ଗୋଟିଏ ଡାଳର ପକ୍ଷୀ…୧
ଗୋଟିଏ ଡାଳର ପକ୍ଷୀ..Last
ଗୋଟିଏ ଡାଳର ପକ୍ଷୀ…୧
ଗୋଟିଏ ଡାଳର ପକ୍ଷୀ..Last
ଦୀନବନ୍ଧୁ: ମୋର ମଧ୍ୟ କାହାଣୀ ସେହିଭଳି । ଶୁଣିବୁ ଯଦି ଶୁଣ ! ବିବାହ ର ୨ ବର୍ଷ ପରେ ମୋ ସ୍ତ୍ରୀ ଲତା ମୋତେ ଏକା କରି ଚାଲିଗଲା । ତାର ଦୁଃଖରେ ମୋର ପିଅନ କାମରେ ମନ ଲାଗିଲାନି, କାମ ଛାଡ଼ି ଦେଲି। ମୋ ଚାକିରୀ କାଳ ରେ ଟଙ୍କା ବହୁତ୍ ରଖିଥିଲି ମାତ୍ର କୋଉ କାମକୁ ନୁହଁ । ଭାଇ ର ପୁଅ କୁ ନିଜ ପୁଅର ଦର୍ଜା ଦେଲି କାଳେ ମୁହଁରେ ନିଆଁ ଟିକେ ଦେବ। କିନ୍ତୁ ମୋ ଭାଇ ମୋ ପଛ ପଟେ ଛୁରୀ ମାରି ଦେଲା ରେ । ମୋର ଦସ୍ତଖତ ନେଇ ମୋର ସବୁ ସମ୍ପତି ତାର ପୁଅ ନାମରେ କରି ଦେଲା। ବିଶ୍ୱାସ ଥିଲା କିନ୍ତୁ ଦସ୍ତଖତ ର ପର ସେକେଣ୍ଡ ରୁ ସେ ମୋତେ ଗୋଇଠା ମାରି ଘରୁ ବାହାର କରିଦେଲା। ବଳ ବୟସ ନଥିଲା । ପିଅନ କାମ କୁ ହରେଇ ପଶ୍ଚ୍ୟାତାପ କରିଲି କିନ୍ତୁ ବେଳ ଗଡି ଯାଇଥିଲା। ବୈଦିକ କାମ ଅଳ୍ପ ଜାଣିଥିଲି। ମୋ ଶଶୁର ର ଘର ଲୋକେ ମୋତେ ତାଙ୍କ ଘର ପାଖରେ ଗୋଟିଏ ଯାଗା ଦେଲେ। ସେଠୀ ଘର ଟିଏ କରି ଆୟୁର୍ବେଦ ର ଔଷଧ ଦୋକାନ ଟିଏ ଖୋଲିଲି ।
ଏ ଦୁହିଁ ଜଣଙ୍କ କଥା ଶୁଣି ଗଙ୍ଗାଧର ର ଆଖିରୁ ଲୁହ ବାହାରି ଗଲା । ଗଙ୍ଗାଧର ବହୁତ୍ ଭାବୁକ ଲୋକ । ସେ ଏହି ଦୁଇ ଜଣଙ୍କ କଥା ଶୁଣି କହି ଉଠିଲେ ସମସ୍ତଙ୍କ ଘର ର ସମାନ କାହାଣୀ ରେ ଭାଇ ମାନେ । ମୋ କାହାଣୀ ମଧ୍ୟ ଟିକେ ଅଲଗା ପ୍ରକାର ର । ଦୁହେଁ ଗଙ୍ଗାଧର ଆଡ଼କୁ ଚାହିଁ ରହିଲେ । ପଚାରିଲେ ତୋର ପୁଣି କଣ ରେ ? ତୋ ପରିବାର ତ ଖୁସିରେ ଅଛନ୍ତି । ଏବେ ତୋ ପୁଅ କୁ ତୁ ଦୁଇ ମାସ ପୂର୍ବରୁ ବିବାହ କରେଇଲୁ ନା ?
ଗଙ୍ଗାଧର: କରେଇଲି ସତ ? କିନ୍ତୁ ସେ କଥା ନ କହିବା ହିଁ ଭଲ ! (ଏତିକି କହି ଗଙ୍ଗାଧର ପୁଣି କାନ୍ଦି ଉଠିଲା) ଦୁହେଁ ଗଙ୍ଗାଧର କୁ ବୁଝେଇ କହିଲେ । ମନ ଦୁଃଖ କରେନି । ତୁ ମଧ୍ୟ ତୋ ଦୁଃଖ ଆମ ସହିତ ସେୟାର କରି ଦେ। ମନ ହାଲୁକା ହୋଇ ଯିବ।
ଗଙ୍ଗାଧର କହି ଉଠିଲା, ହଁ ରେ ଭାଇ। ଏତେ ଦିନ ହେଲା ମନରେ ରଖିଛି କାହାକୁ କହିନି କିନ୍ତୁ ଆଜି କହିବି ।
ଶୁଣ, ଭଲ ଘର ଦେଖି ଝିଅ ଟିଏ ଆଣିଲି ସତ । ଘର ତ ଠିକ୍ କିନ୍ତୁ ଝିଅ କଥା ନ କହିବା ହିଁ ଭଲ । ପୁଅ ର ବିବାହ ପରେ ସେ ସୁରଟ ଚାଲିଗଲା କିନ୍ତୁ ତା ପର ଦିନଠୁ ସେ ଆମକୁ ଠିକ୍ ରେ ଖାଇବା ପାଇଁ ଦୁଇ ମୁଠା ଦେଉନି। ଲୁଗା ଛାଡ଼ି ନାଇଟୀ ଟେ ପିନ୍ଧି ଦାଣ୍ଡ ପିଣ୍ଡାରେ ମୋବାଇଲ୍ ଧରି ଘଣ୍ଟା ଘଣ୍ଟା କାହା ସହିତ ଗପୁଛି କେଜାଣି, ସେ ଜାଣେ । ବେଳେବେଳେ ନିଜ ଗାଁ କୁ ଯାଉଛି କହି ଯାଉଛି କିନ୍ତୁ ନିଜ ଗାଁ କୁ ଯାଉନି, ଆଉ କୁଆଡେ ଯାଉଛି ଭଗବାନ ଜାଣନ୍ତି ।
ପୁଅ କୁ ଆମେ ତା ବିରୁଦ୍ଧରେ କହିବୁ ବୋଲି ଭାବିଲୁ କିନ୍ତୁ ମୋ ପୁଅ କୁ ସେ କଣ ପାଠ ପଢେଇଛି କେଜାଣି, ସେ କହୁଛି ଯେ ମୋ ସ୍ତ୍ରୀ ଯୁଆଡେ ଗଲେ ମଧ୍ୟ ତମେ ତାକୁ ପଚାରିବ ନାହିଁ । ତା ମା, ସହି ନ ପାରି କହିଦେଲା ଯେ , ତୋ ସ୍ତ୍ରୀ ଖରାପ ଦିଗ କୁ ଗତି କରୁଛି ତାକୁ ତୁ ବୁଝା । ପୁଅ ଏତିକି ଶୁଣି ଆମ ଦୁହିଁଙ୍କ ଉପରେ ଖରାପ ଭାଷା ରେ ଗାଳି ଦେଲା । ସେଦିନ ଠାରୁ ଫୋନ୍ ଥରେ ମଧ୍ୟ କରୁନି । ଏପଟେ ବୋହୂ ଆମ କୁ ଅଳ୍ପ ଖାଇବାକୁ ଦେଉଥିଲା ସେତିକି ମଧ୍ୟ ବନ୍ଦ କରି ଦେଲା । ଆମେ ଅନ୍ୟ ରୁମ୍ ରେ ରାନ୍ଧି ଖାଉଛୁ ।
ଏବେ ପନ୍ଦର ଦିନ ତଳର କଥା । ସେଦିନ ତ ପାଣି ତଣ୍ଟି ପର୍ଯ୍ୟନ୍ତ ପହଞ୍ଚି ଗଲା । ବୋହୂ ଗାଁ ଯିବାର ଦୁଇ ଦିନ ହୋଇ ଯାଇଥିଲା ।
ରାତି ଦୁଇଟା ରେ ଗୋଟିଏ ଅଟୋ ରେ ଆସି ପହଞ୍ଚିଲା । ମୁହଁ ଟା ମଦ ଗନ୍ଧ ରେ ଭରା । ଡ୍ରେସ୍ ପିନ୍ଧିବା ଶୈଳୀ ତ ନ କହିବା ଭଲ। ସେଦିନ ମୁଁ ତାକୁ ରାଗରେ ଗାଳି ଦେଲି କିନ୍ତୁ ତାର ପ୍ରତିଫଳ ମଧ୍ୟ ମୋତେ ମିଳିଗଲା । ସଙ୍ଗେ ସଙ୍ଗେ ଚାପୁଡ଼ା ଟିଏ ମୋ ଗାଲରେ ଲଗେଇ ଘର ଭିତରକୁ ଯାଇ କବାଟ କିଳୀ ଶୋଇ ପଡ଼ିଲା । କଣ କହିବି ରେ ଭାଇ । ଦୁଃଖ କହିଲେ । ରାତି ପାହିଯିବ ।
ଏତିକି କହି ଗଙ୍ଗାଧର ମୁଣ୍ଡ ନୁଆଇଁ ଲୁହ ଗଡ଼େଇ ଚାଲିଥିଲା। ତିନି ଜଣ ଯାକ ଭାବୁକ ହୋଇ ଯାଇଥିଲେ । ଆଖିରେ କେବଳ ଲୁହ ଥିଲା । ସମସ୍ତେ ଏଠି ଗୋଟିଏ ଡାଳର ପକ୍ଷୀ ।
ସମସ୍ତେ ଫେରିବାକୁ ଲାଗିଲେ। ରାତି ହେବାକୁ ଆସିଲାଣି । ସମସ୍ତେ ନିଜ ମନର କୋହ କୁ ନିଜ ବନ୍ଧୁ ସହିତ ସେୟାର କରି ନିଜ ହୃଦୟ କୁ ହାଲୁକା ମନେ କରୁଥିଲେ । ଘରେ ପହଞ୍ଚି ସମସ୍ତେ ଗୋଟିଏ କଥା ଭାବିବାକୁ ଲାଗିଲେ । ଆମେ ଭାବୁଛେ ଆମର ହିଁ ସମସ୍ୟା ଅଛି । ଏଠି କାହାର ସମସ୍ୟା ନାହିଁ କୁହ ?? ଏଠି କେହି କହି ପାରୁଚି ତ କେହି ଲୁଚେଇ ରଖି କାନ୍ଦୁଛି। କେହି ସମ୍ମାନ ହାନି ହୋଇଯିବ ଭାବି ନିଜ ଘର କଥା କହିବାକୁ ଉଚିତ୍ ମନେ କରୁ ନାହାନ୍ତି କିନ୍ତୁ ଏଠି ସମସ୍ତଙ୍କ କାହାଣୀ ଗୋଟିଏ ।
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….
ଆଶା କରୁଛି କାହାଣୀ ଟି ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ। ସେୟାର କରିବାକୁ ଭୁଲିବେ ନାହିଁ ।
ଧନ୍ୟବାଦ
If the contents are helpful to share them with your friends, Thanking You.
ଦିନବନ୍ଧୁ ବାବୁ ପେଶାରେ ଜଣେ ବୈଦିକ ଡାକ୍ତର। ବୟସ ପାଖାପାଖି ୫୭ ଡେଇଁଲାଣୀ। ସେ ବାହାରେ କୌଣସି ଜିନିଷ ଖାଆନ୍ତି ନାହିଁ । ସେ ଜାତିରେ ବ୍ରାହ୍ମଣ ନୁହନ୍ତି କିନ୍ତୁ ସେ ଧର୍ମ ପରାୟଣ ଲୋକ । ସେ ବେକାର କଥା ଅପେକ୍ଷା ପୂଜା ପାଠ ରେ ଅଧିକ ବିଶ୍ୱାସ ରଖନ୍ତି।
ଦିନେ ସନ୍ଧ୍ୟାରେ ନିଜର ସାଇକେଲ କୁ ଧରି ବଜାର ଅଭିମୁଖେ ବାହାରି ଗଲେ।
ବଜାର ରେ କାଳିଆ ବାବୁ ଦେଖା ହୋଇଗଲେ। ବହୁତ୍ ଦିନ ର ପୁରୁଣା ବନ୍ଧୁ ସହ ଦେଖା ହେବା ପରେ କାଳିଆ ବାବୁ କହିଲେ , ଆରେ ଦିନୁଆ ବହୁତ୍ ଦିନ ପରେ ଦେଖା ହୋଇଛି, ଚାଲ ଆଜି ବରା ପାକୁଡି ଟିକେ ଖାଇବା।
ଦିନବନ୍ଧୁ : ଆଉ ସେ ବୟସ ଅଛି କିରେ ଆଉ । ସ୍କୁଲ୍ ସମୟରେ ସେ ବରା ପାକୁଡ଼ି ର ମଜା ଏବେ କୁଆଡେ ମିଳିବ ??
କାଳିଆ : ଆରେ ସେଥିପାଇଁ ତ କହିଲି, ସେ ସ୍କୁଲ୍ ବେଳର ବରା ପାକୁଡ଼ି ର ସ୍ଵାଦ ଆଜି ତୋତେ ଖୁଆଇବି ।
ଦିନବନ୍ଧୁ : କେମିତି ??
କାଳିଆ : ଆମ ସାଙ୍ଗ ଗେଣ୍ଡୁଆ, ମନେ ଅଛି ତ ??
ଦିନବନ୍ଧୁ : ହଁ ହଁ , ଗଙ୍ଗାଧର ରାଉତ ନା ? ସେ କଣ କରିଛି କି??
କାଳିଆ : ଆରେ ସେ ଗୋଟିଏ ଟିଫିନ୍ ଷ୍ଟଲ୍ କରିଛି। ଆଉ ତାର ବରା ପାକୁଡ଼ି ଖାଇ ତୋତେ ସ୍କୁଲ୍ ର ବରା ପାକୁଡ଼ି କଥା ନିଶ୍ଚୟ ମନେ ପକେଇ ଦେବ।
ଦିନବନ୍ଧୁ : ନା ରେ ସାଙ୍ଗ!! ମୁଁ ବାହାର ଜିନିଷ ଖାଇଲେ ମୋ ଦେହରେ ଯାଏନି।
କାଳିଆ : ଚାଲ କିଛି ହେବନି। ଆରେ ସ୍କୁଲ୍ ବେଳେ ଯେମିତି କଂଜୁସ ଥିଲୁ ଏବେ ମଧ୍ୟ ସେମିତି କଞ୍ଜୁସ ଅଛୁ । ହଉ ଛାଡ଼ !!!
କଞ୍ଜୁସ ଶବ୍ଦ ଟି ଦିନବନ୍ଧୁ ବାବୁ ଙ୍କ ହୃଦୟ କୁ ବହୁତ୍ କଷ୍ଟ ଦେଲା । ସେ ଆଉ ରହି ନ ପାରି । କହି ଉଠିଲା ଆରେ ଚାଲ୍, ଆଜି ମୁଁ ତୋତେ ଖୁଆଇବି। ଏତିକି କହି ଦୁହେଁ ଚାଲିଲେ ଗେଣ୍ଡୁଆ ଦୋକାନ କୁ ।
କାଳିଆ: ଆଜି ବହୁତ୍ ଦିନ ପରେ ଦିନୂଆ ଖୁଆଇବା ପାଇଁ ଇଚ୍ଛା କରିଛି, ତୁ କଣ ଭାବୁଛୁ ?
ଗଙ୍ଗାଧର (ଗେଣ୍ଡୁଆ) : ଆରେ ଭାଇ ମୋର ତ ଲାଭ ହେବ ମୁଁ କାହିଁକି ମନା କରିବି ଯେ ?
ଦିନବନ୍ଧୁ ବାବୁ ପ୍ୟାକେଟ ଭିତରେ ହାତ ପୁରାଇ ଦେଖିଲେ ଯେ ୧୦୦ ଟଙ୍କିଆ ନୋଟ୍ ଟିଏ ପଡ଼ିଛି । ମନେ ମନେ ଭାବିଲା ଯେ, ହେ ଭଗବାନ ମୋର ଇଜ୍ଜତ ଆଜି ବଞ୍ଚିଗଲା କିନ୍ତୁ ଏଠି କାଳିଆ ଗେଣ୍ଡୁଆ କୁ ଆଖି ଠାରରେ କିଛି ଗୋଟେ କହିଲେ । ଗେଣ୍ଡୁଆ ବରା ଛାଣିଲା ଏବଂ ଏପଟେ ଖାଇବାକୁ ଦେଉଥିଲା। କାଳିଆ ଆଉ ଦିନବନ୍ଧୁ ମିଶି ବରା ପାକୁଡ଼ି ଖାଇବା ଆରମ୍ଭ କରିଲେ କିନ୍ତୁ ପର ମୁହୂର୍ତ୍ତରେ ଦିନବନ୍ଧୁ ଶୋଷରେ ଆଉଟୁ ପାଉଟୁ । ସେ ଢ଼କ ଢ଼କ କରି ଦୁଇ ଗ୍ଲାସ୍ ପାଣି ପିଇଗଲେ।
ଦିନବନ୍ଧୁ: କଣ କରିଲୁ ରେ ଗେଣ୍ଡୁଆ !! ଏତେ ରାଗ କଣ?? ଗେଣ୍ଡୁଆ କହିଲା ଆରେ ଭାଇ ରାଗ ବରା ଟି ତୋ ଆଡେ଼ ଚାଲି ଗଲା ବୋଧେ ।
କାଳିଆ : ଆରେ ଦିନୁଆ । ମୋତେ କ୍ଷମା କରିବୁ, ମୁଁ ହିଁ କହିଥିଲି ଅଳ୍ପ ରାଗ କରିବା ପାଇଁ । ଦିନବନ୍ଧୁ କଣ କରିବ ଯେ । ଭୁଲ ତ ମାଗିଲାଣି ଆଉ କଣ ଗାଳି ଦେବ !!
କିଛି ସମୟ ପରେ ସେମାନେ ତାଙ୍କ ପୁରୁଣା ସ୍କୁଲ୍ ର ପଡିଆ କୁ ବୁଲିବାକୁ ବାହାରିଲେ । ସେଠୀ ପଡିଆ ତ ନାହିଁ । ସ୍କୁଲ୍ ର ନୁଆ ଅଫିସ୍ ତିଆରି ହୋଇ ଯାଇଛି । ମାତ୍ର ପାଖରେ ଅଳ୍ପ ଜାଗା ଥିଲା ସେଠୀ ସମସ୍ତେ ବସିଲେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଲାଲ ରଙ୍ଗର ବଳୟ ଭିତରେ ଘୋଡ଼ି ହେବାକୁ ଲାଗିଥିଲେ ।
ଦିନବନ୍ଧୁ : କଣ ଆଉ ତୋ କଥା କହ କାଳିଆ ??
କାଳିଆ: କଣ କହିବି ରେ ଭାଇ । ବିବାହ ର ୧୧ ବର୍ଷ ପରେ ଖୋଜି ନୋଡ଼ି ପୁଅ ଟିଏ ପାଇଥିଲି। ୧୦ ବର୍ଷ ତଳେ ଗୋଟିଏ ତଳ ଜାତିର ଝିଅ କୁ ଧରି କେରଳ ରେ ରହୁଛି । ନାତି ଏବଂ ନାତୁଣୀ ଦୁହିଙ୍କ ଫଟୋ ସିନା ଦେଖିଛି କିନ୍ତୁ ପାଖକୁ ଆସିବାକୁ ପୁଅ ମନା କରିଛି । ସେ ରାଗ ଧରି ବସିଛି । ସେ ଯେତେବେଳେ ଝିଅ କୁ ନେଇ କେରଳ ଗଲା । ମୁଁ ରାଗରେ ତାକୁ ତେଜ୍ୟ ପୁତ୍ର ର ଦର୍ଜା ଦେଇ ଥିଲି କିନ୍ତୁ ଦଶ ବର୍ଷ ପୁରୀ ଗଲାଣି । ସେ ସେହି କଥାଟିକୁ ଧରି ବସିଛି କିନ୍ତୁ ତାର କଥା ଭାରି ମନେ ପଡୁଛି। ନେତା ଗିରି ରେ ଖର୍ଚ୍ଚ ଚଳି ଯାଉଛି କିନ୍ତୁ ପୁତ୍ର ମୋହ ରେ ଦିନ ବିତୁଛି । ଛାଡ ମୋ କଥା, ତୋ କଥା କହ ???
If the contents are helpful to share them with your friends, Thanking You.