ଓମ୍ ଶାନ୍ତି

ସେଦିନ ଥିଲା ସପ୍ତମ କ୍ଲାସ୍ ର ବୋର୍ଡ ପରୀକ୍ଷା
ରେ ପ୍ରଥମ ଦେଖାରେ ଅଜଣା ସମ୍ପର୍କ ରୂପେ ଗଢି ଉଠିଥିଲା ବନ୍ଧୁତ୍ୱ ର ସମ୍ପର୍କ ଟିଏ..

ସାଙ୍ଗ ଅଶୋକ କହି ଉଠିଲା ଯେ ଏ ହେଉଛି ଅରୁଣ ଆମ ସମ୍ପର୍କୀୟ ଏବଂ ଆମ ଗାଁ ର…

ମୁରୁକି ହସ ଦେଇ ସେଠୁ ଗଢି ଉଠିଥିଲା ନୂତନ ସମ୍ପର୍କ ଟିଏ, ଶ୍ରେଣୀ ବଢ଼ି ଚାଲିଲା କିନ୍ତୁ ଦେଖା ନଥିଲା ତମର ମୋର…

କେବେ କେମିତି ଦେଖା ହୁଏ ବୁଗୁଡ଼ା ରାସ୍ତାରେ ହାଏ ହାଲୋ ରେ ସ୍ଥାୟୀ ରହିଥିଲା ସମ୍ପର୍କ ଟିଏ…

କିନ୍ତୁ ସ୍କୁଲ ସାରିବା ପରେ ସେ ଅସ୍ଥାୟୀ ସମ୍ପର୍କ ଟି ପୁଣି ଥରେ ସୁଦୃଢ଼ ହୋଇ ଉଠିଲା…

ପୁଣି ଥରେ ଦୃଢ଼ ହୋଇ ଗଲା ପିପୁଲସ୍ କଲେଜ ରେ…

ସେଠୀ ସେ ସମ୍ପର୍କ ଏତେ ମଜବୁତ୍ ହୋଇ ଉଠିଲା ଯେ ଯେମିତି ପ୍ରତିଦିନ ଦେଖା ହୁଏ ଗାଁ ପାଖ ଛକରୁ ଯେ ଶେଷ ହୁଏ ସେ ଛକରେ…

ସମୟ ଅତିକ୍ରମ ରେ ପାଞ୍ଚ ସାଙ୍ଗ ମନୋଜ, ଗୌତମ, ଦିଗାମ୍ବର, ନୀଳ ଏବଂ ଅରୁଣ ସମସ୍ତେ ଏମିତି ଏକ ସମ୍ପର୍କ ରେ ବାନ୍ଧି ହୋଇଥିଲୁ ଯେ କେହି କାହାକୁ ଛାଡ଼ି ରହି ପାରୁ ନଥିଲୁ…

ସ୍କୁଲ , ଟିୟୁସନ, ମନ୍ଦିର ଝରଣା ପାହାଡ ସବୁଠି ଆମର ସ୍ମୃତି ରହି ଯାଉଥାଏ ସମୟ ଚକ୍ରରେ…

ଦେଖୁ ଦେଖୁ କଲେଜ୍ ପଢା ସାରି ପାଞ୍ଚ ସାଙ୍ଗ ଅଲଗା ଅଲଗା ହୋଇ ଗଲୁ ନିଜ ନିଜ ଲକ୍ଷ୍ୟ ଅଭିମୁଖେ କିନ୍ତୁ ଏହି ଲକ୍ଷ୍ୟ ଅଭିମୁଖେ ଜଡ଼ିତ ଥିଲୁ ସତ କିନ୍ତୁ ବନ୍ଧୁତ୍ୱ ର ମହତ୍ତ୍ଵ କୁ ବଜାୟ ରଖିଥିଲୁ…

ପ୍ରତ୍ୟେକ ବର୍ଷ ର କିଛି ଅନ୍ତରାଳ ରେ କିଛି ମୁହୂର୍ତ୍ତ ଆମର ବହୁତ୍ ସ୍ମୃତି ଦାୟକ ରହି ଯାଉଥିଲା, ସେ ବୁଦ୍ଧଖୋଲ ରୋଡ ସେ କୁବେର ଶ୍ୱର୍ ମନ୍ଦିର ସବୁ ମନେ ପଡେ ଆଜି…

ପୁଣି କିଛି ବର୍ଷ ପରେ ସେ ସମ୍ପର୍କ ସତେଜ ହୋଇ ଆସିଲା ଏବଂ ଲାଗୁଥିଲା ଯେମିତି ପୂର୍ବ ଭଳି ଆମେ ସେ ପାଞ୍ଚ କଲେଜ ସାଙ୍ଗ…

ପୁଣି ଛୁଟିରେ ଆସିଲେ ପୁଣି ସେ କଲେଜ , ପାହାଡ ଝରଣା ସବୁ ଏକ ହୋଇ ଯାଉଥିଲା…

କାଳ ଚକ୍ର ର ସମୟ ଭିତରୁ ତମେ ବର୍ତ୍ତି ପାରିଲ ନାହିଁ , ନିଜକୁ ଲୀନ କରିଦେଇ ସମସ୍ତଙ୍କୁ ଦୁଃଖର ସାଗରରେ ପୁଣି ଭିଜେଇ ଦେଇ ଚାଲିଗଲ ଏ ଇହ ଧାମ ରୁ…

ଆଜି ତୁମ ବିନା ସବୁ ଏକା ଏକା ଏ ସମୟ
ଅଧା ରହିଗଲା କିଛି ସର୍ତ୍ତ ଯାହା ପୁଣି ମିଶିବା ବୋଲି କହି ଏକା ଛାଡ଼ି ଚାଲିଗଲ…

ଆଜି ପୁଣି ନିର୍ବିକାର ଏ ଜୀବନ୍ତ ଶରୀର
ତୁମ ବିନା, ସେଦିନ ତୁମ ହସ ହସ ଓଠ ଆଜି ପୁଣି ମନେ ପକେଇ ଦେଉଛି…

ତୁମ ମଜାଳିଆ କଥା ଆଉ ଶୁଣି ପାରିବୁନି ତୁମ କାନ୍ଧର ଭାର ଆଉ ଉଠେଇ ପାରିବୁ ନାହିଁ ସତରେ କଣ ଏମିତି ଥିଲା ଏତେ ଶୀଘ୍ର ଯିବା କଣ ନିହାତି ଦରକାର ଥିଲା…

କେତେ ଯେ ସ୍ବପ୍ନ ହାତ ମୁଠାରେ ସାଇତି ରଖି କହି ଅଧୁରା ମୟ ଅନ୍ଧକାର ରେ ଲୁଚିଗଲ…

ତୁମ ଚେହେରା ସମସ୍ତଙ୍କ ମୁଖରେ ନାଚି ଉଠୁଥିଲା, ହେଇ କାଲି ଦେଖା ହୋଇଥିଲା ତାର ମୋର କିନ୍ତୁ ଆଜି ସବୁ ଶୁନ୍ୟ…

ମା’ ର କୋଳ ଆଉ ସ୍ତ୍ରୀ’ ର ଭଲ ପାଇବା ରୁ ଆଉ ବାପାଙ୍କ ଡାକ ଆଜି ପୁଣି ତୁମକୁ ଝୁରୁଛି…

ଭଉଣୀ ର ଆଶୀର୍ବାଦ ଆଉ ଛୋଟ ଭାଇଙ୍କ ଗୁରୁଜନ ସବୁ ଆଜି ତୁମ ଅଭାବ ଖୋଜୁ ବୁଲୁଛନ୍ତି…

ଆଉ ଏହି ସାଙ୍ଗ ମଧ୍ୟ ଦୁରେ ଥାଇ ତୁମକୁ କେତେ ଯେ ଝୁରୁଛି ତାହା କେବଳ ଏହି ସାଙ୍ଗ ଟି ହିଁ ଜାଣେ…

ଆଜି ମନେ ପଡ଼ି ଯାଏ ସେଦିନ ର କହିଥିବା କଥା, “ଭାଇ ତୁମ ପାଇଁ ମୁଁ ଗର୍ବିତ” ତୁମର ଲେଖା କୁ ମୁଁ ସର୍ବଦା ମୋ ସାଙ୍ଗରେ ରଖିବି ତୁମର ପ୍ରତିଟି ଅଧ୍ୟାୟ କୁ ମୁଁ ପ୍ରତିଟି ମୁହୂର୍ତ୍ତ ରେ ପଢ଼ି ମୋ ମନକୁ ଶାନ୍ତ କରିବି କିନ୍ତୁ ଆଜି ସବୁ ଅନ୍ଧକାର ରେ ଲୁଚିଗଲା ତୁମର ସବୁ ପ୍ରତିଶ୍ରୁତି…

ଆଜି ସେ ଗାଁ , ସେ ମା , ସେ ସ୍ତ୍ରୀ, ସେ ଭଉଣୀ ଏବଂ ସେ ଛୋଟ କୁନି ପୁଅ ଟିଏ ନିଜ ବାପା କୁ ନିଜ ପୁଅ କୁ ଏବଂ ନିଜ ସ୍ବାମୀ କୁ ଏବଂ ନିଜ ଗାଁ ର ବିର ପୁତ୍ର କୁ ଖୋଜୁଛି…

ଆଜି ସେ ସମସ୍ତ ସ୍ମୃତି ରହିତ ସ୍ଥାନ ଝୁରୁଛି ସେ କଲେଜ ସାଙ୍ଗ , ସେ ସାହି ପଡିଶା ସମସ୍ତ ଙ୍କ ମୁଖରେ ଗୋଟିଏ କେବଳ ତୁମର ଗୁଣ ଗାନ କିନ୍ତୁ ତୁମେ ନାହଁ ଆଉ ସେ ଅରୁଣ ଆଜି ସମସ୍ତଙ୍କୁ ପର କରି ଏ ଭବ ସାଗର ରୁ ପାରି ହୋଇ ସମସ୍ତଙ୍କୁ ଏକା କରି ଚାଲି ଯାଇଛନ୍ତି ।

ଆଉ ଶବ୍ଦ ନାହିଁ ତୁମ ପାଇଁ କେବଳ ଏତିକି କାମନା ଭଗବାନ ଙ୍କ ପାଖେ ତୁମ ଆତ୍ମାର ସଦ ଗତି ହେଉ । ତମେ ଯୋଉଠି ଥାଅ ନିଜ ମୁଖ ସଦା ହସ ମୁଖ ହୋଇ ରହିଥାଉ। ଏତିକି ମୋର କାମନା ।

*ଓମ୍ ଶାନ୍ତି*

ଏହା ସହିତ ଜଡିତ ଥିବା ଅନ୍ୟ ଏକ କବିତା ଟିଏ

ଆପଣଙ୍କ ମୋବାଇଲ୍ କୁ ଆପଣ ନିଜେ ଖରାପ କରୁଛନ୍ତି କି??

ଆଜି କାଲି ଦୁନିଆରେ କାହା ପାଖରେ ମୋବାଇଲ ନାହିଁ କହିବା ଏହା ଭୁଲ କଥା ତାହା ପୁଣି Android ଏବଂ Apple ଇତ୍ୟାଦି ।
କାରଣ ଆଜି କାଲି ଦୁନିଆରେ ଯଦି ଆପଣ ଙ୍କ ପାଖେ ମୋବାଇଲ ନାହିଁ ତ ଆପଣଙ୍କ ପାଖେ କିଛି ନାହିଁ ।

ତେବେ ଟାଇଟଲ ଅନୁସାରେ ଆମେ ଜାଣିବା ଦରକାର କଣ କଣ ଧ୍ୟାନ ଦେବେ ମୋବାଇଲ ପ୍ରତି । କିଛି ପଏଣ୍ଟ କୁ ଧ୍ୟାନ ଦେବେ । ଯଦି ନ ଦେବେ ତେବେ ଆପଣଙ୍କ କ୍ଷତି ହେବାର ସମ୍ଭାବନା ଅଛି । ତେବେ ତଳେ ପଏଣ୍ଟ କୁ ପଢନ୍ତୁ।
• ମୋବାଇଲ ର ନିଜ ର ଓରିଜିନାଲ ଚାର୍ଜର ରେ ହିଁ ଚାର୍ଜ କରନ୍ତୁ ।
• ମାର୍କେଟ ମିଳୁଥିବା ଅନ୍ୟ କୌଣସି ଚାର୍ଜର ରେ ଚାର୍ଜ କରନ୍ତୁ ନାହିଁ।
• ବ୍ୟାଟେରୀ ସେଭର୍ ଆପ୍ଲିକେସନ ତଥା ଫାଷ୍ଟ ଚାର୍ଜ ଆପ୍ଲିକେସନ ବ୍ୟବହାର କରନ୍ତୁ ନାହିଁ । କାରଣ ଆଜି କାଲି ସବୁ ମୋବାଇଲ ରେ ବ୍ୟାଟେରୀ ସେଭର ଅପ୍ସନ୍ ରହିଛି , ସେଟିଂ ରେ ଯାଇ ଅନ କରନ୍ତୁ ।
• ମୋବାଇଲ 2% & 3% ଚାର୍ଜ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ଏବଂ 90% ଚାର୍ଜ ହେଲା ପରେ ଆଉ ଚାର୍ଜ କରନ୍ତୁ ନାହିଁ ।
• ବହୁତ୍ ସାଙ୍ଗ ଅଛନ୍ତି ରାତି ସାରା ମୋବାଇଲ କୁ ଚାର୍ଜ ରେ ଲଗେଇ ଶୋଇ ପଡ଼ନ୍ତି । କାରଣ ରାତି ସାରା ମୋବାଇଲ ଚାର୍ଜ ହେଲେ ସେ କେତେ ହିଟ୍ କୁ ସେ ଗ୍ରହଣ କରୁଛି ତାର ଅନୁମାନ ଆପଣ ଲଗେଇ ପାରିବେ ନାହିଁ ।
• ଫ୍ରିଜ ଉପରେ ରଖି ଚାର୍ଜ କରନ୍ତୁ ନାହିଁ । କାରଣ ସେ ହିଟ୍ କୁ ବାହାର କୁ ଛାଡୁଛି ତଥା ବିଦ୍ୟୁତ୍ ତରଙ୍ଗ ର ପ୍ରଭାବ ସେଠୀ ଅଧିକ ରୁହେ ।
• ଅତ୍ୟଧିକ ଥଣ୍ଡା ଯେମିତି ଏସି ରୁମ୍ ରେ ରଖି ଚାର୍ଜ କରନ୍ତୁ ନାହିଁ ।
• ମୋବାଇଲ କୁ ଏମିତି ସ୍ଥାନରେ ଚାର୍ଜ କରନ୍ତୁ ଯେଉଁଠି ତାପମାନ ସମାନ ଥିବ ।
• ଜରୁରୀ କାଳୀନ ସ୍ଥିତିରେ ହିଁ ପାୱାର ବ୍ୟାଙ୍କ୍ ର ବ୍ୟବହାର କରନ୍ତୁ । କାରଣ ଅତ୍ୟଧିକ ପାୱାର ବ୍ୟାଙ୍କ୍ ର ବ୍ୟବହାର ଆପଣଙ୍କ ମୋବାଇଲ ର ବ୍ୟାଟେରୀ ଉପରେ ପ୍ରଭାବ ପକେଇ ଥାଏ ।
• ହାର୍ଡ ବ୍ୟାକ କବର ଲଗାନ୍ତୁ ନାହିଁ।  କାରଣ ମୋବାଇଲ ନିଜ ଗରମ କୁ ବାହାର କରିବାକୁ ସଠିକ୍ ମାଧ୍ୟମ ପାଇ ପାରିବ ନାହିଁ । ତେଣୁ ଆପଣ ତ ସବୁବେଳେ କଭର୍ ବାହାର କରି ଚାର୍ଜ କରି ପାରିବେ ନାହିଁ । ତେଣୁ ହାର୍ଡ କଭର ତଥା କଭର ରେ ଧାତୁ ଯୁକ୍ତ କୌଣସି ପଦାର୍ଥ ଲାଗିଥାଏ ତେବେ ସେ କଭର ଲଗାନ୍ତୁ ନାହିଁ । କାରଣ ମୋବାଇଲ ରେ ଚୁମ୍ବକୀୟ ଶକ୍ତି କୁ ବିନିମୟ କରେଇ ଦିଏ ଯାହା ଫଳରେ ଧୀରେ ଧୀରେ ନେଟ୍ରୱର୍କ ଏବଂ ଚାର୍ଜ ସମସ୍ୟା ଶୀଘ୍ର ଦେଖା ଦିଏ ।
• ଯଦି ଆପଣଙ୍କ ମୋବାଇଲ କମ୍ ପାୱାର ଯୁକ୍ତ ବ୍ୟାଟେରୀ ଅଛି ତେବେ ମୋବାଇଲ ବ୍ୟବହାର ସରିବା ପରେ ନେଟୱର୍କ ଆଉ ଅନ୍ୟ ଆପ୍ଲିକେସନ କୁ ଅଫ କରି ଦିଅନ୍ତୁ ଏବଂ ବ୍ୟାଟେରୀ ସେଭର୍ କୁ ଏକ୍ଟିବ କରି ଦିଅନ୍ତୁ ।
• ପ୍ରାୟ ସାଙ୍ଗ ରାତିରେ ମୋବାଇଲ କୁ ତକିଆ ତଳେ ରଖି ଶୋଇ ପଡ଼ନ୍ତି । ଏହା ବିଲକୁଲ କରନ୍ତୁ ନାହିଁ । ଅତ୍ୟଧିକ ଗରମ ହେଲେ କଣ ହେବ ତାହା ଆପଣ ଭଲ ଭାବରେ ଜାଣନ୍ତି।

ତେଣୁ ମୋବାଇଲ ର ଯତ୍ନ ନେବା ନିହାତି ଦରକାର, ବେଳେବେଳେ ସାନିଟାଇଜର ରେ ଅଳ୍ପ ଲଗେଇ ସଫା କରନ୍ତୁ ଏବଂ କଭର କୁ ଅଲଗା ହାଣ୍ଡ ୱାଶ ରେ ସଫା କରନ୍ତୁ ।

ରାତିରେ ମୋବାଇଲ କୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ ମିନିମାମ୍ ୧ ମିଟର ଦୂରରେ ରଖି ଶୋଇବାକୁ ଚେଷ୍ଟା କରନ୍ତୁ ।

ତେବେ ଏହା ଥିଲା କିଛି ସଚେତନ ମୂଳକ ବାର୍ତ୍ତା ଯାହା ଆପଣଙ୍କ ବ୍ୟାଟେରୀ ର ଆୟୁଷ ବଢ଼େଇବାରେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ।

ଯଦି ଏହି ସବୁ କଥା କୁ ଆପଣ ଧ୍ୟାନ ଦେବେ ନାହିଁ ତେବେ ଆପଣଙ୍କ ମୋବାଇଲ ଶୀଘ୍ର ଖରାପ ହୋଇ ପାରେ।

ଯଦି ଅର୍ଟିକଲ୍ ଟି ଭଲ ଲାଗିଥାଏ ତେବେ କମେଣ୍ଟ କରିବା ଭୁଲିବେ ନାହିଁ