍ଦିଲି । ଇଚ୍ଛା ହେଉଥିଲା ଜଗା ର ଘରକୁ ଯାଇ ବାପା ମା ଙ୍କୁ ଦେଖି ଆସିବି କିନ୍ତୁ ମୁଁ ନିଜେ ଏକ ଜିଅନ୍ତା ଶବ ପାଲଟି ଗଲି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମୁଁ କଣ କରୁଛି କଣ ଖାଉଛି ତାହା ମୁଁ ଜାଣି ପାରୁ ନଥିଲି । ଏ ଖବର ଶୁଣି ମୋ ଭାଇ ଛୁଟି ନେଇ ଆସିଲେ । ମୋତେ ବହୁତ୍ ବୁଝାଇଲେ ଏବଂ ଆଶ୍ୱାସନା ଦେଇ କହିଲେ ତାର କିଛି ହେବନି ସେ ଫେରି ଆସିବ ।
ପ୍ରତ୍ୟେକ ସପ୍ତାହ ରେ ଜଗା ର ବାପା ପୋଲିସ ଷ୍ଟେସନ ଯାଇ ପଚାରି ଆସୁଥିଲେ । କେତେବେଳେ ଆଶିଷ ଯାଉଥିଲା ତ ଆଉ କେତେବେଳେ ମୁଁ ଏବଂ ଟିକି ଯାଇ ପଚାରି ବାକୁ ଯାଉ କିନ୍ତୁ ସବୁବେଳେ ସେ ଉତ୍ତର ଏବେ ପର୍ୟନ୍ତ ତାର କିଛି ଖବର ନାହିଁ । ଦେଖୁ ଦେଖୁ ବର୍ଷେ ପାଖେଇ ଗଲା । ପୋଲିସ ବାବୁ ଜଗା ର ବାପା ଙ୍କୁ କହିଲେ , ଆଜ୍ଞା ଗୋଟିଏ କଥା କହିବି ଖରାପ ଭାବିବେ ନାହିଁ । ମୋତେ ଲାଗୁଛି ଜଗା ଏ ଦୁନିଆ ଛାଡ଼ି ଚାଲି ଯାଇଛି ।
ଜଗା ର ବାପା ରାଗରେ କହିଲେ , ତାର ଏବେ ପର୍ଯ୍ୟନ୍ତ ତାର କିଛି ପ୍ରମାଣ ମିଳିନି , କେମିତି ତମେ କହି ପାରୁଛ ?? ସେ ଏ ଦୁନିଆ ଛାଡ଼ି ଚାଲି ଯାଇଛି। ପୋଲିସ ବାବୁ କହିଲେ , ତାଙ୍କୁ ଯୋଉଠି ଟ୍ରେନ ରେ ଠେଲି ଥିଲେ ସେ ସମୟରେ ଗୋଟିଏ ଜଙ୍ଗଲ ସ୍ଥାନ ଥିଲା। କାଳେ ଜଂଗଲୀ ଜନ୍ତୁ ମାନେ…??? ଜଗା ର ବାପା କହିଲେ, ଚୁପ୍ କର… ଆପଣ ଯଦି ଖୋଜି ପାରୁ ନାହାଁନ୍ତି ତେବେ ମନା କରି ଦିଅନ୍ତୁ, ଏମିତି ବକବାସ୍ କଥା କୁହନ୍ତୁ ନାହିଁ । ସେହି ସମୟରେ ଆଶିଷ ଜଗା ର ବାପା କୁ ପୋଲିସ ଷ୍ଟେସନ ବାହାର କୁ ଡାକି ବୁଝେଇ ଘରକୁ ଫେରିଲେ। ତା ପର ଠାରୁ ସମସ୍ତେ ଯେମିତି ଜଗା ପାଇଁ ଆଶା ଛାଡ଼ି ଦେଲେ ।
ଦେଖୁ ଦେଖୁ 3 ବର୍ଷ ବିତିବାକୁ ଲାଗିଲା । ମୋ ଘରେ ଚିନ୍ତା ପଡ଼ିଲା ମୋ ବାହାଘର କଥା । ଭାଇ ମୋତେ ବୁଝେଇ କହିଲା, ଜଗା ର ଏବେ ପର୍ଯ୍ୟନ୍ତ କିଛି ଖବର ନାହିଁ, କେତେ ଦିନ ଏମିତି ଅପେକ୍ଷା କରିଥିବୁ। ମୁଁ କହିଲି, ନା ଭାଇ ମୁଁ ଆଉ କାହାକୁ ବିବାହ କରିବି ନାହିଁ, ସେ ଯଦି ନ ଆସିବ ତେବେ ମୁଁ ସେମିତି ରହିଯିବି । ତାପରେ ଭାଇ, ଘର ଲୋକେ ସମସ୍ତେ ମୋତେ ବୁଝେଇ ବାରେ ଲାଗିଲେ। ବିଭୁ ଭାଇ,ଟିକି, ଆଶିଷ ସମସ୍ତେ ଆସି ମୋତେ ସେହି କଥା କହିଲେ କି କେତେ ଦିନ ଅପେକ୍ଷା କରିବୁ , ତୁ ଘର କଥା ମାନି ବିବାହ କରି ନେ ।
ମୋ ଜିଦ୍ ରେ ମୁଁ ଅଟଳ। ଘରେ ବହୁତ୍ ରାଗ ରୋଷ ଲାଗି ରହିଲା , କେତେବେଳେ ରାଗରେ ବାବା ଖାଆନ୍ତି ନାହିଁ ତ ଆଉ କେତେବେଳେ ମମି ଖାଆନ୍ତି ନାହିଁ । ସମସ୍ତ ଙ୍କ ଏକା ଜିଦ୍ ତୁ ଶିଘ୍ର ବିବାହ କର । କେତେ ଦିନ ଆଉ ତାଙ୍କର ରାଗ ରୋଷ ଦେଖିବି , ଶେଷ ଥର ପାଇଁ ଭାଇ, ବିଭୁ ଭାଇ, ଟିକି ଆଶିଷ ମୋତେ ବୁଝାଇଲେ । ପ୍ରାୟ 4 ଘଣ୍ଟା ମୋତେ ବୁଝେଇବା ରେ ଲାଗିଲେ ଶେଷରେ ମୁଁ ମାନିଗଲି ।
ଏବଂ ମୋ ପାଇଁ ପୁଅ ଦେଖା ଆରମ୍ଭ ହେଲା। ପୁଅ ଦେଖା ଫାଇନାଲ ହେଲା । ପୁଅ ଟି ଭୁବନେଶ୍ୱର ପାଖରେ କୋଉ ସହର ରେ RI ଅଛନ୍ତି ଏବଂ ୬ ମାସ ଭିତରେ ବାହାଘର ସମ୍ପନ୍ନ ହେଲା। ମୋ ଶଶୁର ଜଣେ ଅବସର ପ୍ରାପ୍ତ ଶିକ୍ଷକ ସେ ଭୁବନେଶ୍ଵର ରେ ଘର କରି ରୁହନ୍ତି ।
ଆଶିଷ ର ବାହାଘର ବେଳକୁ ମୋ ବାହାଘର ର ଦୁଇ ବର୍ଷ ବିତିଗଲାଣି । ମୁଁ ଏବଂ ମୋ ସ୍ବାମୀ ବହୁତ୍ ଖୁସିରେ ଅଛୁ । 10 ଦିନ ପୂର୍ବରୁ ଆଶିଷ ଭୁବନେଶ୍ୱର ଆସି ମୋ ଶଶୁର ଘରେ ନିମନ୍ତ୍ରଣ ପତ୍ର ଦେଇ ଯାଇଥିଲା।
ସେଦିନ ମୁଁ ମୋ ସ୍ଵାମୀ ସହିତ ମୋ ନିଜ ଗାଁ କୁ ଆସିଛୁ କେବଳ ଆଶିଷ ଏବଂ ଟିକି ର ବାହାଘର ରେ ଯୋଗ ଦେବା ପାଇଁ କିନ୍ତୁ ଆମେ ଗୋଟିଏ ଦିନ ବିଳମ୍ବ ରେ ଆସିଲୁ କାରଣ ସ୍ବାମୀ ଙ୍କ ଛୁଟି ହୋଇ ନଥିଲା ।
ଗତ କାଲି ତାଙ୍କର ବାହାଘର ସରି ଯାଇଛି ଆଜି Reception ଅଛି । ସଂଧ୍ୟା 5 ଟା ରେ ପହଞ୍ଚିଲୁ ସେଠୀ ମୋ ପୁରୁଣା କଲେଜ୍ ସାଙ୍ଗ ସହିତ ଦେଖା ହେଲା ।
କିଛି ସମୟ ପରେ ଆମେ ପହଞ୍ଚିଲୁ ଆଶିଷ ର Reception ଷ୍ଟେଜ ପାଖରେ। Reception ଷ୍ଟେଜ ଉପରକୁ ଯିବା ପୂର୍ବରୁ ଦେଖିଲି ଆଶିଷ ପାଖରେ ଜଣେ ବ୍ୟକ୍ତି ବସିଥାଏ । ଜାଣିଛନ୍ତି ସେ କିଏ?? ସେ ହେଉଛି ଜଗା । ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି । ମୋ ପାଦ ତଳୁ ମାଟି ଖସିଗଲା । ସାହାସ ହେଲା ନାହିଁ ଷ୍ଟେଜ ଉପରକୁ ଯିବା ପାଇଁ , ମୋ ସ୍ବାମୀ ମୋତେ ଡାକୁଥାନ୍ତି କିନ୍ତୁ ମୋର ପାଦ ଆଗକୁ ବଢ଼ିବା କଷ୍ଟ କର ହୋଇଗଲା ।
ମୋ ସ୍ବାମୀ ପଚାରିଲେ କଣ ହେଲା ଚାଲ ଯିବା ଷ୍ଟେଜ କୁ?? ମୁଁ କଣ କହିବି ତାଙ୍କୁ, ସେ ଜଗା ବିଷୟରେ ଜାଣିଛନ୍ତି କିନ୍ତୁ ତାଙ୍କୁ କେବେ ଦେଖି ନାହାଁନ୍ତି । ହଠାତ୍ ଆଶିଷ ର ନଜର ମୋ ଉପରେ ପଡ଼ିଲା। ସେ ଉପରକୁ ଡାକିଲା ଆସ ଉପରକୁ।
ଆଶିଷ ଉପରେ ମନେ ମନେ ବହୁତ୍ ରାଗ ହେଲା ଏବଂ ଏପଟେ ଲୁହ ବାହାରି ବାକୁ ଜିଦି କରୁଥାଏ। ମୋ ଲୁହ କୁ ମୁଁ ବାଧ୍ୟ ରେ ରଖି ଆଗକୁ ବଢ଼ି ଚାଲିଲି। ଜଗା ର ନଜର ମୋ ଉପରେ ପଡ଼ିଲା ସେ ପୂର୍ବ ଭଳି ମୁହଁ ଫେରେଇ ନେଲା ।
କିଛି କହିଲା ନାହିଁ କୁ ଥରେ ମଧ୍ଯ ମୋତେ ବୁଲି ଚାହିଁଲା ନାହିଁ । ମୋ ମନରେ ବହୁତ୍ ପ୍ରଶ୍ନ ଉଠିଲା । ଆମର ଫୋଟୋ ଉଠା ସରିବା ପରେ ଆମେ ତଳକୁ ଆସିଲୁ। ସ୍ବାମୀ କହିଲେ ଚାଲ ଯିବା ।
ଡିନର କରି ଫେରିବା କିନ୍ତୁ ମୋର ମନରେ କିଛି ଅଲଗା ପ୍ରଶ୍ନ ଉଠୁଥିଲା। କାହାକୁ ପଚାରିବି ଭାବି ଭାବି ଆସିଲା ବେଳକୁ ଜଗା ଏବଂ ଆଶିଷ ର ଆଉ ଜଣେ ସାଙ୍ଗ ଶ୍ରବଣ ତା ସହିତ ଦେଖା ହେଲା।
ସେ ମୋତେ ଦେଖି ପଚାରିଲା ଭାଉଜ କେତେବେଳେ ଆସିଲ?? ମୋ ମନରେ ଥିବା ପ୍ରଶ୍ନ ର ଉତ୍ତର ଶ୍ରବଣ ଦେଇପାରେ ଭାବି ତା ସହିତ ଅଳ୍ପ କଥା ହେଲା ପରେ ସେ ଯିବାକୁ ବାହାରିଲା ମୁଁ ତାକୁ ପଚାରିଲି ମଉସା ମାଉସୀ ଆସିଛନ୍ତି କି ସେ କହିଲା ହଁ ଆସିଛନ୍ତି ତାଙ୍କୁ ଯଦି ଦେଖା କରିବାକୁ ଚାହୁଁଛ ତେବେ ସେପଟେ ଲେଡିଜ୍ ଗ୍ରୁପ୍ ରେ ଠିଆ ହୋଇଛନ୍ତି କହି ସେ ଚାଲିଗଲା। ମୋ ସ୍ବାମୀ ବହୁତ୍ ଭଲ କିନ୍ତୁ ଯଦି ରାଗିବେ ତେବେ ପୃଥିବୀ ଓଲଟ ପାଲଟ ହୋଇଯିବ ।
ମୁଁ କିଛି ପ୍ଲାନ୍ କରି ଏଠି କିଛି ସମୟ ରହିବାକୁ ପଡ଼ିବ । ହଠାତ୍ ବିଭୁ ଭାଇ ଙ୍କ ସହ ଦେଖା ହେଲା , ବିଭୁ ଭାଇ ଙ୍କୁ ମୋ ସ୍ଵାମୀ ପସନ୍ଦ କରନ୍ତି କାରଣ ଯେବେ ଯେବେ ମୋ ସ୍ଵାମୀ ଘରକୁ ଆସନ୍ତି ପ୍ରାୟତ ଚର୍ଚ୍ଚା ବିଭୁ ଭାଇ କରନ୍ତି କାରଣ ଜିତୁ ଭାଇ ଚାକିରି ରେ ରୁହନ୍ତି ।
ବିଭୁ ଭାଇ ଏବଂ ମୋ ସ୍ବାମୀ କଥା ହେଉଥିବା ସମୟରେ ମୁଁ ବାଥରୁମ୍ ଯିବା ବାହାନାରେ ସାଇଡ କୁ ଯାଇ ବିଭୁ ଭାଇ କୁ କଲ୍ କରି କହିଲି ତମେ ମୋ ସ୍ଵାମୀ କୁ କହିଦିଅ ସେ ଡିନର ଖାଇ ଫେରିଯିବେ ଏବଂ କୁହ ଶ୍ରୁତି ମାଉସୀ ସହିତ କିଛି ସମୟ ପରେ ଘରକୁ ଫେରିବେ ଏବଂ ବିଭୁ ଭାଇ ମଧ୍ୟ ମୋ ପ୍ଲାନ୍ କୁ Success କରିଦେଲେ ଏବଂ ସେ ଫେରିଗଲେ ।
ଏବେ ମୁଁ ଯାଇ ପହଞ୍ଚିଲି ଶ୍ରବଣ ପାଖରେ । ତାକୁ ବାହାରକୁ ଡାକି ଆଣି ପଚାରିଲି। ଯେ ଦେଖ ଶ୍ରବଣ ମୋତେ ତମେ ଭାଉଜ ବୋଲି ଡାକି ସମ୍ମାନ ଦେଉଛ, ଆଜି ଯାହା ପଚାରିବି ସତ ସତ କହିବ। ଶ୍ରବଣ କହିଲା ଜଗା ଭାଇ କଥା ଛାଡ଼ି ବାକି କିଛି ପଚାର ସବୁ କହିବି। ମୁଁ ପଚାରିଲି କାହିଁକି , ଶ୍ରବଣ କହିଲା ଜଗା ଭାଇ ସମସ୍ତଙ୍କୁ ରାଣ ଦେଇ ମନା କରିଛି ।
…………………………………………….

ଆଗକୁ ପଢ଼ିବେ:

ଜଗା କୁ ଦେଖି କିଏ ଅବା ଆଶ୍ଚର୍ଯ୍ୟ ହୋଇ ନଥାନ୍ତା, ପ୍ରାୟ ପାଞ୍ଚ ବର୍ଷ ପରେ ଜଣେ ହଜିଯାଇଥିବା ବ୍ୟକ୍ତି ଘରକୁ ଫେରିଛି ।

Page-10

By. Nilamadhab Bhuyan

Comment please about the story.,

Thanking You.

ଶ୍ରୁତି ର ଭାଗ୍ୟରେଖା…8

ଶ୍ରୁତି ର ଭାଗ୍ୟରେଖା...8
ଶ୍ରୁତି ର ଭାଗ୍ୟରେଖା…8

Page-7

କଥା ହେଉ ହେଉ ରାତି 8ଟା ବାଜିଲାଣି । ବିଭୁ ଭାଇ ଏବଂ ଜିତୁ ଭାଇ ଦୁଇ ଜଣ ଆସି ପହଁଚିଲେ ମେଡିକାଲ ରେ । ଟିକି ଆଗରୁ ସବୁ କଥା କହି ଦେଇଥିଲା। ଦୁଇ ଜଣ ଯାକ ରାଗରେ ଆସିଥିଲା କିନ୍ତୁ ମୋତେ ଜଗା ପାଖରେ ଦେଖି ଜିତୁ ଭାଇ ର ମନ ରେ ଦୟା ଆସିଲା ।

ସେ ମୋତେ ବାହାରକୁ ଡାକି ଆଣି ଧିର ସ୍ଵରରେ ରାଗି ପଚାରିଲା କଣ ଏ ସବୁ, ସେପଟେ ଘରେ କେତେ ଖୋଜୁଛନ୍ତି ଜାଣିଛୁ ଏବଂ ତୁ ମୋବାଇଲ ନେଇ ଆସିନୁ, ଟିକି କୁ ପଚାରିଲା ପରେ ଜଣା ପଡିଲା, ତୁ ଏଠି !! ମୁଁ ଭାଇ କୁ ସବୁ କଥା କହିଲି ଏବଂ ବୁଝେଇ ବାକୁ ଚେଷ୍ଟା କରିଲି ସେ ମାନିବାକୁ ନାରାଜ କିନ୍ତୁ ଟିକି ଏବଂ ଆଶିଷ ଆସି ଜିତୁ ଭାଇ ଏବଂ ବିଭୁ ଭାଇ ଙ୍କୁ ଅନୁରୋଧ କରି କହିଲା ପରେ ସେ ଦୁଇ ଜଣଙ୍କ ମନ ଅଳ୍ପ ବଦଳିଲା ଏବଂ ମୋର ଭଲ ପାଇବା କୁ ଆଖି ଆଗରେ ରଖି ମୋତେ ତିନୋଟି ସର୍ତ୍ତ କହିଲା ।

ପ୍ରଥମ ହେଲା ଘରେ ବାବା ଏବଂ ମାମିଙ୍କୁ ରାଜି କରିବାକୁ ଚେଷ୍ଟା କରିବି । ଯଦି ରାଜି ହେଲେ ତେବେ ହେବ । ଦ୍ଵିତୀୟ ହେଲା ଜଗା ଏବଂ ତୁ କେବଳ କଲେଜ୍ ରେ ଦେଖା କରିବ ବାହାରେ କୋଉ ରାସ୍ତାରେ କିମ୍ବା ଏକା ସାଙ୍ଗରେ ବୁଲିବାକୁ ଯିବା ଏଗୁଡ଼ିକ ମନା।

ତୃତୀୟ ସର୍ତ୍ତ ହେଲା, +2 ସରିଲା ପରେ ଜଗା Army କିମ୍ବା ଅନ୍ୟ Job ପାଇଁ ଚେଷ୍ଟା କରି କୋଉ ଭଲ ଜାଗାରେ job ପାଇଲା ପରେ ହିଁ ତୋ ସହିତ ତାର ବାହାଘର କରା ଯିବ ।

ଏଗୁଡ଼ିକ କେବଳ ତୁ ଭଲ ପାଉଛୁ ବୋଲି କରୁଛି ନହେଲେ ତୁ ଭଲ ଭାବରେ ଜାଣୁ ମୁଁ ଆଉ କଣ କରିଥାଆନ୍ତି। ମୁଁ ଭାଇ ର କଥା ରେ ହଁ ଭରିଲି କିନ୍ତୁ ମନରେ ଡର ଥିଲା । କୂଳ ସମାଜ ଏବଂ ବାବା ମମି ଉପରେ। ଭାଇ ମୋ ସେ ଡର କୁ ମଧ୍ୟ ଦୂରେଇ ଦେଲା । ସେ କହିଲା ତୁ କୁଳ, ସାହି ଲୋକ ଏବଂ ସମାଜ ଏବଂ ବାବା ମମି କଥା ଭାବୁଛୁ ନା, ସେ କଥା ମୋ ଉପରେ ଛାଡ଼ି ଦେ । ତୋ ଭାଇ କେବେ କାମରେ ଆସିବ । ତୁ ଯଦି ଖୁସି ରହିବୁ ତେବେ ମୋର ସବୁ ଦୁଃଖ ଉଡ଼ିଯିବ ।

ଭାଇ ୱାର୍ଡ ଭିତରକୁ ଗଲା ,ଜଗା ଉଠି ବସିଲା । ଭାଇ କୁ ପ୍ରଣାମ କରିବାକୁ ହାତ ଟେକିଲା କିନ୍ତୁ ଭାଇ କହିଲେ ନା ନା ତମେ ଏବେ ରେଷ୍ଟ କର। ଭାଇ ଜଗା କୁ କହିଲା । ତମ ଯୋଡ଼ି ସୁପର୍ ହିଟ କରେଇବି କିନ୍ତୁ ମୋ ସର୍ତ୍ତ ତମକୁ ମାନିବାକୁ ପଡ଼ିବ। ସେ ସର୍ତ୍ତ ଗୁଡ଼ିକ ତମକୁ ଶ୍ରୁତି କହିଦେବ। ଏତିକି କହି ଭାଇ କହିଲେ ଆମେ ଆସୁଛୁ ରାତି ବହୁତ୍ ହେଲାଣି ଘରେ ବାବା ମମି ବ୍ୟସ୍ତ ହେଲେଣି । ତାପରେ ଟିକି ଏବଂ ମୁଁ ଫେରିଗଲୁ।

ଘରେ ପହଞ୍ଚି ଭାଇ ବାବା ମମି କୁ ବୁଝାଇବାକୁ ଚେଷ୍ଟା କରିଲେ ପ୍ରାୟ 2 ଘଣ୍ଟା ବୁଝେଇବା ପରେ ସେମାନେ ରାଜି ହେଲେ । ମୁଁ ବହୁତ୍ ଖୁସି ହେଲି । ସମସ୍ତେ ଡିନର କରି ରେଷ୍ଟ କରିଲୁ । ସକାଳୁ ଭାଇ ମୋତେ ମେଡିକାଲ୍ ନେଇ ଗଲା । ସେଠି ଜଗା ପୁରାପୁରି ସୁସ୍ଥ ହୋଇ ଯାଇଥିଲା। ଆମେ ପ୍ରାୟ 3 ଘଣ୍ଟା କଥା ହେଲୁ। ଡାକ୍ତର ବାବୁ କହିଲେ ସଂଧ୍ୟା ବେଳେ ତମକୁ ଆମେ ମେଡିକାଲ୍ ରୁ ଡିଶ୍ଚାର୍ଜ୍ କରିଦେବୁ । ସମସ୍ତେ ଖୁସି ହେଲେ ।


ଏଠି ଅନ୍ୟ ଏକ ସମସ୍ୟା ଆସି ପହଁଚିଲା ଯେ ମୋ ଘରେ ସିନା ରାଜି ହୋଇଗଲେ କିନ୍ତୁ ଜଗା ର ବାପା ରାଜି ହେଲେ ନାହିଁ । ତାଙ୍କୁ ପୁଣି ଜଗା ଏବଂ ଆଶିଷ ବହୁତ୍ ବୁଝାଇଲେ ଏବଂ ଶେଷରେ ସେ ମାନିଗଲେ । ପୁଣି କଲେଜ୍ ଯିବା ଆସିବା ଆରମ୍ଭ ହେଲା । ପ୍ରତିଦିନ ଦେଖା ସାକ୍ଷାତ ଏବଂ ଚାରି ଜଣ ଯାକ ବୁଲାବୁଲି ଆରମ୍ଭ ହେଲା । ଜିତୁ ଭାଇ ଙ୍କ ଛୁଟି ସରିବା ପରେ ସେ ପୁଣି ଫେରିଗଲେ ।

ତାଙ୍କ ୟୁନିଟ କୁ, +2 ର ଦ୍ଵିତୀୟ ବର୍ଷ ସରିଗଲା। ମୋତେ ଅନୁଭବ ହେଉଥିଲା ଯେମିତି ଆମ ଦୁଇ ଜଣଙ୍କ ଯେମିତି ଅଧା ବାହାଘର ସରି ଯାଇଛି। କିନ୍ତୁ ଗୋଟିଏ କଥା ଏଠି ଜଗା କେବେ ଆମ ଘରକୁ ଆସି ନାହିଁ ଏବଂ ମୁଁ ତାଙ୍କ ଘରକୁ କେବେ ଯାଇନି ଏବଂ ଆମେ ଦୁହେଁ ଏହା ଗୋଟିଏ ସର୍ତ୍ତ ରୂପରେ ଗ୍ରହଣ କରି କହିଲୁ ଯିବା ଆସିବା ସେଦିନ ହେବା ଯେଉଁ ଦିନ ଆମେ ପରସ୍ପର କୁ ବିବାହ କରିବା ଏବଂ ଜଗା ମଧ୍ୟ ଭାଇଙ୍କ ସର୍ତ୍ତ ଅନୁଯାୟୀ ସେ ତାର Job ପାଇଁ ଦୌଡ଼ା ଦଉଡ଼ି କରୁଥାଏ ।

ଏଠି ଆମ ଜୀବନରେ ଅଳ୍ପ ମୋଡ଼ ଆସିଗଲା ଏବଂ ସେହି ମୋଡ଼ ମୋ ଭାଗ୍ୟ ରେଖା ରେ ଲେଖା ଥିବା କଥା କୁ ସତ କରିଦେଲା। +3 ର ପ୍ରଥମ ବର୍ଷ ଚାଲିଥାଏ । କଲେଜ୍ ଯିବା ଆସିବା ଚାଲିଥାଏ । ଗଣେଶ ପୂଜା ସମୟ ଆସିଲା, ଜଗା ର ମାମୁଁ ଜଣେ ମୁମ୍ବାଇ ରେ ରୁହନ୍ତି ସେ ଜଗା କୁ ବହୁତ୍ ଭଲ ପାଆନ୍ତି । ସେ ପ୍ରତି ବର୍ଷ ଗଣେଷ ପୂଜା ଦେଖିବାକୁ ଜଗା କୁ ଡାକୁଥିଲେ କିନ୍ତୁ ଜଗା ମନା କରୁଥିଲା କିନ୍ତୁ ସେହି ବର୍ଷ ଜଗା ମୁମ୍ବାଇ ଯିବା ପାଇଁ ବାହାରିଲା । ମୁଁ ମନା କରିଲି।

ଜଗା କହିଲା ଗୋଟିଏ ସପ୍ତାହ ର କଥା । ସାଙ୍ଗରେ ମାଇଁ ଯିବେ ତାଙ୍କୁ ମାମୁଁ ପାଖରେ ଛାଡ଼ିବାର ହେବ ଏବଂ ମୁଁ 3 ଦିନ ରହିବି ଯଦି ସମୟ ହେବ ବୁଲିବି ଅଥବା ଫେରିଯିବି । ଜଗା ପାଇଁ ତାଙ୍କ ମାମୁଁ ଯିବା ଆସିବା ପାଇଁ ଟିକେଟ କରିଥିଲେ । ମୋର ମନ ମାନୁ ନଥାଏ ମୁଁ ବାରମ୍ଵାର କହୁଥାଏ ତମେ ବଦଳରେ ଆଉ କିଏ ଗଲେ ହେବନି କି?? ମୁଁ ଏମିତି କହୁଥିଲି କିନ୍ତୁ ଜଗା କହିଲା ସେ ମୋତେ ତାଙ୍କ ପୁଅ ଭଳି ଦେଖନ୍ତି ତାଙ୍କର ଦୁଇଟି ଝିଅ କିନ୍ତୁ ମୋତେ ପିଲା ବେଳୁ ପୁଅ ର ସ୍ନେହ ଦେଇ ଆସିଛନ୍ତି । ମୁଁ ଯଦି ଯିବିନି ସେ ଖରାପ ଭାବିବେ । ଏବଂ ଆଉ କିଏ ଯିବା ପାଇଁ ନାହାନ୍ତି ।

ଏମିତି କହି ଜଗା କିଛି ଦିନ ପରେ ମୁମ୍ବାଇ ଯିବାକୁ ବାହାରିଲା ସେଠୀ ବୁଲା ବୁଲି କରି ଗୋଟିଏ ସପ୍ତାହ ପରେ ସେ ଫେରିଲା । ରାତି 8ଟା ରେ ଟ୍ରେନ ଥିଲା । ଫେରିଲା ବେଳେ ଟ୍ରେନ ରେ ବସି କଥା ହେଲୁ। ଟ୍ରେନ ରେ ବହୁତ୍ ଭିଡ ଥିଲା । ରାତି 11 ଟା ପର୍ଯ୍ୟନ୍ତ କଥା ହେଲୁ । ତାପରେ ମୁଁ କହିଲି ରେଷ୍ଟ କର ସକାଳେ କଥା ହେବା ।

ଯଦି ସାଗର ରେ ସୁନାମି ର ପ୍ରକୋପ ଅଛି ତେବେ ସେ ନିଶ୍ଚୟ କୁଳ ଲାଙ୍ଘିବ ଏବଂ ସର୍ବନାଶ କରିବ । ସେମିତି ମୋ ଭାଗ୍ୟ ରେଖା ରେ ଯାହା ଅଛି ତାହା ନିଶ୍ଚୟ ହେବ । ତାକୁ କେହି ରୋକି ପାରିବ ନାହିଁ । ତାପର ଦିନ ସକାଳେ ଜଗା କୁ କଲ୍ କରିଲି । କିନ୍ତୁ ଜଗା କଲ୍ ଉଠାଇଲା ନାହିଁ ।

ପ୍ରାୟ 15 ରୁ 20 ଥର କଲ୍ କରିବା ପରେ ସେ ସ୍ୱିଚ୍ ଅଫ ହେବାର ଉତ୍ତର ଆସିଲା । ସଙ୍ଗେ ସଙ୍ଗେ ଆଶିଷ କୁ ଫୋନ୍ କରିଲି ,ସେ ସୋଇଥିଲା , ତାକୁ କହିଲି ସକାଳ 6 ଟା ରୁ ପ୍ରାୟ 2 ଘଣ୍ଟା ହେଲା କଲ୍ କରୁଛି କିନ୍ତୁ ସେ ଉଠେଇଲା ନାହିଁ ଆଉ ଏବେ ଶ୍ୱିଚ ଅଫ କହୁଛି । ଆଶିଷ ମଧ୍ୟ ଫୋନ୍ କରିଲା। ସେହି ଉତ୍ତର , ଶ୍ୱିଚ୍ ଅଫ । ଆଶିଷ ଜଗା ର ମାମୁଁ ଙ୍କୁ କଲ୍ କରିଲା । ମାମୁଁ କହିଲେ କାଲି ରାତିରେ କଲ୍ କରିଥିଲି । ସେ ମୋ ସହିତ କଥା ହୋଇଥିଲା।

ତାପରେ ମୁଁ ମଧ୍ୟ ସକାଳୁ ଠାରୁ କଲ୍ କରୁଛି କଲ୍ ଲାଗୁନି । ସମସ୍ତେ ଚିନ୍ତା ରେ ପଡିଲେ । ଜଗା ଗଲା କୁଆଡେ , ଦେଖୁ ଦେଖୁ ଦିନ 10ଟା ବାଜିଲାଣି । ଶେଷରେ କିଛି ଖବର ନ ମିଳିବାରୁ ପୋଲିସ୍ ଷ୍ଟେସନ କୁ ଯାଇ ରିପୋର୍ଟ ଲେଖାଗଲା । ପୋଲିସ ଖବର ବାହାର କରିବାରେ ଲାଗି ପଡ଼ିଲା । ରାତି 7ଟାରେ ଜଗା ର ବାପା ପାଖକୁ କଲ୍ ଆସିଲା କି ଶୀଘ୍ର ଥାନା କୁ ଆସ । ସେ ଦଉଡ଼ିଗଲେ ସାଙ୍ଗରେ ଆଶିଷ କୁ ନେଇ ଗଲେ ।

ସେଠି ପୋଲିସ ବାବୁ କହିଲେ । ଆପଣଙ୍କ ପୁଅ ଯୋଉ ଟ୍ରେନ ରେ ଆସୁଥିଲେ ସେହି ଟ୍ରେନ ରେ ରାତି 2ଟା ପାଖାପାଖି ହେବ ସିଟ୍ ପାଇଁ ଝଗଡ଼ା ହେଲା ସମସ୍ତେ ଉଠିଲେ । ଝଗଡା କରୁଥିବା ବ୍ୟକ୍ତି ମାନେ ମଦ ପିଇ ଥିଲେ । ସେମାନଙ୍କ ସିଟ୍ ନଥିଲା। ଜବରଦସ୍ତି ବସିବାକୁ ଚେଷ୍ଟା କରୁଥିଲେ ତାପରେ ସେଠୁ 3 ଜଣ ପିଲା କୁ ଟାଣି ଟାଣି ବାଥରୁମ୍ ପାଖକୁ ନେଲେ ସେଠୀ କଥା ହେବା ପରେ ହଠାତ୍ ଜୋର୍ ରେ ପାଟି କରିବାର ଶବ୍ଦ ଆସିଲା। ପାଖରେ ଲୋକମାନେ ଉଠି ଦେଖିଲେ ଯୋଉ 3 ଜଣ ପିଲା ସହିତ ଝଗଡା କରୁଥିଲେ ସେମାନେ ନଥିଲେ ।

ସେ ମଦ ପିଇଥିବା ଦୁବୃର୍ତ୍ତ ମାନେ ତାଙ୍କୁ ଟ୍ରେନ ରୁ ଠେଲି ଦେଇଛନ୍ତି । ପାଖରେ ଥିବା ଲୋକମାନେ ପଚରା ଉଚରା କରି ମାଡ ମାରିବା ପରେ ସେମାନେ କହିଲେ ଆମେ ତାଙ୍କୁ ଟ୍ରେନ ବାହାରକୁ ଠେଲି ଦେଇଛୁ । ସଙ୍ଗେ ସଙ୍ଗେ ଟ୍ରେନ ର ଚେନ୍ ଟଣାଗଲ ଏତିକି କଥା ହେଉ ହେଉ ଟ୍ରେନ ଚାଲିବାର ପ୍ରାୟ 20 ମିନିଟ୍ ହୋଇ ସାରିଥିଲା ।

…………………………………………….

ଆଗକୁ ପଢ଼ିବେ:

ମୋ ପାଇଁ ପୁଅ ଦେଖା ଆରମ୍ଭ ହେଲା। ପୁଅ ଦେଖା ଫାଇନାଲ ହେଲା । ପୁଅ ଟି ଭୁବନେଶ୍ୱର ପାଖରେ କୋଉ ସହର ରେ RI ଅଛନ୍ତି ଏବଂ 6 ମାସ ଭିତରେ ବାହାଘର ସମ୍ପନ୍ନ ହେଲା।

Page-9
By. Nilamadhab Bhuyan

Comment please about the story.,

Thanking You.