| Holi |
କହିଥିଲ ତୁମେ ଫଗୁଣ ଆସିଲେ
ରଙ୍ଗ ଖେଳିବ ବୋଲି
ତୁମ ପଥ ଚାହିଁ ଜୀବନରେ ମୋର
ଗଲାଣି ଅନେକ ହୋଲି।
କଥା ଦେଇ ତୁମେ ଆସିଲ ନାହିଁ
ଏବେ ବି ରହିଛି ଚାହିଁ
ତୁମ ଗୋରା ଗାଲେ ଅବିର ଲେପିବି
କରୁଥିବ ତୁମେ ନାହିଁ।
ତଥାପି ଭାବୁଛି ଆସିବ ଜୀବନେ
ସଙ୍ଗୀତ ମୂର୍ଚ୍ଛନା ତୋଳି
ମନ ଜାଣି ମୋ ଶରୀର ଉପରେ
ଫଗୁ ଆଣିଦେବ ବୋଳୀ ।
ମଳୟ ହାତରେ ପଠାଉଛି କେତେ
ତୁମେ ଆସିବାର ଚିଠି
ସାଇତି ରଖିଛି ଆସିଲେ ତୁମକୁ
ଗୋଲାପକୁ ଦେବୀ ଭେଟି ।
ତୁମ ସହ ରଙ୍ଗ ଖେଳି ଏ ଜୀବନ
ଧନ୍ୟ କରିଦେବି ମୋର
ତୁମେ ଆସିବାର ପଥ କୁ ଅନାଇ
ଝୁରୁଥିବି ନିରନ୍ତର।
ଅଧ୍ୟାପକ, ଲୋକନାଥ ନାୟକ
କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ
କବିସୂର୍ଯ୍ୟନଗର, ଗଞ୍ଜାମ ।
If the contents are helpful to share them with your friends, Thanking You.

2 Responses
କବିତା ଟି ଅତ୍ୟନ୍ତ ରୋମାଞ୍ଚକର।
Really heart touching