ନାଁଟି ମୋର ନଈ

ନାଁଟି ମୋର ନଈ
ନାଁଟି ମୋର ନଈ
ବଣ ପାହାଡ ତରୁ ଲତା ତଳେ
ଯାଉଥାଏ ମୁହିଁ ବହି
ନାଁଟି ମୋର ନଈ….

ଯେବେ ମୋ ଜଳ କାଟିଣ ଶୁଅ
ଆଗକୁ ଆସଇ ବୋହି
ସବୁରୀ ବାଧା ବିଘ୍ନ କୁ ତେଜି
ଆଗକୁ ଚାଲଇ ଧାଇଁ
ନାଁଟି ମୋର ନଈ….

ଯେବେ ଗ୍ରୀଷ୍ମ ଆସେ ଧରାକୁ
ଜୀବଜନ୍ତୁ ଧାଇଁ ଆସନ୍ତି ପାଖକୁ
ସଭିଙ୍କ ତୃଷ୍ଣା କୁ ମେଣ୍ଟାଇ ଥାଏ ମୁହିଁ
ନାଁଟି ମୋର ନଈ….

ମୋ କୂଳ ଦୀପରୁ ନାଉରୀ ଭାଇ
ଆସେ ସବୁ ଦିନେ ନଉକା ନେଇ
କାତରେ ଜଳକୁ ଖେଳାଇ ଖେଳାଇ
ଆର ପାରିରେ ଲୋକ ଛାଡ଼ିବା ପାଇଁ
ନାଁଟି ମୋର ନଈ….

ଆସଇ ଜଣେ କେଉଟ ଭାଇ
ଜାଲକୁ ତାର ହାତରେ ନେଇ
ମାଛ କଇଁଛ ଧରିବା ଲାଗି
ନିଜର ପେଟ ପୋଷିବା ପାଇଁ
ନାଁଟି ମୋର ନଈ….


ଯେବେ ନ ହୁଅଇ ବରଷା ଝଡି
କୃଷକ ଭାଇ ବସେ ମନ ମାରି
ବିଲ ବଣ ସବୁ ଶୁଖିଲା ଥାଇ
ଆବଶ୍ୟକତା ପୂରଣ କରେ ମୁହିଁ
ନାଁଟି ମୋର ନଈ….


ଏହି ପାଣି ଦେଖି କୃଷକ ଭାଇ
ଚାଷ କାମରେ ସେ ଆଗକୁ ଜାଇ
ଖୁସି ରେ ପରିବାର ସହ ରୁହଇ
ଜୀବନ ଦାନର ପ୍ରକୃତ ଭାଇ
ନାଁଟି ମୋର ନଈ….
ନାଁଟି ମୋର ନଈ….

ପୂଜା ସ୍ୱାଇଁ (ଲେଖିକା)





If the contents are helpful to share them with your friends, Thanking You.

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading