![]() |
ଶ୍ରୁତି ର ଭାଗ୍ୟରେଖା…7 |
ଆମେ ମଧ୍ୟ ଗୋଟିଏ କ୍ଲାସ୍ ପରେ ଘରକୁ ଫେରି ଗଲୁ। ଏମିତି ଜଗା କଲେଜ୍ ଆସୁଥାଏ ମୁଁ କଥା ହେବାକୁ ଚାହିଁଲେ ସେ କଥା ହୁଏନା ।
ଦିନେ ବହୁତ ବଡ ଘଟଣା ଘଟିଗଲା । ଜିତୁ ଭାଇ ଛୁଟି ରେ ଘରକୁ ଆସିଥିଲା । ରାତି ୧୦ଟା ପାଖାପାଖି ସେ ମୋ ମୋବାଇଲ ରେ କିଛି ଦେଖୁଥିଲା ହଠାତ୍ ଜଗା ର ଫୋନ୍ ଆସିଲା । ଭାଇ ବହୁତ୍ ରାଗି, ସେ ଜଗା ର ନାଁ ଟିକୁ ଦେଖି ମୋତେ ଆସି ପଚାରିଲା ସେ କିଏ । ମୁଁ କହିଲି ମୋ ସାଙ୍ଗ କିନ୍ତୁ ଭାଇ କିଛି ନ କହି ମୋ Whatsapp ଖୋଲି ଚେକ୍ କରିଲା।
ମୁଁ ଜାଣି ନଥିଲି । ସେ ସେଠୀ ମେସେଜ ପଢିଲା ଏବଂ ସେଥିରେ କିଛି କିଛି ମେସେଜ ଥିଲା , ଯେମିତି ” I Like You Sruti” ” I Miss you” ଏମିତି କିଛି ମେସେଜ କିନ୍ତୁ ତାର ସବୁ ମେସେଜ ର ରିପ୍ଲାଈ ରେ ମୁଁ ସାଙ୍ଗ ଭଳି ତାକୁ ଉତ୍ତର ଦେଇଛି କିନ୍ତୁ ଭାଇ ଏହି କଥା କୁ ନେଇ ସିରିଅସ୍ ହୋଇ ଯାଇଛି । ସେ ନମ୍ୱର୍ ନେଇ ତା ସହିତ କଥା ହୋଇ ତାକୁ ଧମକ ମଧ୍ୟ ଦେଇଛି।
ଏକଥା ମୋତେ ଜଣା ନଥିଲା। ତା ପର ଦିନ କଲେଜ୍ ରେ ଆଶିଷ ମୋ ପାଖକୁ ଆସି କହିଲା, ଯଦି ସାଙ୍ଗ ହୋଇ ରହିବାକୁ ଚାହୁଁଛୁ ତେବେ ତୋ ଭାଇ କୁ କହି ଧମକ କାହିଁକି ଦେଉଛୁ । ମୁଁ ପଚାରିଲି କଣ ହୋଇଛି ମୋତେ କୁହ, ମୁଁ ଭାଇ କୁ କିଛି କହିନି । ଆଶିଷ ଜଗା କୁ ଟାଣି ଆଣି ପଚାରିଲା , କାଲି ଶ୍ରୁତି ର ଭାଇ ତୋତେ କଣ କଣ କହିଲା କହ, ଜଗା ସବୁ ସତ ସତ କହିଲା । ମୁଁ ରାଗରେ ପଞ୍ଚମ , ସଙ୍ଗେ ସଙ୍ଗେ ଭାଇ କୁ ଫୋନ୍ କରି କହିଲି, ଭାଇ କାହିଁକି ଏମିତି କରୁଛ ।
ଜିତୁ ଭାଇ ମୋତେ କହିଲା ମୁଁ ଯାହା କରିଛି ଠିକ୍ କରିଛି ଆଉ ଜଗା ମୋତେ କଣ କହିଲା ସେଇଟା ଶୁଣିବୁ ନାହିଁ?? ମୁଁ ପଚାରିଲି କଣ କହ?? ଜଗା କହିଲା, ଭାଇ ତମେ ମୋତେ ଯାହା ଭାବୁଛ ତାହା ସତ କିନ୍ତୁ ମୋତେ ଶ୍ରୁତି ଭଲ ପାଉନି, କିନ୍ତୁ ଏହା ସତ ମୁଁ ମଧ୍ୟ ଶ୍ରୁତି ବିନା ବଞ୍ଚି ପାରିବି ନାହିଁ , ସେ ଯଦି ଆଉ କାହାର ହେବ ମୁଁ ଆତ୍ମହତ୍ୟା କରିଦେବି କିନ୍ତୁ କେବେ ତାକୁ କହିବି ନାହିଁ କି ଆପଣ ଘରକୁ କେବେ ଆଞ୍ଚ ଆସିବାକୁ ଦେବିନି। ମରିଯିବି ବରଂ ଶ୍ରୁତି କୁ କେବେ ବାଧ୍ୟ କରିବି ନାହିଁ ।
ତେବେ ଜିତୁ ଭାଇ କହିଲେ , ତୁ ଶ୍ରୁତି କୁ ଭୁଲି ଯା । ଜଗା କହିଲା ଭୁଲିବାର ପ୍ରଶ୍ନ ଉଠୁନି। ଭୁଲି ପାରିବିନି ଭାଇ । ଏମିତି ବହୁତ୍ କଥା । ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ରେ ଜଗା କୁ ଚାହିଁ ରହିଲି । ଜଗା କୁ ପଚାରିଲି କଣ ରେ ପାଗଳାମି କରୁଛୁ । ମୁଁ ତୋତେ ମନା କରିଥିଲି ପରା ମୋ ପିଛା ଛାଡ଼ି ଦେ । ଜଗା କହିଲା , ନା ଲୋ ଶ୍ରୁତି ତୋ ବିନା ବଞ୍ଚି ପାରିବିନି କିନ୍ତୁ ତୁ ଯଦି ମୋତେ ଭଲ ପାଇବୁନି ତେବେ ମୁଁ ତୋତେ ବାଧ୍ୟ କରିବିନି । ତୁ ଯା ତୋ ଜୀବନରେ ତୁ ଖୁସିରେ ରହ । ମୁଁ ରାଗରେ ଉଠି ଆସିଲି ଏବଂ ଘରକୁ ଫେରି ଆସିଲି।
ଅପରାହ୍ନ ୪ଟା ବେଳେ ମୁଁ ବସି ଟିଭି ଦେଖୁଥିଲି। ହଠାତ୍ ଆଶିଷ ର ଫୋନ୍ ଆସିଲା ଏବଂ କାନ୍ଦ କାନ୍ଦ ଅବସ୍ଥାରେ କହିଲା । ଶୁଣ ଶ୍ରୁତି, ଜଗା ବିଷ ପିଇ ଦେଇଛି। ଏବେ ଆମେ ତାକୁ ମେଡିକାଲ୍ ନେଇ ଯାଉଛୁ । ତୁ ଏତେ ନିଷ୍ଠୁର କାହିଁକି ହେଉଛୁ କହିଲୁ, ସେ ଅଧମରା ଅବସ୍ଥାରେ କେବଳ ତୋ ନାଁ ହି ନେଉଛି । ସେଥିପାଇଁ ତୋତେ ଫୋନ୍ କରି କହୁଛି, ଏତିକି କହି ସେ ଫୋନ୍ କାଟିଦେଲା। ଏହା ଶୁଣି ମୁଁ ସଙ୍ଗେ ସଙ୍ଗେ ଟିକି କୁ ଫୋନ୍ କରିଲି।
କଣ କରିବି କିଛି ଜାଣି ପାରୁ ନଥିଲି। ଟିକି କହିଲା , ଚାଲ୍ ମେଡିକାଲ୍ ଯିବା । ମୁଁ କହିଲି ଏବେ ଯଦି ମୁଁ ଘରୁ ବାହାରିବି ତେବେ ଘରେ ମୋତେ ବହୁତ୍ ପ୍ରଶ୍ନ କରିବେ । କଣ କରିବି କହ । ଟିକି କହିଲା ତୋ ଭାଇ କୁ କହ । ମୁଁ କହିଲି ,ଭାଇ ଯଦି ଜାଣିବ ସେ ଓଲଟା ରାଗିବ । ଟିକି କହିଲା ରହ୍ ମୁଁ ଆସୁଛି । ସେତେବେଳେ ମମି ରୋଷେଇ ଘରେ କିଛି କାମ କରୁଥିଲେ । ଭାଇ କୁଆଡେ ଖେଳିବାକୁ ଯାଇଥିଲା । ମୁଁ ଏବଂ ଟିକି ମିଶି ମେଡିକାଲ୍ କୁ ଗଲୁ ।
ସେଠି ପହଞ୍ଚିଲା ପରେ ଦେଖିଲୁ । ଜଗା ର ଘର ଲୋକେ କାନ୍ଦ କାନ୍ଦ ଅବସ୍ଥାରେ ଜଗା ର ରୁମ୍ ବାହାରେ ଠିଆ ହୋଇଥିଲେ । ଆଶିଷ ଦଉଡ଼ି ଆସିଲା କହିଲା । ଶ୍ରୁତି କଣ ହେଇଗଲା ଦେଖ । ତା ଘର ଲୋକେ ମୋତେ ଦେଖି ପ୍ରଥମେ ରାଗିଲେ କିନ୍ତୁ ପରେ ଜଗା ର ମା ଆସି ମୋତେ ଅନୁରୋଧ କରିଲେ କି ଝିଅ, ତୋ ପାଇଁ ମୋ ପୁଅ ର ଏ ଅବସ୍ଥା, ତୁ କିଛି କର, ମୋ ପୁଅ କୁ ବଞ୍ଚେଇ ଦେ । ସେ ଯୋଉ ରୁମ୍ ରେ ଆଡମିଟ୍ ଥିଲା ସେ ରୁମ୍ ପାଖକୁ ଦଉଡି ଗଲି ।
ଜଗା ର ପାଟିରେ କେବଳ ଶ୍ରୁତି.. ଶ୍ରୁତି.. ଶ୍ରୁତି.. ହିଁ ଥିଲା । ସେତେବେଳେ ଡାକ୍ତର ଜଗା କୁ ଚେକ୍ କରୁଥିଲେ। ମୁଁ ପହଞ୍ଚିବା ର 5 ମିନିଟ୍ ପରେ ଡାକ୍ତର ବାବୁ କହିଲେ ସେ ଏବେ ଠିକ୍ ଅଛନ୍ତି, ସେ ଯୋଉ ବିଷ ପିଇଥିଲା ତାର ପ୍ରଭାବ ଏବେ ପର୍ଯ୍ୟନ୍ତ ଅଛି ଏବଂ ସେ ଭଲ ଅବସ୍ଥା କୁ ଆସିବାକୁ 2 ରୁ 3 ଦିନ ଲାଗିବ। ସେ ଆଉ ଗୋଟିଏ ଦିନ ଏଠି ରହୁ, ତା ପରେ ମୁଁ ଆପଣଙ୍କୁ ଜଣେଇବି ସେ ଘରକୁ ଯିବ କି ନାହିଁ ଏତିକି ଜଗା ର ବାପା କୁ କହି ଫେରିଗଲେ ।
ଡ଼ାକ୍ତର ବାବୁ ବାହାର କୁ ଆସିଲା ପରେ ନର୍ସ ମୋତେ ଭିତରକୁ ଯିବା ପାଇଁ ଅନୁମତି ଦେଲେ । ପହଞ୍ଚିଲି ଜଗା ପାଖରେ । ଧିର ସ୍ୱର ରେ ଶ୍ରୁତି ଶ୍ରୁତି କହି ଉଠୁଥିଲା । ତାର ଅବସ୍ଥା ଦେଖି ବହୁତ୍ କାନ୍ଦିବାକୁ ଇଛା ହେଉଥିଲେ ମଧ୍ୟ ଅଳ୍ପ ଲୁହ ଗଡ଼େଇ ଜଗା ର ହାତକୁ ଧରିଲି । ମୋ ହାତ ସ୍ପର୍ଶ ପରେ ସେ ଧିରେ ଧିରେ ଆଖି ଖୋଲିଲା । ସମସ୍ତେ ସେ ୱାର୍ଡ ରୁ ବାହାରକୁ ଚାଲିଗଲେ।
ଜଗା ମୋତେ ଦେଖି ପୁଣି ମୁହଁ ଫେରେଇ ନେଲା। ମୁଁ ପଚାରିଲି କଣ ପାଇଁ ଏ ପାଗଳାମି ??? କଣ ଚାହୁଁଛ ତମେ । ଜଗା ମୁହଁ କୁ ବୁଲେଇ ମୋତେ ଚାହିଁ କହିଲା । କିଛି ଦରକାର ନାହିଁ ଶ୍ରୁତି, ମୁଁ ଜାଣିନି ମୁଁ କଣ କରୁଛି। ସତ କହିବାକୁ ଗଲେ ବେଳେବେଳେ ମୁଁ ଜାଣି ପାରେନା ମୁଁ କଣ କରୁଛି। ମୁଁ କହିଲି କଣ ପାଇଁ ଏତେ ମିଛ କହୁଛ?? ତମେ ସବୁ ଜାଣିଛ ଯାହା ଅସମ୍ଭବ ତାହା ସମ୍ଭବ ରେ ପରିଣତ ହେଲେ ବହୁତ୍ ଅସୁବିଧା ହେବ ।
ଜଗା କହିଲା ମୁଁ ଚାହୁଁଚି ସେ ଅସମ୍ଭବ କୁ ସମ୍ଭବ ରେ ପରିଣତ କରି ନୂଆ ନାମ ଦେବା ପାଇଁ। ମୁଁ କହିଲି, ବର୍ତ୍ତମାନ ଆମର ଏହି ସମୟରେ ଜଣେ ଅନ୍ୟ ଜଣଙ୍କୁ ଭଲ ପାଇ ବସନ୍ତି କିନ୍ତୁ ବର୍ତ୍ତମାନ ଆମର ପଢ଼ିବା ସମୟ ଏହି ସମୟ ରେ ଆମେ ପଢା ଉପରେ ଧ୍ୟାନ ଦେବା କଥା କିନ୍ତୁ ଏବେ ତାହା ପୁରା ଓଲଟା ହେଉଛି। ଜଗା କହିଲା ମୋତେ ଏବେ ଉପଦେଶ ଦରକାର ନାହିଁ।
ମୁଁ ପଚାରିଲି କଣ କରିବାକୁ ଚାହୁଁଛ କୁହ? ଜଗା କହିଲା ତମ ଦ୍ଵାରା ସମ୍ଭବ ନାହିଁ, ଏବଂ କହିଲେ କିଛି ଫାଇଦା ନାହିଁ। ମୁଁ ସାହାସ କରି କହିଲି କୁହ ଯଦି ମୋ ଦ୍ଵାରା ସମ୍ଭବ ହେବ ତେବେ ସାହାଯ୍ୟ କରିବି। ଜଗା କହିଲା ” ସାହାଯ୍ୟ ବଦଳରେ ମୋତେ ତମେ ଦରକାର” କହି କାନ୍ଦି ଉଠିଲା । ତାର ସେହି ଅଧା ସ୍ୱର୍ କଣ୍ଠରେ ସେହି ଶବ୍ଦ ଗୁଡ଼ିକ ମୋତେ କାନ୍ଦିବାକୁ ବାଧ୍ୟ କରିଲା ଆଉ ରହିପାରିଲି ନାହିଁ ।
ସଙ୍ଗେ ସଙ୍ଗେ ତାକୁ କୋଳେଇ ନେଲି ଏବଂ ସେ ଖୁସି ହୋଇ କୋଳେଇ ନେଇ କହିଲା ” I Love You Sruti ” , ପୁଣି କହି ଉଠିଲା ଏହି କଥା ପଦକ କହିବା ପାଇଁ ମୋତେ ସାହାସ ହେଉ ନଥିଲା । କାରଣ ମୁଁ ଭାବୁଥିଲି ମୋ ପାଇଁ ଏହି କଥା ପଦକ ଏକ ଜ୍ୱାଳାମୁଖୀ ସଦୃଶ୍ୟ କିନ୍ତୁ ଆଜି ଜାଣିଲି ସେ ଜ୍ୱାଳାମୁଖୀ ବହୁତ୍ ଶାନ୍ତ ଏବଂ ସରଳ ।
ମୁଁ ଅଳ୍ପ ହସି ପଚାରିଲି , ମୁଁ କଣ ଜ୍ୱାଳାମୁଖୀ। ଜଗା କହିଲା ନା ନା, ତମେ ନୁହଁ, ତମେ ମୋ ଶ୍ରୁତି। ଜଗା ପଚାରିଲା ମୋତେ ଛାଡ଼ି ଜୀବନୀ ତ?? ଏହି କଥା ପଦକ ରେ ମୁଁ ତାକୁ ଦୁଃଖୀ ନ କରିବାକୁ ଯାଇ ହଁ ଭରିଲି କିନ୍ତୁ ସେ କ୍ଷଣ ଠାରୁ ଜଗା ପ୍ରତି ମୋର ଭଲ ପାଇବା ଆରମ୍ଭ ହୋଇଗଲା । ବାକି ସମସ୍ତେ ଆସିଲେ । ଆଶିଷ ପଚାରିଲା କଣ ଭାଉଜ ଏଥର ତମ ପ୍ରେମ ଗାଡି ଆରମ୍ଭ ହେବ ନା ନାହିଁ?? ଦୁହେଁ ହସିଲୁ। କିଛି ସମୟ ବସି କଥା ହେଲୁ ।
ଆଗକୁ ପଢ଼ିବେ:
Comment please about the story.,
Thanking You.
Other cast marriage gan samaja re bahut kasta .. love re e esabu kichhi nathile bi real life re esabu hin agaku pacheri saje ..jaha falare aji kali lovers mane ghara chhadi jibaku badhya huanti..au tanka bapa ,maa yaara kharap fala bhoganti(eka gharia)..
thik katha, Narendra but e sabu ra solution nahin, kahinki love marriage pain village level re permit karibe nahin. Results bapa maa nku suffer karibaku pade..