ଅଧୁରା କାହାଣୀ |
Daily Archives: 25/10/2021
ଅଧୁରା କାହାଣୀ(ତୃତୀୟ )
ଅମର କହିଲା ଆରେ ପାଗେଳି ମୁଁ ତୋତେ ବହୁତ ଭଲ ପାଏ। କାରଣ ତୁ ମୋର ବେଷ୍ଟ ଫ୍ରେଣ୍ଡ୍। ଏତିକି ବେଳେ ନର୍ସ ଆସି କହିଲା ଡ଼ାକ୍ତର ବାବୁ ଆସିବେ ସମସ୍ତେ ବାହାରକୁ ଆସନ୍ତୁ। ବୁନି କହିଲା ଆଜି ତୁ ମୋର ସବୁ ଉତ୍ତର ଦେବୁ ମୁଁ ତୋତେ ବାକି ପ୍ରଶ୍ନ ତୋ ଘରେ ପଚାରିବି । କହି ସେ ବାହାରକୁ ଚାଲିଗଲା । ସୁଧୀର ଆଉ ଅଙ୍କଲ ଙ୍କ ଅନୁରୋଧ ରେ ଅମର କୁ ଶୀଘ୍ର Discharge କରି ଦେଲେ। ଠିକ୍ ୧୦ ଟା ବେଳେ । ଅମର ଘରେ ଆସି ପହଁଚିଲା ।
ଅମର ର ମା ଅମର ପାଖରେ ବସି କଥା ହେଲା ବେଳେ । କ୍ରିଷ୍ଣା ଅମର ଘରେ ଆସି ପହଁଚିଲା । କ୍ରିଷ୍ଣା ଅମର ପାଖରେ ପହଞ୍ଚିବା ପୂର୍ବରୁ । ବୁନି ତାକୁ ନେଇ ପହଞ୍ଚିଲା ଅମର ର ପୂଜା ଘରେ। କ୍ରିଷ୍ଣା ଆଶ୍ଚର୍ୟ୍ଯ। ବୁନି କ୍ରିଷ୍ଣା କୁ ପ୍ରଶ୍ନ କରିଲା। ତୁ ଏଠି କୋଉ ସମ୍ପର୍କ ନେଇ ଆସିଛୁ କହ?? କ୍ରିଷ୍ଣା କହିଲା ସେ ମୋ ଲଭର୍। ବୁନି କହିଲା, ମୁଁ ତୋତେ କେବଳ ଗୋଟିଏ ପ୍ରଶ୍ନ ପଚାରିବି ? ସେ ପ୍ରଶ୍ନ ର ମୋତେ ଉତ୍ତର ଦେ। ତୁ ଅମର କୁ ମେରେଜ୍ କରିବୁ ନା ନାହିଁ। କ୍ରିଷ୍ଣା ଦ୍ଵନ୍ଦ ରେ ପଡ଼ିଗଲା। ସେ ଉଁ.. ଉଁ.. ହୋଇ ହଁ… ନାହିଁ….. କହିବାକୁ ଲାଗିଲା। ବୁନି ପୁଣି ପ୍ରଶ୍ନ କରିଲା ?? ହଁ ?? ନା ନାହିଁ ??? କ୍ରିଷ୍ଣା କହିଲା ମୁଁ ଜାଣିନି ।
ବୁନି କହିଲା ତେବେ ମୋ କଥା ଶୁଣ ! ତୁ ଯଦି ମେରେଜ୍ କରିବୁ ନାହିଁ ତେବେ ଏହି ସମୟରେ ଏହି ପୂଜା ଘରୁ ତୁ ସିଧା ତୋ ଘରକୁ ଯିବୁ। ଅମର ସହିତ କୌଣସି ସମ୍ପର୍କ ରଖିବୁ ନାହିଁ । ଯଦି ମେରେଜ୍ କରିବୁ ତେବେ ତୁ ତାକୁ ଦେଖା କରି ପାରୁ ! କିନ୍ତୁ ତା ପୂର୍ବରୁ ତୋତେ ଏଠି ଶପଥ କରିବାକୁ ହେବ !! ଯାହା କରିବୁ ଶୀଘ୍ର କର। କ୍ରିଷ୍ଣା ପଚାରିଲା ତେବେ ତାକୁ ମେରେଜ୍ କିଏ କରିବ ?? ବୁନି କହିଲା, ତା ପାଇଁ ମୁଁ ଝିଅ ଦେଖିବି। ସେ କଥା ମୋ ଉପରେ ଛାଡ଼ି ଦେ ।
କ୍ରିଷ୍ଣା କିଛି ଉତ୍ତର ନ ଦେଇ ଚୁପ୍ ରହିଲା । ଅମର ର ମା ଆସି ସେଠୀ ପହଞ୍ଚିଲେ । ବୁନି ପୁଣି ପ୍ରଶ୍ନ କରିଲା । କଣ କରିବୁ ଶୀଘ୍ର କର। ସମୟ ନାହିଁ ମୋ ପାଖରେ। କ୍ରିଷ୍ଣା କିଛି ନ କହି । ଫେରି ଗଲା ନିଜ ଘରକୁ ।
ବୁନି ଚାଲିଲା ଅମର ପାଖକୁ । ସେତେବେଳ ସୁଧୀର ପାଖେ ବସିଥିଲା । ସୁଧୀର କହିଲା, ଦେଖ ତୋ ଚଣ୍ଡୀ ଆସିଗଲା । କଣ ହେଲା କେଜାଣି । ବୁନି ଯାଇ ଅମର କୁ କୁଣ୍ଢେଇ ହୋଇ କାନ୍ଦିବାକୁ ଲାଗିଲା । ଅମର କହିଲା । ଆରେ କିଏ ଦେଖିବ?? ବୁନି କହିଲା , ଯିଏ ଦେଖୁଛି ଦେଖୁ । ଏଠି ସୁଧୀର ଅଛି ଆଉ କିଏ ନାହିଁ । ଅମର କହିଲା, ଆବେ ଚଣ୍ଡୀ ଛାଡେ ମୋତେ । ବୁନି ଛାଡ଼ିଲା ପରେ କହିଲା । ମୁଁ ତୋତେ ପ୍ରଶ୍ନ ପଚାରି ଥିଲି । ଯେ ତୁ ମୋତେ ଭଲ ପାଉ ନା ନାହିଁ କହ?? ଅମର କହିଲା ଆରେ ପାଗେଳୀ ।
ବୁନି, ଦେଖ ଅମର !! କଥା କୁ ବୁଲାନୀ । ସତ କହ ? ସୁଧୀର ଚୁପ୍ ଥାଏ । ଅମର କହିଲା , ଅଫ୍ କୋର୍ସ ୟାର୍ ମୁଁ ତୋତେ ଭଲ ପାଏ । ବୁନି ପଚାରିଲା , ତେବେ ତୁ ମୋତେ ମେରେଜ୍ କରିବୁ ??
ଅମର, ଆବେ ପାଗେଳି କଣ କହି ଯାଉଛୁ ତୁ?? ସୁଧୀର ସବୁ ଶୁଣି ଚୁପ୍ ଥାଏ । ବୁନି ପଚାରିଲା , ମୋ ପ୍ରଶ୍ନ ର ମୋତେ ଉତ୍ତର ଦେ । ହଁ ୟା ନାହିଁ ??? ଅମର କହିଲା ନାହିଁ ୟାର, ତୋତେ କେମିତି ବାହା ହେବି କହ ? ବୁନି ପଚାରିଲା, ପୁଣି ଥରେ ପଚାରୁଛି । ମୋତେ ବାହା ହେବୁ ନା ନାହିଁ ?
ଅମର ସୁଧୀର ଆଡ଼କୁ ଚାହିଁ ପଚାରିଲା । ଆରେ ଏ କଣ?? ପାଗେଳୀ ହୋଇ ଗଲାଣି ନା କଣ, ୟାକୁ ଚେକ୍ କର ରେ??
ବୁନି, ତୁ ମୋତେ ପିଲା ଦିନରୁ ଭଲ ପାଉଛୁ । ତୁ ଗୋଟିଏ ମିନିଟ୍ ମୋତେ ଛାଡ଼ି ରହି ପାରୁନୁ । ନା ମୁଁ ତୋତେ ଛାଡି ରହି ପାରୁଛି । ତୁ କ୍ରିଷ୍ଣା ସହିତ କଣ ପାଇଁ ସମ୍ପର୍କ କାଟିଲୁ ସେ କଥା ମୁଁ ଭଲ ଭାବରେ ଜାଣେ । ତୁ ଅବା ମୋତେ ଭଲ ପାଉ ନଥିବୁ କିନ୍ତୁ ମୁଁ ତୋତେ ପ୍ରତିଟି ସମୟରେ ଭଲ ପାଏ । ତୁ ଯୋଉଦିନ କ୍ରୀଷ୍ଣା କଥା କହିଲୁ ସେଦିନ ମୋର ବହୁତ୍ ରାଗ ହେଲା କିନ୍ତୁ ତୋ ଖୁସି ପାଇଁ ମୁଁ ଚୁପ୍ ରହିଲି । ସେଦିନ ମୋତେ ମନା କରିଥିଲୁ ଯେ କ୍ରିଷ୍ଣା ଯାହା କରିଲେ ମଧ୍ୟ ତୁ ଚୁପ୍ ରହିବୁ ଏବଂ ମୁଁ ଚୁପ୍ ରହିଲି କିନ୍ତୁ ଆଜି ମୁଁ ଚୁପ୍ ରହିବି ନାହିଁ ଏବଂ ମୋତେ ମୋ ଉତ୍ତର ଦରକାର !!!
ଅମର କହିଲା, ତୁ ଯଦି ଜାଣି ସାରିଛୁ ତେବେ ତୋତେ କଣ ଲୁଚେଇବି । ମୁଁ ହେଉଛି କିଛି ଦିନର ବନ୍ଧୁ । ତୁ ମୋତେ କାହିଁକି ବିବାହ କରିବୁ । ତୁ ଭଲ ବର ଦେଖି ବାହା ହେ । ବାକି ଜୀବନ ଭଲରେ କାଟେ ।
ବୁନି, ତୁ ହେଉଛୁ ମୋ ବର। ମନେ ଅଛି ନା?? ପିଲା ଦିନେ ଆମେ ରାଜା ରାଣୀ ଖେଳ ଖେଳୁଥିଲେ। ଆଉ ଆଜି ବଡ ହେଲା ପରେ ସେ ରାଜା ରାଣୀ ଆମେ ଦୁଇ ଜଣ ହୋଇ ପାରିବା ନାହିଁ କି ??? ଜବାବ୍ ଦେ ମୋତେ ??
ଆଉ ଗୋଟିଏ କଥା, ତୋ ବିନା ମୋ ସବୁ କାହାଣୀ ରେ ପୂର୍ଣ୍ଣଛେଦ ପଡିଯିବ । ତୋର କାହାଣୀ ର ନାୟିକା ହେବାର ମୁଁ କଣ ଯୋଗ୍ୟ ନୁହଁ କି ?? ତୋର ଯଦି ଶେଷ ଇଚ୍ଛା ଥାଏ ତେବେ ମୋର ମଧ୍ୟ ଶେଷ ଇଚ୍ଛା !!! ଯେ ମୋତେ ତୋ ରାଣୀ ହେବାର ଈଛା ଟା ପୁରା କରି ବାକୁ ସୁଯୋଗ ଦେ ।
ଅମର, ଏମିତି ରେ ମାମା ମାନିବେ ନାହିଁ ରେ। ବୁନି କହିଲା ଅଙ୍କଲ ତ ମାନିବେ ନା?? ବାକି ମୋର ଖୁସି ପାଇଁ ତୁ କଣ ତୋ ପିଲା ଦିନ ର ସାଙ୍ଗ ର ଇଚ୍ଛା କୁ ପୂରଣ କରିବୁ ନାହିଁ ??
ଏତିକି କଥା ରେ ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ସମସ୍ତେ ଭାବ ବିହୁଳ ହୋଇ କାନ୍ଦିବାକୁ ବାଧ୍ୟ ହେଲେ । ଅମର, ଆରେ ବୁନି ମୁଁ ଅଳ୍ପ ଦିନ ର ବନ୍ଧୁ, କାହିଁକି ତୋ ଜୀବନକୁ ନଷ୍ଟ କରିବାକୁ ଚାହୁଁଛୁ । ବୁନି ଅମର ପାଟି କୁ ଚୁପ୍ କରିବାକୁ ଯାଇ ପୁଣି ହଗ୍ କରିଲା । କହିଲା, ତୁ ଛାଡ଼ି ଚାଲିଗଲେ । ମୁଁ କଣ ଏକା ବଞ୍ଚି ପାରିବି ଏ ସ୍ୱାର୍ଥପର ଦୁନିଆରେ ??? ସେଥିପାଇଁ ଦୁହେଁ ଯେତେ ଦିନ ବଞ୍ଚିବା ଖୁସିରେ ବଞ୍ଚିବା । ଏତିକି କହି ପୁଣି ଦୁହେଁ ହଗ କରିବାକୁ ଲାଗିଲେ । ହଠାତ୍ କବାଟ ନକ୍ ହେବାକୁ ଲାଗିଲା । ଦୁହେଁ ଅଲଗା ହେଲା ପରେ ଅଙ୍କଲ ରୁମ୍ ଭିତରକୁ ପଶି ଆସିଲେ । କହିଲେ ମୁଁ ଡିଷ୍ଟର୍ବ କରି ଥିବାରୁ ଦୁଃଖିତ । ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଥିଲା ??
ଅଙ୍କଲ ପାଖରେ ଆସି ବସିଲେ । ପଚାରିଲେ କଣ ଅମର, କେବେ କରିବା ବିବାହ ?? ଅମର କହିଲା ବାପା, ଏ ଚଣ୍ଡି କଥା ଶୁଣି ଥିବ ଯଦି ତେବେ ତମେ ଭୁଲି ଯାଅ । ଅଙ୍କଲ କହିଲେ ସେ ଠିକ୍ କହିଛି । ତୋର ମତ କଣ ?? ଅମର ଚୁପ୍ ଥିଲା । ସଙ୍ଗେ ସଙ୍ଗେ ଅଙ୍କଲ ଏବଂ ବୁନି ମିଶି ବୁନି ଘର ଅଭିମୁଖେ ବାହାରିଲେ।
ସେଠୀ ବୁନି ର ମାମା ସହିତ କଥା ହେଲେ। ଅଙ୍କଲ କହିଲେ ମୁଁ ବୁନି କୁ ମୋ ଘର ର ବୋହୂ କରିବାକୁ ଚାହୁଁଛି ଆପଣଙ୍କ ମତ କଣ ? (ରାସ୍ତାରେ ବୁନି କହିଥିଲା ଯେ, ମାମା ଙ୍କୁ ଅମର କଥା କିଛି କହିବ ନାହିଁ) ।
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…
If the contents are helpful to share them with your friends, Thanking You.
ଅଧୁରା କାହାଣୀ(ଦ୍ଵିତୀୟ )
ଅଧୁରା କାହାଣୀ(ଦ୍ଵିତୀୟ ) |
ଅଧୁରା କାହାଣୀ !!!
(ଏକ ଅଶ୍ରୁମୟ ଜୀବନ୍ତ ପୃଷ୍ଠା)
ଦ୍ଵିତୀୟ ଭାଗ
ପ୍ରଥମ ଭାଗ ପଢିବା ପାଇଁ Click କରନ୍ତୁ
ବୁନି ହେଉଛି ଅମର ର ଘନିଷ୍ଠ ସାଙ୍ଗ । ବୁନି ଅମର କୁ ପିଲା ଦିନୁ ମନ ଦେଇ ଭଲ ପାଇ ବସିଛି । କିଛି ବର୍ଷ ପୂର୍ବେ ଷ୍ଟଡି ଟୁର ରେ ମନ୍ଦିର ବୁଲିବା ସମୟରେ ଭଗବାନ ଆଗରେ ହାତ ରଖି ଶପଥ କରି କହିବାକୁ ବାଧ୍ୟ କରିଥିଲା ଯେ ତୁ ମୋର ବେଷ୍ଟ ଫ୍ରେଣ୍ଡ୍ । ମୋତେ ଆଉ କ୍ରିଷ୍ଣା କୁ ତୁ ମିଶେଇବା ରେ ସାହାଯ୍ୟ କରିବୁ କାରଣ ମୁଁ କ୍ରୀଷ୍ଣା କୁ ଭଲ ପାଉଛି । ବୁନି ବହୁତ୍ ଶାନ୍ତ । ସେଦିନ ଶପଥ ପରେ ବୁନି ର ଆଖିରୁ ଦୁଃଖରେ ଦୁଇ ଟୋପା ଲୁହ ବହି ଯାଇଥିଲା । କଣ ଅବା ସେ କରିବ ?? ଅମର ହେଉଛି ତାର ହୃଦୟ । ତାର କଥା କୁ ସେ କାଟି ପାରି ନଥିଲା ।
ଅମର ଆଉ କ୍ରିଷ୍ଣା ର ଭଲ ପାଇବା କଲେଜ୍ ର Cultural Function ରୁ ଆରମ୍ଭ ହୋଇଥିଲା। କ୍ରିଷ୍ଣା ଭଲ ଡାନ୍ସ କରେ। ଅମର ଆଉ ବୁନି ଗୋଟିଏ ଜାଗାରେ ବସି ଥାନ୍ତି। ହଠାତ୍ ଅମର କହିଲା। ଏ ବୁନି ମୋତେ ଏ ଝିଅଟି ପସନ୍ଦ ଲାଗୁଛି। ତୁ ତାକୁ ଏବଂ ମୋତେ ମିଶେଇବାରେ ସାହାଯ୍ୟ କରିବୁ ନା?? ପ୍ରଥମେ ବୁନି ରାଗରେ ଅମର କୁ ଚାହିଁ ରହିଲା କିନ୍ତୁ ଅମର ବୁନି କୁ ଅନୁରୋଧ କରିଲା ଯେ ପ୍ଲିଜ୍ ବୁନି । ସାହାଯ୍ୟ କରିବୁ ନା?? ସେତେ ଦିନ ପର୍ଯ୍ୟନ୍ତ ବୁନି କେବେ କହି ପାରିନି କି ସେ ଅମର କୁ ଭଲ ପାଏ ବୋଲି କିନ୍ତୁ ଅମର ତାକୁ କେବଳ ସାଙ୍ଗ ଭଳି ଦେଖେ ।
ହଠାତ୍ ଡ଼ାକ୍ତର ବାବୁ କହିଲେ ଝିଅ ଉଠି ଯାଅ ହୋଇଗଲା। ବୁନି କହିଲା ଏତେ ଶିଘ୍ର ହୋଇଗଲା ?? ଆଉ ଯଦି ଦରକାର !! ତେବେ ନେଇ ପାରିବ। ଡ଼ାକ୍ତର ବାବୁ କହିଲେ ଆଉ ନେଇ ପାରିବୁ ନାହିଁ। ବୁନି ପଚାରିଲା ଆଉ କେତୋଟି ୟୁନିଟ୍ ଦରକାର ? ଡ଼ାକ୍ତର ବାବୁ କହିଲେ ଆଉ ଦୁଇଟି ୟୁନିଟ୍ ଦରକାର । ବୁନି ଉଠିଗଲା। ବାହାରେ ସୁଧୀର ଆଉ ଦୁଇଟି ସାଙ୍ଗ କୁ ନେଇ ଆସିଥିଲା । ସୁଧୀର କହିଲା ତୁ କାହିଁକି ଦେଲୁ । ମୁଁ ତିନୋଟି ୟୁନିଟ୍ ବ୍ଲଡ଼ ଯୋଗାଡ କରି ସାରିଥିଲି । ବୁନି କହିଲା, ପରେ କଥା ହେବୁ, ଯା ପ୍ରଥମେ ବ୍ଲଡ଼ ଦେବୁ ।
କିଛି ସମୟ ପରେ ବ୍ଲଡ଼ ଦେଇ ଆସିଲେ । ଦେଖୁ ଦେଖୁ ଦିନ ଗଡି ରାତି ୯ ଟା ହେବାକୁ ବାଜିଲାଣି। ଅଙ୍କଲ କହିଲେ ତୁ ଫେରି ଯା କିନ୍ତୁ ବୁନି କହିଲା ନା ଅଙ୍କଲ ମୁଁ ଏଠି ରହିବି। ଅଙ୍କଲ କହିଲେ କାଲି ସେ Discharge ହେବ ତୁ ଯା କାଲି ଘରକୁ ଆସିବୁ । ଏତିକି କଥା ପରେ ବୂନି କହିଲା ଠିକ୍ ଅଛି ଅଙ୍କଲ ମୁଁ ଆଉ ଟିକେ ପରେ ଫେରିଯିବି । ଅଙ୍କଲ ବାଥରୁମ ଯିବାକୁ କହି ସେଠୁ ଚାଲିଗଲେ ଠିକ୍ ସେତିକିବେଳେ ସେଠୀ କ୍ରିଷ୍ଣା ଆସି ପହଁଚିଲା।
ବୁନି କୁ ପଚାରିଲା ଅମର କାହିଁ ?? ବୁନି ରାଗରେ ଏବେ ମନେ ପଡ଼ିଲା। ଦୁଇ ବର୍ଷ ର ଭଲ ପାଇବା ଏତେ ଶୀଘ୍ର ଭୁଲିଗଲୁ । ଛି ଛି ମୁଁ କାହା ସହିତ କଥା ହେଉଛି । ଗୋଟିଏ ହୃଦୟ ହିନ ଝିଅ ସହିତ। ତୁ କଣ ଚିହ୍ନିବୁ ଅମର କୁ । କେବଳ ତମ ଦୁଇ ଜଣଙ୍କ ଖୁସି ପାଇଁ ମୁଁ ତମ ଦୁଇ ଜଣଙ୍କୁ ମିଶେଇ ଥିଲି କିନ୍ତୁ ଏମିତି ତୋତେ ସେ କଣ କହିଦେଲା ଯେ ତୁ ତାକୁ ଚାପୁଡା ଉପରେ ଚାପୁଡା ମାରି ଚାଲିଥିଲୁ ।
ତୁ ଯେତେବେଳେ ଅମର ଉପରକୁ ହାତ ଉଠୋଉଥିଲୁ ନା ସେ ସମୟରେ ମୋ ମନକୁ କେତେ କଷ୍ଟ ହେଉଥିଲା ଜାଣିଛୁ ?? ଅମର ମୋ ହାତ ବାନ୍ଧି ରଖିଥିଲା । ସେଥିପାଇଁ ଚୁପ୍ ଥିଲି। ତାର ମନ କଥା ନ ବୁଝି ତା ଉପରକୁ ହାତ ଉଠେଇ , ତୁ ବହୁତ୍ ବଡ ଭୁଲ କରିଛୁ। ତୁ ନିଜକୁ କଣ ଭାବୁଛୁ କହିଲୁ?? କାଲି ତୁ ତାକୁ ଛାଡ଼ି ଚାଲିଗଲୁ । ସେ ବେହୋସ୍ ହେବା ର ଜାଣି ମଧ୍ୟ ତାକୁ ତୁ ଧ୍ୟାନ ଦେଲୁ ନାହିଁ । ତୁ ଆଜି କଣ ପାଇଁ ଆସିଛୁ। କ୍ରିଷ୍ଣା କହିଲା ତୋର ଯାହା ଇଚ୍ଛା ତାହା କହ। ମୁଁ ଶୁଣିବାକୁ ରାଜି ଅଛି। ଠିକ୍ ସେତିକିବେଳେ ସୁଧୀର ଆସି ପହଁଚିଲା। କହିଲା ଏ ମହାରାଣୀ ଙ୍କୁ କାହିଁକି ଡାକିଛୁ । କାଲି ୟା ଯୋଗୁ ତାର ଦେହ ବେଶୀ ସିରିଆସ ହୋଇଛି।
କ୍ରିଷ୍ଣା ପଚାରିଲା ମୁଁ କଣ କରିଲି ଯେ ?? ଅମର ମୋତେ ସେଠୀ ଡାକି କହିଲା କି ମୁଁ ବୂନୀ କୁ ଭଲ ପାଏ ତୁ ମତେ ଭୁଲିଯାଆ । ସେଥିପାଇଁ ମୁଁ ତା ଉପରେ ରାଗି ଗଲି । ଏବଂ ରାଗରେ ତାକୁ ମାରିଲି । ବୁନୀ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା। ସୁଧୀର କହିଲା । ତମ ଦୁଇ ଜଣଙ୍କ ସବୁ ଉତ୍ତର ମୋ ପାଖରେ ଅଛି। ଚାଲ ବାହାରକୁ। ଦୁହେଁ ବାହାରକୁ ଗଲେ । ସୁଧୀର ପାଖ ଦୋକାନ ରୁ ଗୋଟିଏ ସିଗାରେଟ୍ ପ୍ୟାକେଟ ଟି ଆଣି ପକେଟ୍ ରେ ରଖିଲା । ସୁଧୀର କହିଲା ତମେ ଦୁଇ ଜଣ, ନିଜ ଯାଗାରେ ଠିକ୍ ଅଛ ।
ଏଠି ବସ୍ ସବୁ କାହାଣୀ ମୁଁ କହୁଛି । ଏଥିରେ ସବୁ ପ୍ଲାନ୍ ହେଉଛି ଅମର ର । ଆଜିକୁ ଠିକ୍ ୨୮ ଦିନ ପୂର୍ବରୁ । ମାର୍କେଟ ରେ ଅମର ହଠାତ୍ ବେହୋସ୍ ହୋଇଗଲା। ତାକୁ ମେଡିକାଲ ନେଇ ଯାଇଥିଲୁ । ସେଠୀ ଚେକ୍ ଅପ୍ ପରେ ଜଣା ପଡିଲା ଯେ ତାକୁ ବ୍ଲଡ଼ କ୍ୟାନ୍ସର ହୋଇଛି। ଏତିକି ଶୁଣି ମୁଁ ଅଙ୍କଲ କୁ ମେସେଜ ଦେଲି । ସେ ସଙ୍ଗେ ସଙ୍ଗେ ଆସିଲେ ଏବଂ ସେ ଶୁଣି ମଧ୍ୟ ଆଶ୍ଚର୍ୟ୍ଯ ହେଲେ। ଡ଼ାକ୍ତର ବାବୁ କହିଲେ। ତାର ବ୍ଲଡ଼ କ୍ୟାନ୍ସର ସେକେଣ୍ଡ ଷ୍ଟେଜ ରେ ପହଞ୍ଚି ଗଲାଣି। ସେଥିପାଇଁ ବେଳେବେଳେ ତାକୁ ବ୍ଲଡ଼ ଦରକାର ପଡିପାରେ। ଏବଂ ଯଦି ଠିକ୍ ସମୟରେ ବ୍ଲଡ଼ ଯୋଗାଡ ନ କରିବ ତେବେ କିଛି ବି ହୋଇପାରେ। ମାତ୍ର କେତେବେଳେ ତାର କଣ ହେବ ସେ କଥା ମୁଁ କହି ପାରିବିନି।
ଏକଥା ଶୁଣି ସମସ୍ତେ ତିନି ଦିନ ପର୍ଯ୍ୟନ୍ତ ଚିନ୍ତା ରେ ରହିଲେ କିନ୍ତୁ ଦିନେ ଅମର କହିଲା । ମୁଁ ମୋ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହୁଁଛି। ଅମର ର ବାପା କହିଲେ ଠିକ୍ ଅଛି କିନ୍ତୁ ଦେହକୁ ଧ୍ୟାନ ଦେବୁ। ମାତ୍ର ସେ କ୍ରିଷ୍ଣା କୁ ଭୁଲି ପାରୁ ନଥିଲା। ସେ କଣ କରିବ ଭାବି ସେ ଗୋଟିଏ ଉପାୟ ଭାବିଲା ଆଉ ସେ ଏମିତି କରିବାକୁ ବାଧ୍ୟ ହେଲା । ଶେଷରେ ବୁନି କୁ ଭଲ ପାଉଛି ବୋଲି କହିଲେ କ୍ରିଷ୍ଣା ରାଗରେ ବ୍ରେକ୍ ଅପ୍ କରିଦେବ ଏବଂ ସେ ଶାନ୍ତିରେ ବାକି କିଛି ଦିନ ବିନା ଚିନ୍ତା ରେ ବଞ୍ଚିବ।
ଏତିକି ଶୁଣିଲା ପରେ କ୍ରିଷ୍ଣା ବହୁତ୍ କାନ୍ଦିଲା ଏବଂ ବୁନି ଆଖିରେ ମଧ୍ୟ ଲୁହ ଥିଲା। ସୁଧୀର କହିଲା। ଏବେ ଯାଅ ରାତି ହେଲାଣି କାଲି ଯଦି ଦେଖା କରିବାକୁ ଚାହୁଁଛ ତେବେ ଦ୍ଵୀ ପହରେ ଅମର ଘରକୁ ଆସି ଯିବ।
ତାପରେ ଦୁହେଁ ଚାଲି ଗଲେ। ତା ପର ଦିନ ସକାଳୁ ସକାଳୁ ୫ ଟା ହୋଇନି । ଵୁନୀ ଆସି ପହଁଚିଲା ମେଡିକାଲ୍ ରେ । ସୁଧୀର ବୁନୀ କୁ ଦେଖି ଆଶ୍ଚର୍ଯ୍ୟ। ଏତେ ସକାଳୁ କାହିଁକି ଆସିଲୁ । ବୁନି, ମୋତେ ରାତି ଯାକ ନିଦ ନାହିଁ । ସେଥିପାଇଁ ଆସିଗଲି। ସକାଳ ୭ ଟା ପରେ ଦେଖା କରିବାକୁ ଛାଡ଼ିଲେ। ବୁନି ପହଞ୍ଚିଲା ଅମର ପାଖରେ।
ଅମର ବୁନି କୁ ଦେଖି ପଚାରିଲା । ଆରେ ତୁ କେତେବେଳେ ଆସିଲୁ ?? ବୁନି କହିଲା ସକାଳ ୫ ଟା ରେ । ଅମର ପଚାରିଲା ଏତେ ସକାଳୁ ଆସିଗଲୁ ଯେ ? ବୁନି କହିଲା , ଗୋଟିଏ ପ୍ରଶ୍ନ ମୋ ମନରେ ବାରମ୍ଵାର ଉଠୁଥିଲା ସେଥିପାଇଁ ଆସିଗଲି। ତୋ ପାଖରେ ଯଦି ଉତ୍ତର ଅଛି ତେବେ ମୋତେ ଉତ୍ତର ଦେ । ଅମର ପଚାରିଲା କଣ ପ୍ରଶ୍ନ?? ବୁନି କହିଲା । ତୁ ମୋତେ ଭଲ ପାଉଛୁ ବୋଲି ମୋତେ କହିନୁ କାହିଁକି ??
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…
If the contents are helpful to share them with your friends, Thanking You.
ଅଧୁରା କାହାଣୀ(ପ୍ରଥମ )
ଅଧୁରା କାହାଣୀ(ପ୍ରଥମ ) |
ଅଧୁରା କାହାଣୀ !!!
(ଏକ ଅଶ୍ରୁମୟ ଜୀବନ୍ତ ପୃଷ୍ଠା)
ପ୍ରଥମ ଭାଗ
ଅଦିନିଆ ବର୍ଷା ଭଳି କ୍ରିଷ୍ଣା ଅମର ଉପରେ ଚାପୁଡା ଆଉ ଗାଳି ବରଷି ଚାଲିଛି। କଣ ହେଲା ଯେ କେଜାଣି ?? ଅମର କ୍ରିଷ୍ଣା କୁ ଅନୁରୋଧ କରି କହୁଥାଏ ମୋତେ ଭୁଲି ଯାଅ କିନ୍ତୁ କ୍ରିଷ୍ଣା ର ରାଗ ଏତେ ପ୍ରଖର ଅବସ୍ଥାରେ ପହଞ୍ଚି ସାରିଥିଲା ଯେ ସେ ଚଣ୍ଡୀ ଭଳି ଅମର କୁ ଚାପୁଡା ମାରିବାରେ ଲାଗିଥିଲା । କିନ୍ତୁ ଏ କଣ ହଠାତ୍ ଅମର ବେହୋସ୍ ହୋଇଗଲା । ନିର୍ଦୟୀ କ୍ରିଷ୍ଣା ଅମର ବେହୋସ୍ ହେବାର ଜାଣି ମଧ୍ୟ ତାକୁ ନ ଉଠେଇ ମୁହଁ ଫେରେଇ ନିଜ ସ୍କୁଟି ରେ ବସି ଚାଲିଗଲା ।
କିଛି ଦୂରରେ ଅପେକ୍ଷା କରିଥିବା ବୁନି ଦଉଡ଼ି ଆସିଲା, ଅମର ପାଖକୁ । ତାକୁ କୋଳରେ ନେଇ ଅମର..ଅମର.. ବୋଲି କେତେ ପାଟି କରିଲା । ନା ଅମର ଶୁଣୁଥିଲା ନା ସେଠୀ କେହି ଶୁଣିବାକୁ ଥିଲା । ଉଦୁଉଦିଆ ଖରା ବେଳ ଟା ରେ । ପାଣି ମଧ୍ୟ ପାଖରେ ନ ଥିଲା । କାରଣ ସେ ସ୍ଥାନ ବଜାର ଠାରୁ ବହୁତ୍ ଦୂରରେ ।
କିନ୍ତୁ ତାର ମନେ ହେଲା ଯେ ଏଠି ପାଖରେ ଗୋଟିଏ ପଥର କୁଅ ଅଛି । ସେ ସଙ୍ଗେ ସଙ୍ଗେ ଦଉଡ଼ି ଗଲା । ସେଠୀ କିଛି ବସ୍ତୁ ନ ମିଳିବାରୁ ସେ ନିଜେ କୁଅ ଭିତରକୁ ଅଳ୍ପ ଓହ୍ଲାଇ ନିଜ ଓଢ଼ଣି କୁ ଓଦା କରି ଦଉଡ଼ି ଆସିଲା ଅମର ପାଖକୁ । ଅମର ମୁହଁରେ ପାଣି ଚିପୁଡ଼ିଲା ପରେ ତାର ର ହୋସ ଫେରିଲା । ଅମର ବୁନି କୁ କୁଣ୍ଢେଇ ଧରି କାନ୍ଦିଲା । ୟା ପୂର୍ବରୁ ଅମର କେବେ କାନ୍ଦିନି ନା କେବେ ବୁନି କୁ ହଗ୍ କରିଥିଲା ।
ବୁନି କହିଲା, କଣ ହେଲା ତୋର ?? ତୁ କାହିଁକି ବେହୋସ୍ ହୋଇଗଲୁ?? ଆଉ କାନ୍ଦୁଛୁ କଣ ପାଇଁ ଯେ ?? କ୍ରିଷ୍ଣା ତୋ ଭଲ ପାଇବା କୁ ଚିହ୍ନି ପାରିଲା ନାହିଁ ବୋଲି କାନ୍ଦୁଛୁ କି ?? ମୁଁ ଅଛି ନା ତୋ ସାଙ୍ଗ ?? ଅମର ମୁଣ୍ଡ ହଲେଇ ହଁ କରିଲା ଏବଂ ଦୁହେଁ ଠିଆ ହେଲେ । ବୁନି କହିଲା ତୁ ବାଇକ୍ ଚଲେଇବୁ ନାହିଁ । ମୁଁ ଚଲେଇବି ?? ଅମର ହସିଲା, ଆବେ ତୁ ପୁଣି ବାଇକ୍??
ବୁନି କହିଲା, ହସୁଛୁ କଣ?? ତୋ ବତିଶି ଝଡେଇ ଦେବି । ଚୁପ୍ ଚାପ୍ ବସ୍ । ମୁଁ ଚଲେଇବି । ତାପରେ ଅମର ବସିଲା ଏବଂ ବୁନି ବାଇକ୍ ଚଲେଇ ଆସିଲା ।
ରାସ୍ତାରେ ଅମର ପଚାରିଲା। ତୋତେ ବାଇକ୍ ଚଲେଇ ଆସେ ମୋତେ କେବେ ତ କହିନୁ?? ସବୁ ବେଳେ ମୋତେ କହୁ ମୋତେ ଚଲେଇ ଆସେନି, ଚଲେଇ ଆସେନି ବୋଲି । କଥା କଣ?? ବୁନି କହିଲା, ଯେତେ ଦିନ ପର୍ଯ୍ୟନ୍ତ ତୁ ମୋ ପାଖରେ ଅଛୁ ସେତେ ଦିନ ପର୍ଯ୍ୟନ୍ତ୍ ତୁ ଚଲେଇବୁ ଏବଂ ମୁଁ ତୋ ବାଇକ୍ ର ପଛରେ ବସିବି।
ଅମର କହିଲା ତୁ ତ ପିଲା ଦିନୁ ସେମିତି ମୋତେ ଆସେନି ..ଆସେନି.. କହୁ, ମୋ ସାଇକେଲ ପଛରେ ବସି କେତେ ଆଡେ଼ ବୁଲିଛୁ ।
ଆଚ୍ଛା କହ ତୁ ଯେତେବେଳେ ବସୁ !!! ଅଳ୍ପ ଦୂରେଇ ବସିଲେ ହେବନି ?? ସବୁବେଳେ ମୋତେ ଜାବୁଡ଼ି ଧରି ବସୁ?? ବୁନି କହିଲା ପିଲାଦିନୁ ତୋତେ ଧରିକି ବସେ, ଏଇଟା କଣ ନୁଆ କଥା ଯେ?? ଏବଂ ତୁ ମନା କରିଲେ ମଧ୍ୟ ମୁଁ ତୋତେ ଧରିକି ବସିବି !!! ଅମର କହିଲା, ଏବେ ଆମେ ବଡ ହୋଇଗଲେଣି ଛୋଟ ଛୁଆ ହୋଇ ନାହୁଁ ।
ବୁନି ହଉ ଛାଡ଼ ସେ କଥା । ତୁ ବେହୋସ୍ କାହିଁକି ହେଲୁ କହ?? ଅମର, କିଛି କଥା ଲୁଚେଇଲା ଭଳି କହିଲା, ମୁଁ ଜାଣିନି, ମୁଁ କେମିତି ପଡ଼ିଗଲି ??? କିଛି ସମୟ ପରେ ଦୁହେଁ ଅମର ଘରେ ପହଞ୍ଚିଲେ ଏବଂ ବୁନି ଅମର ର ବାପା କୁ ପ୍ରଣାମ କରିଲା । ଅମର ର ବାପା କହିଲେ , କଣ ବୁନି ତୁ ମଧ୍ୟ ବାଇକ୍ ଚଲେଇ ଜାଣୁ କି ?? ବୁନି, କଣ ଅଙ୍କଲ ??? ଆପଣ ମଧ୍ୟ ଏମିତି ପ୍ରଶ୍ନ କରୁଛନ୍ତି । ଆମେ ମଧ୍ୟ ବାଇକ୍ ଶିଖିବା ଦରକାର ନା??
ଅମର ର ବାପା କହିଲେ ହଉ ଛାଡ଼ ଆଜି କଣ ବୁଲାବୁଲି କରି ଶୀଘ୍ର ଫେରିଗଲ ?? ଅମର କହିଲା, ବାପା ଆଜି ଖରା ପ୍ରବଳ ଯୋଗୁ ଫେରି ଆସିଲୁ ?? ଅମର ର ମା, ବୁନି କୁ ପସନ୍ଦ କରନ୍ତି ନାହିଁ । ଵୁନି ଆଣ୍ଟୀ ଙ୍କୁ ପ୍ରଣାମ କରିଲା ପରେ, ଆଣ୍ଟୀ କାନ୍ଥ କୁ ଦେଖି କହିଲେ ଠିକ୍ ଅଛି । ବୁନି କହିଲା, ଅମର ମୁଁ ଏବେ ଆସୁଛି କହି ସେ ଫେରିଗଲା ନିଜ ଘରକୁ ।
ତା ପରଦିନ ହଠାତ୍ ଦିନ ୨ ଟା ହେବ । ଅମର ର ବାପା ର ଫୋନ୍ ଆସିଲା । ବୁନି ସେତେବେଳେ ନିଜ ସାନ ଭାଇ ର ମୋବାଇଲ୍ ରେ ହେଡଫୋନ୍ ଲଗେଇ ମୁଭି ଦେଖୁଥାଏ । ବୁନି ର ମା ଆସି କହିଲେ । ନେ ତୋର ଫୋନ୍, ଅମର ର ବାପା ବହୁତ୍ ଥର ଫୋନ୍ କରିଲେଣି । ବୁନି କଲ୍ ଵେକ କରିଲା । ଅମର ର ବାପା କହିଲେ Govt. Hospital କୁ ଶୀଘ୍ର ଆସେ ।
ବୁନି ଅମର କୁ କଲ୍ କରିଲା କିନ୍ତୁ ସେ ଉଠେଇଲା ନାହିଁ । ବୁନି ସ୍କୁଟି ନେଇ ପହଞ୍ଚିଲା Govt. Hospital ରେ । ବୁନି ଅଙ୍କଲ କୁ ଫୋନ୍ କରୁଥାଏ ସେ ଫୋନ୍ ଉଠେଇଲେ ନାହିଁ । ମାତ୍ର ଭାଗ୍ୟ ବଶତଃ ଅମର ର ସାଙ୍ଗ ସୁଧୀର ବୁନି ସହିତ ଦେଖା ହେଲା । ସେ ଆଙ୍ଗୁଳି ଦେଖେଇ କହିଲା ସେଠୀ ଯା ଅମର ର ବାପା ଅଛନ୍ତି, ମୁଁ ଯାଉଛି କିଛି ସାଙ୍ଗକୁ କଲ୍ କରୁଛି। ବୁନି ପଚାରିଲା କଣ ହେଲା?? ସୁଧୀର କହିଲା ତୁ ସେଠୀ ଯା ମୁଁ ବାହାରକୁ ଯାଉଛି ଏଠି ନେଟୱର୍କ ନାହିଁ । କହି ସୁଧୀର ବାହାରକୁ ଦଉଡ଼ି ଗଲା।
ବୁନି ସେଠୀ ପହଞ୍ଚିଲା ପରେ ଜାଣିବାକୁ ପାଇଲା ଯାଏ ଅମର ଏବେ OT ରେ ଅଛି ଏବଂ ତାକୁ B+ ର ରକ୍ତ ଦରକାର । ବୁନି ପଚାରିଲା କଣ ହୋଇଛି ଅଙ୍କଲ ? ଅମର ର ବାପା କହିଲେ ତାକୁ ବ୍ଲଡ଼ କ୍ୟାନ୍ସର ହୋଇଛି । ତୋତେ କଣ ଅମର କହିନି କି?? ଏବଂ ତାକୁ ଏବେ ବ୍ଲଡ ନିହାତି ଦରକାର । ବୁନି ଅମର ର ବ୍ଲଡ଼ କ୍ୟାନ୍ସର କଥା ଶୁଣି ସେ ଯେମିତି ନିର୍ଜୀବ ହୋଇଗଲା । ଅଙ୍କଲ ବୁନି କୁ ହଲେଇ କହିଲେ କଣ ହେଲା ମା?? ବୁନି କହିଲା , ନାହିଁ ଅଙ୍କଲ କିଛି ନାହିଁ କହି ତାର ଆଖିରୁ ଦୁଇ ଟୋପା ଲୁହ ବହିଗଲା । ବୁନି କହିଲା, ଅଙ୍କଲ୍ ମୁଁ ରକ୍ତ ଦେବୀ । ଅଙ୍କଲ କହିଲେ ନାହିଁ ମା ତୁ ଏମିତି ରେ ପତଳା । ତୁ ଯଦି ରକ୍ତ ଦେବୁ ତେବେ ତୋର ଦେହ ଖରାପ୍ ହୋଇ ପାରେ । ବୁନି କହିଲା, ପ୍ଲିଜ୍ ଅଙ୍କଲ ମୁଁ ଦେବାକୁ ଚାହୁଁଛି ।
ବୁନି ର ବାଧ୍ୟକତା ଆଗରେ ଅଙ୍କଲ ଅନୁମତି ଦେଲେ । ବୁନି ଯାଇ ପହଞ୍ଚିଲା ଅମର ପାଖରେ । ଅମର ଆଖି ବନ୍ଦ କରି ଶୋଇଛି ଏବଂ ଡାକ୍ତର କିଛି ଟେଷ୍ଟ ପରେ ତାକୁ ପାଖ ବେଡ ରେ ଶୋଇବାକୁ କହିଲେ ଏବଂ ବୁନି କେବଳ ଅମର କୁ ଦେଖୁଥାଏ । ରକ୍ତ ଦେବା ର ପ୍ରସ୍ତୁତି ଆରମ୍ଭ ହେଲା । ବୁନି ଅଳ୍ପ ଆଖି ବନ୍ଦ କରି ଅମର କଥା ମନେ ପକେଇ ବାକୁ ଲାଗିଲା । ଆଖିରେ ତାର ଲୁହ ଥାଏ।
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…
If the contents are helpful to share them with your friends, Thanking You.
ଅଧୁରା କାହାଣୀ (ଶେଷ )
ଅଧୁରା କାହାଣୀ (ଶେଷ ) |
ଏହି ପ୍ରଶ୍ନ ପରେ ବୁନି ର ମାମା କହିଲେ । ତାର ବାପା ଙ୍କ ଶହୀଦ ପରେ ମୋର ଚିନ୍ତା ବହୁତ୍ ବଢ଼ି ଯାଇଥିଲା । ଜଣେ ସାତ ବର୍ଷ କୁ ଆଉ ଜଣେ ଚାରି ବର୍ଷର । ଆପଣଙ୍କ ସହାୟତା ରେ ଆମ ପରିବାର ର ଭାଗ୍ୟ ବଦଳି ଗଲା। ବୁନି ର ବାପା କହିଥିଲେ ଯେ ଟ୍ରେନିଂ ପର ଠାରୁ ଆପଣଙ୍କୁ ସେ ରାମ ଭଳି ଭାଇ ରୂପରେ ପାଇଥିଲେ । ପେନସନ ତ ମିଳୁଥିଲା କିନ୍ତୁ ଆପଣଙ୍କ ଦୟା ଆଉ ସହାନୁଭୂତି ରେ ଆଜି ପର୍ଯ୍ୟନ୍ତ ଆମ ପରିବାର ସୁଦୃଢ଼ ଭାବେ ଛିଡ଼ା ହୋଇ ରହିଛି ଏବଂ ଆପଣଙ୍କ ଘରେ ମୋ ଝିଅ କୁ ଦେବା ପାଇଁ ମୋର ତିଳେ ମାତ୍ର ଆପତ୍ତି ନାହିଁ।
ଅମର ର ବାପା କହିବାକୁ ଯାଉଥିଲେ , କିନ୍ତୁ ???? ସଙ୍ଗେ ସଙ୍ଗେ ବୁନି ଆଖି ଠାରରେ ଅଙ୍କଲ କୁ ମନା କରିଦେଲା । ଅଙ୍କଲ ମଧ୍ୟ ଚୁପ୍ ହେବାକୁ ବାଧ୍ୟ ହେଲେ ।
ତାପରେ ଗୋଟିଏ ଭଲ ତିଥି ଦେଖି ୧୫ ଦିନ ଭିତରେ ବୁନି ଆଉ ଅମର ର ବାହାଘର ହେଲା । ବାହାଘର ବହୁତ୍ ଆଡମ୍ବର ରେ ସଂପନ୍ନ ହେଲା ସତ କିନ୍ତୁ ଅମର ବହୁତ୍ ଦୁଃଖୀ ଥିଲା । କାରଣ ତାର ପାଇଁ ଗୋଟିଏ ଝିଅ ର ଜୀବନ କୁ ସେ ଜାଣି ଶୁଣି ନଷ୍ଟ କରିବାକୁ ଯାଉଥିଲା ।
ପ୍ରଥମ ରାତିରେ ଅମର ବୁନି ସହିତ ସମ୍ପର୍କ ରଖିବା ପାଇଁ ମନା କରିଦେଲା । ବୁନି କହିଲା, ଯଦି ତୁମ ହାତ ଧରି ବିବାହ କରିଲି ତେବେ ମୋତେ ମା ହେବାର ମଧ୍ୟ ସୌଭାଗ୍ୟ ଦେଲେ ମୁଁ ବହୁତ୍ ଖୁସି ହେବି। ପ୍ଲିଜ୍ ଅମର ଆମର ପବିତ୍ର ସମ୍ପର୍କ ର ଗୋଟିଏ ପ୍ରାମାଣିକ ସାକ୍ଷୀ ରୂପରେ ମୁଁ ଗୋଟିଏ ଛୁଆ କୁ ଜନ୍ମ ଦେବାକୁ ଚାହୁଁଚି ସେ ଅଧିକାର ମୋତେ କଣ ମିଳିବ ନାହିଁ ??
ସେ ସମୟଟା ଦୁହିଙ୍କ ପାଇଁ ବହୁତ୍ ଦୁଃଖ ର ସମୟ ଥିଲା । ଅମର ବୁନି ର କଥା କୁ ରଖିଲା ଏବଂ ବୁନି ଆଉ ଅମର ପବିତ୍ର ସମ୍ପର୍କ ରେ ବାନ୍ଧି ହୋଇଗଲେ ।
.
.
.
.
.
.
ଆଜି ଠିକ୍ ୧୧ ମାସ ବିତିଗଲାଣି । ଅମର ଆଉ ବୁନି ର ପରିବାର କୁ ଏକ ନୂଆ ଅତିଥି ର ସ୍ଵାଗତ ହୋଇଛି କିନ୍ତୁ ଦୁଃଖ ର କଥା ଯେ ଗୋଟିଏ ବେଡ ରେ ବୁନି ଏବଂ ଅନ୍ୟ ୱାର୍ଡ ର ଅନ୍ୟ ବେଡ ରେ ଅମର ତାର ଶେଷ ନିଃଶ୍ୱାସ ପାଇଁ ଓଲଟା ଗଣତି କରୁଥାଏ ।
ସତରେ ସେ ସମୟ ରେ ସମୟ ଟା ମଧ୍ଯ ନିର୍ଦ୍ଦୟ ହୋଇ ଯାଇଥିଲା। ପୁରାଣରେ ଲେଖା ଅଛି ସାବିତ୍ରୀ ନିଜ ସ୍ବାମୀ ଙ୍କ ଜୀବନ ଯମରାଜ ଠାରୁ ଛଡେଇ ଆଣିଥିଲା ସତ କିନ୍ତୁ ଏଠି ବୁନି ଆଜି ପର୍ଯ୍ୟନ୍ତ କେବଳ ତାର ଭଲ ପାଇବା ଏବଂ ସେବା ଦ୍ଵାରା ଅମର ର ଜୀବନ ର ଆୟୁଷ କୁ ବଢେଇ ଚାଲିଥିଲା କେବଳ ତାଙ୍କ କୁଳ ର ଗୋଟିଏ ପ୍ରତିମା ର ଦର୍ଶନ ପାଇଁ ।
ସତରେ ସମସ୍ତଙ୍କ ଆଖିରୁ ଅଶ୍ରୁ ବହିବା ବନ୍ଦ ହୋଇ ପାରୁ ନଥିଲା। ବୁନି ଝିଅ କୁ ଜନ୍ମ ଦେଲା ପରେ ସେ ଡାକ୍ତର ବାବୁ ଗୋଟିଏ ଅନୁରୋଧ କରିଲା ଯେ, ମୋତେ ଏବଂ ମୋ ଝିଅ କୁ ଅମର ପାଖକୁ ନେଇ ଯାଅ ପ୍ଲିଜ୍। ତାର ଶେଷ ସମୟରେ ମୁଁ ତା ପାଖରେ ରହିବାକୁ ଚାହୁଁଛି ।
ବିଳମ୍ବ ନ କରି ମେଡିକାଲ୍ ଷ୍ଟାଫ୍, ବୁନି ଏବଂ ତାର ଝିଅ କୁ ଅମର ପାଖକୁ ନେଇ ଗଲେ । ଅମର କୁ ଡାକ୍ତର ବାବୁ କହିଲେ ଯେ ଦେଖ ଅମର କିଏ ଆସିଛି ତମକୁ ଦେଖିବାକୁ । ସେତେବେଳେ ସେହି ବେଡ ରେ କେବଳ ହାଡ଼ କଙ୍କାଳ ନୁମା ଶରୀର ଟିଏ ଶୋଇ ରହିଥିଲା। ବଡ କଷ୍ଟରେ ଆଖି କୁ ଖୋଲିବା ପରେ ସେ ଦେଖିଲା ଯେ ତାର ବାପା ହାତରେ ତାର ଝିଅ ଅଳ୍ପ କାନ୍ଦିବାକୁ ଚେଷ୍ଟା କରୁଥିଲା ।
ବାମ ପାଶ୍ୱର୍ରେ ବୁନି ଶୋଇ ରହି ଥାଏ । ହଠାତ୍ ଅମର ପ୍ରଶ୍ନ କରିଲା ଯେ, ମୋ ଧନ କୁଆଡେ ଗଲା ? ଅମର ର ବାପା ବାମ ଆଡ଼କୁ ଆଙ୍ଗୁଳି ଦେଖେଇ କହିଲା ସେଠୀ ଶୋଇଛି। ଅମର ବାମ ଆଡକୁ ଦେଖିଲା ବେଳକୁ ହସ ଭରା ଚେହେରା ଥିଲା ସତ କିନ୍ତୁ କାନ୍ଦିବାକୁ ବାଧ୍ୟ କରୁଥିଲା । ଆଖିରୁ ଟପ୍ ଟପ୍ ଲୁହ ବହି ଯାଉଥିଲା। କିଛି କହିବାକୁ ଚାହୁଁଥିଲା ବୁନି କିନ୍ତୁ ସେ ପ୍ରଶ୍ନ ହିନ ହୋଇ ଅମର କୁ ଉତ୍ତର ଦେବାକୁ ବାଧ୍ୟ କରୁ ନଥିଲା ।
ନର୍ସ ଙ୍କ ସହାୟତା ରେ ଦୁହିଙ୍କ ବେଡ କୁ ପାଖାପାଖି ରଖି ଦିଆ ଗଲା । ଦୁହିଙ୍କ ମଧ୍ୟରେ ଝିଅ କୁ ଗେଲ କରିବାର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସତରେ ଏମିତି ଦୃଶ୍ୟ ଦେଖି ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ଆଖିରେ ଲୁହ ଆସିଗଲା।
ଝିଅ କୁ ଦେଖି ଅମର କୁ ଆଉ କିଛି ଦିନ ବଞ୍ଚିବାକୁ ଈଛା ହେଲା କିନ୍ତୁ ସମୟର ଖେଳ ରେ ସମସ୍ତେ ବନ୍ଧା । ଯେତେବେଳେ ଯାହାର ସମୟ ଆସିବ ତାକୁ ରୋକିବା କୁ ଆମେ ପ୍ରୟାସ କରିଲେ ମଧ୍ୟ ଆମେ ରୋକିବାରେ ଅସର୍ମଥ ହେବା।
ସେଦିନ ତ ବିତିଗଲା କିନ୍ତୁ ଦ୍ଵିତୀୟ ଦିନ ସକାଳୁ ଯେତେବେଳେ ନର୍ସ ଆସି ଚେକ୍ ଅପ୍ କରିଲେ । ଅମର ର ନିସ୍ତେଜ୍ ଶରୀର ରେ ଜୀବନ ତାକୁ ବିଦାୟ ଦେଇ ସାରିଥିଲା । ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲା।
ପାଖରେ ଶୋଇଥିବା ବୁନି ମଧ୍ୟ ଔଷଧ ର ପ୍ରଭାବ ରେ ଶୋଇ ରହିଥାଏ। ସେ ଅମର ର ଶେଷ ନିଃଶ୍ୱାସ କୁ ମଧ୍ୟ ଅନୁଭବ କରି ପାରିଲା ନାହିଁ । ସେ ପରେ ଜାଣିବାକୁ ପାଇଲା ଯେ ତାକୁ ଧନ ଡାକୁଥିବା ଅମର, Bye ନ କହି ଫେରି ଯାଇଛି ନିଜ ରାସ୍ତା ର ଏକାକୀ ପଥିକ ହୋଇ ।
ଡ଼ାକ୍ତର ଖାନା ରେ ଏକ ଶାନ୍ତ ମୟ ପରିବେଶ ସୃଷ୍ଟି ହୋଇଗଲା।
ଅମର ର ଶେଷ କୃତ୍ୟ ସମୟରେ ବୁନି ଆମ୍ବୁଲାନ୍ସ ଭିତରେ ବସି ଅମର କୁ ଦେଖୁଥାଏ । ଜୀବନର ଅର୍ଥ ସେଠୀ ଜଣା ପଡ଼େ ଯେତେବେଳେ ନିଜ ଲୋକ ଆମକୁ ଛାଡ଼ି କୋକେଇ ର ଜ୍ୱଳନ୍ତ ନିଆଁ ରେ ନିଜେ ଉତ୍ସର୍ଗ ହୋଇଯାଆନ୍ତି ।
.
.
.
.
.
.
.
.
.
ଆଜି ମୋନା କୁ ୬ ବର୍ଷ ହୋଇ ସାରିଛି । ମା ର କୋଳରେ ରହି ମୋନା ନିଜ ବାପା ମା ର କାହାଣୀ ଶୁଣି ସେ ମଧ୍ୟ ଭାବ ବିହୂଳ ହୋଇଗଲା । ଆଖିରୁ କେତେ ଯେ ଲୁହ ବାହାରି ଯାଇଛି ସେ ମଧ୍ୟ ହିସାବ ରଖି ବାକୁ ଚେଷ୍ଟା କରିନି।
ବୁନି କହେ ଏହା ଥିଲା ଆମର ଅଧୁରା କାହାଣୀ ଯାହା ସବୁଦିନ ପାଇଁ ଅପରିପୂର୍ଣ୍ଣ ହୋଇ ରହିଗଲା ।
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ ଅନ୍ୟ କିଛି ଗଳ୍ପ
If the contents are helpful to share them with your friends, Thanking You.