|| କେଜାଣି କାହିଁକି ||
କେଜାଣି କାହିଁକି ତୁମକୁ ଦେଖିଲେ
ଭାରି ଭଲ ଲାଗେ ଏତେ,,
ମନ ହୁଏ ପୁଣି… ଆଉ ଥରେ କେବେ
ଦେଖା ହୁଅନ୍ତା କି ପଥେ…..।।
ରାତିତ ଆସଇ ଜହ୍ନର ସାଥିରେ
ଛାତିକୁ ଜଳାଏ… ଜୋଛନା ତାତିରେ,,
କେଜାଣି କାହିଁକି ପୁନେଇ ଆସିଲେ
ଜହ୍ନ ଭଲ ଲାଗେ ଏତେ…।।
ବରଷାତ ଆସେ ମେଘର ପିଠିରେ
ଆଷାଢ଼ ମହକେ ବତୁରା ମାଟିରେ,,
କେଜାଣି କାହିଁକି… ଶ୍ରାବଣ ଆସିଲେ
ଭିଜିବାକୁ ମନ ଏତେ…।।
ବସନ୍ତ ଆସଇ ଫଗୁଣ ଦୁଆରେ
ଦେହ ଶିହରାଏ ମଳୟ ଛୁଆଁରେ,,,
କେଜାଣି କାହିଁକି… ସ୍ମୃତିର ନିଆଁରେ
ଭିଜିବାକୁ ମନ ଏତେ…।।
If the contents are helpful to share them with your friends, Thanking You.
ବହୁତ୍ ସୁନ୍ଦର୍ କବିତା
Sir really mind-blowing, I m waiting your next poem,,,,
Nice sir
ସମସ୍ତଙ୍କୁ ଧନ୍ୟବାଦ
ହୃଦୟସ୍ପର୍ଶୀ କବିତା