ଓମ୍ ଶାନ୍ତି

ସେଦିନ ଥିଲା ସପ୍ତମ କ୍ଲାସ୍ ର ବୋର୍ଡ ପରୀକ୍ଷା
ରେ ପ୍ରଥମ ଦେଖାରେ ଅଜଣା ସମ୍ପର୍କ ରୂପେ ଗଢି ଉଠିଥିଲା ବନ୍ଧୁତ୍ୱ ର ସମ୍ପର୍କ ଟିଏ..

ସାଙ୍ଗ ଅଶୋକ କହି ଉଠିଲା ଯେ ଏ ହେଉଛି ଅରୁଣ ଆମ ସମ୍ପର୍କୀୟ ଏବଂ ଆମ ଗାଁ ର…

ମୁରୁକି ହସ ଦେଇ ସେଠୁ ଗଢି ଉଠିଥିଲା ନୂତନ ସମ୍ପର୍କ ଟିଏ, ଶ୍ରେଣୀ ବଢ଼ି ଚାଲିଲା କିନ୍ତୁ ଦେଖା ନଥିଲା ତମର ମୋର…

କେବେ କେମିତି ଦେଖା ହୁଏ ବୁଗୁଡ଼ା ରାସ୍ତାରେ ହାଏ ହାଲୋ ରେ ସ୍ଥାୟୀ ରହିଥିଲା ସମ୍ପର୍କ ଟିଏ…

କିନ୍ତୁ ସ୍କୁଲ ସାରିବା ପରେ ସେ ଅସ୍ଥାୟୀ ସମ୍ପର୍କ ଟି ପୁଣି ଥରେ ସୁଦୃଢ଼ ହୋଇ ଉଠିଲା…

ପୁଣି ଥରେ ଦୃଢ଼ ହୋଇ ଗଲା ପିପୁଲସ୍ କଲେଜ ରେ…

ସେଠୀ ସେ ସମ୍ପର୍କ ଏତେ ମଜବୁତ୍ ହୋଇ ଉଠିଲା ଯେ ଯେମିତି ପ୍ରତିଦିନ ଦେଖା ହୁଏ ଗାଁ ପାଖ ଛକରୁ ଯେ ଶେଷ ହୁଏ ସେ ଛକରେ…

ସମୟ ଅତିକ୍ରମ ରେ ପାଞ୍ଚ ସାଙ୍ଗ ମନୋଜ, ଗୌତମ, ଦିଗାମ୍ବର, ନୀଳ ଏବଂ ଅରୁଣ ସମସ୍ତେ ଏମିତି ଏକ ସମ୍ପର୍କ ରେ ବାନ୍ଧି ହୋଇଥିଲୁ ଯେ କେହି କାହାକୁ ଛାଡ଼ି ରହି ପାରୁ ନଥିଲୁ…

ସ୍କୁଲ , ଟିୟୁସନ, ମନ୍ଦିର ଝରଣା ପାହାଡ ସବୁଠି ଆମର ସ୍ମୃତି ରହି ଯାଉଥାଏ ସମୟ ଚକ୍ରରେ…

ଦେଖୁ ଦେଖୁ କଲେଜ୍ ପଢା ସାରି ପାଞ୍ଚ ସାଙ୍ଗ ଅଲଗା ଅଲଗା ହୋଇ ଗଲୁ ନିଜ ନିଜ ଲକ୍ଷ୍ୟ ଅଭିମୁଖେ କିନ୍ତୁ ଏହି ଲକ୍ଷ୍ୟ ଅଭିମୁଖେ ଜଡ଼ିତ ଥିଲୁ ସତ କିନ୍ତୁ ବନ୍ଧୁତ୍ୱ ର ମହତ୍ତ୍ଵ କୁ ବଜାୟ ରଖିଥିଲୁ…

ପ୍ରତ୍ୟେକ ବର୍ଷ ର କିଛି ଅନ୍ତରାଳ ରେ କିଛି ମୁହୂର୍ତ୍ତ ଆମର ବହୁତ୍ ସ୍ମୃତି ଦାୟକ ରହି ଯାଉଥିଲା, ସେ ବୁଦ୍ଧଖୋଲ ରୋଡ ସେ କୁବେର ଶ୍ୱର୍ ମନ୍ଦିର ସବୁ ମନେ ପଡେ ଆଜି…

ପୁଣି କିଛି ବର୍ଷ ପରେ ସେ ସମ୍ପର୍କ ସତେଜ ହୋଇ ଆସିଲା ଏବଂ ଲାଗୁଥିଲା ଯେମିତି ପୂର୍ବ ଭଳି ଆମେ ସେ ପାଞ୍ଚ କଲେଜ ସାଙ୍ଗ…

ପୁଣି ଛୁଟିରେ ଆସିଲେ ପୁଣି ସେ କଲେଜ , ପାହାଡ ଝରଣା ସବୁ ଏକ ହୋଇ ଯାଉଥିଲା…

କାଳ ଚକ୍ର ର ସମୟ ଭିତରୁ ତମେ ବର୍ତ୍ତି ପାରିଲ ନାହିଁ , ନିଜକୁ ଲୀନ କରିଦେଇ ସମସ୍ତଙ୍କୁ ଦୁଃଖର ସାଗରରେ ପୁଣି ଭିଜେଇ ଦେଇ ଚାଲିଗଲ ଏ ଇହ ଧାମ ରୁ…

ଆଜି ତୁମ ବିନା ସବୁ ଏକା ଏକା ଏ ସମୟ
ଅଧା ରହିଗଲା କିଛି ସର୍ତ୍ତ ଯାହା ପୁଣି ମିଶିବା ବୋଲି କହି ଏକା ଛାଡ଼ି ଚାଲିଗଲ…

ଆଜି ପୁଣି ନିର୍ବିକାର ଏ ଜୀବନ୍ତ ଶରୀର
ତୁମ ବିନା, ସେଦିନ ତୁମ ହସ ହସ ଓଠ ଆଜି ପୁଣି ମନେ ପକେଇ ଦେଉଛି…

ତୁମ ମଜାଳିଆ କଥା ଆଉ ଶୁଣି ପାରିବୁନି ତୁମ କାନ୍ଧର ଭାର ଆଉ ଉଠେଇ ପାରିବୁ ନାହିଁ ସତରେ କଣ ଏମିତି ଥିଲା ଏତେ ଶୀଘ୍ର ଯିବା କଣ ନିହାତି ଦରକାର ଥିଲା…

କେତେ ଯେ ସ୍ବପ୍ନ ହାତ ମୁଠାରେ ସାଇତି ରଖି କହି ଅଧୁରା ମୟ ଅନ୍ଧକାର ରେ ଲୁଚିଗଲ…

ତୁମ ଚେହେରା ସମସ୍ତଙ୍କ ମୁଖରେ ନାଚି ଉଠୁଥିଲା, ହେଇ କାଲି ଦେଖା ହୋଇଥିଲା ତାର ମୋର କିନ୍ତୁ ଆଜି ସବୁ ଶୁନ୍ୟ…

ମା’ ର କୋଳ ଆଉ ସ୍ତ୍ରୀ’ ର ଭଲ ପାଇବା ରୁ ଆଉ ବାପାଙ୍କ ଡାକ ଆଜି ପୁଣି ତୁମକୁ ଝୁରୁଛି…

ଭଉଣୀ ର ଆଶୀର୍ବାଦ ଆଉ ଛୋଟ ଭାଇଙ୍କ ଗୁରୁଜନ ସବୁ ଆଜି ତୁମ ଅଭାବ ଖୋଜୁ ବୁଲୁଛନ୍ତି…

ଆଉ ଏହି ସାଙ୍ଗ ମଧ୍ୟ ଦୁରେ ଥାଇ ତୁମକୁ କେତେ ଯେ ଝୁରୁଛି ତାହା କେବଳ ଏହି ସାଙ୍ଗ ଟି ହିଁ ଜାଣେ…

ଆଜି ମନେ ପଡ଼ି ଯାଏ ସେଦିନ ର କହିଥିବା କଥା, “ଭାଇ ତୁମ ପାଇଁ ମୁଁ ଗର୍ବିତ” ତୁମର ଲେଖା କୁ ମୁଁ ସର୍ବଦା ମୋ ସାଙ୍ଗରେ ରଖିବି ତୁମର ପ୍ରତିଟି ଅଧ୍ୟାୟ କୁ ମୁଁ ପ୍ରତିଟି ମୁହୂର୍ତ୍ତ ରେ ପଢ଼ି ମୋ ମନକୁ ଶାନ୍ତ କରିବି କିନ୍ତୁ ଆଜି ସବୁ ଅନ୍ଧକାର ରେ ଲୁଚିଗଲା ତୁମର ସବୁ ପ୍ରତିଶ୍ରୁତି…

ଆଜି ସେ ଗାଁ , ସେ ମା , ସେ ସ୍ତ୍ରୀ, ସେ ଭଉଣୀ ଏବଂ ସେ ଛୋଟ କୁନି ପୁଅ ଟିଏ ନିଜ ବାପା କୁ ନିଜ ପୁଅ କୁ ଏବଂ ନିଜ ସ୍ବାମୀ କୁ ଏବଂ ନିଜ ଗାଁ ର ବିର ପୁତ୍ର କୁ ଖୋଜୁଛି…

ଆଜି ସେ ସମସ୍ତ ସ୍ମୃତି ରହିତ ସ୍ଥାନ ଝୁରୁଛି ସେ କଲେଜ ସାଙ୍ଗ , ସେ ସାହି ପଡିଶା ସମସ୍ତ ଙ୍କ ମୁଖରେ ଗୋଟିଏ କେବଳ ତୁମର ଗୁଣ ଗାନ କିନ୍ତୁ ତୁମେ ନାହଁ ଆଉ ସେ ଅରୁଣ ଆଜି ସମସ୍ତଙ୍କୁ ପର କରି ଏ ଭବ ସାଗର ରୁ ପାରି ହୋଇ ସମସ୍ତଙ୍କୁ ଏକା କରି ଚାଲି ଯାଇଛନ୍ତି ।

ଆଉ ଶବ୍ଦ ନାହିଁ ତୁମ ପାଇଁ କେବଳ ଏତିକି କାମନା ଭଗବାନ ଙ୍କ ପାଖେ ତୁମ ଆତ୍ମାର ସଦ ଗତି ହେଉ । ତମେ ଯୋଉଠି ଥାଅ ନିଜ ମୁଖ ସଦା ହସ ମୁଖ ହୋଇ ରହିଥାଉ। ଏତିକି ମୋର କାମନା ।

*ଓମ୍ ଶାନ୍ତି*

ଏହା ସହିତ ଜଡିତ ଥିବା ଅନ୍ୟ ଏକ କବିତା ଟିଏ

Tagged:

10 Responses

  1. ଗୋଟେ ନିଶବ୍ଦ ଦୁଃଖ ଆଉ ଯନ୍ତ୍ରଣା ଆମ ସମ୍ପର୍କ ରେ ଭରିଦେଲା ନିୟତି ତୁମକୁ ଆମ ପାଖରୁ ଛଡାଇ,
    ତୁମ ଆମର ଆତ୍ମା କୁ ଭଗବାନ ତାଙ୍କ ନିକଟରେ ବିଲୀନ କରନ୍ତୁ ।
    ତୁମ ସାଙ୍ଗ ମନୋଜ

  2. Samastanku eka Kari chaligala au chhadi dei gale atita ra smrti ku jaha ki Samastanku bar bar mane pakei deuchi..rest of peace

  3. Kam dinare hau pachhe bahut nijara laguthile au aji amasamastanku chhadiki chalijibara suniki bahut dukha laguchhi bhagaban satare kete nistura nuhe ate kam samayare tanku neigale

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading