ତୁମେ (ଓଡ଼ିଆ କବିତା) 1

 
ତୁମେ


                    

ତୁମର ସ୍ମୃତି କୁ   ସାଇତି ରଖିଛି              
     ମୋ ହୃଦୟେ ଜାଗା ଦେଇ
କହିଥିଲ ତୁମେ  ଭୂଲି ଯିବା ପାଇଁ
       ଜମା ଭୂଲି ପାରୁନାହିଁ ।

ନିରାଶା ଜୀବନେ ଆସିଥିଲ ତୁମେ
       ଆଶା ର ଆଲୁଅ ନେଇ
ମୋତେ ତୁମେ କେତେ ଭଲପାଇଥିଲ
      ପ୍ରିତୀ ର ସଙ୍ଗୀତ ଗାଇ ।

ସେ ସଙ୍ଗୀତ ଆଜି  ମନେ ଅଛି ସିନା 
       ହେଲେ ଗାଇ ପାରୁନାହିଁ
ହଜେଇ ଦେଇଛି  ସୁର ତାଳ ଲୟ
       ତୁମର ବାଟକୁ ଚାହିଁ  ।

ତୁମେ ଗଢିଥିଲ ସାଗର ବେଳା ରେ
      ପ୍ରେମ ର ସେ ବାଲିଘର
ସେହି ଘର ଥିଲା  ଆମ ଦୁହିଁଙ୍କର
        ସ୍ମୃତି ଭଲ ପାଇବାର ।

ଆମ ଘର କିଏ  ଭାଙ୍ଗି ଦେଇଗଲା
      ଜାଣି ତ ପାରୁନି ମୁହିଁ
ଭାବୁଛି ମୋ ମନ  ପ୍ରେୟସୀଗୋ ଦିନେ
       ତୁମେ ହିଁ ପାରିବ କହି  ।


ଲୋକନାଥ ନାୟକ, ଅଧ୍ୟାପକ (ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ, କବିସୂର୍ଯ୍ୟ ନଗର, ଗଞ୍ଜାମ, 
ମୋ. ୮୮୪୭୮୪୮୯୦୮


If the contents are helpful to share them with your friends, Thanking You.