ଅଜବ ତଥ୍ଯ…3

ଡାଟା Transfer କରିବାର ସହଜ ଉପାୟ ( Use Nearby Share)
ଡାଟା Transfer କରିବାର ସହଜ ଉପାୟ ( Use Nearby Share)
ବେଳେବେଳେ ଆପଣଙ୍କୁ କିଛି ଡାଟା, ମାନେ ଫୋଟୋ ଭିଡିଓ, ସେଲିଫି, Application ଇତ୍ୟାଦି ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ପହଞ୍ଚାଇବା କିମ୍ବା ନେବା ଆଣିବା କରିବାକୁ ପଡେ । 
ସେତେବେଳେ ଆମେ ଭଳି ଭଳି କି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ।
 ଯେମିତି, Share it , Share Now ଏମିତି ବହୁତ୍ ଆପ୍ଲିକେସନ । ତେବେ ଆଜି ଠାରୁ ସେ ଆପ୍ଲିକେସନ ସବୁ ଡିଲିଟ୍ କରନ୍ତୁ ।
 
 ମୁଁ କହିବାକୁ ଯାଉଛି ଗୋଟିଏ ନୂଆ Application ଯାହାର ନାମ ହେଲା ” Nearby Share ” । ଏହି Application ମୋର ନୁହଁ । ଏହା ହେଉଛି ଆମ ଗୁଗଲ ବାବା ଙ୍କର । 
.
.
.
ତେବେ ବନ୍ଧୁଗଣ ମୁଁ ନୀଳମାଧବ ଭୂୟାଁ ଆଜି ଆପଣଙ୍କୁ କହିବି କିଛି ଟେକ୍ନିକାଲ ତଥ୍ୟ ଯାହାକୁ ଆପଣ ଆଜି ହିଁ ବ୍ୟବହାର କରିବା ଆରମ୍ଭ କରିଦେବେ । ଯଦି ଏହି ବ୍ଲଗ୍ ପୋଷ୍ଟ ଟି ପସନ୍ଦ ଆସୁଛି ତେବେ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ସେୟାର କରିବାକୁ ଭୁଲିବେ ନାହିଁ ।  
ତେବେ ଡେରି କାହିଁକି ମୋର କହିବା ଅନୁସାରେ Follow କରି ଚାଲନ୍ତୁ।  
Nearby Share ହେଉଛି ଗୁଗଲ ବାବା ଙ୍କ ନୂଆ ଆପ୍ଲିକେସନ ଯାହା ଆପଣଙ୍କ ମୋବାଇଲ ରେ ପ୍ରି ଲୋଡେଡ ମାନେ ଆଗରୁ ଲୋଡ ହୋଇ ରହୁଛି । 
ଆପଣ ପଚାରିବେ କେମିତି । ଯେମିତି YouTube, Gmail , Drive ଇତ୍ୟାଦି ରହୁଛି ଠିକ୍ ସେମିତି ।
ହେଲେ ଜାଣିବା କେମିତି ?
ଜାଣିବା ପୂର୍ବରୁ କିଛି ମଜାଦାର କଥା କହିବାକୁ ଯାଉଛି । ତାହା ହେଲା । ଯେତେବେଳେ ଚାଇନା ର ଆପ୍ଲିକେସନ ସବୁ ବନ୍ଦ ହେବାକୁ ଲାଗିଲା । ସେତେବେଳେ ଲୋକମାନେ Share it କୁ ବହୁଳ ମାତ୍ରାରେ ବ୍ୟବହାର କରୁଥିଲେ କିନ୍ତୁ ତା ପରେ ଯେତେ ସବୁ ଆପ୍ଲିକେସନ ଆସିଲା ସବୁ ବେକାର । ଗୁଗଲ ବାବା ଆପଣଙ୍କ ଦୁଃଖ କୁ ବୁଝି ଏହି ଆପ୍ଲିକେସନ କୁ ଲଞ୍ଚ କରିଲା । 
ତେବେ ଏହାର ବ୍ୟବହାର କରିବେ କେମିତି ?
ମୁଁ ପ୍ରଥମ ରୁ କହିଛି ଏହି Application ଆପଣଙ୍କ ମୋବାଇଲ୍ ରେ ଅଛି । କେବଳ ବ୍ୟବହାର କରିବା କଥା । 
ବ୍ୟବହାର ???
୧. ପ୍ରଥମେ Notification tray କୁ open କରିବେ ।
ଯେମିତି
୨. ସେଠୀ ଯଦି Nearby Share ଅଛି ତେବେ ଭଲ କଥା ନହେଲେ ମୁଁ ଚିହ୍ନ ଦେଇ ଥିବା ଏଡିଟ ବଟନ୍ କୁ କ୍ଲିକ୍ କରିବେ । 
୩. କ୍ଲିକ୍ କରିଲା ପରେ ଏମିତି ପୁଣି ଥରେ ଗୋଟିଏ ଟ୍ରେ ଆସିବ ।
୪. ଏହି ଟ୍ରେ ରେ ଆପଣ ଦେଖିପାରିବେ ତଳେ ଚିହ୍ନ ହିସାବରେ ସେହି ପ୍ଲଗ୍ ଇନ୍ ବଟନ୍ କୁ ଦର୍ଶାଇଛି । 
୫. ଆପଣ ତାକୁ ଡ୍ରାଗ କରି ଉପର ଟ୍ରେ କୁ ଟାଣି ଆଣିବେ ! ଯେମତୀ କି !!
୬. ବର୍ତ୍ତମାନ ଆପଣଙ୍କ ମେନ୍ ଟ୍ରେ ରେ ଦେଖା ଯିବ।
ତାପରେ ତ ବଲ୍ଲେ ବଲ୍ଲେ… ମାନେ ତୁମର କାମ ହୋଇଗଲା ।
କେମିତି ଡାଟା ପଠେଇବେ ??
ଏବେ ତୁମ ସାଙ୍ଗ କୁ କିମ୍ବା ଅନ୍ୟ ମୋବାଇଲ ରେ ଯେଉଁ ସେଲଫି ଫୋଟୋ କିମ୍ବା ଭିଡ଼ିଓ କୁ ସିଲେକ୍ଟ କରି ତାକୁ Send/Share କୁ କ୍ଲିକ୍ କରିବା ପରେ ଆପଣଙ୍କୁ Nearby Share ର ଗୋଟିଏ ଅପ୍ସନ୍ ନିଶ୍ଚୟ ଦେଖାଯିବ।  
୧. ଠିକ୍ ତା ପୂର୍ବରୁ ଆପଣ ଆପଣଙ୍କ ମୋବାଇଲ ରେ ଏହି Nearby Shre Application କୁ On କରନ୍ତୁ।  
୨. On କରିବା ପରେ  ସେ ଆପଣଙ୍କୁ ନିଜର ଲୋକେସନ୍ ପଚାରିବ ସେଠୀ ଆପଣ Yes/Ok କରନ୍ତୁ ।
୩. ଆପଣଙ୍କ ପାଖରେ ନୂଆ ବକ୍ସ ଖୋଲି ଆସିବ ସେଠୀ On କରିବା ପାଇଁ କହିବ । 
୪. ସେଠୀ On କରିବା ପରେ ନିଜର Bluetooth/WiFi On କରିବା ପାଇଁ ଅନୁମତି ମାଗିବ ।
୫. ଏଠି ଆପଣ ଅନ୍ କରିବା ପରେ ଆପଣଙ୍କ ମୋବାଇଲ୍ Visible ହେବ ମାନେ ଅନ୍ୟ ମୋବାଇଲ ର ଡାଟା ରିସିଭ କରିବା ପାଇଁ ଏକ୍ଟିଭ ହେବ ।
୬. ଯେଉଁ ମୋବାଇଲ ରୁ ଆପଣ ଭିଡିଓ କିମ୍ବା ଫୋଟୋ ଆଣୁଛନ୍ତି ସେହି ମୋବାଇଲ ରେ ଆପଣଙ୍କ ମୋବାଇଲ ର ନାମ ଆସିବ ସେଠୀ କ୍ଲିକ୍ କରିବା ପରେ ନିଜ ମୋବାଇଲ ରେ Accept ବଟନ୍ କୁ କ୍ଲିକ୍ କରନ୍ତୁ ।
୭. ଦେଖିବେ କିଛି ସମୟ ମଧ୍ୟରେ ଡାଟା Transfer ହୋଇଯିବ ।
ଯଦି ଅଳ୍ପ ସମୟ ଲାଗୁଛି ତେବେ ଅପେକ୍ଷା କରନ୍ତୁ କିନ୍ତୁ ଥରେ ଆରମ୍ଭ ହୋଇଗଲେ , କିଛି ସେକେଣ୍ଡ କିମ୍ବା ମିନିଟ୍ ଭିତରେ ବଡ ବଡ  file ଗୁଡ଼ିକ ଶୀଘ୍ର Transfer ହେବାର ଦେଖିବାକୁ ପାଇବେ ।
ହଁ, ଆପଣ ଯଦି ପ୍ରଥମ ଥର ବ୍ୟବହାର କରୁଛନ୍ତି ତେବେ ଆପଣକୁ ନେଟ୍ ର ଅଳ୍ପ ଦରକାର ପଡିପାରେ। 
ଏମିତି ରେ ଏହି ଆପ୍ଲିକେସନ କୁ ଆପଣ ଅଫ ଲାଇନ୍ ରେ ମଧ୍ୟ ବ୍ୟବହାର କରି ପାରିବେ । 
ତେବେ ବାକି ଆପ୍ଲିକେସନ କୁ ଡିଲିଟ୍ କରନ୍ତୁ । 
ଏବଂ ଗୁଗଲ ବାବା ଙ୍କ Nearby Share Application ବ୍ୟବହାର କରି ତାର ଆନନ୍ଦ ଲାଭ କରନ୍ତୁ । 
ଏହି ଆପ୍ଲିକେସନ କୁ ଆପଣଙ୍କୁ କହିବା ପାଇଁ ଗତ ରାତିରେ ଗୁଗଲ ବାବା ମୋତେ ସ୍ୱପ୍ନରେ ଆସି କହିଲେ । 
କି ନୀଳମାଧବ ବାବୁ ଆପଣଙ୍କ ଓଡ଼ିଆ ଲୋକମାନେ ମୋର ଆପ୍ଲିକେସନ ବିଷୟରେ କିଛି ଲୋକ ଜାଣି ନାହାନ୍ତି ତାଙ୍କୁ କେମିତି କହିବୁ, କେମିତି ବୁଝେଇବୁ ସେଇଟା ତୋର ଦାୟିତ୍ଵ ଏବଂ ସଙ୍ଗେ ସଙ୍ଗେ ମୁଁ ଗୁଗଲ ବାବା ଙ୍କୁ ପ୍ରଣାମ କରିଲି ଏବଂ ସେ ତଥାସ୍ତୁ କହି ଉଭେଇଗଲେ । 
ଏବଂ ବାବା ଙ୍କ କଥା ରଖି ମୁଁ ଆପଣଙ୍କ ପାଇଁ ଏହି ବ୍ଲଗ୍ ପୃଷ୍ଠା ଟି ବନେଇ ଦେଲି । ଏହି ବ୍ଲଗ୍ ପୃଷ୍ଠା ଟି ଆପଣ ଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣେଇବେ । 
ନିଜ ସାଙ୍ଗ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।
ଧନ୍ୟବାଦ…

If the contents helpful so share to your friends, Thanking You.