ମିହିର ଛଳ ଛଳ ଆଖିରେ ମାମୁଁ ଙ୍କୁ ଚାହିଁ ରହିଲା । ମିହିର ଭାବିଲା ମାମୁଁ ମୋ ଉପରେ କେବେ ହାତ ଉଠେଇ ନଥିଲେ ଏବଂ ଆଜି ମୁଁ କେବଳ ବିବାହ ପାଇଁ ମନା କରିବା ଯୋଗୁ ମୋତେ ମାଡ ଖାଇବାକୁ ପଡ଼ିଲା ?? ମିହିର ଏତିକି ଭାବି ଚୁପ୍ ରହିଥିଲା କିନ୍ତୁ ଚାପୁଡା ର କାରଣ କିଛି ଅଲଗା ଥିଲା ।
ମାମୁଁ କହିଲେ ମୁଁ ତୋତେ ମୋ ପୁଅ ଭଳି ଭାବୁଥିଲି କିନ୍ତୁ ତୁ କାଲି ସେ ଭୁଲ କରି ମୋ ଆଖିରେ ସବୁ ଦିନ ପାଇଁ ପର ହୋଇଗଲୁ । ମିହିର କିଛି ବୁଝି ପାରିଲା ନାହିଁ । ମିହିର ପଚାରିଲା, ମୁଁ କଣ କରିଛି ମାମୁଁ ।
ମାମୁଁ ରାଗରେ କହି ଉଠିଲେ , ପୁଣି ପଚାରୁଚୁ କଣ କରିଛୁ ? ମାମୁଁ ମିହିର ର କଲର ଧରି ବାରଣ୍ଡା କୁ ଟାଣି ଆଣିଲେ ଏବଂ କହିଲେ ତୁ ଏବେ ତୋ ଗାଁ କୁ ଚାଲି ଯା । ମିହିର ପୁଣି ପ୍ରଶ୍ନ କରିଲା ମାମୁଁ ମୋର ଭୁଲ ତ କଣ କୁହ ? ମାମୁଁ କହିଲେ ତୁ କିଛି ଜାଣିନୁ ।
ତୁ ତୋ ମା ଭଳି ମାଇଁ କୁ ଖରାପ ନଜର ରେ ଦେଖୁଛୁ ଏବଂ ରାନି କୁ ନିଜ ସାନ ଭଉଣୀ କୁ ବୋଲି ଭାବୁଛୁ ନା ତେବେ ସେ ଶୋଇବା ଅବସ୍ଥାରେ ତାକୁ ଖରାପ ମନୋଭାବ ନେଇ ତାକୁ ଛୁଇଁବାକୁ କାହିଁକି ଚେଷ୍ଟା କରିଥିଲୁ ?
ମିହିର ଆଖିରେ ଲୁହ ଆସିଗଲା । ତା ପାଦ ତଳୁ ମାଟି ଖସିଗଲା। ମିହିର କହିଲା , ମାମୁଁ ଏ ସବୁ ମିଛ । ମୁଁ କିଛି କରିନି । ମାଇଁ କୁ, ମୁଁ ମା ଭଳି ଦେଖେ ଏବଂ ରାନି ମୋ ସାନ ଭଉଣୀ ତାକୁ ମୁଁ ଖରାପ ଭାବେ କେମିତି ଛୁଇଁବି ?? ମାମୁଁ କହିଲେ ତୋ କଥା ମୁଁ କିଛି ଶୁଣିବି ନାହିଁ ।
ମାମୁଁ କହିଲେ ମୁଁ ତୋତେ ମୋ ପୁଅ ଭଳି ଭାବୁଥିଲି କିନ୍ତୁ ତୁ କାଲି ସେ ଭୁଲ କରି ମୋ ଆଖିରେ ସବୁ ଦିନ ପାଇଁ ପର ହୋଇଗଲୁ । ମିହିର କିଛି ବୁଝି ପାରିଲା ନାହିଁ । ମିହିର ପଚାରିଲା, ମୁଁ କଣ କରିଛି ମାମୁଁ ।
ମାମୁଁ ରାଗରେ କହି ଉଠିଲେ , ପୁଣି ପଚାରୁଚୁ କଣ କରିଛୁ ? ମାମୁଁ ମିହିର ର କଲର ଧରି ବାରଣ୍ଡା କୁ ଟାଣି ଆଣିଲେ ଏବଂ କହିଲେ ତୁ ଏବେ ତୋ ଗାଁ କୁ ଚାଲି ଯା । ମିହିର ପୁଣି ପ୍ରଶ୍ନ କରିଲା ମାମୁଁ ମୋର ଭୁଲ ତ କଣ କୁହ ? ମାମୁଁ କହିଲେ ତୁ କିଛି ଜାଣିନୁ ।
ତୁ ତୋ ମା ଭଳି ମାଇଁ କୁ ଖରାପ ନଜର ରେ ଦେଖୁଛୁ ଏବଂ ରାନି କୁ ନିଜ ସାନ ଭଉଣୀ କୁ ବୋଲି ଭାବୁଛୁ ନା ତେବେ ସେ ଶୋଇବା ଅବସ୍ଥାରେ ତାକୁ ଖରାପ ମନୋଭାବ ନେଇ ତାକୁ ଛୁଇଁବାକୁ କାହିଁକି ଚେଷ୍ଟା କରିଥିଲୁ ?
ମିହିର ଆଖିରେ ଲୁହ ଆସିଗଲା । ତା ପାଦ ତଳୁ ମାଟି ଖସିଗଲା। ମିହିର କହିଲା , ମାମୁଁ ଏ ସବୁ ମିଛ । ମୁଁ କିଛି କରିନି । ମାଇଁ କୁ, ମୁଁ ମା ଭଳି ଦେଖେ ଏବଂ ରାନି ମୋ ସାନ ଭଉଣୀ ତାକୁ ମୁଁ ଖରାପ ଭାବେ କେମିତି ଛୁଇଁବି ?? ମାମୁଁ କହିଲେ ତୋ କଥା ମୁଁ କିଛି ଶୁଣିବି ନାହିଁ ।
ସେତିକିବେଳେ ରାନି ସ୍କୁଲ୍ ଚାଲିଗଲାଣି । ମାଇଁ ଜାଣି ଶୁଣି ଘର ଭିତରେ ଲୁଚି ରହିଥିଲେ । ମିହିର ପୁଣି କହିଲା । ମାମୁଁ ଏ ସବୁ ମିଛ । ତମେ ରାନି କୁ ପଚାରି ବୁଝ, ସେ ସବୁ ସତ କଥା କହିବ ।
ମାମୁଁ କିଛି ଶୁଣିବାକୁ ଚାହୁଁ ନଥିଲେ । ସେ ରାଗରେ ବହୁତ୍ କିଛି କହି ଯାଉଥିଲେ । ମିହିର ମାମୁଁ ଙ୍କ ଗୋଡ଼ ତଳେ ପଡି ଗଲା । କହିଲା ମାମୁ , ତମେ ମୋ ବାପା ଭଳି ତମେ ମୋତେ ବିଶ୍ୱାସ କର ,ମାଇଁ ମିଛ କହୁଛନ୍ତି । ମୁଁ ମିଛ ଦୋଷ ନେଇ ତୁମ ଆଗରେ ଛୋଟ ହେବାକୁ ଚାହୁଁନି, ମୋ କଥା କୁ ବିଶ୍ୱାସ କର ।
ମୁଁ ସେମିତି କିଛି କରିନି । ମାମୁଁ ପୁଣି କହି ଉଠିଲେ । କାଲି ମାଇଁ ଲୁଗା ପିନ୍ଧିବା ସମୟରେ ତୁ ସେ ଘରକୁ କାହିଁକି ଯାଇଥିଲୁ । ମିହିର କହିଲା ,ମାମୁଁ ଏ କଥା ସବୁ ମିଛ ସେ କୋଉ ସମୟ କଥା କହୁଛନ୍ତି ମୁଁ ମଧ୍ୟ ଜାଣିନି ଏବଂ ଆମେ ଦୁହେଁ କାଲି ଦିନରେ ପାଠ ପଢ଼ୁଥିଲୁ।
ମୋ କଥା କୁ ବିଶ୍ୱାସ କର ମାମୁଁ, ମୁଁ କିଛି ଜାଣିନି । ଏ ସବୁ ମିଥ୍ୟା ଆରୋପ। ମାମୁଁ ପୁଣି ଥରେ ମିହିର କୁ ଧକ୍କା ଦେଇ କହିଲେ । ତୁ ଏଠି ଆଉ ଅଳ୍ପ ମୁହୂର୍ତ୍ତ ମଧ୍ୟ ରହିବୁ ମୁଁ ତୋତେ ଜୀବନରେ ମାରିଦେବି ଯଥା ଶୀଘ୍ର ଏଠୁ ଚାଲି ଯା ।
ମିହିର ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ ମାମୁଁ ବୁଝିବାକୁ ନାରାଜ । ଶେଷରେ ମିହିର ଘର ଭିତରକୁ ଯାଇ ଗୋଟିଏ ବ୍ୟାଗ୍ ରେ କିଛି କପଡା ଆଉ ଅନ୍ୟ ବ୍ୟାଗ୍ ରେ କିଛି ବହି ପତ୍ର ନେଇ ସାଇକେଲ ରେ ଚାଲିଲା ନିଜ ଗାଁ କୁ ।
ସେଦିନ ମାମୁଁ ମିହିର କୁ ଛାଡ଼ିବାକୁ ଗଲେ ନାହିଁ । ମିହିର ର ଗାଁ ର ଦୂରତା ୨୦ କିମି । ତାର ଆଖିରୁ ଲୁହ ବାହାରି ଯାଉଥାଏ । ସେ ମାମୁଁ ଆଗରେ ସବୁ ଦିନ ପାଇଁ ଦୋଷୀ ହୋଇଗଲା । ତାର କଥା ଶୁଣିବ କିଏ । ସେ କାନ୍ଦ କାନ୍ଦ ଅବସ୍ଥାରେ ନିଜ ଗାଁ ରେ ପହଞ୍ଚିଲା।
ସେଠି ମିହିର ର ବାପା ଏବଂ ବୋଉ ମିହିର କୁ ଦେଖି ଦୁଃଖୀ ହେଲେ ଏବଂ ମିହିର ତାଙ୍କୁ ସବୁ ସତ ସତ କହିଲା। ସେକଥା ଶୁଣି ମିହିର ଘର ଲୋକ ମାମୁଁ ଉପରେ ବହୁତ୍ ରାଗିଲେ। ମିହିର ର ବାପା ଜଣେ ହାଇସ୍କୁଲ ପିଅନ ଥିଲେ ବର୍ତ୍ତମାନ ସେ ଅବସର ପ୍ରାପ୍ତ ଅବସ୍ଥାରେ ଘରେ ଅଛନ୍ତି ।
ମିହିର ର ବାପା , ରାଗରେ ମାମୁଁ ପାଖକୁ ଯିବାକୁ ବାହାରିଲେ କିନ୍ତୁ ମିହିର ର ଅନୁରୋଧ ରେ ବାପା ନିଜ ରାଗ କୁ ଶାନ୍ତ କରି ଚୁପ୍ ରହିଲେ ।
ଏପଟେ ମୁଁ କଲେଜ୍ ରେ ଅପେକ୍ଷା କରିଥାଏ । ମୁଁ ବହୁତ୍ ସମୟ ଅପେକ୍ଷା କରିଲି ସେତେବେଳେ ଫୋନ୍ ନଥିଲା । ମୁଁ ଅପେକ୍ଷା କରି କରି ଫେରି ଆସିଲି। ଆସିଲା ବେଳକୁ ମିହିର ର ଘର ହୋଇ ଆସିଲି ଦେଖିଲି ମିହିର ର ସାଇକେଲ ନାହିଁ ।
ମୁଁ ଭାବିଲି ବୋଧେ ନିଜ ଗାଁ କୁ ଯାଇଥିବ କିନ୍ତୁ ପୁଣି ଭାବିଲି ସେ ଯେବେ ଗାଁ କୁ ଯାଏ ମୋତେ ପ୍ରଥମେ ପଚାରେ ତା ପରେ ଯାଏ ତେବେ ସେ ଯାଇ ନଥିବ। ମୁଁ ବ୍ୟସ୍ତ ହୋଇ ପଡିଲି ।
କେମିତି ଜାଣିବି ମିହିର ବିଷୟରେ? ତାପରେ ମୋ ସାଙ୍ଗ କୁନି ପାଖକୁ ଗଲି ତାକୁ ଅନୁରୋଧ କରି କହିଲି ତୁ ମିହିର ଘରକୁ ଯିବୁ କି ? କୁନି କହିଲା କଣ ପାଇଁ ?? ମୁଁ ବୁଝେଇଲି ରାନି ସହିତ କଥା ହେବା ବାହାନାରେ ଯିବୁ ଏବଂ ମିହିର କୋଉଠି ଅଛି ପଚାରି ବୁଝି ଆସିବୁ ।
ଏକଥା ଶୁଣି ପ୍ରଥମେ ସେ ମନା କରିଲା କିନ୍ତୁ ତାକୁ ବାରମ୍ବାର ଅନୁରୋଧ କରିବା ପରେ ସେ ତାଙ୍କ ଘରକୁ ଗଲା । ସେତିକି ବେଳେ ସନ୍ଧ୍ୟା ୫ ଟା ବାଜିଲାଣି । କୁନି ଯାଇ ପହଁଚିଲା ମାମୁଁ ଘରେ ।
ସେତେବେଳେ ମାମୁଁ ଏବଂ ମାଇଁ ଙ୍କ ଝଗଡା ହେବା ର ଶବ୍ଦ ଶୁଣା ଯାଉଥାଏ । ମଝିରେ ମଝିରେ ରାନି କହୁଥାଏ । ମମି ଙ୍କ ସବୁ ଭୁଲ । ମିହିର ଭାଇ ର କିଛି ଭୁଲ ନାହିଁ । ମାମୁଁ ରାଗି ମାଇଁ ଙ୍କୁ ଗାଳି କରୁଥାନ୍ତି ।
କୁନି କବାଟ ପାଖରେ ପହଞ୍ଚିଲା, ଘର ଭିତରୁ ଗାଳି ଏବଂ ଝଗଡା ଶୁଣି ଘର ଭିତରକୁ ଯିବା ପାଇଁ ସାହାସ କରିପାରିଲା ନାହିଁ। ସେତକ କଥା ଶୁଣି ସେ ଫେରି ଆସିଲା ।
ସେ ଶୁଣିଥିବା ସବୁ କଥା ମୋତେ କହିବା ପରେ ମୁଁ ପଚାରିଲି ମିହିର ସେଠୀ ଥିଲା ?? କୁନି ମନା କରି କହିଲା , ସେ ବୋଧେ ନାହିଁ କାରଣ ତାର କଥା ବାର୍ତ୍ତା ଶୁଣା ଯାଉ ନଥିଲ । ମୋର ଚିନ୍ତା ପୁଣି ବଢ଼ିବାକୁ ଲାଗିଲା ।
ମିହିର ଘରେ ନାହିଁ ତେବେ କଣ ହୋଇ ଥାଇ ପାରେ ଭାବିଲି । ମୁଁ ଯାଇ ପଚାରି ବୁଝେ କିନ୍ତୁ ମିହିର ର ମାଇଁ ମୋତେ ପସନ୍ଦ କରନ୍ତି ନାହିଁ । ପୁଣି ପଛ ଘୁଂଚା ଦେଇ ଘରକୁ ଫେରି ଆସିଲି ।
ଭାବିଲି ହଉ, ଆଜି ଦିନଟା ନହେଲା ନାହିଁ କାଲି ଦେଖିଲେ ତାକୁ ପ୍ରଥମେ ମାଡ ଦେବୀ ତାପରେ ଆଉ କିଛି କହିବି କିନ୍ତୁ ପର ଦିନ ମଧ୍ୟ ସେ ଅବସ୍ଥା ମିହିର କଲେଜ୍ ଆସିଲା ନାହିଁ ।
ଅପେକ୍ଷା କରି ରହିଲି ଦିନ ୧ ଟା ରେ କିଛି କ୍ଲାସ୍ ସରିବା ପରେ କୁନି କେମିତି ଖବର ପାଇଲା ଯେ ମିହିର କୁ ତାର ମାମୁଁ ଘରୁ ବାହାର କରିଦେଇଛନ୍ତି ଏବଂ ମିହିର ଏବେ ନିଜ ଗାଁ ରେ ଅଛି ।
ମୁଁ କଣ କରିବି କିଛି ଭାବି ପାରୁ ନଥାଏ କଲେଜ୍ ରୁ ମିହିର ର ଘର ୧୫ କିମି ହେବ । ମୋ ମୁଣ୍ଡ ଚିନ୍ତା ରେ ଦି ଗୁଣ ହୋଇ ଯାଉଥିଲା । ସଙ୍ଗେ ସଙ୍ଗେ କୁନି କୁ ସାଇକେଲ ଚାବି ଦେଇ କହିଲି ତୁ ଯା ଏବଂ ଘରେ କହିବୁ ଅନୁ ର ଆଉ କିଛି କ୍ଲାସ୍ ଅଛି ସେ ସନ୍ଧ୍ୟାବେଳେ ଆସିବ । ସେ ମୋ ସାଇକେଲ ଧରି ଆଉ ଗୋଟିଏ କ୍ଲାସ୍ ପରେ ଘରକୁ ଫେରିଲା କାରଣ ସେଦିନ ଆମେ ଦୁହେଁ ଗୋଟିଏ ସାଇକେଲ ରେ ଯାଇଥିଲୁ ।
Part-6 ରେ ପଢ଼ିବେ : (ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ )
Bhuyans Blog
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)
ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.


2 Responses
[…] Click here Part-5 କୁନି ପଚାରିଲା ତୁ କୁଆଡେ ଯିବୁ କି?? ମୁଁ କହିଲି ମିହିର ଘରକୁ ଯିବି । କୁନି ମନା କରିଲା, ନା ନା , ତୁ କୁଆଡେ ଯିବୁନି । ଚାଲ ମୋ ସାଙ୍ଗରେ ଘରକୁ । ତୋ ବୋଉ ଜାଣିଲେ , ଜାଣିଛୁ କଣ ହେବ ? ମୁଁ କହିଲି କିଏ ଜାଣିବ ନାହିଁ , ତୁ ଯା । ମିହିର ର ଗାଁ ପାଖକୁ ବସ୍ ଯାଉଥାଏ । ମାତ୍ର ମିହିର ର ଗାଁ କୁ ଯିବା ପାଇଁ ଗୋଟିଏ କିମି ଚାଲି ଚାଲି ଯିବାକୁ ପଡ଼େ । ମୁଁ କୁନି କଥା ନ ଶୁଣି ବାହାରିଲି ମିହିର ଗାଁ କୁ ଯିବାକୁ । କୁନି ମନା କରୁଥାଏ ମୁଁ କିଛି ଶୁଣିଲି ନାହିଁ । ବସ୍ ରେ ବସି ଚାଲିଲି। କିଛି ଦିନ ପୂର୍ବରୁ ଏମିତି କଥା ବାର୍ତ୍ତା ବେଳେ ମିହିର ମୋତେ ତା ଗାଁ କୁ କେମିତି ଯିବ ସେ ସବୁ କହିଥିଲା ଏବଂ ମୁଁ ତାକୁ ମୋର ନୋଟ୍ ବୁକ୍ ରେ ଲେଖି ରଖିଥିଲି। ସେ ଯେମିତି କହିଥିଲା ଠିକ୍ ସେମିତି ବସ୍ ମୋତେ ସେହି ସ୍ଥାନରେ ଓହ୍ଲାଇ ଚାଲିଗଲା। ଦିନ ୨ଟା ବାଜିଲାଣି । ସାହାସ କରି ତ ଆସିଗଲି ମନ ଭିତରେ ଡର ଭରି ରହିଥିଲା । ମୋ ମନରେ କେବଳ ମିହିର ଚିନ୍ତା ଥିଲା । ସାହାସ କରି ପାଦ ଆଗକୁ ବଢେଇ ଚାଲିଲି । ସେ ରାସ୍ତାର ର ଦି ପାଖରେ କାଜୁ ତୋଟା। ସେ ତୋଟା କୁ ଦେଖି ବହୁତ୍ ଡର ଲାଗୁଥିଲା। ମନ ଭିତରେ କେତେ କଣ ଖରାପ ଚିନ୍ତା ମଧ୍ୟ ଆସୁ ଥାଏ, କାଳେ କିଏ ଟାଣି ନେଇ ଜବରଦସ୍ତି କରିବ କିନ୍ତୁ ମୁଁ ଭଗବାନ କୁ ବାରମ୍ବାର ଡାକୁଥାଏ । ପୁଣି ଭାବିଲି ମିହିର ର ଗାଁ କୁ ଯିବି, ସେ ଯଦି ନଥିବ ତେବେ ମୋତେ ତ କିଏ ଚିହ୍ନି ନାହାନ୍ତି ମୁଁ ଫେରିବି କେମିତି? ଯଦି ମୁଁ ମିହିର ର ଘରେ ପହଞ୍ଚି ଗଲି ତେବେ ତାଙ୍କ ଘରେ ପଚାରିଲେ ମୁଁ କଣ ବୋଲି କହିବି ? ଏମିତି ବହୁତ୍ ପ୍ରଶ୍ନ ଉଠୁଥାଏ । ସେ ସମୟରେ ମୋ ପାଖରେ ଏତେ ସାହାସ କୁଆଡୁ ଆସୁଥିଲା କେଜାଣି । ମୁଁ ସବୁ ଭାବି ମଧ୍ୟ ମୋ ପାଦ ପଛଘୁଞ୍ଚା ଦେଉ ନଥିଲା । ମିହିର କହିଥିବା ଗାଁ ମୁହଁରେ ଯାଇ ପହଞ୍ଚିଲି । ଭାଗ୍ୟ ଭଲ ମୋର, ଗାଁ ମୁହଁରେ ପହଞ୍ଚିବା ପରେ ଗୋଟିଏ ପୋଲ ଉପରେ ମିହିର ଏବଂ ତାର ଦୁଇ ସାଙ୍ଗ ବସିଥାନ୍ତି । ମିହିର ର ନଜର ମୋ ଉପରେ ପଡ଼ିଲା ଏବଂ ସେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା । ସେ ମୋତେ ଦେଖି ମୋ ପାଖକୁ ଆସିଲା ଏବଂ ମୁଁ ପୂର୍ବ ଭଳି ଦଉଡ଼ି ଯାଇ ମିହିର କୁ କୁଣ୍ଢେଇ ନେଲି । ମିହିର ଦୁଃଖୀ ଥିବାର ଅନୁଭବ କରିଲି । ସେ ମଧ୍ୟ ମୋତେ ବହୁତ୍ ମିସ୍ କରୁଥିଲା । ପାଖରେ ମିହିର ର ସାଙ୍ଗ ମାନେ କହିଲେ , ଆବେ ଏଇଟା ରୋଡ କେହି ଦେଖିବ ନା? ତମର ପ୍ରେମଲୀଳା ପୁରା ଗାଁ ସାରା ଧେଣ୍ଡୁରା ବାଜିଯିବ । ଏତିକି ଶୁଣି ଦୁହେଁ ଦୁହିଁଙ୍କୁ ଛାଡିଲୁ । ଦୁହିଁଙ୍କ ଆଖିରେ ଲୁହ ଥିଲା । ମୁଁ ଗେଲରେ ତାକୁ ଚାପୁଡା ଟିଏ ଦେଲି କହିଲି ତୁ ମୋତେ ନ କହି କେମିତି ଆସିଗଲୁ ? ମୋ ଚାପୁଡା ରେ ତାକୁ କଷ୍ଟ ହେଇ ନଥିବ ମାତ୍ର ସେ ଭିତରେ ବହୁତ୍ କଷ୍ଟ ଅନୁଭବ କରୁଥିଲା । ମିହିର ଆଖିରୁ ଲୁହ ବାହାରି ଗଲା । ତା ଆଖି ଲୁହ ପୋଛି ମୁଁ କହିଲି , ତୁ ବିଲକୁଲ କାନ୍ଦିବୁ ନାହିଁ । ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ । ସେତେବେଳେ ମୁଁ ପୁରା ଘଟଣା ଜାଣି ନଥିଲି । ମୁଁ ପଚାରିଲି , ପ୍ରଥମେ ମୋତେ କହ, ତୋ ସହିତ କଣ ହୋଇଛି । ସେ ମୋତେ ସବୁ କଥା କହିଲା । ତା କଥା ଶୁଣି ମୋ ଆଖିରୁ ପୁଣି ଥରେ ଲୁହ ବାହାରିଗଲା । ମୋର ମାମୁଁ ମାଇଁ ଉପରେ ବହୁତ୍ ରାଗ ହେଲା । ସଂଧ୍ୟା ଚାରିଟା ବାଜିଲାଣି । ମିହିର ତା ସାଙ୍ଗକୁ ଇଶାରା ଦେଲା। ତା ସାଙ୍ଗ ୫ ମିନିଟ୍ ଭିତରେ ବାଇକ୍ ନେଇ ପହଁଚିଲା। ମୋତେ ମିହିର ନେଇ ତା ଘରକୁ ଗଲା। ସେଠି ଗଲା ପରେ ମିହିର ର ପରିବାର କୁ ଦେଖି ପୁଣି ଥରେ ଦୁଃଖୀ ହୋଇଗଲି । ମିହିର ର ପରିବାର ରେ ସଦସ୍ୟ କଥା କହିବାକୁ ଗଲେ ବାପା ମା ଦୁଇ ଭଉଣୀ ଏବଂ ମିହିର, ପାଞ୍ଚ ପ୍ରାଣୀ । ମିହିର ର ବାପା ଙ୍କ ଯେତେ ପେନସନ ଆସୁଥିଲା। ତାହା ସମୁଦ୍ର ର ମୁଠାଏ ବାଲି ସଦୃଶ୍ୟ। ମିହିର ମା ଘରେ ସିଲେଇ କରନ୍ତି ଏବଂ ବଡ ଭଉଣୀ ଘରେ ପିଲାଙ୍କୁ ଟିଉସନ କରି ଯାହା ଟଙ୍କା ମିଳେ କିଛି ଘର ଖର୍ଚ୍ଚ ହୁଏ ଆଉ ବାକି ମିହିର ର ପଢା ଖର୍ଚ୍ଚ ପାଇଁ ପଠେଇ ଦିଅନ୍ତି । ମିହିର ର ପଢା ପାଇଁ ଅଳ୍ପ ଖର୍ଚ୍ଚ ମାମୁଁ ମଧ୍ୟ କରୁଥିଲେ କିନ୍ତୁ ତାହା ସେ ଘଟଣା ଠାରୁ ବନ୍ଦ ହୋଇ ଯାଇଥିଲା। ତାଙ୍କର ଗୋଟିଏ ଲକ୍ଷ ଥିଲା ମିହିର ଭଲ ପାଠ ପଢ଼େ ଏବଂ ସେ ଯଦି ଚାକିରି କରେ ତେବେ ତାଙ୍କ ଘରର ଦାରିଦ୍ର୍ୟ ଦୂରେଇ ଯିବ। ଏପଟେ ବଡ ଭଉଣୀ ର ବିବାହ ହେବ। ସାନ ଭଉଣୀ ର ସପ୍ତମ ଶ୍ରେଣୀ। ଏତେ ଖର୍ଚ୍ଚ କେମିତି ହେଉଥିବ ତାହା ଭାବି ଭାବି ମୁଁ ଦୁଃଖୀ ହେଉଥିଲି । ମୋତେ ମିହିର ର ବଡ ଭଉଣୀ ଘରକୁ ଡ଼ାକି ଆଣିଲେ ଏବଂ ମୋତେ ବସି ଲେମ୍ବୁ ପଣା ଦେଇ କହିଲେ । ତମେ ବହୁତ୍ ସୁନ୍ଦର୍ । ମିହିର ଏବଂ ତା ଭଉଣୀ ଦେଖିବାକୁ ଏକା ଭଳି ଗୋଟିଏ ବର୍ଷରେ ସାନ ବଡ । ଦିଦି ମଧ୍ୟ ଦଶମ ପର୍ଯ୍ୟନ୍ତ ପଢ଼ି ଘରେ ଅଛନ୍ତି। ତାଙ୍କର ମଧ୍ୟ ଭଲ ପାଠ ହୁଏ କିନ୍ତୁ ପଇସା ଅଭାବ ରୁ ପାଠ ପଢା ଛାଡ଼ି ଘରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ଟିଉସନ ପଢାନ୍ତି। ତାଙ୍କୁ ପ୍ରଣାମ ଜଣାଇଲି । ଦିଦି ମୋତେ କହିଲେ ମିହିର ଯେବେ ଛୁଟିରେ ଆସେ, ସେ କେବଳ ତୋ ବିଷୟରେ ହିଁ କହେ। ତୋର ଏତେ ତାରିଫ ଶୁଣୁଥିଲି ଯେ ତୋତେ ଦେଖିବାକୁ ବହୁତ୍ ଇଛା ଥିଲା। ଏତିକି ବେଳେ ମିହିର ର ବାପା ବୋଉ ଆସି ପହଁଚିଲେ, ଦୁହିଁଙ୍କୁ ଦେଖି ମୁଁ ପ୍ରଣାମ କରିଲି। ସେମାନେ ମଧ୍ୟ ମୋତେ ବହୁତ୍ ସ୍ନେହ ଦେଲେ । ସେ ମୋତେ ପ୍ରଶ୍ନ କରିଲେ ନାହିଁ କି କାହିଁକି ଆସିଛୁ ?କଣ ପାଇଁ ଆସିଛୁ? ସେ ମୋତେ ଓଲଟା କହିଲେ ତୁ ଆଜି ଆମ ଘରେ ରହିଯା । କାଲି ଯିବୁ ଏବଂ ସେମାନେ ମିହିର ର କଥା ପାଇଁ ଦୁଃଖୀ ଥିବେ ନିଶ୍ଚୟ କିନ୍ତୁ ମୋତେ ସେ ଅନୁଭବ ହେବାକୁ ଦେଲେ ନାହିଁ । ସେମାନଙ୍କ ଭଲ ପାଇବା ଦେଖି ମୁଁ ବହୁତ୍ ଖୁସି ହୋଇଗଲି। ମୁଁ ମିହିର ପାଖକୁ ଗଲି ଏବଂ ଧିରେ କହିଲି ମୁଁ ଆଉ ଆମ ଘରକୁ ଯିବି ନାହିଁ ତମେ ମୋତେ ମନ୍ଦିର ରେ ବାହା ହୋଇ ଯାଅ। ମୁଁ ଆଜିଠୁ ଏଠି ରହିବି। ମିହିର ମୋତେ ବଡ ବଡ ଆଖିରେ ଅନେଇ ରହିଲା। ମୁଁ ପଚାରିଲି ଆରେ ଡରିଗଲୁ ନା କଣ । ମୁଁ ଥଟ୍ଟା କରୁଛି। ତାପରେ ମୁଁ ସେଠୁ ସମସ୍ତଙ୍କୁ ପ୍ରଣାମ କରି ନିଜ ଘରକୁ ଫେରିବାକୁ ବାହାରିଲି । ମିହିର କୁ କହିଲି ମୋତେ ନେଇ ଛାଡ଼ି ଆସିବ । ମିହିର କହିଲା ଏବେ ରହିବ ବୋଲି କହୁଥିଲ , ପୁଣି ଫେରିଯିବ ବୋଲି କଣ କହୁଛ ?? ମୁଁ କହିଲି ଥଟ୍ଟା କରିବ ପଛରେ ମୋତେ ନେଇ ଛାଡ଼ି ଆସ, ମୁଁ ତମ ଗାଁ ରେ ଏକୁଟିଆ ବୁଲୁଛି। ମିହିର ଏବଂ ତାର ସାଙ୍ଗ ଶଙ୍କର ଏବଂ ମୁଁ ମିଶି ନିଜ ଗାଁ କୁ ଫେରିଲୁ । Part-7 ରେ ପଢ଼ିବେ : (ଭାଇ ତମେ ମୋତେ ନ କହି କେମିତି ଚାଲିଗଲ । ମମି ତମ ଉପରେ ଏତେ ଖରାପ ଦୋଷ ଲଗେଇଲେ ଯେ ମୁଁ ସେକଥା ଶୁଣି ମମି ଉପରେ ବହୁତ୍ ରାଗିଲି) Bhuyans Blog ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ। ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ । Click Here and send your Article (Whatsapp Link) […]
[…] Love Forever…5 […]