ଅଜବ ତଥ୍ୟ …4

ଗତ ଜନ୍ମ ପରେ କିଏ ନର୍କ ଭୋଗ କରି ଆସିଛି କେମିତି ଜାଣିବେ ?
ଗତ ଜନ୍ମରେ କିଏ ନର୍କ ଭୋଗ କରି ଆସିଛି କେମିତି ଜାଣିବେ ?
ଗତ ଜନ୍ମ ପରେ କିଏ ନର୍କ ଭୋଗ କରି ଆସିଛି କେମିତି ଜାଣିବେ ?
ମୋର ଏହି ତଥ୍ଯ ଦ୍ଵାରା କାହାକୁ ଆଘାତ କରିବାର ବିଲକୁଲ ଉଦ୍ଦେଶ୍ୟ ନୁହେଁ । ଏହି ତଥ୍ଯ ମାର୍କଣ୍ଡେୟ ପୁରାଣ ରେ ବର୍ଣ୍ଣିତ ଅଛି । ମୁଁ କେବଳ ଆପଣ ଙ୍କ ପାଖେ ଏକ ତଥ୍ଯ ହିସାବରେ ଜଣେଇବାକୁ ଇଚ୍ଛା କରିଲି । ବିଶେଷ ରୂପରେ ଜାଣିବା ପାଇଁ ଆପଣ ମାର୍କଣ୍ଡେୟ ପୁରାଣ କୁ ପଢ଼ି ପାରିବେ । 
ତେବେ ଚାଲନ୍ତୁ…
ସମସ୍ତ ପ୍ରାଣୀ ଜଗତ ନିଜ ନିଜ କର୍ମ ହିସାବରେ ସ୍ବର୍ଗ କିମ୍ବା ନର୍କ ଭୋଗ କରନ୍ତି । ତେବେ ଆରମ୍ଭ କରିବା ପୂର୍ବରୁ ମୁଁ ନୀଳମାଧବ ଭୂୟାଁ ଆପଣକୁ ଏକ ନୂଆ ତଥ୍ଯ ବିଷୟରେ କହିବା ପାଈଁ ଚେଷ୍ଟା କରିଛି । ଏହି ତଥ୍ଯ ଆପଣକୁ ପସନ୍ଦ ଆସିଛି ତେବେ ଅନ୍ୟ ମାନଙ୍କୁ ସେୟାର କରିବା ପାଇଁ ଭୁଲିବେ ନାହିଁ ।  ଯଦି ଅଧିକ ଜାଣିବା ପାଇଁ ଚେଷ୍ଟା କରନ୍ତି ତେବେ ପୁରାଣ ପଢ଼ି ପାରନ୍ତି । 
ମାର୍କଣ୍ଡେୟ ପୁରାଣ ହିସାବରେ ଯେଉଁ ମାନେ ନର୍କ ଭୋଗ କରି ଆସନ୍ତି ସେମାନଙ୍କ କିଛି ଲକ୍ଷଣ ଆପଣ ଏହି ଜନ୍ମ ରେ ଦେଖିବାକୁ ପାଇବେ ଏବଂ ଏହି ଲକ୍ଷଣ ଦ୍ଵାରା ସେ ପୁଣି ଥରେ ନର୍କ ଭୋଗ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି। 
୧. ପର କୁ ନିନ୍ଦା କରିବା ।
ଅର୍ଥ,  ଏମିତି କିଛି ଲୋକ ଅଛନ୍ତି ସେମାନେ କେବଳ ଆପଣ ଙ୍କ ନିନ୍ଦା ଛଡ଼ା ଆଉ କିଛି କରିବେ ନାହିଁ । ଆପଣ ହଜାର ଠିକ୍ କରନ୍ତି ତେବେ ସେ ନିନ୍ଦା କରିବା ସ୍ଵାଭାବିକ ଏବଂ ତାଙ୍କୁ କେବଳ ଅନ୍ୟ ର ଭୁଲ ହିଁ ନଜର ରେ ଆସେ । 
୨. ଉପକାର କୁ ଅନାଦର କରିବା ।
ଅର୍ଥ, ତମେ ଯଦି କାହାର ଉପକାର କରୁଛ ତେବେ ସେ ତୁମର ଉପକାର କୁ ଭଲ ରୂପରେ ଗ୍ରହଣ କରିବା ବଦଳରେ ସେ ସେହି ଉପକାର କୁ ଖରାପ ରୂପରେ ଗ୍ରହଣ କରିବ । କାରଣ ସେ ନର୍କ ଭୋଗ କରି ଆସିଛି ତାକୁ କେବଳ ଖରାପ ନଜର ଆସିବ ।
୩. ପର ସ୍ତ୍ରୀ ଉପରେ ଖରାପ ନଜର ରଖିବା।  
ଅର୍ଥ, ଯେ କୌଣସି ପୁରୁଷ ଅନ୍ୟ ସ୍ତ୍ରୀ ଉପରେ କାମୁକ ଭାବନା ରଖିବା ତଥା ସେ ତାକୁ ଖରାପ ନଜର ରେ ଦେଖିବା ଅର୍ଥ ସେ ଗତ ଜନ୍ମରେ ନର୍କ ଭୋଗ କରି ଆସିଛି । ତାକୁ କେବଳ ଖରାପ ଜନିତ ଭାବ ଉପରେ ସେ ଇଚ୍ଛା ରଖିବ। 
୪. ପର ପୁରୁଷ ଉପରେ ଖରାପ ନଜର ରଖିବା।  
ନମ୍ୱର୍ ୩ ରେ  ଦିଆ ଯାଇଥିବା ସଂକ୍ଷିପ୍ତ ବିବରଣୀ କେବଳ ପୁରୁଷ ପାଇଁ ଥିଲା କିନ୍ତୁ ଏଠି ଗୋଟିଏ ସ୍ତ୍ରୀ ଅନ୍ୟ ପୁରୁଷ ସହିତ କାମୁକ ଭାବନା ରଖିବା ଅର୍ଥ ସେ ନର୍କ ଭୋଗ କରି ଆସିଛି ।
୫. ନିର୍ଦ୍ଦୟ ଭାବରେ କାହାକୁ ହତ୍ୟା କରିବା 
ଅର୍ଥ, ଏମିତି କିଛି ପୁରୁଷ କିମ୍ବା ସ୍ତ୍ରୀ ଯେଉଁମାନେ ନିର୍ଦ୍ଦୟ ଭାବେ, ସାଧାରଣ ଲୋକଙ୍କୁ ହତ୍ୟା କରନ୍ତି । ସେ ନିଶ୍ଚୟ ଗତ ଜନ୍ମରେ ନର୍କ ଭୋଗ କରି ଆସିଥାଏ । ସେମାନେ କାହାର ଦୁଃଖ ଏବଂ ଖୁସି କୁ ଖାତିର କରନ୍ତି ନାହିଁ ସେମାନେ ରାକ୍ଷସ ପରାୟଣ ହୋଇ ଥାଆନ୍ତି ।
ଏମିତି ବହୁତ୍ କିଛି ଲେଖା ଯାଇଛି କିନ୍ତୁ ସେଥିରୁ କିଛି ଆପଣଙ୍କ ପାଇଁ ଏହି ବ୍ଲଗ୍ ମାଧ୍ୟମରେ ପୋଷ୍ଟ କରିଛି ।
ମୁଁ ପୁଣି ଥରେ କହି ରଖୁଛି ଏହା ମୋର ମନ ଗଢା କାହାଣୀ ନୁହଁ । ଏହା ମାର୍କଣ୍ଡେୟ ପୁରାଣ ରୁ ପାଠ କରି ଏହି ବ୍ଲଗ୍ ମାଧ୍ୟମରେ ପ୍ରକାଶ କରିଛି ।
ଯଦି ବ୍ଲଗ୍ ଟି ଭଲ ଲାଗିଥାଏ ତେବେ ନିଶ୍ଚୟ ସେୟାର କରିବେ । 
ଧନ୍ୟବାଦ ।
If the contents helpful so share to your friends, Thanking You.

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading