ଟଙ୍କା ର ମହତ୍ତ୍ଵ

କାଳିଆ ଆଉ ସୁମନ୍ତ ର ଦେଖା ହୋଇଗଲା । ଟିଫିନ୍ ଷ୍ଟଲ୍ ପାଖରେ।  ସନ୍ଧ୍ୟା ସମୟ, ସୁମନ୍ତ ର ଏବେ ଏବେ ଓଡ଼ିଶା ପୋଲିସ କନଷ୍ଟେବଳ ରେ ସେ ଚାକିରି ପାଇଛି । ଟ୍ରେନିଂ ସାରି ଫେରିଛି । କିନ୍ତୁ କାଳିଆ ଗାଁ ରେ ଧାନ ବେପାର ଏବଂ ଅନ୍ୟ ସିଜନ୍ ବ୍ୟବସାୟ କରେ। ହେଲେ ଏଠି ଦୁହିଙ୍କ ମାସିକ ଟଙ୍କା ଆଦାୟ ପ୍ରାୟ ପାଖାପାଖି ହେଲେ ଟଙ୍କା ଦେଖା ଯାଏ ଚାକିରିଆ ଙ୍କ ପାଖରେ।

ପ୍ରତି ମାସ ରେ କିମ୍ବା ଦୁଇ ମାସରେ ଟଙ୍କା ଆକାଉଣ୍ଟ ରେ ବରଂ ଲେଟ୍ ରେ ଆସୁ ଆଉ ଏପଟେ ବାକି ରେ ଘର ଚାଲୁ ସେଇଟା କିଏ ପଚାରେ, ମାତ୍ର ପୁଅ ଚାକିରୀ କରିଛି ଓଡ଼ିଶା ପୋଲିସ୍ ରେ ।
ଠିକ୍ ଏତିକି ବେଳେ କାଳିଆ କହି ଉଠିଲା ଆରେ ପାର୍ଟି କାହିଁ ତୋର ? ସୁମନ୍ତ କହିଲା, ପାର୍ଟି ଖାଇବୁ, ହଉ ଏବେ ଟିଫିନ୍ ଖାଇବୁ କି । କାଳିଆ କହିଲା ହଉ ଚାଲ ଯେତେ ଖାଇବି ଦେବୁ ନା ?? ସୁମନ୍ତ କହିଲା ଆରେ ଖା, ଯେତିକି ଖାଉଛୁ ଖା । ଏପଟେ କହି ଦେଲା ସତ କିନ୍ତୁ ସୁମନ୍ତ ପାଖରେ କେବଳ ୫୦ ଟଙ୍କିଆ ନୋଟ୍ ଟେ ପଡ଼ିଛି।  ହଁ ତ କରିଦେଲା ପଛରେ ଭାବିଲା। ଫୋନ୍ ପେ ନହେଲେ ଗୁଗଲ ପେ କରି ଦେବୀ ଯଦି ଅଧିକ ଟଙ୍କା ହେଲେ ।

କାଳିଆ ଟିକେ ଖାଇବା ପିଲା, ଆଉ ମାଗଣା ମିଳିଲେ ୨ ପ୍ଲେଟ ରୁ ୫ ପ୍ଲେଟ ହୋଇଯାଏ। ଆଉ କଥା ଆରମ୍ଭ ହେଲେ କେବେ ସରିବ ଗାରେଣ୍ଟି ନାହିଁ । କାଳିଆ ଖାଇବା ଆରମ୍ଭ କରିଲା, ଏପଟେ ସୁମନ୍ତ ଗୋଟିଏ ପ୍ଲେଟ ଟିଫିନ୍ ଖାଇବା ପରେ ଠିଆ ହୋଇ ରହିଥାଏ । କାଳିଆ ଖାଇ ଖାଇ, ୪ଟି ପ୍ଲେଟ ଖାଇଲା ଏବଂ କହିଲା  ଭାଇ ରେ, ପାର୍ଟି ଟା ବାକି ରହିଲା।  ପାର୍ଟି ଟା କେବେ ଦେବୁ ।

ସୁମନ୍ତ କହିଲା ସବୁ ସାଙ୍ଗ ମାନଙ୍କୁ ଗ୍ରୁପ୍ ରେ ମେସେଜ କରେ ଗୋଟିଏ ଦିନ ଫିକ୍ସ କରେ । ସେଦିନ କରିବା। ଏତିକି କହି ଦୁହେଁ ଦୁହିଁଙ୍କୁ ବିଦାୟ ଦେଲେ ।

ତା ପର ଦିନ ପାହାନ୍ତିଆ କାଳିଆ ର ଗଳିଆ ଫିଟିଗଲା । ରାତି 3 ରେ ଉଠି ଧାଇଁଲା ଲାଟ୍ରିନ କୁ । ପେଟ କୁ ଧରି ରହିଲା। ମନେ ପଡିଗଲା ଯେ କାଲି ରାତିରେ ଫ୍ରି ରେ ଟିଫିନ୍ ଖାଇଥିଲି ତାର ସବୁ ପରିଣାମ । ଆଉ ସବୁଠୁ ବେଶୀ ମନେ ପଡ଼ିଲା ଯେ କାଲି ରାତିରେ ଯେଉଁ ଚିଲି ଖାଇଥିଲୀ ସେଗୁଡିକ ସବୁ ବାହାରୁଛି ଭାବି ପେଟ କୁ ଧରି ସକାଳୁ ସକାଳୁ ଖଟ ଉପରେ ବସି  ରହି ଥାଏ । କିଛି ସମୟ ପରେ ସ୍ତ୍ରୀ ନିଜ ଗାଁ ରୁ ଫେରି ଆସିଲା କାରଣ ଆଜି ବୁଧ ବାର କାରଣ ମାଣ ବସା ଗୁରୁବାର ଚାଲିଛି ନା ।

କାଳିଆ କୁ ଦେଖି ସ୍ତ୍ରୀ ପଚାରିଲା କଣ ହେଲା ତମର ? କାଳିଆ କହିଲା ବେଶୀ ଲୋଭ ରେ ଖାଇବା ଯୋଗୁଁ ଏମିତି ହେଲା । ସ୍ତ୍ରୀ ପଚାରିଲା କୋଉଠି ଫ୍ରି ରେ ଖାଇଲ କି ? ଆଉ ତମର ତ ଲୋଭ ଯିବ ନାହିଁ । ଏତକ କହି ORS ପାଣି ଆଣି ହାତରେ ଧରେଇ ସ୍ତ୍ରୀ ଚାଲିଲା ରୋଷେଇ ଘରକୁ । 
ଦେଖୁ ଦେଖୁ ଦିନ ୧୦ ଟା ବାଜିଲାଣି । ହେଲେ ଝାଡ଼ା ରହିବାର ପ୍ରଶ୍ନ ଉଠୁନି । ସେତେ ବେଳକୁ ୭ ଥର ଲାଟ୍ରିନ ର ପାଣି ସରିଗଲାଣି। କଣ୍ଡିସନ ଅସମ୍ଭାଳ।  ଶେଷରେ ଦାଦା ପୁଅ ଭାଇ, କାଳିଆ କୁ ମେଡିକାଲ ନେଇ ପହଞ୍ଚିଲା । ସେଠୀ କାଳିଆ ସବୁ ସତ କଥା କହି ଦେଲା।  ଡାକ୍ତର ହସି ହସି କହିଲେ । ଏଠି ଗୋଟିଏ ବୋତଲ ଚଢ଼େଇ ଦେଲେ ସବୁ ଠିକ୍ ହୋଇଯିବ। ଶେଷରେ କାଳିଆ କୁ ଗୋଟିଏ ବୋତଲ ଚଢ଼ିଲା ଆଉ ଦୁଇଟି ଇଞ୍ଜେକସନ ଲାଗିଲା । ଅଳ୍ପ ଥକା ଅବସ୍ଥାରେ କାଳିଆ ମେଡିକାଲ ବାହାରକୁ ଆସୁଥାଏ । ହଠାତ୍ ସୁମନ୍ତ ର ଦେଖା ହୋଇଗଲା । ସୁମନ୍ତ ପଚାରିଲା ଆରେ ତୋର ପୁଣି କଣ ହେଲା ? କଣ କହିବି ରେ ଭାଇ, କାଲି ର ତୋ ସହିତ ଟିଫିନ୍ ଖାଇବା ଆଜି ମହଙ୍ଗା ପଡ଼ିଲା ।

ଭାଇ ରେ କ୍ଷମା କରିବୁ। କାଲି ମୁଁ ଚାରୋଟି ପ୍ଲେଟ ଯୋଗୁଁ ସକାଳ ଠାରୁ ପେଟ ଖରାପ।  ଏବେ ଆସି ଏଠି ବୋତଲ ଚଢ଼େଇବା ପରେ ଟିକେ ଠିକ୍ ଅଛି । ଭାଇ ସତ କହିବୁ , କାଲି ଖାଇବା ସମୟରେ ତୋତେ ଖରାପ ଲାଗୁଥିବ।  କିନ୍ତୁ ମୁଁ ପୁଣି ଥରେ କ୍ଷମା ମାଗୁଛି । ତୋର ପାଇଁ ଟଙ୍କା ଯେତିକି ଇମ୍ପୋର୍ଟାଣ୍ଟ ମୋ ପାଇଁ ମଧ୍ୟ ସେତିକି ଇମ୍ପୋର୍ଟାଣ୍ଟ କିନ୍ତୁ ତୋ ସହିତ ମୁଁ ଏମିତି ବ୍ୟବହାର କରିବା ଠିକ୍ ନଥିଲା ।

ତେବେ ଚାଲ ଯିବା, ୟା ପର ଠାରୁ ଯେବେ କିଛି ଖାଇବା ତେବେ ଦୁହେଁ ଟଙ୍କା ଦେଇ ଖାଇବା ।

ସୁମନ୍ତ ମଧ୍ୟ ଅଳ୍ପ ହସି କହିଲା ଚାଲ କିଛି ନାହିଁ ମୁଁ ଖରାପ କାହିଁକି ଭାବିବି । ତୁ ଠିକ୍ ହୋଇ ଯା ଗୋଟିଏ ଭଲ ପାର୍ଟି ଟେ କରିବା ।

ଦୁହେଁ ପୁଣି ହସିଲେ , ଏବଂ ନିଜ ନିଜ ଘରକୁ ଫେରି ଗଲେ ।

ତେବେ ଏହା ଥିଲା କିଛି ମୁହୂର୍ତ୍ତ କାଳିଆ ଆଉ ସୁମନ୍ତ ର । ଯଦି ଭଲ ଲାଗିଥାଏ ତେବେ ସେୟାର କରିବାକୁ ଅନୁରୋଧ । ତେବେ ଅନ୍ୟ ର ଟଙ୍କା କୁ ଅଣଦେଖା କରିବା ବେଳେ ବେଳେ ଆମକୁ ମହଙ୍ଗା ପଡ଼ିଯାଏ ।

ଧନ୍ୟବାଦ

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading