ଫେରି ଆସ…1
ଫେରି ଆସ…2
ଫେରି ଆସ…3
ଫେରି ଆସ…Last
ଫେରି ଆସ…1
ଫେରି ଆସ…2
ଫେରି ଆସ…3
ଫେରି ଆସ…Last
If the contents helpful so share to your friends, Thanking You.
କିଛି ଦିନ ଏମିତି ଚାଲିଲା କିନ୍ତୁ ରୋଷନ୍ ଏବଂ ଭାଉଜ ଙ୍କ କଥା ହେବା ର ପ୍ରମାଣ ମିଳୁ ନଥିଲା । ପ୍ରାୟ ୨୦ ଦିନ ବିତିଗଲା। ମଳୟ କହିଲା ତୁ ସେଦିନ ସ୍ବପ୍ନ ଦେଖିଥିବୁ!! ବେକାର ଟାରେ ଭାଉଜ ଉପରେ ତୁ ସନ୍ଦେହ କରୁଛୁ । ମୁକେଶ କହିଲା, ଆରେ ଭାଇ ମୁଁ ସ୍ବପ୍ନ ଦେଖିନି କି ତୋତେ କାହାଣୀ କହୁନି। ଯାହା ସତ, ତାହା ହିଁ କହୁଛି । ସେଦିନ ଠାରୁ ସେ ମୋ ସହିତ ଭଲ ରେ କଥା ହେଉନି । କାମ ସାରି ଶୀଘ୍ର ଶୋଇ ଯାଉଛି । ଆଉ ଯେତେବେଳେ କଥା ହେବାକୁ ବସେ ତାଙ୍କ ମା ମୋ ସାମ୍ନାରେ ଆସି ହାଜର ହୋଇ ଯାଆନ୍ତି ।
ତୁ ଆମ ଭଲ ପାଇବା ଦେଖିଛୁ । ଭଲ ପାଇବା ସେତିକି ସୁଦୃଢ଼ ଥିଲା କିନ୍ତୁ ସୁଜାତା ଯେବେ ଠାରୁ ପୁଣି ଥରେ ଅଫିସ୍ ରେ ଜଏନ କରିଛି । ସେଦିନ ଠାରୁ ତାର ଭଲ ପାଇବା ଉଭେଇ ଯାଇଛି। ଆଉ ତାର ମା ମଧ୍ୟ ମୋତେ ଯେମିତି ଘର ର କୁକୁର ଭଳି ବ୍ୟବହାର କରୁଛନ୍ତି । ନୂଆ ନୂଆ ସମୟରେ ସବୁ ଠିକ୍ ଥିଲା କିନ୍ତୁ ସେ ଆମ ଘରେ ରହିବା ପର ଠାରୁ ଆମ ଭିତରେ କଳହ ସୃଷ୍ଟି ହେବାରେ ଲାଗିଛି । ସେଗୁଡିକ ମୁଁ ଆଖି ମୁଦି ସହି ଯାଉଥିଲି କିନ୍ତୁ ଆଉ ନାହିଁ ରେ ଭାଇ ।
କିଛି ଗୋଟେ କର ?? ମଳୟ କହିଲା ହଉ ତୋ ଭଲ ପାଇବା ର ମୁଁ ପ୍ରତ୍ୟକ୍ଷ ଦର୍ଶି ଆଉ ତୁ ଯଦି କହୁଛୁ ତେବେ ଅନ୍ୟ ଏକ ଯୋଜନା ମୋ ମୁଣ୍ଡ ଭିତରେ ଆସିଛି । ମୁକେଶ କହିଲା କହ?? ମଳୟ କହିଲା କିଛି ଗୋଟିଏ ବୁଲିବା ପ୍ଲାନିଂ କରି ତୁ ୩-୪ ଦିନ ପର୍ଯ୍ୟନ୍ତ ଘରେ ରହିବୁ ନାହିଁ ଏବଂ ତୋ ଘରେ କିଛି କିଛି ଜାଗାରେ ସ୍ପାୟେ କ୍ୟାମେରା ଲୁଚେଇ ସେଟ୍ କରି ଦେବା । ଯଦି ତୋର ସନ୍ଦେହ ସତ ତେବେ କିଛି ନା କିଛି ଆମକୁ ପ୍ରମାଣ ମିଳିଯିବ।
ଏହି କଥା ରେ ମୁକେଶ ହଁ କରିଲା ଏବଂ ଦୁଇ ଦିନ ପରେ ସନ୍ଧ୍ୟାରେ ସୁଜାତା ଏବଂ ତାଙ୍କ ମା ପାଖ ପାର୍କ କୁ ବୁଲିବାକୁ ଯାଇଥିଲେ । ଏତିକିବେଳେ ମଳୟ ଏବଂ ମୁକେଶ କ୍ୟାମେରା ଫିଟ୍ କରିଦେଲେ ଏବଂ ତାର ଗୋଟିଏ ଦିନ ପରେ ବୁଲିବା ପାଇଁ ପ୍ଲାନ୍ ଆୟୋଜନ ହେଲା । ମୁକେଶ ବୁଲିବାକୁ କହି ଘରୁ ବାହାରି ମଳୟ ର ରୁମ୍ ରେ ରହିଲେ ଏବଂ ରୋଷନ୍ ର ପିଛା କରିବାକୁ ଲାଗିଲେ । ପ୍ରଥମ ଦିନ ତ କିଛି ଜଣା ପଡିଲା ନାହିଁ କିନ୍ତୁ ଦ୍ୱିତୀୟ ଦିନ ସକାଳେ ରୋଷନ୍ ପହଞ୍ଚିଲା ସୁଜାତା ର ଘରେ। ମଳୟ ର ସନ୍ଦେହ ଅଳ୍ପ ଅଳ୍ପ ଦୂର ହେବାକୁ ଲାଗିଲା । ପୁଣି ସେ ସନ୍ଧ୍ୟାରେ ଦୁହେଁ କଫି ପିଇବାକୁ ପାଖ ଶିଶିଡି ରେ ପହଁଚିଲେ । ସେଠୀ ଦୁହେଁ କଫି ପିଇବା ସମୟରେ ମଳୟ ର ସାଙ୍ଗ ଦ୍ଵାରା କିଛି ଫୋଟୋ ଉଠା ଗଲା।
ଏଗୁଡ଼ିକ ଦେଖି ମୁକେଶ ରାଗରେ ଜଳୁ ଥାଏ କିନ୍ତୁ ମଳୟ ତାକୁ ବୁଝେଇ ରାଗ ଶାନ୍ତ କରୁଥାଏ । ମୁକେଶ କହିଲା ମୋର ରାଗ ଅସମ୍ଭାଳ ହେଲାଣି ଆଜି ରାତିରେ ରୋଷନ୍ ଘରକୁ ଯାଇ ତାର କଲର୍ ଟାଣି ଆଣି ପଚାରିବି । ମଳୟ କହିଲା, ତୁ ଏମିତି କରି ପାରୁ କିନ୍ତୁ ମୋ ମତରେ ଆଉ ଗୋଟିଏ ଦିନ ଅପେକ୍ଷା କର । ମୁକେଶ ମଳୟ କଥାରେ ରାଜି ହୋଇଗଲା। ତା ପର ଦିନ ଦେଖା ଗଲା ଯେ ପୁରା ଦିନ ରୋଷନ୍ ସୁଜାତା ଘରେ ଥାଏ।
If the contents helpful so share to your friends, Thanking You.
ମୁକେଶ ଏବଂ ସୁଜାତା ଦୁହେଁ କ୍ଲିନିକ୍ ବାହାରକୁ ଆସିଲେ କିନ୍ତୁ ଦୁହେଁ ଦୁହିଁଙ୍କୁ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ କିଛି କହି ପାରୁ ନଥିଲେ । କିଛି ପାଦ ଆଗକୁ ବଢିବା ପରେ ସୁଜାତା ର ଆଖିରୁ ଲୁହ ବାହାରି ଗଲା । ମୁକେଶ ତାହା ଦେଖି ଲୁହ ପୋଛିବାକୁ ରୁମାଲ ବାହାର କରି ସୁଜାତା ହାତରେ ଦେଲା। ସୁଜାତା ମୁକେଶ କୁ ଚାହିଁ ରହିଲା । ମୁକେଶ ନିଜ ହାତରେ ସୁଜାତା ର ଲୁହ ପୋଛିଦେଲା
ଏହି କ୍ଷଣକ ମଧ୍ୟରେ ସୁଜାତା ମନରେ ଯେମିତି ଗୋଟିଏ ବଡ ପରିବର୍ତ୍ତନ ଆସିଗଲା ସେ ମୁକେଶ କୁ କୁଣ୍ଢେଇ କାନ୍ଦିବାକୁ ଲାଗିଲା । ସୁଜାତା କହିଲା ସବୁ ଭୁଲ ମୋର ଥିଲା ମୁକେଶ!! ମୋତେ କ୍ଷମା କରିଦିଅ ପ୍ଲିଜ୍,,, ମୁଁ ଏବେ ବଦଳି ଯାଇଛି । ମୁଁ ରୋଷନ୍ କୁ ଭଲ ପାଉନି। ମୋ କଥା କୁ ବିଶ୍ୱାସ କର । ସେ କେବଳ ସାଙ୍ଗ ହିସାବରେ ମୋ ସହିତ ଦେଖା ସାକ୍ଷାତ କରୁଛି। ସେ ସମୟରେ ମୋର ଗର୍ବ ଅହଙ୍କାର ଏତେ ବଢି ଯାଇଥିଲା ଯେ ମୁଁ ଖରାପ ଚରିତ୍ର ପାଲଟି ଯାଇଥିଲି କିନ୍ତୁ ସେ ଘଟଣା ଠାରୁ ମୁଁ ପ୍ରତ୍ୟେକ ଦିନ ତମକୁ ଖୋଜିଛି । ବହୁତ୍ ଥର ତୁମକୁ କ୍ଷମା ମାଗିବାକୁ ଆସିଛି କିନ୍ତୁ ସାହାସ ପାଇନି
ଏତିକି ଶୁଣିବା ପରେ ସୁଜାତା ର କାନ୍ଧରେ ମୁକେଶ ଆଖିର ଲୁହ ପଡ଼ିବାର ଅନୁଭବ ହେଲା । ସୁଜାତା ମୁକେଶ କୁ ଦେଖି କହିଲା, ତମେ କାନ୍ଦୁଛ କାହିଁକି ?? ମୁକେଶ କହିଲା, ମୁଁ ମଧ୍ୟ ତମକୁ ସବୁଦିନ ତମ ଅଫିସ ରାସ୍ତାରେ ଅପେକ୍ଷା କରେ । ତମ ବିଷୟରେ ସବୁବେଳେ ପଚାରି ବୁଝେ। ତମକୁ ମୁଁ ଆଜି ମଧ୍ୟ ସେତିକି ଭଲ ପାଉଛି ସୁଜାତା !!! ତମର ବଦଳିବା ଦେଖି ମୁଁ ମଧ୍ୟ ବହୁତ୍ ଖୁସି ଅଛି କିନ୍ତୁ ତମର ଅପମାନ ଏବଂ ମଳୟ ର ଅପମାନ ଏବଂ ତୁମ ଗର୍ବ ମୋତେ ବାରମ୍ବାର ମନେ ପଡ଼ି ଯାଉଥାଏ ।
ସୁଜାତା ମୁକେଶ ର ଗୋଡ଼ ତଳେ ପଡି କହିଲା । ମୁଁ ତମକୁ ହାତ ଉଠେଇ ଥିବାରୁ ଏ ହାତକୁ କେତେ ଥର କାନ୍ଥରେ ପିଟି ତାକୁ କଷ୍ଟ ଦେଇଛି। ମଳୟ କୁ ମଧ୍ୟ ହାତ ଉଠେଇଛି ବୋଲି ମୁଁ ଅନୁତାପ କରିଛି । ତମେ ଯଦି କହିବ ତାକୁ ମଧ୍ୟ ଗୋଡ଼ ଧରି କ୍ଷମା ମାଗିବି କିନ୍ତୁ ପ୍ଲିଜ୍ ଫେରି ଆସ ମୋ ଜୀବନକୁ ।
ମୁକେଶ କହିଲା ମଳୟ ମୋତେ ସବୁ ଦିନ ବୁଝାଇଛି ଯେ ଭାଉଜ ପାଖକୁ ଫେରି ଯାଅ କିନ୍ତୁ ମୋର ରାଗ ଯୋଗୁ ମୁଁ ଫେରି ପାରୁ ନଥିଲି। ସୁଜାତା କହିଲା ତମର ଯଦି ରାଗ ଅଛି ତେବେ ମୋତେ ଦଣ୍ଡ ଦେଇ ପାର କିନ୍ତୁ ଫେରି ଆସ ??
ଏତିକି କଥା ପରେ ଦୁହେଁ ଦୁହିଁଙ୍କୁ ହଗ୍ କରିଲେ । ଏତିକିବେଳେ ମଳୟ ଏବଂ ରୋଷନ୍ ଆସି ପହଁଚିଲେ। ମଳୟ କହିଲା ଏବେ ଘରକୁ ଯିବା ?? ମୁକେଶ ହଁ କରିଲା । ସୁଜାତା କୁ କହିଲା ଭାଉଜ ଭାଇ ଙ୍କୁ ତମେ ପାଛୋଟି ନେବ ନା ??? ମୁଁ ଛାଡ଼ି ଆସିବି । ସୁଜାତା କହିଲା ନା, ମୁକେଶ ମୋ ଗାଡ଼ିରେ ଆମ ଘରକୁ ଯିବେ ତମେ ତାଙ୍କ ସାମାନ ନେଇ ଆସ। ରୋଷନ୍ କହିଲା ଯାହା ହେଉ ଆମର ପ୍ଲାନ୍ କାମ ଦେଲା। ସୁଜାତା ପଚାରିଲା କୋଉ ପ୍ଲାନ୍ ?? ମଳୟ କହିଲା, ଏହି ଦିନ ପାଇଁ ଆମେ କେତେ ଥର ଚେଷ୍ଟା କରିଛୁ ଏବଂ ଆଜି ମଧ୍ୟ ତମକୁ ରୋଷନ୍ ବାଧ୍ୟ କରିବା ଯୋଗୁ ତମେ ଆସିଲ। କାରଣ ଆମେ ଆଗରୁ କଥା ହୋଇ ସାରିଛୁ । ମୁକେଶ ଭାଇ ମଧ୍ୟ ଜାଣି ନାହାନ୍ତି ଯେ ତମେ ଏଠି ଆସୁଛ ବୋଲି ଏବଂ ଏହି କଥା ତମକୁ ମଧ୍ୟ ଲୁଚେଇ ରଖା ଯାଇଥିଲା ।
ତମକୁ ଥରେ ଦୁଇ ଥର ରୋଷନ୍ କହିଥିଲା ଯେ ସେହି ଯାଗାରେ ମୁକେଶ ଆସିବ ଆଉ ଆମେ ମଧ୍ୟ ଯିବା କିନ୍ତୁ ତମେ ମୁକେଶ ଭାଇ ଙ୍କ ନାମ ଶୁଣି ମନା କରି ଦେଉଥିଲ କିନ୍ତୁ ଆଜି ସବୁ ସମାଧାନ ହୋଇଗଲା । ମୁକେଶ ପୂଜା କୁ ମଧ୍ୟ କୋଳେଇ ନେଲା ।
ଦୁହେଁ ଘରକୁ ଫେରିଲେ । ଡାକ୍ତର ଙ୍କ ବାରମ୍ବାର ଚେକ୍ ଅପ୍ ଏବଂ ମେଡ଼ିସିନ୍ ପରେ ମୁକେଶ ର ଦେହ ଧିରେ ଧିରେ ଭଲ ହେବାକୁ ଲାଗିଲା । ସେଦିନ ଠାରୁ ତାଙ୍କ ଘରକୁ ଖୁସି ଫେରି ଆସିଲା। ଏବେ ଦୁହେଁ ଭଲ ଅଛନ୍ତି। ବର୍ତ୍ତମାନ୍ ଦୁହେଁ ଗୋଟିଏ କମ୍ପାନୀ ରେ ଜବ୍ କରନ୍ତି । ଗୋଟିଏ ଗାଡ଼ିରେ ଯାଆନ୍ତି ଏବଂ ଆସନ୍ତି। ଛୁଟି ହେଲେ ପୁରା ଫେମିଲି ବୁଲିବାକୁ ଯାଆନ୍ତି । ପ୍ରାୟ ତିନି ବର୍ଷ ପରେ ମୁକେଶ ନିଜ ଫେମିଲି କୁ ନେଇ ଭୁବନେଶ୍ବର ଆସିଛି। ସାଙ୍ଗରେ ମଳୟ ମଧ୍ୟ ଆସିଛି। ସେ ଦୁଇ ଦିନ ପରେ ଫେରିଯିବ
କିନ୍ତୁ ଏଠି ମୁକେଶ ର ଭଉଣୀ ( ଦାଦା ଙ୍କ ଝିଅ ) ପ୍ରିୟଙ୍କା ମଳୟ କୁ ପସନ୍ଦ କରିବାରେ ଲାଗିଛି । ମଳୟ ମଧ୍ୟ ପ୍ରିୟଙ୍କା କୁ ଅଳ୍ପ ପସନ୍ଦ କରିଛି
ମଳୟ ଫେରିବାର ପୂର୍ବ ରାତିରେ ଦୁହେଁ ଛାତ ଉପରେ ବସି କଥା ହେଉଛନ୍ତି । କଥାବାର୍ତ୍ତା ଭିତରେ ପ୍ରିୟଙ୍କା ମୁକେଶ ଭାଇ ଙ୍କ ପ୍ରେମ କାହାଣୀ ବିଷୟରେ ପଚାରିଛି ଏବଂ ମଳୟ ତାକୁ ପୁରା କାହାଣୀ ଗୋଟି ଗୋଟି କରି କହି ଚାଲିଛି। କାହାଣୀ ସରିବା ପରେ ପ୍ରିୟଙ୍କା ର ଆଖିରୁ ଲୁହ ବାହାରି ଯାଇଛି । ଲୁହ କୁ ଦେଖି ମଳୟ କହିଲା ଏଥିରେ କାନ୍ଦିବାର କଣ ଅଛି?? ଏ ତ ଖୁସିର କଥା ଯେ ସେମାନେ ପୁଣି ଏକାଠି ହୋଇଗଲେ। ପ୍ରିୟଙ୍କା କହିଲା ଏ ଲୁହ ଖୁସିର ନା ଦୁଃଖ ର ମୁଁ ମଧ୍ୟ ଜାଣିନି କିନ୍ତୁ ବାହାରିଗଲା
ଠିକ୍ ଏତିକି ବେଳେ ମୁକେଶ ଆସି ପହଞ୍ଚିଛି ଏବଂ କାହାଣୀ ମଧ୍ୟ ଶେଷ ହୋଇ ସାରିଛି । ମୁକେଶ ମଳୟ କୁ କହିଲା କଣ ଚାଲିଛି ଏଠି ?? ମଳୟ କହିଲା ତୋର ପ୍ରେମ କାହାଣୀ ପ୍ରିୟଙ୍କା କୁ କହୂଥିଲି । ମୁକେଶ କହିଲା ମୁଁ ଭାବୁଥିଲି ତମେ ତମର ଲଭ ଏକ୍ସପ୍ରେସ ରେ ମଜି ଥିବ କିନ୍ତୁ ଆମ କାହାଣୀ ଶୁଣେଇ ତାକୁ କାହିଁକି ଦୁଃଖୀ କରାଉଛୁ । ପ୍ରିୟଙ୍କା କହିଲା ନାହିଁ ଭାଇ ଦୁଃଖୀ ନାହିଁ । ତମ କାହାଣୀ ସମସ୍ତଙ୍କ ଠାରୁ ନିଆରା । ସତରେ ତମ କାହାଣୀ ରେ ଭଲ ପାଇବା, ରାଗ ରୋଷ, ଗର୍ବ, ଅହଙ୍କାର, ଦୁଃଖ ଏବଂ ଖୁସି ସବୁ କିଛି ଭରି ରହିଛି।
ମୁକେଶ କହିଲା ଆରେ ମୋ ପ୍ରେମ କାହାଣୀ କଥା ବନ୍ଦ କର ?? ତୋ କଥା କହ ?? ତୋତେ ମଳୟ ପସନ୍ଦ କି ନାହିଁ ?? ପ୍ରିୟଙ୍କା ଲାଜରେ ଉଠି ଚାଲିଗଲା । ମଳୟ କହିଲା କଣ ବେ ?? ଏମିତି ପଚାରୁଛୁ ?? ମୁକେଶ କହିଲା, କାଲି ତୋ ଭାଉଜ ତମ ଦୁହିଙ୍କ ବିଷୟରେ ମୋତେ ସବୁ କହିଛନ୍ତି । ଆଉ ଗୋଟିଏ କାମ କର?? ତୁ ଆଉ କିଛି ଦିନ ରହି ଯା । ତମର ପ୍ରେମ ଦୃଢ଼ ହୋଇଯିବ ଏବଂ ସମୟ ସୁଯୋଗ ଦେଖି ବିବାହ କରି ଦେବା।
ମଳୟ କହିଲା ନା ରେ ଭାଇ ଆଉ ରହି ପାରିବି ନାହିଁ । ହଁ ଯଦି ତୋର ଅନୁମତି ମିଳେ ତେବେ ଏହି ପ୍ରେମ ଗାଡି ଆଗକୁ ବଢିବ । ମୁକେଶ ଅନୁମତି କଣ ବେ?? ତୁ ପ୍ରିୟଙ୍କା ଠାରୁ ଯେତେବେଳେ ନମ୍ୱର୍ ମାଗିଲୁ ସେତେବେଳେ ମୋ ଠାରୁ ଅନୁମତି ମାଗି ଥିଲୁ ?? ଆଉ ଦୁଇ ଘଣ୍ଟା ହେଲା ଏଠି କଥା ହେଉଛ ମୋତେ ଅନୁମତି ମାଗିଛୁ, ପୁଣି ଭଲ ପାଇବାକୁ ଅନୁମତି କଣ?? ତୁ ତ ଆରମ୍ଭ କରି ସାରିଲୁଣି । ମଳୟ କହିଲା ନା ରେ ଭାଇ, ତୁ ମୋ ଉପରେ ଭୁଲ ବୁଝିବୁ ନାହିଁ ।
ହଁ ମୁଁ ପ୍ରିୟଙ୍କା କୁ ପସନ୍ଦ କରେ କିନ୍ତୁ ଆମ ଦୁହିଁଙ୍କ ବାହାଘର ସମ୍ଭବ ହେବ କି ନାହିଁ ମୁଁ ଜାଣିନି । ମୁକେଶ କହିଲା, ସମ୍ଭବ କରିବା ପାଇଁ ମୁଁ ଅଛି । ତୁ ତୋର ପ୍ରେମ ଗାଡି କୁ ନେଇ ଆଗେଇ ଚାଲ୍ । ତୋ ଭଳି ଜୋଇଁ ପୁଅ କୁ ମୁଁ କେବେ ହାତ ଛଡ଼ା କରିବି ନାହିଁ । ତାପରେ ଦୁହେଁ ହସି ହସି ତଳକୁ ଆସିଲେ ।
ତା ପର ଦିନ ମଳୟ ବାହାରି ଗଲା ଦିଲ୍ଲୀ ଅଭିମୁଖେ । ଏବଂ ମଳୟ ଏବଂ ପ୍ରିୟଙ୍କା ର ପ୍ରେମ ଗାଡି ମଧ୍ୟ ଗଡି ଚାଲିଲା……………..
If the contents are helpful so share them with your friends, Thanking You.