ଭଲ ଲୋକ ଯଦି
ଆମ ନେତା ହେଲେ
ଭଲ ହେବ ଆମ ଦେଶ ର କାମ…
ଖରାପ ଲୋକ ନେତା ହେଲେ
ଆମ ଦେଶ ହେବ ଗୁଲାମ…
ଜନତା ଭୋଟ ରେ ଅଛି ବହୁତ ତାକତ
ନେତା ଜାଣିଛି ଭୋଟ ର ଓକାତ…
ଜନତା ଗଢୁଛି ଚଳାଇ ବାକୁ ଦେଶେ
ନୂଆ ସରକାର ନୂଆ ଶାସନ
ନେତା ବାବୁ ମାନେ ଘୋଟାଲା କଲେ
ଜନତା ର ହୁଏ ବୁରା ହାଲ…
ନେତା ପାଉଛି ଭତ୍ତା ଟଙ୍କା
ଗରିବ ର ଭୋଟ କୁ ନେଇ
ଗରିବ ର ବିପତି ବେଳେ
ନେତା ର ଦେଖା ଦର୍ଶନ ନାଇ…
ହସେ ରାଜ ନେତା କାନ୍ଦେ ଜନତା
ପାଞ୍ଚ ବରଷ ଯାଇ
ଭୋଟ ଦେଇ ବାଛିବା
ନେତା ଆମେ ଭୂଲ କାହାର ଭାଇ…
ଯଦି ବ୍ୟବହାର କରିବା ନାହିଁ
ଆମେ ସରକାରୀ ଅନୁଷ୍ଟାନ
କିପରି ସରକାର ଦେବେ
ତାହାର ବିଶେଷ ଧ୍ୟାନ…
ବେସରକାରୀ ଅନୁଷ୍ଟାନ ର ସେବା
ବ୍ୟବହାର କରି ଆମେ
ଖୋଜୁ ଆମେ ସରକାରୀ ଚାକିରୀ
ଜନତା ର ଭୂଲ ନା ସରକାର ର ଭୂଲ
ଟିକେ ଭାବିବା ଦିମାଗ୍ କରି କୁଲ…
ମାତୃଭାଷା ରେ କଥା ହେବାକୁ
ଲୋକ କଲେଣି ଲାଜ
ମାଆ କୁ ମମି ବାପା କୁ ଡାଡି
ଇଂରାଜୀ ରେ ଚାଲେ ସବୁ କାର୍ଯ୍ୟ…
ବଡି ଚାଳିଛି ଜନସଂଖ୍ୟା
ବଢୁଛି ବେ ରୋଜଗାର
ଜନତା ର ଭୋଟ ରେ ଗଢା ହେବ
ଦେଶ ରେ ଭଲ ସରକାର…
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।
If the contents are helpful to share them with your friends, Thanking You.

3 Responses
Very Nice
Beautifull kabita
Thank you