ଅପେକ୍ଷାର ଅନ୍ତ

Waiting, ଅପେକ୍ଷା ର ଅନ୍ତ, ମାନସୀ
Waiting





ପ୍ରଶାନ୍ତ ଆଉ ମାନସୀ ର ପୁଣି ସେଠୀ ଦେଖା ହେବାର ଥିଲା କିନ୍ତୁ ସେଦିନ ସେ ଆସିଲା ନାହିଁ । ପ୍ରଶାନ୍ତ ବହୁତ୍ ସମୟ ଅପେକ୍ଷା କରିଲା କିନ୍ତୁ ମାନସୀ ସେଠୀ ଆସି ପାରିଲା ନାହିଁ । ଆଜି ସେ ଦୁଇ ଜଣଙ୍କ ଶେଷ ଦେଖା ହେବ । ଯଦି ଆଜି ଦେଖା ନ ହୁଏ ତେବେ ଆଉ କେବେ ମଧ୍ୟ ମାନସୀ ସହିତ ପ୍ରଶାନ୍ତ ର ଦେଖା ହୋଇ ପାରିବ ନାହିଁ ।

ମାନସୀ କଣ ଅବା କରିଥାନ୍ତା। ସେ ଘର ବିରୁଦ୍ଧରେ ଯାଇ ପାରିଥାନ୍ତା କେମିତି । ଚାକିରିଆ ପୁଅ ର ଲାଳସା ଦେଖି ବିବାହ କରିବାର ସ୍ବପ୍ନ ଦେଖି ସାରିଥିଲେ ମାନସୀ ର ପରିବାର । ସେମିତି ସମ୍ଭବ ମଧ୍ୟ ହେଲା । ପାଞ୍ଚ ମାସ ବିତିଗଲା। ମାନସୀ ର ସ୍ବାମୀ ଚାକିରି କରିଛି ସତ କିନ୍ତୁ ବିବେକ ବୋଲି କିଛି ନାହିଁ। କାରଣ ବାପାଙ୍କ ଚାକିରି କରିଛି । ନିଜ ଚାକିରି କୁ ନେଇ ସେ ଏତେ ଗର୍ବିତ ଯେ ନିଜ ପରିବାର କୁ ସମ୍ମାନ ଦେବା ସିଖିନି। ପ୍ରତିଦିନ ମଦ ର ସାହାରା ହୋଇ ଘରେ ପହଞ୍ଚେ ମାନସୀ ଯଦି କିଛି ବାରଣ କରେ ସେ ସବୁ ଦୋଷ ର ଭାଗିଦାରୀ ହୋଇ ଯାଏ। ଷଷ୍ଠ ମାସ ହେବା ପୂର୍ବରୁ ମାନସୀ ସ୍ଥିର କରିଲା ଯେ ଆଉ ପାରିବିନି ବରଂ ଘରେ ଏକା ପଡ଼ି ରହିବି ସିନା ଏ ରାକ୍ଷସ ପାଖରେ ଆଉ ରହି ପାରିବି ନାହିଁ। ସେ ବ୍ୟାଗ୍ ନେଇ ବାହାରି ଗଲା ନିଜ ଘରକୁ । ବସ୍ ଷ୍ଟାଣ୍ଡ ରୁ ଓହ୍ଲାଇବା ପରେ ପୁଣି ଦେଖା ହୋଇଯାଏ ସେ ପୁରୁଣା ସାଥୀ ପ୍ରଶାନ୍ତ ସହ । ଆଖିର ଲୁହ କୁ ସେ ରୋକି ପାରିଲା ନାହିଁ। ମାନସୀ ର ଇଚ୍ଛା ଥାଏ ଦଉଡ଼ି ଯାଇ ପ୍ରଶାନ୍ତ କୁ କୁଣ୍ଢେଇ ନିଏ କିନ୍ତୁ ଲୋକ ଲଜ୍ୟା ଆଉ ବିବାହିତା ମହିଳା ର ସଂପର୍କ ରେ ବାନ୍ଧି ହୋଇ ସେ ନିଜ ମନ ବଦଳେଇବାକୁ ଚେଷ୍ଟା କରିଲା । 

ପ୍ରଶାନ୍ତ ନିଜ ବାଇକ୍ ରୁ ଓହ୍ଲାଇ ମାନସୀ ପାଖକୁ ଆସି କହିଲା । ଆସ ମୁଁ ତମକୁ ଛାଡି ଦେବୀ । ମାନସୀ ମନରେ ଈଛା ଥାଏ ତଥାପି ଅଳ୍ପ ଉତ୍ତର ଦେଇ କହିଲା ନା.. ନା.. ମୁଁ ଅଟୋ ରେ ଚାଲିଯିବି। ପ୍ରଶାନ୍ତ ମଧ୍ୟ ବାଧ୍ୟ କରିବାକୁ ସଙ୍କୋଚ ମନେ କରିଲା । କାରଣ ଅଟୋ ବାଲା ମାନେ ମାନସୀ କୁ ପାଛୋଟି ନେଇ ନିଜ ଅଟୋ ରେ ବସାଇବା ପ୍ରଚେଷ୍ଟା ରେ ଲାଗିଥିଲେ କିନ୍ତୁ ମାନସୀ ପୁଣି ଇଚ୍ଛା କରିଲା କାଳେ ପ୍ରଶାନ୍ତ ବାଧ୍ୟ କରନ୍ତା ଯେ ବାଇକ୍ ରେ ବସିବାକୁ କିନ୍ତୁ ତାହା ମଧ୍ୟ ହୋଇ ପାରିଲା ନାହିଁ । ମାନସୀ ଅଟୋ ରେ ବସି ଫେରିଗଲା ନିଜ ଘରକୁ । 


ଘରେ ସେହି ପ୍ରଶ୍ନ, କଣ ହେଲା ଝିଅ ?? ମାନସୀ ଆଖିରୁ ଲୁହ ବନ୍ଦ ହେବାକୁ ନାମ ନେଉ ନଥିଲା। ହଠାତ୍ ଉତ୍ତର ଆସିଲା ଯେ ମୁଁ ଛାଡ଼ପତ୍ର ଚାହେଁ। ମାନସୀ ର ପରିବାର କହିଲେ କି କଣ କହୁଚୁ ତୁ?? ଏତେ ଭଲ ବର ଦେଖି ତୋତେ ବିବାହ କରେଇଲୁ କିନ୍ତୁ ତୁ ଛାଡ଼ପତ୍ର ଚାହୁଁଛୁ। ମାନସୀ କହିଲା , ତମେ ଚାକିରି ଦେଖିବା ବଦଳରେ ଯଦି ଜଣେ ଭଲ ପାତ୍ର ଦେଖି ବିବାହ ଦେଇ ଥାନ୍ତ ତେବେ ମୋ ମୁଖରୁ ଏହି ଶବ୍ଦ ଶୁଣିବାକୁ ପାଇ ନଥାନ୍ତ। ମାନସୀ ର ବାପା ମା ବୁଝାଇବାକୁ ଚେଷ୍ଟା ଉପରେ ଚେଷ୍ଟା ଚଳେଇ ଥାନ୍ତି କିନ୍ତୁ ମାନସୀ ବୁଝିବାକୁ ନାରାଜ । 

ଶେଷରେ ମାନସୀ କହିଲା ମୋତେ ଏକା ବଞ୍ଚିବାକୁ ଦିଅ। ଯଦି ତମେ ରଖିବାକୁ ଚାହୁଁ ନାହଁ ତେବେ ମୁଁ କୋଉ ଆଶ୍ରମ କୁ ଚାଲିଯିବି। ମାନସୀ ର ପରିବାର ଜୋଇଁ ପୁଅ ବିଷୟରେ ଖବର ବାହାର କରି ଜାଣିଲେ ଯେ ପ୍ରକୃତରେ ସେ ମାନସୀ ପ୍ରତି ଅତ୍ୟାଚାର କରୁଥିଲା। ପ୍ରତିଦିନ ମାଡ ଗାଳି ସହିତ ମାନସୀ ଆଉ କେତେ ଦିନ ବଞ୍ଚି ଥାନ୍ତା। 

ଘରକୁ ଆସିବାର ତିନି ମାସ ବିତିଗଲାଣି କିନ୍ତୁ ଜୋଇଁ ପୁଅ ଆସିବାର ନାମ ନେଉ ନାହାନ୍ତି। ସେପଟେ ପ୍ରଶାନ୍ତ ଆସିବାକୁ ଚେଷ୍ଟା କରିଥିଲା କିନ୍ତୁ ମାନସୀ ର ସାଙ୍ଗ ସିପ୍ରା ର କଥା ଯୋଗୁ ପ୍ରଶାନ୍ତ ମଧ୍ୟ ମାନସୀ ସମ୍ମୁଖ କୁ ଆସିବାକୁ ସାହାସ କରି ପାରୁ ନଥିଲା । କେବଳ ସେ ଗୋଟିଏ କଥା ଯେ ତମେ ଯଦି କେବେ ମୋ ଘରେ ପାଦ ରଖିବ ତେବେ ମୋର ମଲା ମୁଁହ ଦେଖିବ । କାରଣ ମାନସୀ ବହୁତ୍ ଶୀଘ୍ର ରାଗେ କିନ୍ତୁ ବର୍ତ୍ତମାନ ମାନସୀ ମନରେ ପୁଣି ପ୍ରଶାନ୍ତ ପ୍ରତି ଭଲ ପାଇବା ଜାଗ୍ରତ ହୋଇଛି । 

ସେ ଶେଷ ଥର ପାଇଁ ଅପେକ୍ଷା କରିଥିବା ସ୍ଥାନରେ ମାନସୀ ଆସି ପହଞ୍ଚିଛି କିନ୍ତୁ ପ୍ରଶାନ୍ତ ଆସିବ କି ନାହିଁ ସେ ଜାଣିନି। ମାନସୀ ର ଭଲ ପାଇବା ଏତେ ସୁଦୃଢ଼ ଥିଲା ଯେ କିଛି ସମୟ ଭିତରେ ପ୍ରଶାନ୍ତ ର ବାଇକ୍ ଶବ୍ଦ ଶୁଣା ଗଲା । ମାନସୀ ଅନୁଭବ କରି ପାରିଲା ସେ ପୁରୁଣା ବାଇକ୍ ଶବ୍ଦ ଯେଉଁ ବାଇକ୍ ରେ ସେ ଦୁହେଁ ବହୁତ୍ ସ୍ଥାନ ବୁଲିଛନ୍ତି। ପ୍ରଶାନ୍ତ, ମାନସୀ କୁ ଦେଖିବା ପରେ ପ୍ରଶାନ୍ତ ବହୁତ୍ ଖୁସି ଥିଲା ସତ କିନ୍ତୁ ତାର ପ୍ରଶ୍ନ କରିବାକୁ ସାହାସ ନଥିଲା।  

ଦୁହେଁ ଆସି ସେ ପାହାଡ ରାସ୍ତା ର ପୋଲ ଉପରେ ବସିଲେ। ଦୁହେଁ ଚୁପ୍ ଚାପ୍ ଥିଲେ। ମାନସୀ କହିଲା ମୁଁ ଆସିଛି ବୋଲି ତମେ କେମିତି ଜାଣିଲ ?? ପ୍ରଶାନ୍ତ ଉତ୍ତର ଦେଲା । ଏହି ସ୍ଥାନ ମୋର ଅତି ଆପଣାର ହୋଇ ଯାଇଛି । ତୁମର ବାହାଘର ଦିନ ଠାରୁ ମୁଁ ପ୍ରତ୍ୟେକ ଦିନ ଠିକ୍ ଏହି ସମୟରେ ମୁଁ ଆସି ଅପେକ୍ଷା କରେ କିନ୍ତୁ ଆଜି ମୋ ଅପେକ୍ଷା ର ଅନ୍ତ ହୋଇଛି। ପ୍ରଶାନ୍ତ ର କଥା ଶୁଣି ମାନସୀ ଆଖିରୁ ଲୁହ ବାହାରି ଗଲା। ମାନସୀ ପୁଣି ପ୍ରଶ୍ନ କରିଲା କାହିଁକି ମୋତେ ଏତେ ଭଲ ପାଉଛ ?? ତମେ ଜାଣିଛ ଯେ ମୁଁ ଜଣେ ବିବାହିତା । ତେବେ ମଧ୍ୟ ମୋ ପ୍ରତି ଏତେ ଭଲ ପାଇବା କାହିଁକି ?? ପ୍ରଶାନ୍ତ ଉତ୍ତର ଦେଲା ଯେ ତୁମେ ମୋ ଭାଗ୍ୟରେ ଅଛ କି ନାହିଁ ମୁଁ ଜାଣିନି କିନ୍ତୁ ତୁମେ ଦୁଃଖରେ ଅଛ ବୋଲି ମୁଁ ପ୍ରତିଟି ସମୟରେ ଅନୁଭବ କରିଛି । କାରଣ ତୁମର ସ୍ବାମୀ ଙ୍କ ବିଷୟରେ ମୁଁ ପ୍ରଥମ ରୁ କହିଛି ଯେ ସେ ଜଣେ ଖରାପ ବ୍ୟକ୍ତି କିନ୍ତୁ ମୋ କଥା କୁ ତିଳେ ମାତ୍ର ବିଶ୍ୱାସ କରିଲ ନାହିଁ ଏବଂ ତାକୁ ତମେ ବିବାହ କରିଲ । ତମେ ଏହି କଥା ମଧ୍ୟ ଜାଣିଛ ଯେ ସେ ହେଉଛି ମୋର ଶତ୍ରୁ କେବଳ ମୋର ଜୀବନ ନଷ୍ଟ କରିବା ପାଇଁ ସେ ତୁମକୁ ରାଗରେ ବିବାହ କରିଛି । ମୁଁ କଣ ଶାନ୍ତିରେ ରହି ପାରିବି ଯେ ସେ ତୁମକୁ ପ୍ରତ୍ୟେକ ସମୟରେ ପ୍ରତାରଣା ଦେଉ ନଥିବ ??

ମାନସୀ ନିଜ ଆଖିର ଲୁହ କୁ ରୋକି ପାରିଲା ନାହିଁ । କହି ଉଠିଲା ଯେ ସତରେ ପ୍ରଶାନ୍ତ ତମେ ମହାନ୍। ଆଜି କୁ ୮ ମାସ ବିତିଗଲାଣି କିନ୍ତୁ ସେ କେବେ ମଧ୍ୟ ମୋ ବିଷୟରେ ଜାଣିବାକୁ ଚେଷ୍ଟା କରି ନାହାନ୍ତି। ମୁଁ କେମିତି ଅଛି କଣ କରୁଛି ?? କିନ୍ତୁ ମୁଁ ପ୍ରତ୍ୟେକ ଦିନ ଦେଖିଛି ତମେ ପୁର୍ବ ଭଳି ମୋ ଘର ଆଗରେ ଥିବା ଦୋକାନରେ ବାହାନା କରି ପ୍ରତିଦିନ ଆସ ମୋତେ ଦେଖି ବାକୁ ଏବଂ ମୁଁ ମଧ୍ୟ ତୁମେ ଦୋକାନକୁ ଆସିବା ପରେ ଝରକା ଫାଙ୍କ ରେ ତୁମକୁ ଦେଖି ଆତ୍ମ ସନ୍ତୁଷ୍ଟି କରୁଥିଲି । ପ୍ରଶାନ୍ତ ପଚାରିଲା ତେବେ କଣ ଚିନ୍ତା କରିଲ ?? ଏମିତି ରହି ପୁରା ଜୀବନ ବିତେଇବ ନା ମୋ ହାତ ଧରି ଚାଲିବାକୁ ଇଚ୍ଛା ରଖିଛ। 

ମାନସୀ ଚୁପ୍ ଥାଏ । ପ୍ରଶାନ୍ତ ପୁଣି ପ୍ରଶ୍ନ କରିଲା, ତମେ ମଧ୍ୟ ମୋତେ ସେତିକି ଭଲ ପାଅ ଯେତିକି ପୂର୍ବେ ଭଲ ପାଉଥିଲ ତେବେ ସେ ଭଲ ପାଇବା କୁ ଆମେ ବିବାହ ସମ୍ପର୍କ ରେ ପରିବର୍ତନ କରିଲେ ଖରାପ କଣ ?? ମାନସୀ କହିଲା ମୁଁ ଯଦି ଏମିତି କରେ ତେବେ ସମାଜ ପାଇଁ ମୁଁ ଗୋଟିଏ ଖରାପ ଏବଂ ଚରିତ୍ର ହିନ ମହିଳାର ଉଦାହରଣ ସାଜିବି । ପ୍ରଶାନ୍ତ କହିଲା, ମୁଁ ତୁମକୁ ଗ୍ରହଣ କରି ତୁମର ସେ କଳଙ୍କ କୁ ଲିଭାଇ ଦେବୀ।  

ମାନସୀ ନିଜକୁ ରୋକି ପାରିଲା ନାହିଁ । ସେ ଉଠି ଆସି ପ୍ରଶାନ୍ତ କୁ କୁଣ୍ଢେଇ କହିଲା ସତରେ ତମେ ବହୁତ୍ ଭଲ ଆଉ ତୁମକୁ ଚିହ୍ନିବାରେ ମୁଁ ଯୋଉ ଭୁଲ କରିଛି ତାର ଦଣ୍ଡ ପାଇ ସାରିଛି । ଆଉ ଜାଣିଛ ପ୍ରଶାନ୍ତ ?? ବାହାଘରର ପ୍ରଥମ ଦିନରୁ ସେ ମୋତେ ଛୁଇଁବାକୁ ମନା କରିଦେଲେ କହିଲେ ମୁଁ କୁଆଡେ ତାଙ୍କ ପାଇଁ ଚରିତ୍ର ହିନ, କଳଙ୍କ ଏବଂ ବେଶ୍ୟା । ପ୍ରଶାନ୍ତ କହିଲା ଚୁପ୍ କର, ଆଉ କିଛି କୁହ ନାହିଁ । 

ସେହି ସମୟ ରୁ ଦୁହେଁ ଏକ ନୁଆ ସମ୍ପର୍କ ର ଡୋରରେ ବାନ୍ଧି ହୋଇ ଗଲେ । କିଛି ଦିନ ପରେ ମାନସୀ ଛାଡ଼ପତ୍ର ଦେଇ ପ୍ରଶାନ୍ତ ସହିତ ନୂଆ ଜୀବନ ଆରମ୍ଭ କରିଲା । 

ଏହି କାହାଣୀ ରୁ ସ୍ପଷ୍ଟ ଯେ ତୁମେ ଯଦି ହୃଦୟ ର ସହିତ କାହାକୁ ଅପେକ୍ଷା କରିଛ ତେବେ ସେ ତୁମ ପାଇଁ ନିଶ୍ଚୟ ଫେରିବ । 



ନୀଳମାଧବ ଭୂୟାଁ (ଲେଖକ)





If the contents are helpful to share them with your friends, Thanking You.