ସନ୍ତୁଷ୍ଟି

ଦିନର ଅଧା ସମୟ 
ଆମେ ଚିନ୍ତାରେ ବ୍ୟର୍ଥ କରି ଦେଉଛୁ ।
କାରଣ ଚିନ୍ତା ଏମିତି ଏକ ରୋଗ
ଯାହା ନିଜ ଅପେକ୍ଷା ଅନ୍ୟର କଥା କୁ ଅଧିକ ଗୁରୁତ୍ଵ ଦିଏ। 

ପ୍ରକୃତରେ ଏହା ଚିନ୍ତା ର ଭୁଲ ନୁହଁ ।
ନିଜ ର ମଧ୍ୟ ଭୁଲ ନୁହଁ ।
ନିଜ ମନର ମଧ୍ୟ ଭୁଲ ନୁହଁ ।
ତେବେ ଭୁଲ କାହାର ?
ଭୁଲ ହେଉଛି ଆମର ସନ୍ତୁଷ୍ଟି ଭାବ ର 
ଯାହା ଆମେ ସର୍ବଦା 
ଅତ୍ୟଧିକ ପରିମାଣ ରେ ଆଶା ରଖୁଛୁ ।

ଅତ୍ୟଧିକ ଆଶା ସର୍ବଦା ଦୁଃଖ ଦେଇ ଚାଲିଥାଏ
ଆମେ ଜାଣିବାକୁ ଚାହୁଁ ନାହିଁ ଯେ 
ଆମକୁ କେତେ ପରିମାଣ ରେ ସନ୍ତୁଷ୍ଟି ଦରକାର 
ଆଉ କେତେ ସନ୍ତୁଷ୍ଟି ରେ ଆମେ ନିଜକୁ 
ଉଚିତ୍ ମନେ କରିବା ।

ଏ ସବୁ ର କାରଣ ତଳେ ଲେଖା ହୋଇଛି !

ପ୍ରଥମେ ଆଶା
ଆଶା କୁ ସୀମିତ ରଖିବାକୁ ପଡ଼ିବ
ଦ୍ଵିତୀୟ ଲୋଭ
ଲୋଭ କୁ ଅତ୍ୟଧିକ ପରିମାଣ କରିବା ଅନୁଚିତ୍
ତୃତୀୟ ମୋହ
ଅନ୍ୟ ପ୍ରତି ହେଉ ଅବା କେଉଁ ଜିନିଷ ପ୍ରତି ହେଉ
ମୋହ ଠାରୁ ଦୂରରେ ରହିବା ଅତି ଆବଶ୍ୟକ ।

ଆଉ ଏହି ତିନୋଟି ର ଅର୍ଥ କେବଳ ଗୋଟିଏ
ତାହା ହେଉଛି ଆମର ଅସନ୍ତୁଷ୍ଟ ମନ
ନିଜ ମନକୁ ସନ୍ତୁଷ୍ଟି କରିବାର ଉପାୟ ପାଞ୍ଚିବା ହିଁ
ଆମର ମୂଳମନ୍ତ୍ର ହେବା ଦରକାର ।

ତେବେ ପୁଣି କଣ ଚିନ୍ତା କରୁଛନ୍ତି
ଆପଣ ପାଖରେ ଯାହା ଅଛି 
ତାହା ସନ୍ତୁଷ୍ଟି ଜନକ ଅଟେ
କାରଣ ଭଗବାନ ଆପଣଙ୍କୁ 
ଦୁଇ ମୁଠା ଦୁଇ ବେଳା ଖାଇବାକୁ ଯୋଗାଡ କରି ଦେଉଛନ୍ତି ନା
ସେତିକି କଣ ସନ୍ତୁଷ୍ଟି ଜନକ ନୁହେଁ କି ?
କାରଣ ପାର୍ଥକ୍ୟ କରିବା ??
ତେବେ ଶୀତ କାକର ହେଉ ଅବା ବର୍ଷା ରାତି
କେଉଁ ରାସ୍ତା ପାଖରେ ଭିକାରୀ ଟିଏ ଶୋଇ ରହୁଚି
ଅଖିଆ ଏବଂ ଚିରା ଛିଣ୍ଡା କପଡା ରେ ନିଜକୁ 
ଆବୃତ୍ତି କରି କେମିତି ରାତି ବିତୁଛି ତାର
ସେ ଦୁଃଖ କେବଳ ସେ ନିଜେ ହିଁ ଜାଣେ ।

କିନ୍ତୁ ସେ ଭିକାରୀ ମଧ୍ୟ ସନ୍ତୁଷ୍ଟି ରହେ
କାରଣ ସେ ଭାବିନିଏ 
ମୋ ପାଇଁ ଆଜି ଏତିକି ଥିଲା ।

ଆଉ ଅଧିକ ଆଶା ହିଁ ତା ପାଇଁ ବ୍ୟର୍ଥ ଅଟେ ।
ତେବେ ଆପଣ ଠିକ୍ ବୁଝି ସାରିଲେଣି ।

ନିଜର ସନ୍ତୁଷ୍ଟି କୁ ସୀମିତ ରଖନ୍ତୁ
ସବୁ ସମସ୍ୟା ର ସମାଧାନ 
ଆପେ ଆପେ ସରଳ ହେବାକୁ ଲାଗିବ ।

ଧନ୍ୟବାଦ 

ଯଦି ଏହି ମେସେଜ ଟି ଆପଣଙ୍କୁ ପସନ୍ଦ ଆସିଛି
ତେବେ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…


If the contents are helpful to share them with your friends, Thanking You.

Categories:

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading