ଝରଣା ଲୋ ଝରଣା


LISTEN AND READ




ସବୁଜ ସୁନ୍ଦର ବଣ ପାହାଡ
ତୁମରୀ ଘର ଅଗଣା…

କୁଳୁ କୁଳୁ ନାଦେ ଗୀତ ଗାଉଛୁଲୋ
ମତେ ଦେଖି ଆଉ ଲାଜ କରନା…

ଝରଣା ଲୋ ଝରଣା ଝରିଯା ଲୋ ଝରଣା
ଝରଣା ଲୋ ଝରଣା କହିଦେ ଲୋ ଠିକଣା ।

ରଙ୍ଗ ବେରଙ୍ଗ ର ଫୁଲ ମୟୁର ଚୁଳ
ତୁମରୀ ଓଢଣା…

ପାହାଡ ସନ୍ଧିର କଙ୍କଣ ପଥର
ତୁମରୀ ସୁନା ଗହଣା…

ଝରଣା ଲୋ ଝରଣା ଝରି ଯାଲୋ ଝରଣା
ଝରଣା ଲୋ ଝରଣା କହିଦେ ଲୋ ଠିକଣା ।

ପ୍ରକୃତିର ରାଣୀ ସୁନ୍ଦର ବାଣୀ
କାହାକୁ ତୁମେ ଡରନା…

ଗଛଲତା ପଶୁ ପକ୍ଷୀ କୁ ତୁମେ
ଭାବ ନିଜ ଅତି ଆପଣା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣା ଲୋ ଝରଣା କହି ଦେ ଲୋ ଠିକଣା ।

ନଦୀ ଶଯ୍ୟାରେ ଶାନ୍ତିରେ ସୁଅଁ
ବିଂଚାଇ ନିଜ ବିଛଣା…

ଝରଝର ହୋଇ ଝରି ଯାଅ ତମେ
ପ୍ରକୃତି ର ଖେଳନା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣା ଲୋ ଝରଣା କହି ଦେ ଲୋ ଠିକଣା ।

ଅଧିକା ବରଷା ହେଲେ ଉଛୁଳି ଉଠ କୂଳେ
କରି ବୃକ୍ଷ ଲତା ପଥର ତାଡନା…

ନର୍ମଳ ଜଳେ ସୁନେଲି କିରଣ
ଦେଖାଯାଏ ଆଇନା…

ଝରଣା ଲୋ ଝରଣା ଝରି ଯା ଲୋ ଝରଣା
ଝରଣାଲୋ ଝରଣା କହି ଦେ ଲୋ ଠିକଣା ।

ହୃଷିକେଶ କୁଶୁଲିଆ ( ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading