ସମୁଦ୍ର ପଥର ଟିଏ ମୁଁ

ସମୁଦ୍ର ପଥର ଟିଏ ମୁଁ

ସମୁଦ୍ର ପଥର ଟିଏ ମୁଁ
ପଡ଼ି ରହିଛି ସମୁଦ୍ର କୂଳର
ଅଜଣା ଠିକଣାରେ
କିନ୍ତୁ ମୋତେ ଭୁଲି ନାହିଁ ଏ ସମୁଦ୍ର
ନା ମୋତେ ଭୁଲିବ କେବେ
କାରଣ ଲବଣ ଜଳ ର ସ୍ପଶ ମୋର ଯେମିତି
ଘଣ୍ଟା ର ଟିକ୍ ଟିକ୍ ଶବ୍ଦ
ହୋଇ ଯାଇଛି…

ଯିଏ ପ୍ରତି ମୁହୂର୍ତ୍ତରେ
ମୋତେ ଧୋଇ ପବିତ୍ର କରିଦିଏ
ମୋର ଅଙ୍ଗା ଅଙ୍ଗୀ କୁ
କେତେ ଯେ ଶାମୁକା କୁ ସ୍ଥାନ ଦେଇ
ମଧ୍ୟ ମୁଁ କେବେ ନିଜକୁ
ଅଭିଶପ୍ତ ମନେ କରିନି…

ମୋ ପାଇଁ ମୁଁ ବହୁତ୍ ଖୁସି
କୌଣସି ନାମକାରଣ ହେବାକୁ ଚାହିଁନି,
ଆଜି ପର୍ଯ୍ୟନ୍ତ
ମୋ ସ୍ଥାନ ବହୁତ୍ ଅଜବ
କିଏ ମୋତେ ଆସନ ଭାବି ବସି ଯାଏ ତ
ଆଉ କେତେ ଶାମୁକା ଘର କରି ରହି ଯାଆନ୍ତି।

ବର୍ଷ ବର୍ଷ ଧରି ପଡି ରହିଛି ଏଠି
ଜାଣିନି କେତେ ଦିନ ଏମିତି ପଡ଼ି ରହିବି
କିନ୍ତୁ ମୁଁ ହାରିନି ଏ ସଂସାର ର ମିଥ୍ୟା
ଅଭିଯୋଗ ରେ
ଅବା ହାରିବୀ କାହିଁକି ??

ମୁଁ ପରା ଗୋଟିଏ ସମୁଦ୍ର ପଥର
କଷ୍ଟ ଆଉ ସିଥିଳତା ସବୁ ସହିବାର
ଅଭ୍ୟାସ ରତ ମୋ ପାଖେ,
ନା ମୁଁ ମଣିଷ ଏବଂ କଷ୍ଟ ର ଅନୁଭବ
ହୁଏ ନାହିଁ କେବେ ମୋତେ
କାରଣ
ସମୁଦ୍ର ପଥର ଟିଏ ମୁଁ…
ସମୁଦ୍ର ପଥର ଟିଏ ମୁଁ…

ନୀଳମାଧବ ଭୂୟାଁଙ୍କ ଲେଖନୀରୁ…